Posted inଜାତୀୟ

ମମତାଙ୍କ ବିପକ୍ଷରେ ପ୍ରାର୍ଥୀ ଦେବନି କଂଗ୍ରେସ,ଚର୍ଚ୍ଚା ଜାରି…

କୋଲକାତା,୬।୯: ଭବାନୀପୁର ବିଧାନସଭା ଆସନ ପାଇଁ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ଦିଆଯିବ ନାହିଁ ବୋଲି କୁହାଯାଉଛି। ଏନେଇ ରାଜ୍ୟରେ ଜୋର ସୋର୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଏନେଇ ରାଜ୍ୟ କଂଗ୍ରେସ ଅବା କେନ୍ଦ୍ରୀୟସ୍ତରରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଭାଜପା ପକ୍ଷରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଅଭିନେତା-ରାଜନେତା ରୁଦ୍ରନିଲ ଘୋଷ, ପୂର୍ବତନ ରାଜ୍ୟପାଳ ତଥାଗତ ରାୟ, ପୂର୍ବତନ ଟିଏମସି ଏମ୍‌ପି ଦୀନେଶ ତ୍ରିବେଦୀ ଏବଂ ଡ. ଅନିର୍ବାଣ ଗାଙ୍ଗୁଲି ଅଛନ୍ତି।

୨୦୧୧ ଏବଂ ୨୦୧୬ ବିଧାନସଭା ନିର୍ବାଚନରେ ଭବାନୀପୁରରୁ ମମତା ବାନାର୍ଜୀ ଜିତିଥିଲେ। ଭବାନୀପୁର, ଶମଶେରଗଞ୍ଜ ଏବଂ ଜାଙ୍ଗିପୁର ଆସନରେ ଉପ ନିର୍ବାଚନ ପାଇଁ ମମତାଙ୍କ ତୃଣମୂଳ କଂଗ୍ରେସ ପକ୍ଷରୁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଭବାନୀପୁରରୁ ମମତା ଲଢ଼ିବେ। ଏଥି ସହ ଜାଙ୍ଗିପୁରରୁ ଜାକିର ହୁସେନ ଏବଂ ଶାମଶେରଗଞ୍ଜରୁ ଅମିରୁଲ ଇସଲାମ ପ୍ରତିଦ୍ୱନ୍ଦ୍ୱିତା କରିବେ।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ୩୦ ସେପ୍ଟେମ୍ବରରେ ପଶ୍ଚିମବଙ୍ଗରେ ଉପ ନିର୍ବାଚନ ପାଇଁ ମତଦାନ ହେବ। ୩ ଅକ୍ଟୋବରରେ ଭୋଟ ଗଣତି ହେବ। ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଏହି ୩ଟି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରାଯିବ। ୧୬ ସେପ୍ଟେମ୍ବର ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା ଦାବି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ମୁମ୍ବାଇ,୧୪ା୧୧(ପି.ଟି.): ୫୦:୫୦ ସୂତ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ଭାଗବଣ୍ଟା ସମେତ ଶିବସେନାର ଅନ୍ୟ ଦାବିଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ...

ନୀତୀଶ କୁମାରଙ୍କ ଉପରେ ଆକ୍ରମଣ

ପାଟନା,୨୮।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ନିଜ ସହର ଭଖ୍‌ତିୟାରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ସଙ୍ଗେ...

କଂଗ୍ରେସର ପୁରୁଣା ପାଠର ଆଲୋଚନା, ରବିବାର ଓ୍ବାର୍କିଂ କମିଟି ବୈଠକ…

ନୂଆଦିଲ୍ଲୀ, ୧୨।୩ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ପରେ କଂଗ୍ରେସ ପକ୍ଷରୁ ପୁରୁଣା ପାଠର ଆଲୋଚନା ଆରମ୍ଭ ହୋଇଛି। ରବିବାର ଦଳର ଓ୍ବାର୍କିଂ କମିଟି...

ୟୁପି ବୋର୍ଡ ଟପ୍ପର: ରିୟା-ଅନୁରାଗ

ଲକ୍ଷ୍ନୌ, ୨୭।୬: ୟୁପି ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଦଶମ ବୋର୍ଡ ପରୀକ୍ଷାରେ ବାଗପତର ରିୟା ଜୈନ୍‌...

ରୁଷିଆକୁ ଶସ୍ତାରେ ତୈଳ ଦେବାକୁ ଦାବି କଲା ଭାରତ

ନୂଆଦିଲ୍ଲୀ/ମସ୍କୋ,୫।୫: ଗତ ୨ମାସ ହେଲାଣି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଏହି ଆକ୍ରମଣ ଯୋଗୁ ସମସ୍ତ ପଶ୍ଚିମ ଦେଶ ରୁଷିଆକୁ ବିରୋଧ କରିବା...

ପୁଣି ବଢୁଛି କରୋନା ଗ୍ରାଫ୍‌: ଦିନକରେ ୪୫ ହଜାରରୁ ଅଧିକ ଚିହ୍ନଟ, ୫୮୪ ମୃତ୍ୟୁ

ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ସଂକ୍ରମଣ ପୁଣି ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୪୫ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା...

ଏମ୍‌ବିଏ ଛାତ୍ରଙ୍କୁ ଅପହରଣ, ବନ୍ଧୁକ ଦେଖାଇ ନ୍ୟୁଡ୍‌ ଭିଡିଓ ଶୁଟ୍‌ କରାଗଲା

ନୂଆଦିଲ୍ଲୀ,୮।୨: ଏମ୍‌ବିଏ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ଦୁଇ ଦିନ ପରେ ତାଙ୍କୁ ଅପହରଣ ପରେ ବନ୍ଧୁକ ଦେଖାଇ ନ୍ୟୁଡ୍‌ ଭିଡିଓ ଶୁଟ୍‌ କରି ବ୍ଲାକମେଲ କରୁଥିବା...

ଭିଡିଓ ଜାରି କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କଙ୍ଗନା

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍ ଗୁରୁବାର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କୁ...

Advertisement
Archives

Model This Week