ଇରାନ ଓ ଧର୍ମୀୟ ଶାସନ

ରିଜା ଅସ୍‌ଲନ

ଇରାନରେ ମହିଳାଙ୍କ ଅଧିକାର ଏବଂ ଧର୍ମୀୟ ନୈତିକତାର ଦ୍ୱାହି ଦେଉଥିବା ତଥାକଥିତ ପୋଲିସର ନିର୍ଯାତନାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ସ୍ବର ଉଠିଛି। ଏହା ଦେଶର ଶିୟା ଧର୍ମୀୟ ନେତାମାନଙ୍କ ଶାସନ ଏବଂ ଶୀର୍ଷ ନେତା ଆୟାତୋଲ୍ଲା ଖାମିନିଙ୍କ ଅସୀମିତ କ୍ଷମତାର ସ୍ବରୂପକୁ ପୁନର୍ବାର ପ୍ରକାଶ କରିଛି। ଇସ୍‌ଲାମିକ ରିପବ୍ଲିକ ଅଫ୍‌ ଇରାନ୍‌ର ଦୁଇସ୍ତରୀୟ ସରକାର ରହିଛି। ପ୍ରଥମ ସ୍ତରରେ ଏହା ଲୋକଙ୍କ ସାର୍ବଭୌମତ୍ୱକୁ ପ୍ରତିନିଧିତ୍ୱ କରେ। ଏଥିରେ ଜଣେ ରାଷ୍ଟ୍ରପତି ରହି ଦେଶର ଏକ୍‌ଜିକ୍ୟୁଟିଭ ଭାବେ କାର୍ଯ୍ୟ କରିଥାନ୍ତି। ଏଥିରେ ପାର୍ଲାମେଣ୍ଟ ରହିଛି ଯେଉଁଠି ଆଇନ ଗଢା ହେବା ସହ ବିତର୍କ ହୁଏ। ଏହାବ୍ୟତୀତ ଏକ ନ୍ୟାୟପାଳିକା ରହିଛି ଯାହା ସେହି ଆଇନଗୁଡ଼ିକୁ ସମୀକ୍ଷା ଓ ବ୍ୟାଖ୍ୟା କରେ। ଦ୍ୱିତୀୟ ସ୍ତରରେ ଥିବା ସରକାର ଈଶ୍ୱରଙ୍କ ସାର୍ବଭୌମତ୍ୱକୁ ପ୍ରତିନିଧିତ୍ୱ କରିଥାଏ, ଯାହା ଜଣେ ବ୍ୟକ୍ତି, ଶୀର୍ଷ ନେତା କିମ୍ବା ଫକିହ(ଇସଲାମ ଧର୍ମଶାସ୍ତ୍ର ବିଦ୍ୱାନ)ଙ୍କୁ ନେଇ ଗଠିତ।
ଦେଶର କ୍ଷମତା ଉପରେ ଫକିହଙ୍କ ସମ୍ପୂର୍ଣ୍ଣ ଏକଚାଟିଆ ଅଧିକାର ରହିଛି। ସେ ନ୍ୟାୟିକ ମୁଖ୍ୟଙ୍କୁ ନିଯୁକ୍ତ କରନ୍ତି ଓ ଚାହଁିଲେ ରାଷ୍ଟ୍ରପତିଙ୍କୁ ମଧ୍ୟ ବରଖାସ୍ତ କରିପାରନ୍ତି। ସେ ମଧ୍ୟ ସେନାର ମୁଖ୍ୟ। ପାର୍ଲାମେଣ୍ଟରେ ପାସ୍‌ ହୋଇଥିବା ଯେକୌଣସି ଆଇନ ଉପରେ ଭିଟୋ ପ୍ରୟୋଗ ବି କରିପାରନ୍ତି। ଦେଖିବାକୁ ଗଲେ ଏହି ପଦବୀ ସମ୍ପୂର୍ଣ୍ଣ ନିଆରା। ଏହା ଧର୍ମୀୟ ନେତାମାନଙ୍କର ବ୍ୟବସ୍ଥା ଯାହା ସରକାରଙ୍କ ସବୁ ପ୍ରସଙ୍ଗକୁ ନିୟନ୍ତ୍ରଣ କରିବା ଲାଗି ସେମାନଙ୍କୁ ଅନୁମତି ଦେଇଛି। ଏହି ସରକାର ବା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଜଣେ ମନୁଷ୍ୟ ( ଆୟାତୋଲ୍ଲା ଖୋମିନି) ଦ୍ୱାରା ଗଢାଯାଇଛି, ଯିଏ ନିଜ ପଦବୀ ଲାଗି ପ୍ରଥମେ ଦାବି କରିଥିଲେ।
ଖ୍ରୀଷ୍ଟିଆନ ଧର୍ମ ଭଳି ଶିୟାବାଦ ମୁକ୍ତିଦାତା ସମ୍ବନ୍ଧୀୟ ବିଚାରକୁ ଗ୍ରହଣ କରେ। ଶିୟା ବିଚାରଧାରା କହେ,ଏହି ଅସ୍ଥାୟୀ ବିଶ୍ୱ ଏବଂ ଏହାର ସବୁ ଦୋଷତ୍ରୁଟି ମହଦି (ଇସ୍‌ଲାମ ଧର୍ମର ପଥ ପ୍ରଦର୍ଶକ ବା ମୁକ୍ତିଦାତା)ଙ୍କ ଆବିର୍ଭାବରେ ଶେଷ ହୋଇଯିବ ଓ ସେ ହିଁ ପୃଥିବୀକୁ ଶାସନ କରିବେ। ସେ ପର୍ଯ୍ୟନ୍ତ ସବୁ ସରକାର ଅସ୍ଥାୟୀ ଓ ଅବୈଧ। କାର୍ଯ୍ୟ କରୁଥବା ସମସ୍ତ ପ୍ରତ୍ୟକ୍ଷ ରାଜନୈତିକ କ୍ଷମତାକୁ ମହଦିଙ୍କ ଦିବ୍ୟ ଅଧିକାରର ଅନଧିକାର ଅଧିଗ୍ରହଣ ଭାବେ ବିଚାର କରାଯିବ। ଏଣୁ ପାଖାପାଖି ବିଗତ ୧୪୦୦ ବର୍ଷ ହେଲା ଶିୟା ଧର୍ମୀୟ ନେତାମାନେ ସରକାରଙ୍କ ବ୍ୟାପାରରେ ହସ୍ତକ୍ଷେପ କରିବା ପାଇଁ ମନା କରିଦେଇଛନ୍ତି।
ରାଜନୈତିକ ବ୍ୟାପାରରୁ ଦୂରେଇ ରହିବାକୁ କହି ମଧ୍ୟ ସେମାନେ ଅଧ୍ୟାମତ୍ ଅଭିପ୍ରେରିତ ଶୀର୍ଷ ପଦବୀ ଗ୍ରହଣ କରୁଛନ୍ତି।
ଏହା ସ୍ବୀକାର୍ଯ୍ୟ ଯେ, ଶିୟା ମୁସଲମାନ ଧର୍ମୀୟ ନେତାମାନେ ଦେଶର ବ୍ୟବସାୟୀ ଏବଂ ଯୁବ ବିଦ୍ୱାନମାନଙ୍କ ସହ ମଧ୍ୟପ୍ରାଚ୍ୟରେ ପ୍ରଥମ ସ୍ବଦେଶୀ ଗଣତାନ୍ତ୍ରିକ ଆନ୍ଦୋଳନ କରିଥିଲେ। ୧୯୦୬ର ପର୍ସିଆନ କନଷ୍ଟିଚ୍ୟୁଶନାଲ ରିଭଲ୍ୟୁଶନ ବା ଇରାନର ସାମ୍ବିଧାନିକ ବପ୍ଳବ ଇରାନୀୟମାନଙ୍କ ପାଇଁ ମୌଳିକ ଅଧିକାର ଓ ସ୍ବାଧୀନତା ନିଶ୍ଚିତ କରୁଥିବା ଏକ ସ୍ବାଧୀନ ପାର୍ଲାମେଣ୍ଟ(ନ୍ୟାଶନାଲ କନ୍‌ସଲଟେଟିଭ ଆସେମ୍ବ୍ଲି), ମୁକ୍ତ ନିର୍ବାଚନର ବ୍ୟବସ୍ଥା ରହିଥିବା ଏକ ପ୍ରଗତିଶୀଳ ସମ୍ବିଧାନ ଗଢ଼୍‌ିଥିଲା ଏବଂ କ୍ଷମତାର ବିଭାଜନ କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ସାମ୍ବିଧାନିକ ବିପ୍ଳବ କ୍ଷଣସ୍ଥାୟୀ ହେଲା। ୧୯୨୧ରେ ଇଂଲଣ୍ଡ ସହଯୋଗରେ ସେନା ଇରାନକୁ ଦଖଲ କରି ପହଲବି ସାମ୍ରାଜ୍ୟ ପ୍ରତିଷ୍ଠା କଲା। ସମ୍ବିଧାନକୁ ରଦ୍ଦ କରାଗଲା, ପାର୍ଲାମେଣ୍ଟକୁ ଧ୍ୱସ୍ତବିଧ୍ୱସ୍ତ କରିଦିଆଗଲା ଏବଂ ଇରାନରେ ଏକଚ୍ଛତ୍ରବାଦ ଫେରିଆସିଲା। ପହଲବି ଶାସକମାନେ ଧର୍ମୀୟ ନେତାମାନଙ୍କ ଦ୍ୱାରା ସମସ୍ତ ରାଜନୈତିକ କାର୍ଯ୍ୟକଳାପକୁ ହିଂସାମତ୍କ ଉପାୟରେ ଦମନ କଲେ। ପରେ ୧୯୫୩ରେ କମ୍‌ ସଂଖ୍ୟକ ପ୍ରମୁଖ ଧର୍ମୀୟ ନେତା ଇରାନର ତଥା ଶତାବ୍ଦୀର ଦ୍ୱିତୀୟ ଜାତୀୟତାବାଦୀ ଆନ୍ଦୋଳନରେ ଭାଗନେଇଥିଲେ। ପୁନଶ୍ଚ ଇରାନର ତୃତୀୟ ବିପ୍ଳବ ସଂଗଠିତ ହେଲା ୧୯୭୯ରେ। ଏଥିରେ ଧର୍ମୀୟ ନେତାମାନେ ମସ୍‌ଜିଦ ଛାଡ଼ି ସରକାରରେ ପ୍ରବେଶ କରିଗଲେ। ପରେ ଖୋମିନଙ୍କ ଅଭୁତପୂର୍ବ ବ୍ୟାଖ୍ୟା ପ୍ରାଧାନ୍ୟ ବିସ୍ତାର କଲା। ଶିୟା ବିଚାରଧାରାର ୧୪ ଟି ଦେଶକୁ ମୁକାବିଲା କରି ସେ ଯୁକ୍ତି ଦର୍ଶାଇଲେ ଯେ, ମହଦିଙ୍କ ଅନୁପସ୍ଥିତିରେ ଇସ୍‌ଲାମିକ ଦେଶର ଏକକ ବୈଧାନିକ ନେତା ରହିବେ। ରାଜନୈତିକ କ୍ଷମତା ପୃଥିବୀରେ ମହଦିଙ୍କ ପ୍ରତିନିଧି ବିଶେଷ କରି ଧର୍ମୀୟ ନେତାମାନଙ୍କ ହାତରେ ରହିବା ଉଚିତ । ସେ ମଧ୍ୟ ଅନ୍ୟ ଉପାୟରେ ତାଙ୍କ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ସମୟ ଶେଷ ବେଳକୁ ବାସ୍ତବ ତଥା ନ୍ୟାୟସଙ୍ଗତ ସମାଜ ଗଢିବାକୁ ମହଦି ଫେରିବେ, କିନ୍ତୁ ତାଙ୍କ ଫେରିବାକୁ ଅପେକ୍ଷା ନ କରି ଧର୍ମୀୟ ନେତାମାନେ ସଶକ୍ତ ହୋଇ ତାଙ୍କ ପାଇଁ ଏକ ବାସ୍ତବ ସମାଜ ଗଢିଦେବା ଉଚିତ। ଏହା ଥିଲା ଏକ ଆଶ୍ଚର୍ଯ୍ୟଜନକ ଦାବି ଏବଂ ଶିୟା ଇସ୍‌ଲାମରେ ଏକ ରୂଢ଼ୀବାଦୀ ଧର୍ମୀୟ ନୂତନତ୍ୱ। ତଥାପି ଖୋମିନ ଆଉ ପାଦେ ଆଗକୁ ଯାଇ ଯୁକ୍ତି ବାଢିଲେ ଯେ, ରାଜନୈତିକ ଅଧିକାର ବା କ୍ଷମତା ସମସ୍ତ ଧର୍ମୀୟ ନେତାଙ୍କ ହାତରେ ନ ରହି ଜଣେ ଶୀର୍ଷ ନେତାଙ୍କ ପାଖରେ ରହିବା ଦରକାର। ପୁନଶ୍ଚ ସେ କହିଲେ, ମହଦିଙ୍କ ଡେପୁଟି ଭାବେ ଶୀର୍ଷ ଧର୍ମୀୟ ନେତା ମହଦିଙ୍କ ସମକକ୍ଷ ନ ହୋଇ ପ୍ରୋଫେଟ ମହମ୍ମଦଙ୍କ ସମ ହେବା ଉଚିତ। ଖୋମିନ ମଧ୍ୟ ତାଙ୍କ ରାଜନୈତିକ ନିବନ୍ଧରେ ଉଲ୍ଲେଖ କରିଥିଲେ ଯେ, ସମାଜର ସମସ୍ତ ବ୍ୟାପାରରେ ସବୁ ଅଧିକାରକୁ ସେ ଉପଭୋଗ କରିବେ, ଯାହା ପ୍ରୋଫେଟ କରିଥିଲେ।
କେବେ କୌଣସି ଇସ୍‌ଲାମ ଧର୍ମୀୟ ନେତା ଏଭଳି ଆଶ୍ଚର୍ଯ୍ୟଜନକ ପ୍ରସ୍ତାବ ସାମ୍ନାକୁ ଆଣି ନ ଥିଲେ। ପ୍ରୋଫେଟଙ୍କ ଭଳି ଦିବ୍ୟ କ୍ଷମତା ସମ ବ୍ୟକ୍ତି ରହିଥିବା ଧାରଣା ଇସ୍‌ଲାମିକ ବିଚାରାଧାରର ବିରୋଧୀ। ଉକ୍ତ ସିଦ୍ଧାନ୍ତ ଏତେ ଧର୍ମ ବିରୋଧୀ ଓ ଯନ୍ତ୍ରଣାଦାୟକ ଥିଲା ଯେ ତତ୍‌କ୍ଷଣାତ ଇରାନର ପ୍ରାୟତଃ ଶିୟା ସୁସଲମାନ ଧାର୍ମିକ ନେତାମାନେ ଅଗ୍ରାହ୍ୟ କରିଦେଇଥିଲେ। ଏପରିକି ଇରାକ୍‌ରେ ଶିୟା ମୁସଲମାନଙ୍କ ଧର୍ମ କେନ୍ଦ୍ର ନଜାଫର ଧର୍ମୀୟ ନେତାମାନେ ବି ଏହାକୁୁ ଗ୍ରହଣ କରି ନ ଥିଲେ। ଖୋମିନ ସେହି ସମୟରେ ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କ ରୂଢ଼ୀବାଦୀ ଧାରଣାକୁ ବ୍ୟକ୍ତ କରିବାରେ ସମର୍ଥ ହେଲେ ଓ ଏହା ତାଙ୍କୁ ଅଧିକ ଆକର୍ଷକ କରିଦେଲା। ପରେ ଧମକରେ ଚୁପ ହୋଇଯାଇଥିବା ତାଙ୍କ ସାଥୀ ଏବଂ ଇରାନର ଧର୍ମବିଶ୍ୱାସୀ ଲୋକମାନେ ପୁନର୍ବାର ଖୋମିନଙ୍କୁ ପ୍ରୋତ୍ସାହିତ କଲେ। ଫଳରେ ବିପ୍ଳବ ପରବର୍ତ୍ତୀ ସରକାରକୁ ନିୟନ୍ତ୍ରଣ କରିବା ଲାଗି ଖୋମିନ ସ୍ବାଧୀନତା ପାଇଗଲେ। ଅଧିକାଂଶ ଇରାନୀୟ କେମିତିକା ବ୍ୟବସ୍ଥା ଗ୍ରହଣ କଲେ ବୋଲି ଜାଣିବା ପୂର୍ବରୁ ସେ ମହଦିଙ୍କ ସମ୍ପର୍କରେ ତାଙ୍କ ବ୍ୟାଖ୍ୟାକୁ ରାଜନୈତିକ କ୍ଷେତ୍ରରେ ଭଲ ଭାବେ ଭର୍ତ୍ତି କରିଦେଇଥିଲେ। ଲୋକ ବୁଝିବା ପୂର୍ବରୁ ସେତେବେଳକୁ ସେ ଇରାନକୁ ଇସ୍‌ଲାମିକ ରିପବ୍ଲିକକୁ ପରିବର୍ତ୍ତନ କରି ନିଜକୁ ଦେଶର ପ୍ରଥମ ଫକିହ(ଶୀର୍ଷ ଅସ୍ଥାୟୀ ତଥା ଧର୍ମୀୟ କ୍ଷମତା) ଭାବେ ଘୋଷଣା କରିଦେଲେ।
୧୯୮୯ରେ ଖୋମିନଙ୍କର ଦେହାନ୍ତ ଘଟିଲା। ଫକିହଙ୍କ ସରକାର ତାଙ୍କ ଉତ୍ତରାଧିକାରୀ ଅଲି ଖାମିନଙ୍କ ନିକଟକୁ ଗଲା। ଏଥିରେ ଅବଶ୍ୟ ତାଙ୍କୁ ଖୁବ୍‌ କମ୍‌ ଧର୍ମୀୟ ନେତା ଓ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫକିହଙ୍କୁ ଇରାନର ସବୁଠୁ ଜ୍ଞାନୀ ଧର୍ମୀୟ ଅଧିକାରୀ ଭାବେ ବିବେଚନା କରାଯାଉଥିଲେ ମଧ୍ୟ ଖାମିନ ଥିଲେ ଜଣେ ମଧ୍ୟମ ଜ୍ଞାନସମ୍ପନ୍ନ ନେତା। ତାଙ୍କର ଅଭିଜ୍ଞତା ମଧ୍ୟ କମ୍‌ ରହିଥିଲା ଓ ସେ ବି କମ୍‌ ପରିଚିତ ଥିଲେ। ଏହା ସତ୍ତ୍ୱେ ତାଙ୍କୁ ଦାୟିତ୍ୱ ଦିଆଗଲା, କାରଣ ଖୋମିନିଙ୍କ ପ୍ରଥମ ପସନ୍ଦ ଆୟାତୋଲ୍ଲା ଅଲି ମୋନତାଜେରି ସାଧାରଣରେ ଫକିହଙ୍କ ସିଦ୍ଧାନ୍ତ ଇସଲାମ ପ୍ରତି ଅଭିଶାପ କହି ନିନ୍ଦା କରିଥିଲେ।
ଖାମିନିଙ୍କୁ ଏବେ ବୟସ ୮୩। ସେ ମଧ୍ୟ ଅସୁସ୍ଥ। ସେ ତାଙ୍କ ସବା ବଡ଼ପୁଅ ମୋଜତବାଙ୍କୁ ଶୀର୍ଷ ନେତା ଭାବେ ପ୍ରସ୍ତୁତ କରୁଥିବା ବିଶ୍ୱାସ କରାଯାଉଛି। ବାସ୍ତବରେ ଖାମିନଙ୍କୁ ଶୀର୍ଷ ନେତା ଭାବେ ଚୟନ କରାଯିବାବେଳେ ସେ ଯେଉଁ ର଼୍ୟାଙ୍କରେ ରହିଥିଲେ ତାଙ୍କ ଠାରୁ ପୁଅ କମ୍‌ ର଼୍ୟାଙ୍କରେ ରହିଛନ୍ତି। ଏହା ହେଲେ ଏଯାବତ ଫକିହଙ୍କୁ ସାମ୍ନାକୁ ଆଣି ସରକାରରେ ଥିବା ଧର୍ମୀୟ ବୈଧତାର ଅନ୍ତିମ ଅବଶେଷ ବି ଧୀରେ ଧୀରେ ତା’ର ଗୁରୁତ୍ୱ ହରାଇବ। ତେବେ ଧର୍ମୀୟ ଶାସନ ବିରୋଧରେ ଯେଉଁ ବିଦ୍ରୋହ ଦେଖିବାକୁ ପାଉଛୁ ତାହା ଦବି ନ ଯାଇ ଆହୁରି ପ୍ରଭାବଶାଳୀ ହେବା ଉଚିିତ। ଏବେ ରାସ୍ତାରେ ପ୍ରତିବାଦକାରୀଙ୍କ ମୁହଁରୁ ମଧ୍ୟ ଶୁଣିବାକୁ ମିଳିଲାଣି‘ମୋଜତବା, ନେତା ହେବା ପୂର୍ବରୁ ଆମେ ତୁମକୁ ମୃତ ଅବସ୍ଥାରେ ଦେଖିବୁ’।
ପ୍ରାଧ୍ୟାପକ, କାଲିଫର୍ର୍ନିିଆ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?