ପ୍ରଥମ ଥର ମା’ ହେଲା ସିମ୍ପାଞ୍ଜି ‘ଦୁର୍ଗା’

ବାରଙ୍ଗ, ୩୧ା୧(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ସିମ୍ପାଞ୍ଜି ‘ରାକ୍ଷୀ’ ପରେ ଏବେ ସିମ୍ପାଞ୍ଜି ‘ଦୁର୍ଗା’ ପ୍ରଥମ ଥର ପାଇଁ ମା’ ହୋଇଛି। ଉଦ୍ୟାନର ୬୦(କ) ନମ୍ବର ଖୁଆଡ଼ରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ‘ଦୁର୍ଗା’ ଗୁରୁବାର ବଡ଼ିଭୋର ସମୟରେ ଏକ ଶାବକ ଜନ୍ମ ଦେଇଛି। ଜନ୍ମ ପରେ ମା’ ଓ ଛୁଆକୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଇଥିବାବେଳେ ଶାବକର ଲିଙ୍ଗ ଚିହ୍ନଟ ହୋଇ ଅଣ୍ଡିରା ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ‘ଦୁର୍ଗା’ ପ୍ରାଣୀ ଉଦ୍ୟାନରେ ଜନ୍ମ ହୋଇଥିବା ବେଳେ ତାକୁ ଏବେ ୭ ବର୍ଷ ୪ ମାସ ଚାଲିଛି। ୧୯୯୪ ମସିହା ମେ’ ୧୬ରେ ସିଙ୍ଗାପୁର ଚିଡ଼ିଆଖାନାରୁ ଆସିଥିବା ପୁରୁଷ ସିମ୍ପାଞ୍ଜି ‘ଜୁଲୁ’ ସହ ‘ଦୁର୍ଗା’ର ୨୦୨୪ ମେ’ ୨୬ରୁ ୨୯ରେ ପ୍ରଥମେ ମିଳନ କରାଯାଇଥିଲା। ପରେ ପୁଣି ଜୁନ୍‌ ୨ରୁ ୬ରେ ମିଳନ କରାଯାଇଥିଲା। ନନ୍ଦନକାନନ ଡାକ୍ତର ‘ଦୁର୍ଗା’ର ରକ୍ତ ପରୀକ୍ଷା କରିବାରୁ ସେ ମା’ ହେବାକୁ ଯାଉଥିବା ଜଣାପଡ଼ିଥିଲା। ସେବେଠାରୁ ‘ଦୁର୍ଗା’ ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ରଖିଥିଲା। ଦୀର୍ଘ ୨୩୮ ଦିନର ଗର୍ଭଧାରଣ ପରେ ଗୁରୁବାର ସେ ଏକ ଶାବକ ଜନ୍ମ ଦେଇଛି। ଏହି ଶାବକକୁ ମିଶାଇ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସେଥିରେ ୩ଟି ଅଣ୍ଡିରା, ୫ଟି ମାଈ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ମୁଣ୍ଡବିନ୍ଧା କରୁଛି ନ୍ୟାୟିକ ମାମଲା, ଆଇନ ବିଭାଗର ସହାୟତା ଲୋଡ଼ିଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗରେ ନ୍ୟାୟିକ ମାମଲାର ସୁପରିଚାଳନା କରିବାପାଇଁ ସ୍ବତନ୍ତ୍ର ଲିଗାଲ ସେଲ୍‌ ରହିଛି। ହେଲେ ବିଭିନ୍ନ ସମୟରେ ଦାୟିତ୍ୱସମ୍ପନ୍ନ ଅଧିକାରୀମାନେ ଠିକଣା…

ସୋମବାର ବନ୍ଦ ରହିବ ବ୍ୟାଙ୍କ? ଜାଣନ୍ତୁ RBIର ଛୁଟିଦିନ ସମ୍ବନ୍ଧୀୟ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଯଦି ଆପଣ ସୋମବାର, ୧୨ ଅକ୍ଟୋବର ୨୦୨୬ ଦିନ କୌଣସି ଜରୁରୀ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଯୋଜନା କରୁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ…

ସଞ୍ଜୁଙ୍କ ସ୍ଥାନ ନେବେ କି ବୈଭବ? ଚତୁର୍ଥ T20 ପୂର୍ବରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୨ା୧୦: ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇ ଭାରତୀୟ ଦଳ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଛି । ତେବେ ଦଳର ଓପନିଂ ଯୋଡ଼ିକୁ ନେଇ…

ଜେଜେମା’ଙ୍କ ମୃତ୍ୟୁ ପରେ ଭାଇ ସହ କଥା ହେବାକୁ ଫୋନ୍‌ ଦେଇ ନ ଥିଲା ପୋଲିସ: ଦୀପ୍‌କେ

ନୂଆଦିଲ୍ଲୀ,୧୨ା୧୦: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଶନିବାର ନୂଆଦିଲ୍ଲୀର ବିକ୍ଷୋଭ ପୂର୍ବରୁ ଏହାର ନେତା ଅଭିଜିତ୍‌ ଦୀପ୍‌କେଙ୍କୁ ପୋଲିସ ଅଟକ ରଖିଥିଲା। ସେହି ସମୟରେ ଦୀପ୍‌କେଙ୍କ…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

ବାଙ୍କୀ ସ୍ବୟଂଶାସିତ କଲେଜରେ ବୋମାମାଡ଼; ଝରକା ଭାଙ୍ଗିଲା, କାନ୍ଥ ଫାଟିଲା

ବାଙ୍କୀ,୧୨ା୧୦(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନକୁ ନେଇ ରବିବାର ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ ଫଳରେ କଲେଜ ଆସବାବପତ୍ର ସହ ଝରକା ଏବଂ କବାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?