ପରେ ଆସ ଶସ୍ତାରେ ମିଳିବ

ଡ. ଗଣେଶ ଚନ୍ଦ୍ର କୁଣ୍ଡ

ପରିବା ହାଟରେ ପହଞ୍ଚି ଦେଖିଲି ପରିବା ଦୋକାନୀ ଓ ଜଣେ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ। କେହି କେହି ନ ଶୁଣିଲା ପରି ଚାଲିଯାଉଥିଲା ବେଳେ ଅନେକ ଲୋକ ଦେଖିବା ପାଇଁ ସେଠାରେ ଭିଡ ଜମାଉଥିଲେ। ଏତେ ଭିଡ଼ ହୋଇଗଲା ଯେ ଆଉ ଆଗକୁ ଯାଇପାରିଲି ନାହିଁ, ଯାହାଯେତିକି କାନରେ ବାଜିଲା। ଦୋକାନୀ ଜଣକ କହୁଥିଲେ ମୁଁ ଜଣେ ଚାଷୀ, ଯାହା ଉତ୍ପାଦନ କରେ ନିଜ ଦୋକାନରେ ବିକ୍ରି କରେ; ଯାହାଫଳରେ ମୋର ଲାଭ ହେବା ସହିତ ଗ୍ରାହକଙ୍କୁ ମଧ୍ୟ ଟିକେ କମ୍‌ ଦାମରେ ଦେଇଥାଏ। କିନ୍ତୁ ଏମିତି ଲୋକ କେଉଁଠି ଦେଖିନି। ୨୫୦ ଗ୍ରାମ ଟମାଟୋ ନେବେ କିନ୍ତୁ ୨ କିଲୋ ଟମାଟୋ ଗଡ଼େଇ ଗଡ଼େଇ ନଷ୍ଟ କରିଦେଲାଣି। ଅଧ ଘଣ୍ଟା ହେଲା ବାଇଗଣ ଚିପି ଚିପି ଦେଖୁଛନ୍ତି। ସଜ ଭେଣ୍ଡି ଅଗ ଗୁଡ଼ାକ ଭାଙ୍ଗି ନଷ୍ଟ କରିଦେଇଛନ୍ତି, ତାକୁ ଆଉ କିଏ କିଣିବ? ଏଭଳିଆ ଗ୍ରାହକ ମୋର ଦରକାର ନାହିଁ। ମୁଁ ପରିବା ସଜେଇ କି ରଖିଛି, ହାତ ମାରି ମାରି ସବୁ ପରିବା ତଳ ଉପର କରିଦେଲେଣି ।
ଗତକାଲି ସେମିତି ଗୋଟି ଗୋଟି କରି ସବୁ ପରିବାର ମୂଲ୍ୟ ପଚାରିଲେ, ତା’ପରେ ଗାଡି ଷ୍ଟାର୍ଟ କରି ଛୁ। ଗ୍ରାହକ ଜଣକ କହୁଥାନ୍ତି ପରିବା ଦେଖିକି ନେବି ନା ପଚାଶଢ଼ା ଯାହା ଦେବ ସବୁ ନେଇଯିବି, ଟଙ୍କା ଗୁଡା କ’ଣ ଗଛରେ ଫଳୁଛି? ପରିବା ଦୋକାନୀ କହୁଥାନ୍ତି ଯଦି ତମ ଟଙ୍କାର ମୂଲ୍ୟ ବହୁତ ତେବେ ଟଙ୍କା ଖାଇଦେଉନ, ପରିବା ପାଇଁ କାହିଁକି ଆସିଛ? ବାରମ୍ବାର ପଚାରୁଛନ୍ତି କୁନ୍ଦୁରି ମୂଲ୍ୟ ଏତେ କାହିଁକି? ସେ ପରିବା କିଏ ଖାଉଛି? ମୁଁ ପରିବା ବିକିବି ନା ପ୍ରଶ୍ନର ଉତ୍ତର ଦେବି ? ଯାଆନ୍ତୁ ଘରେ ଘରେ ପଚାରି ବୁଝିବେ କେଉଁମାନେ କୁନ୍ଦୁରି ଖାଉଛନ୍ତି। ଗ୍ରାହକ କହିଲେ ଏମିତି କ’ଣ କେହି ପଚାରନ୍ତିନି? ମୁଁ ପଚାରି ଗୋଟେ ବିରାଟ ଦୋଷ କରିଦେଲି। ପରିବା ଦୋକାନୀ କହୁଥାନ୍ତି ସବୁବେଳେ ଗୋଟେ ପ୍ରଶ୍ନ, ପରିବା ମୂଲ୍ୟ କାହିଁକି ବଢିଯାଉଛି? ଆପଣଙ୍କ ଦରମା ଯେତେବେଳେ ବଢ଼ିଯାଉଛି? ନିଜେ ହଜାର ହଜାର ଟଙ୍କା ଦରମା ପାଉଛ କିନ୍ତୁ ଚାଷୀ କିମ୍ବା ବ୍ୟବସାୟୀ ଯଦି ଦି’ ପଇସା ପାଇଲେ ସେଇଟା ଦେହରେ ଯାଉନି। ସବୁ କଥା ଟିକେ ଚିନ୍ତା କରିବା ଦରକାର। ପରିବା ଦର ବଢ଼ିଗଲେ ବେକାରି ଓ ଗରିବ ଶ୍ରେଣୀର ଲୋକଙ୍କୁ କଷ୍ଟ ହେବା ସ୍ବାଭାବିକ କଥା। ଆପଣ ଏତେ ଟଙ୍କା ଦରମା ପାଉଛନ୍ତି କିନ୍ତୁ ଯେମିତି ଅଭିନୟ କରୁଛନ୍ତି କିଛି ନାହିଁ।
