ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ

ଖୋର୍ଦ୍ଧା ଅଫିସ,୩୦ା୧୦: ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ, ଜିଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ- ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ଶନିବାର ଏନେଇ ଜିଲାପାଳଙ୍କ ସମ୍ମିଳନୀରେ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ସେ କହିଲେ ଯେ, ଆସନ୍ତା ଜାନୁୟାରୀ ପହିଲା ପର୍ଯ୍ୟନ୍ତ ୧୮ ବର୍ଷ ବୟସ ହେଉଥିବ ସେମାନେ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରି ପାରିବେ। ନୂତନ ଭୋଟର ଭାବେ ପଞ୍ଜୀକରଣ ନିମନ୍ତେ ଫର୍ମ-୬, ପ୍ରବାସୀ ଭାରତୀୟମାନଙ୍କ ପଞ୍ଜୀକରଣ ନିମନ୍ତେ ଫର୍ମ -୬ କ, ଭୋଟର ତାଲିକାରୁ ନାମ ବାଦ୍‌ ପାଇଁ ଫର୍ମ-୭, ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮, ସ୍ଥାନାନ୍ତରଣ ନିମନ୍ତେ ଫର୍ମ-୮ କ ମାଧ୍ୟମରେ ବୁଥ୍‌ସ୍ତରରେ ବିଏଲ୍‌ଓମାନଙ୍କ ନିକଟରେ ଆବେଦନ କରିପାରିବେ। ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୧ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଡିସେମ୍ବର ୨୦ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗଗୁଡ଼ିକର ସମାଧାନ କରାଯାଇ ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଥିଲେ, ଭୋଟର ହେଲ୍ପଲାଇନ ଆପ୍‌ National Voter Service Portal ଏବଂ ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ଭୋଟରମାନେ ସେମାନଙ୍କ ତଥ୍ୟ ପାଇପାରିବେ। ଉପଜିଲାପାଳ ଓ ସମସ୍ତ ବିଡିଓମାନଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି। କୌଣସି ଭୋଟର ଯେପରି ଭୋଟ ଦାନରୁ ବଞ୍ଚିତ ନ ହୁଅନ୍ତି ଏଥିନିମନ୍ତେ ଆସନ୍ତା ୭ ଓ ୨୧ ତାରିଖ ରବିବାରଗୁଡ଼ିକରେ ସ୍ବତନ୍ତ୍ର ଅଭିଯାନ ଦିବସ ପାଳନ କରାଯିବ। ବୁଥ୍‌ସ୍ତରୀୟ ଅଧିକାରୀମାନେ ବୁଥ୍‌ଗୁଡ଼ିକରେ ଉପସ୍ଥିତ ରହିବେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ, ଭୁବନେଶ୍ବର ପ୍ରଫୁଲ୍ଲ କୁମାର ସ୍ବାଇଁ, ଖୋର୍ଦ୍ଧା ଉପଜିଲାପାଳ ଆଇ ଗୌରବ ଶିବାଜୀ, ଭୁବନେଶ୍ବର ଉପଜିଲାପାଳ ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଫୁଲବାଣୀର ନୂତନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ଓ…

ଲଗାଣ ବର୍ଷା: କାଲି ଏସବୁ ଜିଲାରେ ସ୍କୁଲ, କଲେଜ-ଅଙ୍ଗନବାଡ଼ି ବନ୍ଦ, ସତର୍କ ରହିବାକୁ…

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଜିଲାର ଜିଲାପାଳମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…

ଆସନ୍ତା ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ: ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲା ଦାୟିତ୍ବ, ଜାଣନ୍ତୁ …

ଭୁବନେଶ୍ୱର,୨୮।୭: ରାଜ୍ୟରେ ଲାଗିରହିଥିବା ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲା ପାଇଁ ବହୁତ…

ତାରାତାରିଣୀଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: ଓଡିଶାବାସୀଙ୍କ କଲେ ମଙ୍ଗଳକାମନା,ମନ୍ଦିରର ପୂର୍ଣ୍ଣାଙ୍ଗ ବିକାଶ ପାଇଁ…

ପୁରୁଷୋତ୍ତମପୁର, ୨୮।୭(ସବିତା ମିଶ୍ର): ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ଅବସରରେ ମଙ୍ଗଳବାର ରାତ୍ରିରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଆରାଧ୍ୟାଦେବୀ ମା’…

ରେମାଳ ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବତୀ: ମିଳୁନି ପତ୍ତା, କେଶଦୁରାପାଳ ଗାଁରେ ଶୋକାକୂଳ…

ଆନନ୍ଦପୁର, ୨୮।୭(ସୁଶାନ୍ତ କୁମାର ସାହୁ): ଲଗାଣ ବର୍ଷା ଯୋଗୁ ଫୁଲିଉଠିଥିବା ରେମାଳ ନଦୀରେ ଭାସିଯାଇ ଜଣେ ୨୫ ବର୍ଷୀୟା ଯୁବତୀ ନିଖୋଜ ହୋଇଯାଇଛନ୍ତି। ଘସିପୁରା ବ୍ଲକ୍ ଅନ୍ତର୍ଗତ…

ଲଗାଣ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ, ଚାଲିଗଲା ୩ ବର୍ଷର ଶିଶୁପୁତ୍ର ଜୀବନ,ଶୋକାକୂଳ…

ରିଆମାଳ, ୨୮।୭(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କଂସର ଫାଣ୍ଡି ଦୁଧିଆନାଳି ଗ୍ରାମପଞ୍ଚାୟତର ବେଲମୁଣ୍ଡା ଗ୍ରାମରେ ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ପଡ଼ି…

ଲଗାଣ ବର୍ଷାରେ ଭାଙ୍ଗିଲା ଫାଫୁଡ଼ିଆ ନାଳ ପୋଲ, ଶାଳପଡ଼ା–ସରେଇଁ ଯାତାୟାତ ଠପ୍,…..

ଆନନ୍ଦପୁର/ବଞ୍ଚୋ ,୨୮।୭(ସୁଶାନ୍ତ କୁମାର ସାହୁ/ପ୍ରଦୋଷ ବିଶ୍ୱାଳ): ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ବନ୍ୟା ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri