ଏସିଆରେ ନାଟୋର ବିସ୍ତାରକୁ ଚାଇନା-ରୁଷିଆ କଲେ ବିରୋଧ…

ମସ୍କୋ/ବେଜିଂ,୨୨।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବେ ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଚାଇନା ପ୍ରତିପକ୍ଷ ଜିନପିଙ୍ଗ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ନୂତନ ଯୁଗର ଆରମ୍ଭ ବିଷୟରେ କହିଛନ୍ତି। ଏହା ବ୍ୟତୀତ ଦୁଇ ଦେଶ ପଶ୍ଚିମ ଦେଶମାନଙ୍କ ଦ୍ୱାରା ଏସିଆରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ର ସମ୍ପ୍ରସାରଣ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ଖବର ଅନୁଯାୟୀ, ଉଭୟ ନେତା ଏହା ଉପରେ ଉଦବେଗ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଏହି ଆମେରିକା ମାଧ୍ୟମରେ ଏହାର ପ୍ରଭାବ ବଢ଼ାଯିବାକୁ ଚେଷ୍ଟା କରାଯାଛଛି। ଏସିଆରେ ନାଟୋର ବିସ୍ତାର ବିରୋଧରେ ଦୁଇ ଦେଶ ମଧ୍ୟ ଏକାଠି ହେବାକୁ ରାଜି ହୋଇଛନ୍ତି।

କୁହାଯାଉଛି ଯେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିବା ପାଇଁ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟ ପୁଟିନଙ୍କ ସମ୍ମୁଖରେ ଶାନ୍ତି ପ୍ରସ୍ତାବ ଦେଇଛନ୍ତି। ଯାହା ପୁଟିନ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ତେବେ କୁହାଯାଉଛି ଯେ ଏହି ଶାନ୍ତି ପ୍ରସ୍ତାବ କେବଳ ଲୋକ ଦେଖାଣିଆ ଥିଲା। ଚାଇନା ସବୁ କ୍ଷେତ୍ରରେରୁଷିଆ ସହିତ ଛିଡା ହୋଇଛି । ବିଶ୍ୱକୁ ଦେଖାଇବା ପାଇଁ ଯୋଜନାବଦ୍ଧ ଭାବେ ଚାଇନା ରୁଷିଆକୁ ସମର୍ଥନ କରୁଛି ବୋଲି ସୂଚିତ କରୁଛି।

ଚାଇନା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ପୁଟିନ କହିଛନ୍ତି ଯେ ସେ ୟୁକ୍ରେନ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଯୁଦ୍ଧ ସମ୍ପର୍କରେ ଚାଇନା ଦେଇଥିବା ୧୨-ପଏଣ୍ଟ ଶାନ୍ତି ପ୍ରସ୍ତାବକୁ ପୁଟିନ ମଧ୍ୟ ପ୍ରଶଂସା କରିଛନ୍ତି। ଜିନପିଙ୍ଗଙ୍କ ସହ ଆଲୋଚନା ପରେ ପୁଟିନ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚାଇନା ଦ୍ୱାରା ଉପସ୍ଥାପିତ ହୋଇଥିବା ଶାନ୍ତି ଯୋଜନାର ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ। କିନ୍ତୁ ଯେତେବେଳେ ୟୁକ୍ରେନ ଏବଂ ଏହାକୁ ସମର୍ଥନ କରୁଥିବା ଅନ୍ୟ ପାଶ୍ଚାତ୍ୟ ଦେଶମାନେ ଏହା ପାଇଁ ପ୍ରସ୍ତୁତ ଥିବେ ସେତେବେଳେ ଏହା ହୋଇପାରେ। ତଥାପି, ଏପର୍ଯ୍ୟନ୍ତ ଆମେ ସେମାନଙ୍କ ପକ୍ଷରୁ ଏପରି ପ୍ରସ୍ତୁତି ଦେଖିନାହୁଁ । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର କଡ଼ା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri