ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ

ଖୋର୍ଦ୍ଧା ଅଫିସ,୩୦ା୧୦: ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ, ଜିଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ- ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ଶନିବାର ଏନେଇ ଜିଲାପାଳଙ୍କ ସମ୍ମିଳନୀରେ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ସେ କହିଲେ ଯେ, ଆସନ୍ତା ଜାନୁୟାରୀ ପହିଲା ପର୍ଯ୍ୟନ୍ତ ୧୮ ବର୍ଷ ବୟସ ହେଉଥିବ ସେମାନେ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରି ପାରିବେ। ନୂତନ ଭୋଟର ଭାବେ ପଞ୍ଜୀକରଣ ନିମନ୍ତେ ଫର୍ମ-୬, ପ୍ରବାସୀ ଭାରତୀୟମାନଙ୍କ ପଞ୍ଜୀକରଣ ନିମନ୍ତେ ଫର୍ମ -୬ କ, ଭୋଟର ତାଲିକାରୁ ନାମ ବାଦ୍‌ ପାଇଁ ଫର୍ମ-୭, ତ୍ରୁଟି ସଂଶୋଧନ ପାଇଁ ଫର୍ମ-୮, ସ୍ଥାନାନ୍ତରଣ ନିମନ୍ତେ ଫର୍ମ-୮ କ ମାଧ୍ୟମରେ ବୁଥ୍‌ସ୍ତରରେ ବିଏଲ୍‌ଓମାନଙ୍କ ନିକଟରେ ଆବେଦନ କରିପାରିବେ। ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୧ରୁ ୩୦ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ଡିସେମ୍ବର ୨୦ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗଗୁଡ଼ିକର ସମାଧାନ କରାଯାଇ ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଥିଲେ, ଭୋଟର ହେଲ୍ପଲାଇନ ଆପ୍‌ National Voter Service Portal ଏବଂ ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ଭୋଟରମାନେ ସେମାନଙ୍କ ତଥ୍ୟ ପାଇପାରିବେ। ଉପଜିଲାପାଳ ଓ ସମସ୍ତ ବିଡିଓମାନଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି। କୌଣସି ଭୋଟର ଯେପରି ଭୋଟ ଦାନରୁ ବଞ୍ଚିତ ନ ହୁଅନ୍ତି ଏଥିନିମନ୍ତେ ଆସନ୍ତା ୭ ଓ ୨୧ ତାରିଖ ରବିବାରଗୁଡ଼ିକରେ ସ୍ବତନ୍ତ୍ର ଅଭିଯାନ ଦିବସ ପାଳନ କରାଯିବ। ବୁଥ୍‌ସ୍ତରୀୟ ଅଧିକାରୀମାନେ ବୁଥ୍‌ଗୁଡ଼ିକରେ ଉପସ୍ଥିତ ରହିବେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ, ଭୁବନେଶ୍ବର ପ୍ରଫୁଲ୍ଲ କୁମାର ସ୍ବାଇଁ, ଖୋର୍ଦ୍ଧା ଉପଜିଲାପାଳ ଆଇ ଗୌରବ ଶିବାଜୀ, ଭୁବନେଶ୍ବର ଉପଜିଲାପାଳ ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଧୂହତ୍ୟା ଅଭିଯୋଗ: ସ୍ବାମୀ ଅଟକ, ଶାଶୁ-ଶ୍ୱଶୁର ଫେରାର

ଭୁବନ,୨୫।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଡିହସାହିରେ ସୋମବାର ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ନବବଧୂ ଜଣଙ୍କ ଭୁବନ ଥାନା ବାଳୁଆ...

ଦୈନିକ ୧୧୬ ଟଙ୍କାରେ କାମ କରୁଛନ୍ତି ଦିବ୍ୟାଙ୍ଗ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ପୌରାଞ୍ଚଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ରାକେଶ କୁମାର ପଣ୍ଡା(୪୫) ନାମକ ଜଣେ ଦିବ୍ୟାଙ୍ଗ ଦୈନିକ ୧୧୬ ଟଙ୍କାରେ ଦୀର୍ଘ...

ଶିକ୍ଷା, ସମବାୟ, ବନ ବିଭାଗକୁ ଯାଞ୍ଚ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ, ୫୪: କଠିନ ପରିଶ୍ରମ କରି ବହୁ ମେଧାବୀ ଛାତ୍ରୀଛାତ୍ର, ତାଲିମପ୍ରାପ୍ତ ଯୁବତୀ, ଯୁବକ ଯୋଗ୍ୟତା ପ୍ରମାଣପତ୍ର ଧରି ବାରଦୁଆର ହେଉଛନ୍ତି। ହେଲେ ସହସ୍ରାଧିକ...

ଅଘୋଷିତ ବିଦ୍ୟୁତ୍‌କାଟରେ ପାଲଲହଡ଼ାବାସୀ ହନ୍ତସନ୍ତ; ଘଣ୍ଟାକୁ କଟୁଛି ୧୦ ଥରରୁ ଅଧିକ

ପାଲଲହଡା,୨୪।୬(ଡି.ଏନ.ଏ) ପାଲଲହଡ଼ା ଉପଖଣ୍ଡ ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଅଘୋଷିତ ବିଦ୍ୟୁତକାଟ ହେଉଥିବା ଅଭିଯୋଗ ହେଉଛି। ଘଣ୍ଟାକୁ ୧୦ରୁ ଊର୍ଦ୍ଧ୍ୱ ଥର ବିଦ୍ୟୁତ କାଟ ଯୋଗୁ ଜନସାଧାରଣ ନାହିଁ...

ସନୋଜ ଫିଲିଙ୍ଗ ଷ୍ଟେସନ ଉଦଘାଟିତ

ଦାରିଙ୍ଗବାଡି,୧୯।୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡିର ୫୯ ନଂ ଜାତୀୟ ରାଜପଥ କଡରେ ବୁଧବାର ଏକ ନୂତନ ପେଟ୍ରୋଲ ପମ୍ପ ଉଦଘାଟନ ହୋଇଯାଇଛି। ଏହାକୁ ସନୋଜ ଫିଲିଙ୍ଗ...

୧୨ନଂ. ଜୋନ୍‌ ଉପରେ ନଜର

ବାରିପଦା ଅଫିସ,୧୪ା୨: ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ୧୨ ଓ ୧୩ନଂ. ଜିଲା ପରିଷଦ ଜୋନ୍‌ ହାତେଇବା ପାଇଁ ଭାଜପା ଓ ବିଜେଡି ପ୍ରାର୍ଥୀ ଜୋରସୋରରେ...

ଦୂର ହେବ ପାର୍କିଂ, ଚୋରି ଚିନ୍ତା

ଅନୁଗୋଳ ଅଫିସ,୪।୬ ରାସ୍ତାପାର୍ଶ୍ୱ କି ଘର ସମ୍ମୁଖରେ ଆଉ ପାର୍କିଂ ହେବନି ଟ୍ରକ୍‌। ଚୋରି ହେବନି ପରିବହନ ସାମଗ୍ରୀ, ଯନ୍ତ୍ରାଂଶ କିମ୍ବା ଗାଡ଼ି। ରାଜପଥରେ ଦେଖାଦେବନି...

କରୋନା କାଳରେ କଳାବଜାର: ବଢ଼ିଲା ଆଳୁଦର, ପ୍ରଶାସନର ଚଢ଼ାଉ

ବୁଗୁଡ଼ା,୪।୫(ଡି.ଏନ୍‌.ଏ.): ମହାମାରୀ କରୋନାର ପ୍ରଭାବକୁ ପ୍ରତିହତ କରିବା ଲକ୍ଷ୍ୟରେ ସରକାର ମେ’ ୫ରୁ ୧୫ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ବୁଗୁଡ଼ାର କେତେକ ମୁନାଫାଖୋର...

Advertisement
Archives

Model This Week