ପୂର୍ବରୁ କୁକୁର ଓ ମାଙ୍କଡକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଛି। ତେବେ ନିକଟରେ ଏକ କୁକୁର ଛୁଆକୁ ମାଙ୍କଡ଼ ଗାତରୁ ଉଦ୍ଧାର କରିଥିବା ଭିଡିଓ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଥିଲେ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ସିମ୍ପାଞ୍ଜି କୁକୁର ଛୁଆକୁ କୋଳରେ ଧରି ଗେଲ କରୁଥିବା ଦେଖିବାକୁ ମିଳୁଛି। ସେ ଚୁମ୍ବନ ଦେଉଥିବା ବେଳେ କୁକୁର ଛୁଆଟି ନିରବରେ ତା’ କୋଳରେ ରହି ଗେଲ ହେଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ମଧ୍ୟ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘ବ୍ଲାକ୍ ଅର୍ ହ୍ବାଇଟ୍, ଦ ଓ୍ବାଲ୍ଡ ଇଜ୍ ଦେୟାର ପ୍ରାଇଡ ଟୁ ହାର୍ଟସ, ଅଲ୍ ଲାଇଭ୍ସ ମ୍ୟାଟର’। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
Black or white,
The world is their pride💕All lives matter…. pic.twitter.com/8e63wiUk1J
— Susanta Nanda IFS (Retd) (@susantananda3) August 15, 2020

