Posted inଜାତୀୟ

ଚାଇନା ସୈନ୍ୟ ଗଳିର ଗୁଣ୍ଡା ପରି ଆଚରଣ ପ୍ରଦର୍ଶନ କରୁଛନ୍ତି: ପୂର୍ବତନ ସେନା ମୁଖ୍ୟ…

ନୂଆଦିଲ୍ଲୀ,୧୫।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ସହ ହୋଇଥିବା ଚାଇନା ସୈନ୍ୟଙ୍କ ସଂଘର୍ଷ ନେଇ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଚାଇନା ସୈନ୍ୟ ଗଳିର ଗୁଣ୍ଡାପରି ଆଚରଣ ପ୍ରଦର୍ଶନ କରୁଛନ୍ତି। ସେମାନେ ନିଜକୁ ଏକବିଂଶ ଶତାବ୍ଦୀର ସବୁଠାରୁ ସ୍ମାର୍ଟ ଏବଂ ପେଶାଦାର ସୈନିକ ଭାବରେ ବିବେଚନା କରୁଛନ୍ତି। କିନ୍ତୁ ସେମାନଙ୍କର କାର୍ଯ୍ୟକଳାପ ରାସ୍ତାଘାଟରେ ଘୂରିବୁଲୁଥିବା ଗୁଣ୍ଡାଙ୍କ ପରି ମନେହେଉଛି। ସେମାନେ ଏହାକୁ ଯୁଦ୍ଧ ଭାବୁଛନ୍ତି, କିନ୍ତୁ ଏଭଳି କାର୍ଯ୍ୟ କେବଳ ଗୁଣ୍ଡାଗିରି।

ତାଙ୍କୁ ପଚରାଯାଇଥିଲା କି ଡିସେମ୍ବର ୯ ରେ ତୱାଙ୍ଗ ସେକ୍ଟରର ୟାଙ୍ଗସେ ଅଞ୍ଚଳରେ ଚାଇନା ଏକପାଖିଆ ଭାବରେ ଏଲଏସି ସ୍ଥିତିକୁ ବଦଳାଇବାକୁ ଚେଷ୍ଟା କରିଛି। ଏହା ୨୦୨୦ ଗଲୱାନ ଘାଟି ହିଂସାତ୍ମକ ସଂଘର୍ଷ ସହିତ ସମାନ କି?

ଏହାର ଜବାବରେ ପୂର୍ବତନ ସେନା ମୁଖ୍ୟ କହିଛନ୍ତି, କେବଳ ୨୦୨୦ ଅବା ୨୦୨୨ ଚାଇନା ସୈନ୍ୟମାନେ ପ୍ରତିବର୍ଷ ଏଭଳି ଚେଷ୍ଟା କରନ୍ତି। ପ୍ରତିବର୍ଷ ସେମାନେ ଆମ ଅଞ୍ଚଳକୁ ପ୍ରବେଶ କରିବାକୁ ୨-୪ ଥର ପ୍ରୟାସ କରନ୍ତି ଏବଂ ପ୍ରତ୍ୟେକ ଥର ସେମାନେ ଏଭଳି ଲଜ୍ଜା ଜନକ ଘଟଣାର ସମ୍ମୁଖୀନ ହୋଇଥାନ୍ତି ।

ଚାଇନା ସୈନ୍ୟଙ୍କର ମାନସିକତା ଅତି ନିମ୍ନସ୍ତରକୁ ଖସି ଆସିଛି। ଗୋଟିଏ ପଟେ ସେମାନେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଅନ୍ୟ ପଟେ ସେମାନେ ବାଡ଼ି ଧରି ଲଢ଼ିବାକୁ ଆସୁଛନ୍ତି। ଏହା ହାସ୍ୟାସ୍ପଦ। ମୁଁ ଆତ୍ମବିଶ୍ୱାସରେ ସମଗ୍ର ଦେଶକୁ କହିପାରେ ଯେ ଆମେ ସବୁବେଳେ ପ୍ରସ୍ତୁତ, ଆମ ଉପରେ ଯାହା ଦାୟିତ୍ୱ ଦିଆଯାଏ ତାହାର ଜବାବ ଦେବାକୁ ଆମେ ସର୍ବଦା ସତର୍କ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri