ଶିିକ୍ଷୟିତ୍ରୀଙ୍କୁ ବିଇଓଙ୍କ ଅଶ୍ଳୀଳ ଗାଳି

ସମ୍ବଲପୁର,୨୨ା୩(ବ୍ୟୁରୋ): ଶିକ୍ଷକଙ୍କୁ ସମାଜରେ ସ୍ବତନ୍ତ୍ର ସ୍ଥାନ ଦିଆଯାଏ। ଏପରି କି ମାର୍ଗଦର୍ଶକ, ଆଦର୍ଶ ଭଳି ଗ୍ରହଣ କରାଯାଇଥାଏ। ହେଲେ ସମ୍ବଲପୁର ଜିଲାରେ ଖୋଦ୍‌ ଶିକ୍ଷା ବିଭାଗର ଜଣେ ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ଭାବେ ଗାଳି କରିଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଧନକଉଡ଼ା ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ବିରୋଧରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ଏ ନେଇ ଲିଖିତ ଅଭିଯୋଗ କରିଛି। ଜିଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିକ୍ଷା ଅଧିକାରୀ ମୀନାରାଣୀ ମଣ୍ଡଳ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଉପରେ ପକ୍ଷ ରଖିବାକୁ ବିଇଓ ସାହୁଙ୍କୁ ଡିଓଇ ମଣ୍ଡଳ କହିଛନ୍ତି।
ପ୍ରାଥମିକ ଶିକ୍ଷକ ସଂଘର ଅଭିଯୋଗକ୍ରମେ ବିଓଇ ସାହୁ ଯୋଗଦାନ କରିବା ପରେ ସିଆର୍‌ସିସି ଓ ଶିକ୍ଷୟିତ୍ରୀ,ଶିକ୍ଷକଙ୍କୁ ଅନେକ ସମୟରେ ଦୁର୍ବ୍ୟବହାର କରୁଛନ୍ତି। କିଛିଦିନ ପୂର୍ବରୁ ସ୍କୁଲ ପରିଦର୍ଶନ ସମୟରେ ଶିକ୍ଷୟିତ୍ରୀମାନଙ୍କୁ କୁକୁର (କୁକୁରେନ) କହିବା ସହ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ। ଅନେକ ସ୍କୁଲକୁ ଯାଇ ସାମାନ୍ୟ କଥାରେ ଦରମା ବନ୍ଦ କରିଦେବା, ବଦଳି କରିଦେବାକୁ କହି ଭୟଭୀତ କରୁଛନ୍ତି। ବିିଇଓଙ୍କ ଦ୍ୱାରା ଶିକ୍ଷକମାନଙ୍କ ଦରମା ହୋଇଥାଏ। ହେଲେ ତାଙ୍କ ଅବହେଳା ଯୋଗୁ ନିୟମିତ ଦରମା ମିଳୁନାହିଁ। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ବାର୍ଷିକ ବର୍ଦ୍ଧିତ ଦରମା ହୋଇପାରୁନାହିଁ, ଆବଶ୍ୟକ ଥିଲେ ମଧ୍ୟ ଛୁଟି ପ୍ରଦାନ କରୁନାହାନ୍ତି। ଦିନକୁ ଦିନ ବିିିଇଓଙ୍କ ଏଭଳି ଆଚରଣ ବୃଦ୍ଧି ପାଇବାରେ ଲାଗିଛି। ସିଆର୍‌ସିସିମାନଙ୍କୁ ଲାଞ୍ଚ ମାଗୁଥିବାର ମଧ୍ୟ ନଜିର ରହିଛି। ମହାନଗର ନିଗମ ଗଡ଼ମୁଣ୍ଡା ଗ୍ରାମର ଶିକ୍ଷକ ବିଭୂତି ଭୂଷଣ ବାଗ୍‌ଙ୍କ ମୃତ୍ୟୁକୁ ୨ବର୍ଷ ବିତିଯାଇଛି। ପରିବାରକୁ କେବଳ ପ୍ରୋଭିଜନାଲ ପେନ୍‌ସନ ମିଳୁଛି। ଆବେଦନ କରିବା ପରେ ପରିବାର ଲୋକେ ବିିଇଓ ଅଫିସ ଯାଇଥିଲେ। ହେଲେ ବିଇଓ ସାହୁ କାମ ନ କରି ତାଙ୍କ ସମ୍ପର୍କୀୟଙ୍କ ଜରିଆରେ ୭୦ ହଜାର ଟଙ୍କା ଦେଲେ କାମ ହେବ ବୋଲି ଖବର ଦେଇଥିଲେ। ଆଜି ପର୍ଯ୍ୟନ୍ତ ମୃତ ଶିକ୍ଷକ ବାଗଙ୍କ ପରିବାର ସମ୍ପୂର୍ଣ୍ଣ ପେନ୍‌ସନ ପାଇପାରି ନାହାନ୍ତି। ଶୀଘ୍ର ଏ ନେଇ ଏକ ଟିମ୍‌ ଗଠନକରି ତଦନ୍ତ କରାଯାଉ। ପୂର୍ବରୁ ସେ ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତେଣୁ ଏଭଳି ଦୁର୍ନୀତି କରୁଥିବା ବିଇଓ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶିକ୍ଷକ ସଂଘ ଅଭିଯୋଗରେ ଦର୍ଶାଇଛି। ଅଭିଯୋଗପତ୍ରରେ ସଂଘ ସଭାପତି ରଚନା ସିଂ, ସମ୍ପାଦକ ପ୍ରଶାନ୍ତ କୁମାର ବାଗ୍‌ଙ୍କ ସ୍ବାକ୍ଷର ରହିଛି। ଏ ସମ୍ପର୍କରେ ବିଇଓ ସାହୁକୁ ପଚାରିବାରୁ ସେ କହିଛନ୍ତି, ବ୍ଲକ ଓ ଜିଲାରେ ଦୁଇଟି ଶିକ୍ଷକ ସଂଘ ରହିଛି। ଧନକଉଡ଼ା ବ୍ଲକରେ ଦୁଇଟି ସଂଘ ମଧ୍ୟରେ କନ୍ଦଳ ଯୋଗୁ ଅଧିକାରୀମାନେ ଫସିଯାଉଛନ୍ତି। ମୋ କ୍ଷେତ୍ରରେ ତାହାହିଁ ଘଟିଛି। କେବେ କୌଣସି ଶିକ୍ଷୟିତ୍ରୀଙ୍କୁ ଖରାପ ଭାଷାରେ ଗାଳିଦେଇ ନାହିଁ। ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁ ଏକାକାଳୀନ ଛୁଟିରେ ଯିବାକୁ ଆବେଦନ କରିଥିଲେ। ସରକାରଙ୍କ ନିୟମ ଅନୁସାରେ ମନା କରିଦେଇଥିଲି। ତେଣୁ ଆକ୍ରୋଶ ରଖି ବଦନାମ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?