ରହସ୍ୟରେ ରହିଯିବ କରୋନା ଉତ୍ପତ୍ତି, ଆମେରିକା ବି ପଛେଇଲା…

ଓ୍ବାଶିଂଟନ,୩୦।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ରୁଷିଆ ଏବଂ ଚାଇନାରେ ସଂକ୍ରମଣ ବଢୁଥିବାରୁ ପୁଣି ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ କିଭଳି ବ୍ୟାପିଲା ଏବଂ ଏହାର ଉତ୍ପତ୍ତି ହେଲା କିପରି ତାହା ବୋଧହୁଏ ରହସ୍ୟରେ ରହିଯିବ ବୋଲି ଏବେ ଆଶଙ୍କା ଦେଖାଦେଇଛି। ଏନେଇ ତଦନ୍ତ କରୁଥିବା ଆମେରିକା ବି ପଛେଇବା ଆରମ୍ଭ କରିଛି।

ଆମେରିକାର ଗୁପ୍ତଚର ସଂସ୍ଥା କହିଛି ଯେ କରୋନା ମହାମାରୀ କେଉଁଠୁ ଆସିଛି ଆମେ ହୁଏତ ଆଉ ଜାଣିବାକୁ ସକ୍ଷମ ହେବୁ ନାହିଁ। ଏକ ନୂତନ ରିପୋର୍ଟରେ କରୋନା ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷକୁ ଆସୁଥିବା କିମ୍ବା ଲ୍ୟାବରୁ ଲିକ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆମେରିକା ନ୍ୟାଶନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଓଡିଏନ୍‌ ଆଇ) ର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ,ଉଭୟ ପ୍ରାକୃତିକ ଉତ୍ପତ୍ତି ଏବଂ ଲ୍ୟାବ ଲିକ ଯଥାର୍ଥ ଅନୁମାନ। କିନ୍ତୁ କେଉଁ ସମ୍ଭାବନା ଅଧିକ କିମ୍ବା ଏକ ନିର୍ଦ୍ଦିଷ୍ଟ ମୂଲ୍ୟାଙ୍କନ କରାଯାଇପାରିବ କି ନାହିଁ ସେନେଇ ବିଶ୍ଳେଷକମାନେ ଏକମତ ନୁହଁନ୍ତି।

କରୋନା ଭାଇରସକୁ ବାୟୋ-ଅସ୍ତ୍ର ଭାବରେ ବର୍ଣ୍ଣନା କରାଯାଉଥିବା ରିପୋର୍ଟଗୁଡିକ ମଧ୍ୟ ଖାରଜ କରାଯାଇଛି। ଏହି ସିଦ୍ଧାନ୍ତର ସମର୍ଥକମାନଙ୍କର ଉୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ସହିତ ସିଧାସଳଖ କୌଣସି ସମ୍ପର୍କ ନାହିଁ। ଏହି ରିପୋର୍ଟ ଅଗଷ୍ଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପ୍ରଦାନ କରାଯାଇଥିବା ୯୦ ଦିନିଆ ସମୀକ୍ଷାର ଏକ ନୂଆ ଅପଡେଟ୍‌।

ଆମେରିକାର କେତେକ ଗୁପ୍ତଚର ଏଜେନ୍ସି କହିଥିଲେ ଯେ, ଏହି ଭୂତାଣୁ ପ୍ରକୃତିରୁ ଉତ୍ପନ୍ନ ହୋଇଥିଲେ ମଧ୍ୟ ଏହା ପ୍ରମାଣିତ ହୋଇନାହିଁ। ଓଡିଏନ୍‌ଆଇ ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ଚାରି ଗୁପ୍ତଚର ଏଜେନ୍ସି ଏବଂ ଏକ ମଲ୍ଟି ଏଜେନ୍ସି ସଂସ୍ଥା ନିଶ୍ଚିତ ନୁହଁନ୍ତି ଯେ କରୋନା ଭାଇରସ ସଂକ୍ରମିତ ପ୍ରାଣୀ କିମ୍ବା ଆନୁଷଙ୍ଗିକ ଭୂତାଣୁୁରୁ ଉତ୍ପନ୍ନ ହୋଇଛି। ଆମେରିକାର ଗୁପ୍ତଚର ସଂସ୍ଥା ବିଶ୍ୱାସ କରନ୍ତି ଯେ ସେମାନେ ନୂତନ ସୂଚନା ବିନା କରୋନାର ଉତ୍ପତ୍ତି ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ପ୍ରଦାନ କରିପାରିବେ ନାହିଁ।

ଅପରପକ୍ଷରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର କରୋନା ମହାମାରୀର ଉତ୍ପତ୍ତି ଘଟଣାର ଅନୁସନ୍ଧାନରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହ ସହଯୋଗ ନ କରିବାରୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏପର୍ଯ୍ୟନ୍ତ ଚାଇନା ଆମେରିକାର ଏହି ନୂତନ ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ନଇଁ ପଡ଼ିଛନ୍ତି ବିଜୟ ସରକାର

ଚେନ୍ନାଇ,୨୭।୯: ତାମିଲନାଡୁରେ, ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତିଙ୍କ ନେତୃତ୍ୱାଧୀନ TVK ସରକାର ଶେଷରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇ ଏକ ବଡ଼ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ…

ମଦ ଦୋକାନକୁ ପଶି ଢକ ଢକ କରି ମଦ ପିଇଲା ମାଙ୍କଡ଼, ତାପରେ ନିଶାରେ…

ରାଞ୍ଚି,୨୭।୯: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଓରମାଞ୍ଜି ବ୍ଲକ୍‌ ଛକସ୍ଥିତ ଏକ ମଦ ଦୋକାନରେ ହଠାତ୍‌ ଏକ ମାଙ୍କଡ ପଶି…

ବୈଠକ ପୂର୍ବରୁ CJP ନେତାଙ୍କୁ ଉଠାଇନେଲା ପୋଲିସ; ସରକାରଙ୍କ ଉପରେ ବର୍ଷିଲେ ଅଭିଜିତ୍ ଦୀପକେ, କହିଲେ…

ଗୁଆହାଟୀ,୨୭।୯: କକ୍ରୋଚ୍ ଜନତା ପାର୍ଟି (CJP)ର କୋ-ଫାଉଣ୍ଡର ଆଶୁତୋଷ ରାଙ୍କା ଏବଂ ତାଙ୍କ ଟିମ୍‌କୁ ଆସାମ ପୋଲିସ ଅଟକ ରଖିଥିବା ନେଇ ଆଶୁତୋଷ ନିଜେ ସୂଚନା ଦେଇଛନ୍ତି…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?