ଫାଷ୍ଟ ଫୁଡ୍‌ ଖାଦ୍ୟରେ ରାସାୟନିକ ଦ୍ରବ୍ୟ

ବ୍ରହ୍ମପୁର ଅଫିସ,୨୪।୮:ବ୍ରହ୍ମପୁର ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ ଆଦର ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସହରର ସାହି ଛକଠାରୁ ଆରମ୍ଭ କରି ମୁଖ୍ୟ ଛକରେ ମଧ୍ୟ ମାଳ ମାଳ ଫାଷ୍ଟ ଦୋକାନ ଫୁଡ ଗଢି ଉଠିଛି। ବିଶେଷକରି କୋଭିଡ୍‌ ମହାମାରୀ ପରେ କଟକଣା କୋହଳ ହେବାରୁ ଅଧିକ ମାତ୍ରାରେ ଫାଷ୍ଟଫୁଡ ଦୋକାନ ସଂଖ୍ୟା ବୃଦ୍ଧି ପାଇଛି। ବିଶେଷକରି ସହରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଅଧିକ ସଂଖ୍ୟକ ଫାଷ୍ଟ ପୁଡ ଦୋକାନ ରହିଛି। ଯେଉଁଠାରେ ସନ୍ଧ୍ୟା ହେବା ମାତ୍ରେ ଆମିଷ ଓ ନିରାମିଷ ସୁଆଦିଆ ଖାଦ୍ୟ ପଦାର୍ଥ ବିକ୍ରି ହେଉଛି। ସେହିପରି ଲାଞ୍ଜିପଲୀ ଛକ, ଗିରି ରୋଡ, ପୁରୁଣା ବସ୍‌ଷ୍ଟାଣ୍ଡ, ସିଟି ହାଇସ୍କୁଲ ରୋଡ, ରାମଲିଙ୍ଗେଶ୍ୱର ରୋଡ ଆଦି ଅଞ୍ଚଳରେ ଅଧିକ ଫାଷ୍ଟଫୁଡ ଦୋକାନ ଦେଖିବାକୁ ମିଳିଥାଏ। ଯେଉଁଠାରେ ପୂର୍ବାହ୍ନ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନ ଓ ବିଳମ୍ବିତ ରାତ୍ରି ଯାଏ ଖାଦ୍ୟ ପଦାର୍ଥ ବିକ୍ରି ହୋଇଥାଏ। କିନ୍ତୁ ଏହି ଖାଦ୍ୟ ପଦାର୍ଥ କେତେ ସୁରକ୍ଷିତ ଏହା ପରିଷ୍କାର ପରିଚ୍ଛନତା ମଧ୍ୟରେ ପ୍ରସ୍ତୁତ କରାଯାଉଛି କି ନାହିଁ ସେ ବିଷୟରେ ସହରବାସୀ ଅଜ୍ଞ ରହିଛନ୍ତି। ଫଳରେ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଥିବା ଫାଷ୍ଟଫୁଡ ପ୍ରେମୀ ବିଭିନ୍ନ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି ଫାଷ୍ଟ ଫୁଡ ସେଣ୍ଟର ଗୁଡିକରେ ବିଏମ୍‌ସି ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗ ରହିଛି। ଏହି ବିଭାଗ ପକ୍ଷରୁ ସହରରେ କେତୋଟି ଫାଷ୍ଟ ଫୁଡ୍‌ ଦୋକାନ ରହିଛି ତଥ୍ୟ ସହ ଖାଦ୍ୟ ମଧ୍ୟ ଯାଞ୍ଚ କରାଯାଇଥାଏ। ତେବେ ବିଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସେତେଟା ଯାଞ୍ଚ ହେଉ ନ ଥିବାରୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଉଛନ୍ତି। ଏଥିସହ ଖାଦ୍ୟ ଦ୍ରବ୍ୟକୁ ଆକର୍ଷିତ କରିବା ନିମନ୍ତେ ରାସାୟନିକ ନାଲି ରଙ୍ଗ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି।
ବ୍ୟବସାୟୀମାନେ ଅଧିକ ବେପାର ଆଶାରେ ଏହି ସବୁ ରାସାୟନିକ ଉପାୟ ଅବଲମ୍ବନ କରୁଥିବା ବେଳେ ତାହା ଖାଦ୍ୟ ପ୍ରେମୀଙ୍କ ପାଇଁ ବିଷାକ୍ତ ପାଲଟିଛି। ଏ ବାବଦରେ ବିଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ଅବଗତ ଥାଇ ମଧ୍ୟ କୌଣସି ଯାଞ୍ଚ କିମ୍ବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସହରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ରାସ୍ତା ଓ ରାମଲିଙ୍ଗେଶ୍ୱର ସମ୍ମୁଖରେ ରହିଥିବା ବିଭିନ୍ନ ଆମିଷ ଦ୍ରବ୍ୟ ଉକ୍ତ ରାସାୟନିକ ରଙ୍ଗ ବହୁଳ ପରିମାଣରେ ବ୍ୟବହୃତ ହେଉଥିବା ଅଭିଯୋଗ ହୋଇଛି। ଖାଦ୍ୟ ପଦାର୍ଥ ଗୁଡିକ ଯାଞ୍ଚ ନିମନ୍ତେ ଖାଦ୍ୟ ସୁରକ୍ଷା ବିଭାଗରେ ବିଏମ୍‌ସିରେ ୩ ଜଣ ଅଧିକାରୀ ରହିଛନ୍ତି। କିନ୍ତୁ କେବେ ବି କୌଣସି ଅଧିକାରୀ ସହରରେ ଖାଦ୍ୟ ଯାଞ୍ଚ କରୁ ନାହାନ୍ତି। ସହରର ଛତୁ ଫୁଟିଲା ଭଳି ଫାଷ୍ଟ ଫୁଡ ଗଢି ଉଠିଥିବା ଅଭିଯୋଗ ହୋଇଛି। ଏ ନେଇ ବିଏମସି ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ବେହେରାଙ୍କ ସହ ଯୋଗାଯୋଗ ବେଳେ, ଆଗାମୀ ଦିନରେ ଫାଷ୍ଟ ଫୁଡ ଗୁଡିକରେ ଖାଦ୍ୟ ଯାଞ୍ଚ ହେବା ନେଇ ଯୋଜନା ରହିଛି। ଖୁବ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?