Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜ ଜମି ସମ୍ପର୍କିତ ବିବାଦର CBI ତଦନ୍ତ କରାଇବାକୁ ଦାବି କରିଛନ୍ତି । ମୋଦିଙ୍କ ସହ ସାକ୍ଷାତ ପରେ ତାଙ୍କୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିବା ଏବଂ ଏବେ ନ୍ୟାୟ ମିଳିବ ବୋଲି ଆଶା ରଖିଥିବା ଭୋରା କହିଛନ୍ତି।

ଭୋରାଙ୍କ ଦାବି ଅନୁସାରେ, ଗୁଜରାଟର ବଡ଼ନଗରସ୍ଥିତ ବି.ଏନ୍‌. ସ୍କୁଲରେ ପଢ଼ୁଥିବା ସମୟରୁ ସେ ମୋଦିଙ୍କୁ ଜାଣିଛନ୍ତି ଏବଂ ତାଙ୍କର ବାଲ୍ୟବନ୍ଧୁ । ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ମଧ୍ୟ ଏହି ସାକ୍ଷାତର ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ତାଙ୍କ ବନ୍ଧୁଙ୍କୁ ନିଶ୍ଚିତ ନ୍ୟାୟ ଦେବେ ବୋଲି କହିଛନ୍ତି। ଭୋରାଙ୍କ କହିବା ଅନୁଯାୟୀ, ୧୯୮୯ରେ ଭାୟନ୍ଦର ପୂର୍ବର ନବଘର ଅଞ୍ଚଳରେ ପ୍ରାୟ ୨,୮୧୦ ବର୍ଗମିଟର ଜମି ଏକ ପଞ୍ଜୀକୃତ ଚୁକ୍ତି ମାଧ୍ୟମରେ କିଣିଥିଲେ। ତାଙ୍କ ଦାବି ହେଉଛି, ସେ ଏହି ଜମିକୁ କେବେ ବିକ୍ରି କରିନାହାନ୍ତି କିମ୍ବା ଅନ୍ୟ କାହା ନାମକୁ ହସ୍ତାନ୍ତର କରିନାହାନ୍ତି। କିନ୍ତୁ ୨୦୧୧ରେ ସ୍ୱୟଂ ବିଲ୍ଡର୍ସ ସହ କଥିତ ମିଳିଭଗତ କରି ଜାଲ୍‌ ଦଲିଲ ପ୍ରସ୍ତୁତ କରାଯାଇଥିଲା। ପରେ ତାଙ୍କ ଅଜାଣତରେ ସମ୍ପତ୍ତିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଭୋରାଙ୍କ ଅଭିଯୋଗ ଅନୁସାରେ, ଜମିର ଗୋଟିଏ ଅଂଶର ମାଲିକ ଭାବେ ସ୍ୱୟଂ ବିଲ୍ଡର୍ସକୁ ଏବଂ ଅନ୍ୟ ଅଂଶର ମାଲିକ ଭାବେ ସେଭେନ୍‌ ଇଲେଭେନ୍‌ କନ୍‌ଷ୍ଟ୍ରକ୍ସନ୍ସକୁ ଦର୍ଶାଯାଇଛି। ସେଭେନ୍‌ ଇଲେଭେନ୍‌ କନ୍‌ଷ୍ଟ୍ରକ୍ସନ୍ସର ସମ୍ପର୍କ ଭାଜପା ବିଧାୟକଙ୍କ ସହ ଥିବା ସେ ଦାବି କରିଛନ୍ତି। ନିଜର ମାଲିକାନା ଦାବି ଥିବା ସତ୍ତ୍ୱେ ମୀରା-ଭାୟନ୍ଦର ମହାନଗର ନିଗମର ନଗର ଯୋଜନା ବିଭାଗ ବିବାଦୀୟ ଜମିରେ ନିର୍ମାଣ ପାଇଁ ଅନୁମତି ଦେଇଥିବା ଭୋରା ଅଭିଯୋଗ କରିଛନ୍ତି। ଏହାସହ ଦଲିଲରେ କଥିତ ହେରଫେରରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ନଗର ନିଗମ, ରାଜସ୍ୱ ବିଭାଗ ଓ ସ୍ଥାନୀୟ ପୁଲିସ ଅଧିକାରୀମାନେ ପଦକ୍ଷେପ ନେଇନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

କଥିତ ଜାଲିଆତି ନେଇ ଭୋରା ୨୦୧୫ରେ FIR ଦାଖଲ କରିଥିବା କହିଛନ୍ତି। ପରେ ମାମଲା କୋର୍ଟକୁ ଯାଇଥିଲା। ତେବେ FIR ଦାଖଲ ହେବାର ପ୍ରାୟ ୧୧ ବର୍ଷ ପରେ, ୨୦୨୬ରେ CID ରିପୋର୍ଟ ଦାଖଲ କରାଯାଇଥିବା ସେ ଦାବି କରିଛନ୍ତି। ରାଜନୈତିକ ଚାପ ଯୋଗୁଁ ଅଧିକାରୀମାନେ ଏହି ମାମଲାରେ ଠୋସ୍‌ ପଦକ୍ଷେପ ନେଇନଥାଇପାରନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହାସହ ୨୦୨୫ରେ ତାଙ୍କୁ ପୂର୍ବ ସୂଚନା ନଦେଇ କିମ୍ବା ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ତାଙ୍କ ବିରୋଧରେ ପାଲଟା ମାମଲା ରୁଜୁ କରାଯାଇଥିବା ମଧ୍ୟ ସେ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ଭୋରାଙ୍କ ସାକ୍ଷାତ ପରେ ସ୍ଥାନୀୟ ପୌର ଅଧିକାରୀମାନେ ଏହି ମାମଲା ଉପରେ ଧ୍ୟାନ ଦେଇଥିବା ଜଣାପଡ଼ିଛି । ଆସନ୍ତା ୧୬ ସେପ୍ଟେମ୍ବରରେ ମାମଲାର ଶୁଣାଣି ଧାର୍ଯ୍ୟ ହୋଇଛି । ସମ୍ପୃକ୍ତ କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କୁ ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?