ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୁର୍ନୀତି

ଭଞ୍ଜନଗର,୨୨।୮(ଡି.ଏନ.ଏ): ରାଜ୍ୟରେ ଅଫିସର ରାଜ ଚାଲିଛି । ନେତା ମନ୍ତ୍ରୀଙ୍କ କଥା ଅଫିସରମାନେ ଶୁଣୁନାହାନ୍ତି। ଏ ନେଇ ବିଭିନ୍ନ ସମୟରେ ବିରୋଧି ଦଳର ନେତାମାନେ ଅଭିଯୋଗ କରୁଛନ୍ତି । ଏନେଇ ଶାସକଦଳର ନେତାମାନେ ଖୋଲାଖୋଲି ଭାବେ କହିବାକୁ ସଙ୍କୋଚ କରୁଥିଲେ ମଧ୍ୟ ପରୋକ୍ଷରେ କହୁଛନ୍ତି। ବେଲଗୁଣ୍ଠା ବ୍ଲକ ଗୋବରା ପଞ୍ଚାୟତର ବିଜେଡି ସମର୍ଥିତ ସମିତିସଭ୍ୟ ବିଭୂପାଦ ଜେନା ରବିବାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୁର୍ନତୀ ହେଉଥିବା ଅଭିଯୋଗ କରିଛନ୍ତି। ନିଜ ପଞ୍ଚାୟତର ଗୋବରାଠାରୁ ବରପଲ୍ଲୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାମ ଚାଲିଛି। ଦୁର୍ନତୀଗ୍ରସ୍ତ ଅଫିସରଙ୍କ ପାଇଁ କାମ ନିମ୍ନ ମାନର ହେଉଛି। ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ଗୋବରା ଡେଙ୍ଗାପଦର ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଛି। ଉକ୍ତ ରାସ୍ତାରେ କୌଣସି ମରାମତି କରାଯାଉନାହିଁ। ଲୋକେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି।
ଅଭିଯୋଗ କଲେ ଅଫିସରମାନେ ଲୋକ ପ୍ରତିନିଧି ହିସାବରେ କଥା ଶୁଣୁନାହାନ୍ତି। ତେଣୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସମସ୍ୟା ପ୍ରତି ଦୃଷ୍ଟିଦେଇ ତୁରନ୍ତ ପଦକ୍ଷେପ ନେବାକୁ ବିଭୁପାଦ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି । ଏଥିସହ କେନ୍ଦ୍ର ଦୁରସଞ୍ଚାର ମନ୍ତ୍ରୀଙ୍କୁ ମଧ୍ୟ ବିଭୁପାଦ ଆଉ ଏକ ଚିଠି ଲେଖିଛନ୍ତି ।
ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଗୋବରା ହେଉଛି ବ୍ଲକର ଏକ ଗୁରୁତ୍ୱପୁର୍ଣ୍ଣ ଅଞ୍ଚଳ । ଏଠାରେ ମେଡିକାଲ ସମେତ ଅନେକ କାର୍ଯ୍ୟାଳୟ ଅଛି । କିନ୍ତୁ ଗୋବରାରେ ବିଏସ୍‌ଏନ୍‌ଏଲ୍‌ ଟାୱାର ନାହିଁ । ଗୋବରାଠାରୁ ୨ କିମି ଦୁର ଷଢ଼ଙ୍ଗୀପଲ୍ଲୀ ଏବଂ ଅନ୍ୟପଟେ କ୍ଷତ୍ରିୟବରପୁରରେ ଟାୱାର ଅଛି। କିନ୍ତୁ ଉକ୍ତ ଟାୱାରରୁ ଗୋବରାକୁ ମୋବାଇଲ ନେଟୱର୍କ ଠିକ୍‌ ଭାବେ ଆସୁନାହିଁ। ତେଣୁ ଏ ନେଇ ପଦକ୍ଷେପ ନେବାକୁ ବିଭୁପାଦ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି। ଅପରପକ୍ଷେ ବିଭୂପାଦ ଉକ୍ତ ଚିଠିକୁ ମଧ୍ୟ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି। ଯାହାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। ଅଧିକାଂଶ ବ୍ୟକ୍ତି ଏହା ଭଲ ପଦକ୍ଷେପ ବୋଲି କହିଥିବା ବେଳେ ଜଣେ ବ୍ୟକ୍ତି ଏହା ବିଭୁଙ୍କ ପାଇଁ ଘାତକ ହେବ ବୋଲି କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ରାସ୍ତା ସମ୍ପର୍କରେ ବେଲଗୁଣ୍ଠା ଯନ୍ତ୍ରୀ କହିଛନ୍ତି, ଉକ୍ତ ରାସ୍ତା ଗୁଡ଼ିକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଫେଜ୍‌ ୩ରେ ହେଉଛି। ବର୍ଷା ଯୋଗୁ କାମ ମନ୍ଥର ଗତିରେ ଚାଲିଛି । ଉକ୍ତ କାମ ସରିବା ପାଇଁ ଆହୁରି ୩ମାସ ସମୟ ଅଛି। ଆଇନ ଅନୁଯାଇ କାମ ହେଉଛି ବୋଲି ଯନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri