ଏମ୍‌କେସିଜିରେ ତେଜୁଛି ଅସନ୍ତୋଷ: କନିଷ୍ଠ ଡାକ୍ତର ସଂଘର ଧାରଣା

ବ୍ରହ୍ମପୁର ଅଫିସ,୮ା୪: ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ୮ ବରିଷ୍ଠ ଡାକ୍ତରଙ୍କ ବଦଳିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏପରି କି ସ୍ବାସ୍ଥ୍ୟ ବିଭାଗର ଏଭଳି ନିଷ୍ପତ୍ତିକୁ ଏମ୍‌କେସିଜିର କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ବିରୋଧ କରାଯାଇଛି।

ଶୁକ୍ରବାର କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ସଭାପତି ଡା.ସତ୍ୟସ୍ବରୂପ ପଟ୍ଟନାୟକ କହିବା ମୁତାବକ, ଏମ୍‌କେସିଜି ହେଉଛି ଦକ୍ଷିଣ ଓଡ଼ିଶାର ପ୍ରମୁଖ ହସ୍ପିଟାଲ। ହସ୍ପିଟାଲରେ ୟୁଜି, ପିଜି ଓ ଡିଏମ୍‌ ଛାତ୍ରୀଛାତ୍ର ପାଠ ପଢିବା ସହ ଗବେଷଣା ଜାରି ରହିଛନ୍ତି। ଏଭଳି ସ୍ଥିତିରେ ସରକାର ପ୍ରତ୍ୟେକ ମାସରେ ଏଠାରୁ ବରିଷ୍ଠ ଡାକ୍ତରଙ୍କୁ ବଦଳି କରୁଛନ୍ତି। ଫଳରେ ରୋଗୀ ସେବା ବ୍ୟାହତ ହେବା ସହ ପାଠପଢ଼ାରେ ବାଧା ଉପୁଜୁଛି। ତେଣୁ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ, ଗତ ଦୁଇ ଦିନ ଭିତରେ ଏମ୍‌କେସିଜିରୁ ୮ ଜଣ ଆସୋସିଏଟ୍‌ ପ୍ରଫେସରଙ୍କୁ କେଉଁଝର ଓ ସୁନ୍ଦରଗଡ଼ ସ୍ଥିତ ମେଡିକାଲ କଲେଜକୁ ବଦଳି କରାଯାଇଛି। ଗତ ମାସରେ ୧୩ ଜଣ ବରିଷ୍ଠ ଡାକ୍ତରଙ୍କୁ ବଦଳି କରାଯାଇଥିଲା। ମାସକ ଭିତରେ ୨୧ ଡାକ୍ତର ବଦଳି ହୋଇଥିବା ବେଳେ ମାତ୍ର ୪ ଜଣଙ୍କୁ ଏମ୍‌କେସିଜିକୁ ପଠାଯାଇଛି। ବାରମ୍ବାର ଡାକ୍ତରଙ୍କ ବଦଳିକୁ ନେଇ ଜନଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?