ରୂପସା, ୨୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ନିର୍ମାଣାଧୀନ ଖାଣ୍ଡିଆଘାଇ ବ୍ରିଜର ସ୍ଥାୟିତ୍ୱ ନେଇ ଆଶଙ୍କା ଦେଖାଦେଇଛି। ନିମ୍ନମାନର ବାଲିରେ ବ୍ରିଜର କଲମ ଓ ବେସ ଢଳେଇ ହେଉଥିବାରୁ ଓଡ଼ିଶା ସରକାରଙ୍କ ବିଜୁ ସେତୁ ଯୋଜନା ଏଠି ଫେଲ୍ ମାରିଛି। ଠିକାଦାର ଓ ବିଭାଗୀୟ ଜେଇଙ୍କ ସଲାସୁତୁରାରେ ଏହି ବ୍ରିଜ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ବିରୋଧ କରି ପୂର୍ବତନ ସରପଞ୍ଚ ମଦନମୋହନ ଯେନା, ପୂର୍ବତନ ସମିତିସଭ୍ୟ ପେଟୁ ସିଂ ଓ ରୀନା ନାୟକ, ପୂର୍ବତନ ସମବାୟ ସମିତି ସଭାପତି ସନ୍ତୋଷ ବାରିକ, କଂଗ୍ରେସ ପଞ୍ଚାୟତ ସଭାପତି ଚକ୍ରଧର ମହାନ୍ତି, ନିଜାମ ଖାନ, ମାଧବ ବାରିକ, ବନମାଳୀ ମହାନ୍ତି, ମଧୁ ସିଂ, ମନୋରଞ୍ଜନ ମହାନ୍ତି, ହରେକୃଷ୍ଣ ଦାସ ପ୍ରମୁଖ ୫-ଟି ସଚିବ, ଜିଲାପାଳ, ୱାର୍କସ ସେକ୍ରେଟାରୀ ଓ ବାଲେଶ୍ୱର ଚିଫ୍ କନଷ୍ଟ୍ରକ୍ସନ ମ୍ୟାନେଜରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଓ ଆର୍ଡ଼ି ରାସ୍ତାର ଗଡ଼ପଦା-ଲଚ୍ଛମନଖୁଣ୍ଟା ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବାରୁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଅଟକଳ ମୂଲ୍ୟ ୧କୋଟି ୬୭ଲକ୍ଷ ୫୮ହଜାର ୯୭୦ ଟଙ୍କା। ଠିକାଦାର ଅର୍ଜୁନ ଟୁଡୁଙ୍କ ନାମରେ ଟେଣ୍ଡର ପ୍ରଦାନ କରାଯାଇଛି। କାର୍ଯ୍ୟାରମ୍ଭ ଦିବସ ୨୦ା୧ା୨୨ ଥିବା ବେଳେ କାର୍ଯ୍ୟ ଶେଷ ଦିବସ ୯ା୨ା୨୩ ରିଖ ଥିଲା। କିନ୍ତୁ ବହୁ ବିଳମ୍ବରେ ନିର୍ମାଣ କାର୍ଯ୍ୟ ଆରମ୍ଭ ଯୋଗୁ ଅସନ୍ତୋଷ ଦେଖାଦେଇଛି। କାଦୁଅ, ମାଟି ଗୋଡ଼ି, ପଟୁ ମିଶା ବାଲି ଢଳେଇରେ ବ୍ୟବହାର ହେଉଛି। ଢଳେଇରେ ବ୍ୟବହୃତ ମେଟାଲ ଓ ଚିପ୍ସ ଅତ୍ୟନ୍ତ ନିମ୍ନମାନର। ଭାଇବ୍ରେଟର ବ୍ୟବହାର ହେଉନାହିଁ। ଏପରିକି ଠିକାଦାର ଓ ଯନ୍ତ୍ରୀଙ୍କ ବିନା ଉପସ୍ଥିତିରେ ବିଜୁ ସେତୁ ଯୋଜନାର ନିର୍ମାଣ କାର୍ଯ୍ୟ ହେଉଥିବା ସମସ୍ତଙ୍କୁ ଚକିତ କରିଛି।
କଂଗ୍ରେସ ସଭାପତି ଚକ୍ରଧର ମହାନ୍ତି କହନ୍ତି, ପଞ୍ଚାୟତ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀ, ଠିକାଦାରଙ୍କ ସଲାସୁତୁରା ଯୋଗୁ ବ୍ୟାପକ ଅର୍ଥ ହେରଫେର ହେଉଛି। ନିର୍ମାଣ ନ ସରୁଣୁ ପୋଲ ଭୁଶୁଡ଼ି ପଡ଼ିବା ସୁନିଶ୍ଚିତ।
ଆର୍ଡି ବିଭାଗ ଏସ୍ଡ଼ିଓ ସୁମିତ ମିଞ୍ଜଙ୍କୁ ପଚରାଯିବାରୁ ସେ କହିଛନ୍ତି, ପ୍ଲାନ ଏଷ୍ଟିମେଟ୍ ମୁତାବକ ଗାଇଡ଼ଲାଇନ୍ ଅନୁଯାୟୀ ବ୍ରିଜ ନିର୍ମାଣ ହେବ। ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
Posted inHome Left, ଆମ ଜିଲା ଖବର, ବାଲେଶ୍ୱର View All
ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା
ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…
ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍ , ସିସିଟିଭିରେ…
ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍ ହେଉଛି। ପୋଲିସ…
କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ
କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…
ବାଇକ୍କୁ ଧକ୍କା ଦେଲା ଟ୍ରକ୍: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ
ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…
୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍ରେ….
ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍ । ୱାର୍ଲ୍ଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…
ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା
ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…
ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…
ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…
ଦୀପ ଜାଳି କ୍ୟାପ୍ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର
ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

