Posted inଜାତୀୟ

ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ କରିବା ପଡିଲା ମହଙ୍ଗା, ଚାଳିଗଲା ୩ ଜୀବନ

ଗାଜିଆବାଦ୍‌,୧୫।୧୨: ଗାଜିଆବାଦର ମସୁରୀ ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ ଟ୍ରାକ୍‌ରେ ରିଲ୍‌ ପ୍ରସ୍ତୁତ କରୁଥିବାବେଳେ ୩ ଜଣଙ୍କ ଜୀବନ ଚାଲିଯାଇଛି। ଏଥିରେ ଜଣେ ମହିଳା ଏବଂ ଦୁଇଜଣ ପୁରୁଷ ସାମିଲ ଅଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ପୋଲିସ ସୂଚନା ଅନୁଯାୟୀ, ବୁଧବାର ରାତିରେ ଏହି ତିନିଜଣ ଭିଡିଓ ପ୍ରସ୍ତୁତ କରୁଥିବାବେଳେ ଗାଜିଆବାଦରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ପଦ୍ମାବତ ଏକ୍ସପ୍ରେସ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା। ପଦ୍ମାବତ ଏକ୍ସପ୍ରେସର ଲୋକୋ ପାଇଲଟ ଦାସନା ରେଳ ଷ୍ଟେଶନକୁ ଏହି ସୂଚନା ଦେଇଛନ୍ତି। ମୃତକ ମାନେ ହେଲେ ଶକିଲ (୩୨), ନଦିମ(୨୩) ଏବଂ ଜେନାବ (୨୦)।
ଉଭୟ ଶକିଲ ଏବଂ ନଦିମ ବନ୍ଧୁ ଏବଂ ସେମାନେ ଟ୍ରକ ଡ୍ରାଇଭର ଥିଲେ। ନଦିମ ୬ ମାସ ପୂର୍ବେ ଜେନାବଙ୍କୁ ପ୍ରେମ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ମିଳିଲାନି ଅକ୍ସିଜେନ, ସାନିଟାଇଜର ପିଇ ଜୀବନ ହାରିଲେ ଝିଅ

ବେଙ୍ଗାଲୁରୁ,୬।୫: ଦେଶରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଚାଲିଛି। ଫଳରେ ପୂରା ଦେଶରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଏହା ମଧ୍ୟରେ ମହାରାଷ୍ଟ୍ରର ନାସିକରୁ ଏକ...

ଉଜବେକିସ୍ତାନ ଯିବା ପୂର୍ବରୁ ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୫ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉଜବେକିସ୍ତାନ ଯିବା ପୂର୍ବରୁ ତାଙ୍କର ଏକ ବୟାନ ଜାରି କରିଛନ୍ତି । ମୋଦି କହିଛନ୍ତି, ମୁଁ ସାଂଘାଇ...

ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରାୟ ; ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କର

ନୂଆଦିଲ୍ଲୀ,୫ା୧୧(ସ୍ବ.ପ୍ର.): ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଚାଲିଥିବା ସଂସ୍କାର ମାମଲାର ମଧ୍ୟବର୍ତ୍ତିକାଳୀନ ରାୟ ସୋମବାର ପ୍ରକାଶ...

ମହାରାଷ୍ଟ୍ରରେ ୧,୦୦୦ରୁ ଅଧିକ ପୋଲିସ କରୋନା ପଜିଟିଭ୍‌: ୮ ମୃତ

ମୁମ୍ବାଇ,୧୪।୫: ମହାରାଷ୍ଟ୍ର ପୋଲିସ ବିଭାଗରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା କରୋନା ଯୋଦ୍ଧାଙ୍କ ସଂକ୍ରମଣ ଯୋଗୁ ରାଜ୍ୟ ସରକାର ଚିନ୍ତାରେ...

ଅଫ୍‌ତାବଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ: କୋର୍ଟ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୧୧: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ଏଭଳି ସ୍ଥିତିରେ ଅଭିଯୁକ୍ତ ଅଫ୍‌ତାବଙ୍କ ନାର୍କୋ ଟେଷ୍ଟ ପୂର୍ବରୁ ପଲିଗ୍ରାଫ୍‌...

ହାସ୍ୟ ଅଭିନେତାରୁ ମୁଖ୍ୟମନ୍ତ୍ରୀ: ମାତ୍ର ୧୦ ବର୍ଷ ମଧ୍ୟରେ ବଦଳିଗଲା ସବୁକିଛି

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ...

ମହାରାଷ୍ଟ୍ରରେ ପାଣି ପାଇଁ ହାହାକାର:ମରାଠାଓ୍ବାଡାରେ ଜଳସ୍ତର ୦.୭ ପ୍ରତିଶତ

ମୁମ୍ବାଇ,୪।୬: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ବେଳେ ମହାରାଷ୍ଟ୍ରରେ ଭୀଷଣ ଗରମ ବଢ଼ିବା ସହିତ ଜଳସଙ୍କଟ ଦେଖାଦେଇଛି। ମହାରାଷ୍ଟ୍ରର ମରାଠାଓ୍ବାଡା ଅଞ୍ଚଳର ନଦୀମାନଙ୍କରେ...

୧୭ ବର୍ଷ ବୟସରେ ଭୋଟ ପରିଚୟପତ୍ର ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ,୨୮।୭: ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଭୋଟର ତାଲିକାରେ ନିଜ ନାଁ ପଞ୍ଜୀକରଣ କରିବାକୁ ଆଉ ଅପେକ୍ଷା କରିବାକୁ ପଡ଼ିବନାହିଁ। ଯାହାଙ୍କ ବୟସ ୧୭...

Advertisement
Archives

Model This Week