ରହସ୍ୟରେ ରହିଯିବ କରୋନା ଉତ୍ପତ୍ତି, ଆମେରିକା ବି ପଛେଇଲା…

ଓ୍ବାଶିଂଟନ,୩୦।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ରୁଷିଆ ଏବଂ ଚାଇନାରେ ସଂକ୍ରମଣ ବଢୁଥିବାରୁ ପୁଣି ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ କିଭଳି ବ୍ୟାପିଲା ଏବଂ ଏହାର ଉତ୍ପତ୍ତି ହେଲା କିପରି ତାହା ବୋଧହୁଏ ରହସ୍ୟରେ ରହିଯିବ ବୋଲି ଏବେ ଆଶଙ୍କା ଦେଖାଦେଇଛି। ଏନେଇ ତଦନ୍ତ କରୁଥିବା ଆମେରିକା ବି ପଛେଇବା ଆରମ୍ଭ କରିଛି।

ଆମେରିକାର ଗୁପ୍ତଚର ସଂସ୍ଥା କହିଛି ଯେ କରୋନା ମହାମାରୀ କେଉଁଠୁ ଆସିଛି ଆମେ ହୁଏତ ଆଉ ଜାଣିବାକୁ ସକ୍ଷମ ହେବୁ ନାହିଁ। ଏକ ନୂତନ ରିପୋର୍ଟରେ କରୋନା ଭୂତାଣୁ ପ୍ରାଣୀଙ୍କଠାରୁ ମଣିଷକୁ ଆସୁଥିବା କିମ୍ବା ଲ୍ୟାବରୁ ଲିକ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆମେରିକା ନ୍ୟାଶନାଲ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଓଡିଏନ୍‌ ଆଇ) ର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ,ଉଭୟ ପ୍ରାକୃତିକ ଉତ୍ପତ୍ତି ଏବଂ ଲ୍ୟାବ ଲିକ ଯଥାର୍ଥ ଅନୁମାନ। କିନ୍ତୁ କେଉଁ ସମ୍ଭାବନା ଅଧିକ କିମ୍ବା ଏକ ନିର୍ଦ୍ଦିଷ୍ଟ ମୂଲ୍ୟାଙ୍କନ କରାଯାଇପାରିବ କି ନାହିଁ ସେନେଇ ବିଶ୍ଳେଷକମାନେ ଏକମତ ନୁହଁନ୍ତି।

କରୋନା ଭାଇରସକୁ ବାୟୋ-ଅସ୍ତ୍ର ଭାବରେ ବର୍ଣ୍ଣନା କରାଯାଉଥିବା ରିପୋର୍ଟଗୁଡିକ ମଧ୍ୟ ଖାରଜ କରାଯାଇଛି। ଏହି ସିଦ୍ଧାନ୍ତର ସମର୍ଥକମାନଙ୍କର ଉୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ସହିତ ସିଧାସଳଖ କୌଣସି ସମ୍ପର୍କ ନାହିଁ। ଏହି ରିପୋର୍ଟ ଅଗଷ୍ଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପ୍ରଦାନ କରାଯାଇଥିବା ୯୦ ଦିନିଆ ସମୀକ୍ଷାର ଏକ ନୂଆ ଅପଡେଟ୍‌।

ଆମେରିକାର କେତେକ ଗୁପ୍ତଚର ଏଜେନ୍ସି କହିଥିଲେ ଯେ, ଏହି ଭୂତାଣୁ ପ୍ରକୃତିରୁ ଉତ୍ପନ୍ନ ହୋଇଥିଲେ ମଧ୍ୟ ଏହା ପ୍ରମାଣିତ ହୋଇନାହିଁ। ଓଡିଏନ୍‌ଆଇ ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ଚାରି ଗୁପ୍ତଚର ଏଜେନ୍ସି ଏବଂ ଏକ ମଲ୍ଟି ଏଜେନ୍ସି ସଂସ୍ଥା ନିଶ୍ଚିତ ନୁହଁନ୍ତି ଯେ କରୋନା ଭାଇରସ ସଂକ୍ରମିତ ପ୍ରାଣୀ କିମ୍ବା ଆନୁଷଙ୍ଗିକ ଭୂତାଣୁୁରୁ ଉତ୍ପନ୍ନ ହୋଇଛି। ଆମେରିକାର ଗୁପ୍ତଚର ସଂସ୍ଥା ବିଶ୍ୱାସ କରନ୍ତି ଯେ ସେମାନେ ନୂତନ ସୂଚନା ବିନା କରୋନାର ଉତ୍ପତ୍ତି ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ପ୍ରଦାନ କରିପାରିବେ ନାହିଁ।

ଅପରପକ୍ଷରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର କରୋନା ମହାମାରୀର ଉତ୍ପତ୍ତି ଘଟଣାର ଅନୁସନ୍ଧାନରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହ ସହଯୋଗ ନ କରିବାରୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏପର୍ଯ୍ୟନ୍ତ ଚାଇନା ଆମେରିକାର ଏହି ନୂତନ ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଯିବେ ନାହିଁ ଆଫଗାନ ରାଷ୍ଟ୍ରପତି

କାବୁଲ,୭।୯: ଆଫଗାନୀସ୍ତାନର ରାଷ୍ଟ୍ରପତି ଅଶରଫ ଗନି ଶନିବାର ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେ ଆମେରିକରା ଗସ୍ତ କରୁ ନାହାଁନ୍ତି ବୋଲି ଜଣାପଡିଛି।...

୭ ବିଲିୟନ ଡଲାରରୁ ଅଧିକ ଅର୍ଥ ମାଗିପାରନ୍ତି ଶାହାବାଜ

ଇସଲାମାବାଦ,୨୮ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଅଧୀନରେ ପାକିସ୍ତାନ ଦାରିଦ୍ର୍ୟ ଅବସ୍ଥାକୁ ଚାଲିଯାଇଛି। ବର୍ତ୍ତମାନ ତଥା ନୂଆ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ହାତରେ ପାକିସ୍ତାନ ରହିଛି।...

ପଙ୍ଗପାଳକୁ ନେଇ ପାକ୍‌ରେ ଜରୁରୀ ପରିସ୍ଥିତି

ଇସ୍‌ଲାମାବାଦ,୩ା୨: ପାକିସ୍ତାନକୁ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ମାଡ଼ିଆସି ଫସଲ ନଷ୍ଟ କରିଚାଲିଥିବାରୁ ସରକାର ଜାତୀୟ ଜରୁରୀ ପରିସ୍ଥିତି ଜାରି କରିଛନ୍ତି। ପଙ୍ଗପାଳ ସିନ୍ଧ୍‌ ପ୍ରଦେଶରେ...

କୋଭିଡ- ୧୯: ୮୦ ଲକ୍ଷ ଟଙ୍କା ଦେଲେ ରୋହିତ

ମୁମ୍ବାଇ,୩୧।୩(ପି.ଟି.): କୋଭିଡ- ୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଭୟଙ୍କର ସ୍ବାସ୍ଥ୍ୟ...

ସଡ଼କ ଦୁର୍ଘଟଣାରେ ପାକିସ୍ତାନ ମନ୍ତ୍ରୀଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ଇସଲାମାବାଦ,୧୬।୪: ପାକିସ୍ତାନର ଧାର୍ମିକ ମାମଲାର ମନ୍ତ୍ରୀ ତଥା ଜମିୟତ ଉଲେମା-ଏ-ଇସଲାମ(ଫଜଲ)ର ନେତା ମୁଫତି ଅବଦୁଲ ଶକୁରଙ୍କର ଇସଲାମାବାଦର ରେଡ ଜୋନ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ...

କରୋନା ସମ୍ପର୍କରେ ଜାଣିବା ପାଇଁ ୭୪ ପ୍ରତିଶତ ଭାରତୀୟ ଅଗ୍ରଣୀ ଗଣମାଧ୍ୟମ ଉପରେ କରୁଛନ୍ତି ନିର୍ଭର !

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇଥିବାରୁ ଭାରତ ସରକାର ୨୧ ଦିନିଆ ଲକ୍‌ଡାଉନ୍‌...

୨୦୧ ଦିନ ପରେ ୨୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୮।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ...

ଲକ୍‌ଡାଉନ ସହ ଅର୍ଥନୀତିକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨୮ା୪(ପି.ଟି.): ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ସମୟସୀମା ଶେଷ ହେବାକୁ ଆଉ ୬ ଦିନ ବାକି ଥିବାବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ...

Advertisement
Archives

Model This Week