କେତେକ ଭଦ୍ର ଲୋକଙ୍କ ହସ୍ତକ୍ଷେପ ଫଳରେ ଯୁକ୍ତିତର୍କ ଶେଷ ହେଲା। ସେ ଗ୍ରାହକ ଜଣକୁ ଯେତେବେଳେ ଦେଖିଲି ଜାଣିଲି ଯେ ସେ ଆମ ଜଣାଶୁଣା ବାବୁ। ସେ ଆଗରୁ ପରିଚିତ, ଏବେ କିଛି ଦୂରରେ ରହୁଛନ୍ତି। ବାବୁଙ୍କୁ ପଚାରିଲି, ଆପଣଙ୍କ ଘର ପାଖରେ ପରିବା ଦୋକାନ ଅଛି, ୯ କିଲୋମିଟର ଦୂରକୁ ପରିବା କିଣିବାକୁ କାହିଁକି ଆସୁଛନ୍ତି । ବାବୁ କହିଲେ, ଅଧିକାଂଶ ଚାଷୀ ନିଜର ଉତ୍ପାଦିତ ପରିବା ଆଣି ଏହି ହାଟରେ ବିକିଥାନ୍ତି। ସେଥିପାଇଁ ପରିବା ଶସ୍ତାରେ ମିଳେ ତେଣୁ ମୁଁ ଏଠାକୁ ପରିବା ପାଇଁ ଆସେ। କିନ୍ତୁ ଆଜିକାଲି ଏଠାରେ ବି ଚଢ଼ା ଦର। ସେ ଦୋକାନୀକୁ କହିଲି ପରିବା ମୂଲ୍ୟ ଏତେ କ’ଣ ନେଉଛ? ସେ ମୋତେ କହୁଛି ଆପଣ ଶୀଘ୍ର ପଳେଇ ଆସିଛନ୍ତି, ରାତିକି ଆସ ଶସ୍ତାରେ ମିଳିବ। ମୁଁ ତାକୁ କହିଲି ବ୍ୟବହାର ଠିକ କର, ସେ ମୋତେ କହୁଛି ସଜ ପରିବାର ମୂଲ୍ୟ ଅଧିକ, ରାତି ବେଳକୁ କିମ୍ବା ଟିକେ ଛାଡ଼ିକି ଆସ ପଚା ଓ ପୋକ ପରିବା ବଳିଥିବ, ତେଣୁ ଶସ୍ତାରେ ମିଳିଯିବ। ଏହି କଥାକୁ ନେଇ ଟିକେ ଯୁକ୍ତିତର୍କ ହୋଇଗଲା।
ବାବୁଙ୍କୁ ମୁଁ କହିଲି, ଆପଣ ୯ କିଲୋମିଟର ଦୂରରୁ ଆସିକି ପରିବା ନେଉଛନ୍ତି, ଯିବା ଆସିବା ୧୮ କିଲୋମିଟର। ପରିବା ଟିକେ ଶସ୍ତାରେ କିଣିଲା ବେଳକୁ ପାଖାପାଖି ଅଧା ଲିଟର ତେଲ ଖର୍ଚ୍ଚ ହେଉଥିବ, ତେଲ ଦାମ କ’ଣ କମ୍‌ ଅଛି କି? ଆଜିକାଲି ସବୁ ଜିନିଷର ମୂଲ୍ୟ ବଢ଼ିଯାଇଛି, ଖାଲି ପରିବା କଥା କ’ଣ କହୁଛନ୍ତି? କୃଷକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ; ଯେଉଁମାନଙ୍କ ପାଇଁ ଆମେ ଖାଦ୍ୟ ଖାଉଛେ । କୃଷକମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି କେତେ ପରିଶ୍ରମ କରୁଛନ୍ତି। ପୁଣି ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ହେଲେ ଯେଉଁ ଟଙ୍କା ବିନିଯୋଗ କରି ଫସଲ କରିଥାନ୍ତି ତା’ର ମୂଳ ବି ଚାଲିଯାଏ। କୃଷକମାନେ କେତେ ପରିଶ୍ରମ କରୁଛନ୍ତି, ସେମାନେ ଭଲରେ ରହିବା ଦରକାର। କୃଷକମାନଙ୍କ ଉନ୍ନତି ପାଇଁ ସବୁ କ୍ଷେତ୍ରରେ ସହଯୋଗ କରିବାର ଆବଶ୍ୟକତା ଅଛି।
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ : ୯୯୩୮୦୬୦୮୮୬


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri