Posted inଜାତୀୟ

ଦୁଇ ଦିନ ପୂର୍ବରୁ ହିଁ ନିଶ୍ଚିତ ହୋଇ ସାରିଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା! ଜାଣନ୍ତୁ କିଭଳି ଲେଖାଯାଇଥିଲା…

ନୂଆଦିଲ୍ଲୀ,୨୫।୭: NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାରଙ୍କ ସହ ଆଲୋଚନା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସାଧାରଣରେ ପ୍ରତ୍ୟାହାର କରାଯାଇଛି। ସିଜେପି (CJP) ନେତୃବୃନ୍ଦ ପ୍ରାରମ୍ଭରୁ ହିଁ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଥିଲେ। ଆନ୍ଦୋଳନକାରୀଙ୍କ ସହ ସରକାରଙ୍କ ପ୍ରଥମ ବୈଠକରୁ ହିଁ ସ୍ପଷ୍ଟ ସଙ୍କେତ ମିଳିଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବିନା ଏହି ଆନ୍ଦୋଳନକୁ ପ୍ରଶମିତ କରିବା ଅତ୍ୟନ୍ତ କଠିନ ହେବ। ଏହି ବୈଠକର ମତାମତ ସରକାର ଏବଂ ଦଳର ଶୀର୍ଷ ନେତୃତ୍ୱଙ୍କୁ ଅବଗତ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଭବ କରିଥିଲେ ଯେ ଏହି ଛାତ୍ର ଆନ୍ଦୋଳନ ତାଙ୍କର ବ୍ୟକ୍ତିଗତ ଭାବମୂର୍ତ୍ତି ଉପରେ ମଧ୍ୟ ପ୍ରଭାବ ପକାଉଛି। ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଯୁବବର୍ଗଙ୍କ ପ୍ରତି ଅସମ୍ବେଦନଶୀଳ ବୋଲି କୌଣସି ପ୍ରକାରର ଭୁଲ୍ ସନ୍ଦେଶ ଦେବାକୁ ଚାହୁଁ ନ ଥିଲେ। ଏହି ରଣନୀତି ଅନୁସାରେ ହିଁ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା।

ଶୁକ୍ରବାର ବିଳମ୍ବିତ ରାତିରେ ହିଁ ଧର୍ମେନ୍ଦ୍ରଙ୍କୁ ପଦ ଛାଡ଼ିବାକୁ ପଡ଼ିବ ବୋଲି ସ୍ପଷ୍ଟ ସଙ୍କେତ ଦିଆଯାଇଥିଲା। ଏହାପରେ ସେ ଶନିବାର ସକାଳ ପ୍ରାୟ ୯ଟା ସମୟରେ ନିଜର ଇସ୍ତଫା ପତ୍ର ପ୍ରେରଣ କରିଥିଲେ। ଇସ୍ତଫାର ସୂଚନା ସାର୍ବଜନୀନ ହେବା ଏବଂ ଧର୍ମେନ୍ଦ୍ର ସୋସିଆଲ ମିଡିଆ ଏକ୍ସ (X) ରେ ପୋଷ୍ଟ କରିବା ପୂର୍ବରୁ ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ତାଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା କାଳ ଆଲୋଚନା ହୋଇଥିଲା। ବିଶେଷ କଥା ହେଉଛି, ଗୃହମନ୍ତ୍ରୀ ଶାହା ନିଜେ ଧର୍ମେନ୍ଦ୍ରଙ୍କ ସରକାରୀ ବାସଭବନକୁ ଯାଇଥିଲେ।

ଏହି ସମଗ୍ର ଘଟଣାକ୍ରମ ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ଙ୍କ ପ୍ରାୟ ତିନି ଘଣ୍ଟା ପାଇଁ ଦିଲ୍ଲୀ ଗସ୍ତ, ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟିବା ଏବଂ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ବିନା ଫେରିଯିବା ରାଜନୈତିକ ମହଲରେ ନାନା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଉଭୟ ଘଟଣା ମଧ୍ୟରେ କୌଣସି ସରକାରୀ ସମ୍ପର୍କ ଥିବା ନେଇ ସ୍ପଷ୍ଟ କରାଯାଇନାହିଁ।

୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସ୍ତରରେ, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ କୌଣସି ବଡ଼ଧରଣର ବିରୋଧ ଆନ୍ଦୋଳନ ସୃଷ୍ଟି ହେବାକୁ ଦେବାକୁ ଚାହୁଁ ନ ଥିଲେ। ସରକାର ଯୁବକମାନଙ୍କ ସହିତ ଅଛନ୍ତି ଏବଂ ସେମାନଙ୍କ ସମସ୍ୟାର ସମଧାନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ବାର୍ତ୍ତା ଦେବାକୁ ରଣନୀତି ପ୍ରସ୍ତୁତ କରାଯାଇଥିଲା।

ଏହି ସମୟରେ ଦିଲ୍ଲୀ ବ୍ୟତୀତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ଆନ୍ଦୋଳନ ବ୍ୟାପିବାରୁ ପ୍ରଧାନମନ୍ତ୍ରୀ ଚିନ୍ତିତ ଥିଲେ। ଏହି ରଣନୀତି ଅନୁସାରେ ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଆନ୍ଦୋଳନ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ସିଧାସଳଖ ପଦକ୍ଷେପ ଗ୍ରହଣ କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅନେକ ଜରୁରୀ ପଦକ୍ଷେପ ଘୋଷଣା କରାଯାଇଥିଲା, ଯାହାଦ୍ୱାରା ସରକାର ଆଲୋଚନା ଏବଂ ସମାଧାନ ପାଇଁ ସର୍ବଦା ପ୍ରସ୍ତୁତ ବୋଲି ବାର୍ତ୍ତା ଯିବ।

CJP ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଥମ ବୈଠକରେ ଆନ୍ଦୋଳନର ତିନୋଟି ମୁଖ୍ୟ ଦାବି ମଧ୍ୟରୁ ଦୁଇଟି ଉପରେ ସରକାର ସକାରାତ୍ମକ ମନୋଭାବ ପ୍ରକାଶ କରିଥିଲେ। ଦ୍ୱିତୀୟ ବୈଠକରେ ଏହି ଦୁଇଟି ଦାବିକୁ ନୀତିଗତ ଭାବେ ଗ୍ରହଣ କରାଯାଇଥିଲା। ଏହାପରେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ଦଳ ଆନ୍ଦୋଳନକାରୀଙ୍କୁ କହିଥିଲେ ଯେ ତୃତୀୟ ଦାବି ଉପରେ ୨୪ ଘଣ୍ଟା ମଧ୍ୟରେ ବିଚାର କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଯେତେବେଳେ ଭାଜପା ଜାତୀୟ ସଭାପତି ଜେ.ପି. ନଡ୍ଡା CJP ନେତାମାନଙ୍କ ସହିତ ଆଲୋଚନା ପାଇଁ ପହଞ୍ଚିଥିଲେ, ସେତେବେଳକୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ହୋଇସାରିଥିଲା। ଏହାପରେ ସରକାର ଆନ୍ଦୋଳନର ସମାଧାନ ଦିଗରେ ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା ଆଗକୁ ବଢ଼ାଇଥିଲେ ଏବଂ ଆଲୋଚନା ସଫଳ ହୋଇଥିଲା। ଆଲୋଚନା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ CJP ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଉଥିବା ନେଇ ଔପଚାରିକ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ: ୪ ରାଶି ହେବେ ମାଲାମାଲ, ୪ ରାଶିଙ୍କୁ କରିଦେବେ କାଙ୍ଗାଳ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ମାନ-ସମ୍ମାନ, ଯଶ, ପଦ ଓ ପ୍ରତିଷ୍ଠାର କାରକ ଭାବେ ସୂର୍ଯ୍ୟଙ୍କୁ ବିବେଚନା କରାଯାଏ। ତେଣୁ…

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri