ସଙ୍କୁଚିତ କ୍ଷେତ୍ର

Dillip Cherian

ପ୍ରଶାସନରେ ଆଇଏଏସ୍‌ଙ୍କ ସମ୍ମାନଜନକ କ୍ଷେତ୍ର ଏବେ ସଙ୍କୁଚିତ ହେଉଛି କି? ହିଁ, ନିଶ୍ଚିତ ଭାବେ ଏହା ଘଟୁଛି। ମୋଦି ସରକାର କ୍ଷମତାକୁ ଆସିବା ପର ବର୍ଷଗୁଡ଼ିକରେ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ ସ୍ତରରେ ଆଇଏଏସ୍‌ କ୍ୟାଡର ସଂଖ୍ୟା ବହୁତ କମିଯାଇଛି। ୨୦୧୫-୨୦୧୭ ମଧ୍ୟରେ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ୨୪୯ରୁ (ମୋଟ ୩୯୧ ଯୁଗ୍ମ ସଚିବରୁ) ହ୍ରାସ ପାଇ ଚଳିତ ବର୍ଷ ଜାନୁୟାରୀ ସୁଦ୍ଧା ଏହା କେବଳ ୭୭ରେ ସୀମିତ ରହିଥିଲା। ସେହିପରି ୨୦୧୫ରେ ଅତିରିକ୍ତ ସଚିବଙ୍କ ସଂଖ୍ୟା ୯୮ ଥିଲାବେଳେ ଚଳିତ ବର୍ଷ ଏହା ରହିଛି ୭୬। ଏହି ଧାରା ଜାରି ରହିଛି। ଖୁବ୍‌ ନିକଟରେ ସରକାର ସବୁ ମନ୍ତ୍ରଣାଳୟରେ ୩୧ ଅଧିକାରୀଙ୍କୁ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ ର଼୍ୟାଙ୍କକୁ ପଦୋନ୍ନତି ଦେଇଥିବାବେଳେ ଏମାନଙ୍କ ମଧ୍ୟରେ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ମାତ୍ର ୧୨। ଆଉ ସବୁ ଅଧିକାରୀ ଅନ୍ୟ ସେବାରୁ ଆସିଛନ୍ତି। ଏହା ନିଶ୍ଚିତ ଭାବେ ଏକ ଧାରଣା ସୃଷ୍ଟି କରୁଛି ଯେ, ମୋଦି ସରକାର ଆଇଏଏସ୍‌ର ପ୍ରାଧାନ୍ୟ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଭଳି କରିବା ପଛରେ ଆଉ ଏକ କାରଣ ରହିଛି, ଯେଉଁଥିରେ ସରକାର ଉପତ୍ନ୍ନ ସମସ୍ୟାର ତତ୍‌କାଳ ସସାଧାନ କରିବାକୁ ଚାହଁୁଛନ୍ତି। ସରକାର ମଧ୍ୟ ସେଣ୍ଟ୍ରାଲ୍‌ ଡେପୁଟେଶନ ପାଇଁ ଦେଖାଦେଇଥିବା ଆଇଏଏସ୍‌ ଅଧିକାରୀଙ୍କ ସଙ୍କଟର ସମାଧାନ କରିବାକୁ ଚାହଁୁଛନ୍ତି। ଏଭଳି ଅଭାବର ସମ୍ମୁଖୀନ ହୋଇ ସରକାର ଅସମନ୍ବୟରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସମ୍ଭବତଃ ଆଗାମୀ ଦୁଇ ବର୍ଷରେ ଅଭାବ ପୂରଣ କରିବା ସହ ସର୍ବୋତ୍ତମ ପରିଣାମ ପାଇବାକୁ ଅନ୍ୟ ସେବାର ଅଧିକାରୀମାନଙ୍କୁ ଉପଯୋଗ କରିବେ। ଯାହା ହେଲେ ବି ଉକ୍ତ ସ୍ବଳ୍ପକାଳୀକ ପରିବର୍ତ୍ତନ ବର୍ତ୍ତମାନ ପାଇଁ ଭଲ ହୋଇପାରେ।

ଅଣବାବୁଙ୍କ ହାତରେ ପଦବୀ

ଦ୍ୱିତୀୟ ଥର ଲାଗି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭଳି ସମ୍ମାନଜନକ ପଦବୀ ଅଣବାବୁଙ୍କ ହାତକୁ ଚାଲିଯାଇଛି। ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି.ସୁବ୍ରମଣ୍ୟନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରେ ଭାରତର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇଛନ୍ତି। ସୁରଜିତ୍‌ ଭାଲାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ସୁବ୍ରମଣ୍ୟନଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ଅବଧି ୩ ବର୍ଷ ପାଇଁ ହୋଇଛି ଓ ଡ. ସୁରଜିତ ଏସ୍‌. ଭାଲାଙ୍କ କାର୍ଯ୍ୟକାଳ କମାଯାଇ ଏହା କରାଯାଇଛି। ନିର୍ଦ୍ଦେଶନାମାରେ ଯାହା ଉଲ୍ଲେଖ ହୋଇଛି ତାହାକୁ ନେଇ ଲୋକମାନେ ଅନେକ କଥା କହୁଛନ୍ତି। ଉଲ୍ଲିଖିତ ଶବ୍ଦରୁ ଜଣାପଡ଼ୁଛି ଯେ, ସୁବ୍ରମଣ୍ୟନଙ୍କୁ ନିଯୁକ୍ତ କରିବା ଲାଗି ଭାଲାଙ୍କୁ ପଦବୀ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ଭାଲା ଦିଲ୍ଲୀରେ ଥିଲେ। ଏଣୁ ସେ ଯେତେବେଳେ ଓ୍ବାଶିଂଟନ ଡିସିରେ ଓହ୍ଲାଇଲେ ସେତେବେଳେ ତାଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ସୁବ୍ରମଣ୍ୟନଙ୍କ ସମ୍ପର୍କରେ ନିଶ୍ଚିତ ଭାବେ ଶୁଣିଥିବେ। ଏହି ଘଟଣା ସମ୍ପର୍କରେ ଯେଉଁମାନେ ଭଲ ଭାବେ ଅବଗତ ସେମାନେ ଭାଲାଙ୍କ ଅପସାରଣ ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି। ସ୍ପଷ୍ଟତଃ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନେ ଆଇଏମ୍‌ଏଫ୍‌ ବୋର୍ଡ ଦ୍ୱାରା ନିର୍ବାଚିତ ହୋଇଥାନ୍ତି ଏବଂ ଭାଲା ମଧ୍ୟ ପୂର୍ବରୁ ଅନ୍ୟମାନଙ୍କ ଭଳି ତାଙ୍କ ୩ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ। ଏଣୁ ଏଭଳି ଅନାବଶ୍ୟକ ବିବାଦ ପାଇଁ ଖରାପ ଡ୍ରାଫ୍ଟିଂର ଦୋଷ। ଭାଲାଙ୍କ ପରେ ନିଯୁକ୍ତ ହୋଇଥିବା ସୁବ୍ରମଣ୍ୟନଙ୍କର ଏକ ଖରାପ ରେକର୍ଡ ରହିଛି। ଏଣୁ ତାଙ୍କ ନିଯୁକ୍ତିକୁ ନେଇ ଦିଲ୍ଲୀର ବାବୁମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି। ତେବେ ଏହା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଯାହା ବାବୁଙ୍କ କ୍ଷେତ୍ରର ସୀମା ବାହାରକୁ ଚାଲିଯାଇଥିବା ଜଣାପଡ଼ୁଛି।

ମୁଖ୍ୟ ପାଇଁ ଅପେକ୍ଷା

ନିକଟରେ ତୈଳ ଓ ପ୍ରାକୃତିକ ବାଷ୍ପ (ଓଏନ୍‌ଜିସି) ପାଇଁ ନୂଆ ମୁଖ୍ୟ ନିଯୁକ୍ତି ନିମନ୍ତେ ସର୍ଚ୍ଚ ଆଣ୍ଡ ସିଲେକ୍‌ସନ କମିଟି ୯ ଜଣ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ଲାଗି ଡାକିଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୬ ଜଣ ପହଞ୍ଚିଥିଲେ। ପଦ ଛାଡ଼ୁଥିବା ଓଏନ୍‌ଜିସିର ମୁଖ୍ୟ ଅଳକା ମିତ୍ତଲ, ଯିଏ କି ପଦବୀର ଅତିରିକ୍ତ ଦାୟିତ୍ୱରେ ରହିଆସିଛନ୍ତି , ସେ କମିଟି ସମ୍ମୁଖରେ ଉପସ୍ଥିତ ହେବାକୁ ଚାହଁିନାହାନ୍ତି। ତେବେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ଉକ୍ତ କମିଟି ଆଉ ଦୁଇ କି ତିନି ମାସ ସମୟ ନେବ। ଅଧିକାଂଶ ବାବୁ ପର୍ଯ୍ୟବେକ୍ଷକ କହନ୍ତି ଯେ, ସେ ପର୍ଯ୍ୟନ୍ତ ଓଏନ୍‌ଜିସି ଜଣେ ଅସ୍ଥାୟୀ ବା ସ୍ବଳ୍ପକାଳୀକ ଚେୟାରପର୍ସନକୁ ନେଇ କାର୍ଯ୍ୟ କରିବାକୁ ପଡ଼ିବ; ଯାହା ନିଶ୍ଚିତ ଭାବେ ଏକ ରେକର୍ଡ। ଗତବର୍ଷ ମାର୍ଚ୍ଚରେ ମୁଖ୍ୟ ପଦବୀରୁ ଶଶୀ ଶଙ୍କର ସେବାନିବୃତ ହେବା ପରେ ତାହା ଖାଲିପଡ଼ିିଛି। ସେବେଠାରୁ ୧୭ ମାସ ହେଲା ଦେଶର ସବୁଠୁ ଲାଭକାରୀ କମ୍ପାନୀ ଓଏନ୍‌ଜିସି ଜଣେ ପୂର୍ଣ୍ଣକାଳୀକ ବା ସ୍ଥାୟୀ ମୁଖ୍ୟ ପାଇବାକୁ ସକ୍ଷମ ହୋଇନାହିଁ। ଶଶୀ ଶଙ୍କରଙ୍କ ପରେ ଓଏନ୍‌ଜିସି ମ୍ୟାନେଜ୍‌ମେଣ୍ଟର ସୁବାସ କୁମାର ଓ ତାଙ୍କ ପରେ ମିତ୍ତଲଙ୍କ ଦ୍ୱାରା କାମ ଚଳାଇ ଆସିଛି। ତେବେ ସବୁଠୁ ବରିଷ୍ଠ ନିର୍ଦ୍ଦେଶକ ଆର୍‌.କେ. ଶ୍ରୀବାସ୍ତବ (ଏକ୍ସପ୍ଲୋରେଶନ ନିର୍ଦ୍ଦେଶକ) ଅନ୍ତରୀଣ ମୁଖ୍ୟ ହେବାର ବହୁତ ସମ୍ଭାବନା ରହିଛି। କୌତୂହଳର କଥା, ପବ୍ଲିକ ଏଣ୍ଟରପ୍ରାଇଜ୍‌ ସିଲେକ୍‌ସନ ବୋର୍ଡ (ପିଇଏସ୍‌ବି) ମୁଖ୍ୟ ମଲ୍ଲିକା ଶ୍ରୀନିବାସନଙ୍କ ନେତୃତ୍ୱରେ ଗଠିତ ସିଲେକ୍‌ସନ କମିଟିରେ ପେଟ୍ରୋଲିୟମ ସଚିବ ପଙ୍କଜ ଜୈନ ଏବଂ ପୂର୍ବତନ ଇଣ୍ଡିଆନ୍‌ ଅଏଲ୍‌ ଚେୟାରମ୍ୟାନ ବି. ଅଶୋକ ରହିଛନ୍ତି। ଉକ୍ତ କମିଟି ଫେବୃୟାରୀରେ ଗଠନ କରାଯାଇଥିଲେ ମଧ୍ୟ ଚଳିତ ମାସେରେ ଏହା କାମ ଆରମ୍ଭ କଲା। ଏହି ସମୟରେ ଏହା ମଧ୍ୟ ମନେରଖିବା ଦରକାର ଯେ, ଓଏନ୍‌ଜିସି ସହ ଅତି କମ୍‌ରେ ୨୦ଟି ପବ୍ଲିକ୍‌ ସେକ୍ଟର ଏଣ୍ଟରପ୍ରାଇଜେସ୍‌ରେ ପୂର୍ଣ୍ଣକାଳୀକ ମୁଖ୍ୟ ନାହାନ୍ତି।

 

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri