ଆଇପିଏଲ୍‌ରେ ୪ର୍ଥ ଥର ଲାଗି ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେ ଚେନ୍ନାଇ-ମୁମ୍ବାଇ

ନୂଆଦିଲ୍ଲୀ, ୭।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଲାଗି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ୟୁଏଇରେ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇପିଏଲ୍‌ ସିଜନ-୧୩ର ଉଦ୍‌ଘାଟନୀ ମ୍ୟାଚ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍‌ ମଧ୍ୟରେ ଅନୁଷ୍ଠିତ ହେବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ୩ଥର ଟାଇଟଲ୍‌ ଜିତିଥିବାବେଳେ ରୋହିତ୍‌ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ୪ଥର ଚାମ୍ପିୟନ ହୋଇଛି। ସେପ୍ଟେମ୍ବର ୧୯ରେ ଆବୁଧାବିରେ ଉଭୟ ଦଳ ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ।
ଇତିହାସରେ ୪ର୍ଥ ଥର ଲାଗି ଉଭୟ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପର ଓପନିଂ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଥିପୂର୍ବରୁ ୨୦୦୯, ୨୦୧୨ ଓ ୨୦୧୮ରେ ଏହି ଦୁଇ ଦଳ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ୩ଟି ମ୍ୟାଚ୍‌ ମଧ୍ୟରୁ ରୋହିତ୍‌ଙ୍କ ଦଳ ୨ଥର ଜିତିଥିବାବେଳେ ଧୋନୀଙ୍କ ଚେନ୍ନାଇ ଥରେ ବାଜିମାତ୍‌ କରିବାରେ ସଫଳ ହୋଇଥିଲା। ୨୦୦୯ରେ ଅନୁଷ୍ଠିତ ମ୍ୟାଚ୍‌ରେ ମୁମ୍ବାଇ ୧୯ ରନରେ ଚେନ୍ନାଇକୁ ପରାସ୍ତ କରିଥିଲା। ଏହାପରେ ୨୦୧୨ ସଂସ୍କରଣ ପ୍ରଥମ ମ୍ୟାଚ୍‌ରେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌କୁ ମୁମ୍ବାଇ ୮ ଉଇକେଟ୍‌ରେ ଜିତି ନେଇଥିଲା। ୨୦୧୮ ସିଜନରେ କିନ୍ତୁ ଚେନ୍ନାଇ ପରାଜୟ ଧାରା ଭାଙ୍ଗିବାରେ ସଫଳ ହୋଇଥିଲା। ଉଦ୍‌ଘାଟନୀ ମ୍ୟାଚ୍‌ରେ ଧୋନୀଙ୍କ ଦଳ ୧ ଉଇକେଟ୍‌ରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅଧିନାୟକ ପଦ ଛାଡିଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୭।୯: ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଗୁରୁବାର କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ନୋଟ ପୋଷ୍ଟ କରିଥିଲେ। ଏହି ପୋଷ୍ଟ...

ମିକ୍ସଡ ମାର୍ଶାଲ ଆର୍ଟ: ମ୍ୟାକ୍‌ ଗ୍ରେଗରଙ୍କ ତୃତୀୟଥର ପାଇଁ ଅବସର ଘୋଷଣା

ଡବଲିନ୍‌,୭।୬: ଆୟର୍ଲାଣ୍ଡର ମିକ୍ସଡ୍‌ ମାର୍ଶାଲ ଆର୍ଟ (ଏମ୍‌ଏମ୍‌ଏ) ଖେଳାଳି କନୋର ମ୍ୟାକ୍‌ ଗ୍ରେଗର ପୁଣି ଥରେ ଅବସର ଘୋଷଣା କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ...

ଦଳରେ ମୋ ଦାୟିତ୍ୱ ବଢ଼ିଛି: ଆୟାର

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ ନିର୍ଣ୍ଣାୟକ ମ୍ୟାଚ ଅନୁଷ୍ଠିତ ହେବ। ଏହା ଉଭୟ ଦଳ ପାଇଁ...

ନିଶାମଙ୍କ ଛକା ସମୟରେ ଚାଲିଗଲା କୋଚ୍‌ଙ୍କ ଜୀବନ

ଅକ୍‌ଲାଣ୍ଡ, ୧୮।୭ (ପି.ଟି.)- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆଇସିସି ବିଶ୍ୱକପ୍‌ର ରୋମାଞ୍ଚକଭରା ଫାଇନାଲରେ ଉଭୟ ମ୍ୟାଚ୍‌ ଓ ସୁପର ଓଭର ଟାଇ ରହିବା ପରେ ଅଧିକ...

ବିସିସିଆଇ ମିଡିଆ ରାଇଟସ୍‌: ବାଜି ମାରିଲା ଭାଏକମ ୧୮

ନୂଆଦିଲ୍ଲୀ,୩୧।୮: ଭାରତୀୟ କ୍ରିକେଟ ଦଳର ଘରୋଇ ମ୍ୟାଚ ପାଇଁ ପ୍ରସାରଣ ଅଧିକାର ହାସଲ କରିବା ପାଇଁ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ...

ପୁଣି ମନର ଯନ୍ତ୍ରଣା ପ୍ରକାଶ କଲେ ଯୁବରାଜ: କହିଲେ ଧୋନୀ…

ଭାରତୀୟ କ୍ରିକେଟ୍‌ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଯୁବରାଜ ସିଂ ଅନ୍ୟତମ। ସେ ୨୦୦୭ ଟି-2୨୦ବିଶ୍ୱକପ୍‌ ଏବଂ ୨୦୧୧ ବିଶ୍ୱକପ୍‌ ବିଜେତା ଦଳର ସଦସ୍ୟ ଥିଲେ।...

ଓଡ଼ିଶା ଓମେନ୍ସ ଲିଗ୍‌ ଉଦ୍‌ଘାଟିତ: ଉଦ୍‌ଘାଟନୀ ମ୍ୟାଚ୍‌ରେ ସ୍ପୋର୍ଟ୍ସ ହଷ୍ଟେଲର ବୃହତ୍‌ ବିଜୟ

ଭୁବନେଶ୍ୱର,୧।୩(ସ୍ପୋର୍ଟ୍ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟବଲ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌...

ସମାଲୋଚନା ଦ୍ୱାରା ପ୍ରଭାବିତ ହୁଏ ନାହିଁ: ସିନ୍ଧୁ

ନୂଆଦିଲ୍ଲୀ,୨।୧(ପି.ଟି.)- ସମାଲୋଚନା ମୋତେ ପ୍ରଭାବିତ କରେନାହିଁ। ପ୍ରଶଂସକଙ୍କ ଆଶା ଦ୍ୱାରା ମଧ୍ୟ ଆଦୌ ପ୍ରଭାବିତ ହୁଏ ନାହିଁ ବୋଲି ବିଶ୍ୱ ଚାମ୍ପିୟନ ତଥା ଭାରତୀୟ ମହିଳା...

Advertisement
Archives

Model This Week