ଫାଷ୍ଟ ଫୁଡ୍‌ ଖାଦ୍ୟରେ ରାସାୟନିକ ଦ୍ରବ୍ୟ

ବ୍ରହ୍ମପୁର ଅଫିସ,୨୪।୮:ବ୍ରହ୍ମପୁର ସହରବାସୀଙ୍କ କ୍ଷେତ୍ରରେ ଫାଷ୍ଟଫୁଡ ଆଦର ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସହରର ସାହି ଛକଠାରୁ ଆରମ୍ଭ କରି ମୁଖ୍ୟ ଛକରେ ମଧ୍ୟ ମାଳ ମାଳ ଫାଷ୍ଟ ଦୋକାନ ଫୁଡ ଗଢି ଉଠିଛି। ବିଶେଷକରି କୋଭିଡ୍‌ ମହାମାରୀ ପରେ କଟକଣା କୋହଳ ହେବାରୁ ଅଧିକ ମାତ୍ରାରେ ଫାଷ୍ଟଫୁଡ ଦୋକାନ ସଂଖ୍ୟା ବୃଦ୍ଧି ପାଇଛି। ବିଶେଷକରି ସହରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଅଧିକ ସଂଖ୍ୟକ ଫାଷ୍ଟ ପୁଡ ଦୋକାନ ରହିଛି। ଯେଉଁଠାରେ ସନ୍ଧ୍ୟା ହେବା ମାତ୍ରେ ଆମିଷ ଓ ନିରାମିଷ ସୁଆଦିଆ ଖାଦ୍ୟ ପଦାର୍ଥ ବିକ୍ରି ହେଉଛି। ସେହିପରି ଲାଞ୍ଜିପଲୀ ଛକ, ଗିରି ରୋଡ, ପୁରୁଣା ବସ୍‌ଷ୍ଟାଣ୍ଡ, ସିଟି ହାଇସ୍କୁଲ ରୋଡ, ରାମଲିଙ୍ଗେଶ୍ୱର ରୋଡ ଆଦି ଅଞ୍ଚଳରେ ଅଧିକ ଫାଷ୍ଟଫୁଡ ଦୋକାନ ଦେଖିବାକୁ ମିଳିଥାଏ। ଯେଉଁଠାରେ ପୂର୍ବାହ୍ନ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନ ଓ ବିଳମ୍ବିତ ରାତ୍ରି ଯାଏ ଖାଦ୍ୟ ପଦାର୍ଥ ବିକ୍ରି ହୋଇଥାଏ। କିନ୍ତୁ ଏହି ଖାଦ୍ୟ ପଦାର୍ଥ କେତେ ସୁରକ୍ଷିତ ଏହା ପରିଷ୍କାର ପରିଚ୍ଛନତା ମଧ୍ୟରେ ପ୍ରସ୍ତୁତ କରାଯାଉଛି କି ନାହିଁ ସେ ବିଷୟରେ ସହରବାସୀ ଅଜ୍ଞ ରହିଛନ୍ତି। ଫଳରେ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଥିବା ଫାଷ୍ଟଫୁଡ ପ୍ରେମୀ ବିଭିନ୍ନ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି ଫାଷ୍ଟ ଫୁଡ ସେଣ୍ଟର ଗୁଡିକରେ ବିଏମ୍‌ସି ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗ ରହିଛି। ଏହି ବିଭାଗ ପକ୍ଷରୁ ସହରରେ କେତୋଟି ଫାଷ୍ଟ ଫୁଡ୍‌ ଦୋକାନ ରହିଛି ତଥ୍ୟ ସହ ଖାଦ୍ୟ ମଧ୍ୟ ଯାଞ୍ଚ କରାଯାଇଥାଏ। ତେବେ ବିଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସେତେଟା ଯାଞ୍ଚ ହେଉ ନ ଥିବାରୁ ବ୍ୟବସାୟୀମାନେ ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଉଛନ୍ତି। ଏଥିସହ ଖାଦ୍ୟ ଦ୍ରବ୍ୟକୁ ଆକର୍ଷିତ କରିବା ନିମନ୍ତେ ରାସାୟନିକ ନାଲି ରଙ୍ଗ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଛନ୍ତି।
ବ୍ୟବସାୟୀମାନେ ଅଧିକ ବେପାର ଆଶାରେ ଏହି ସବୁ ରାସାୟନିକ ଉପାୟ ଅବଲମ୍ବନ କରୁଥିବା ବେଳେ ତାହା ଖାଦ୍ୟ ପ୍ରେମୀଙ୍କ ପାଇଁ ବିଷାକ୍ତ ପାଲଟିଛି। ଏ ବାବଦରେ ବିଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ଅବଗତ ଥାଇ ମଧ୍ୟ କୌଣସି ଯାଞ୍ଚ କିମ୍ବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସହରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ରାସ୍ତା ଓ ରାମଲିଙ୍ଗେଶ୍ୱର ସମ୍ମୁଖରେ ରହିଥିବା ବିଭିନ୍ନ ଆମିଷ ଦ୍ରବ୍ୟ ଉକ୍ତ ରାସାୟନିକ ରଙ୍ଗ ବହୁଳ ପରିମାଣରେ ବ୍ୟବହୃତ ହେଉଥିବା ଅଭିଯୋଗ ହୋଇଛି। ଖାଦ୍ୟ ପଦାର୍ଥ ଗୁଡିକ ଯାଞ୍ଚ ନିମନ୍ତେ ଖାଦ୍ୟ ସୁରକ୍ଷା ବିଭାଗରେ ବିଏମ୍‌ସିରେ ୩ ଜଣ ଅଧିକାରୀ ରହିଛନ୍ତି। କିନ୍ତୁ କେବେ ବି କୌଣସି ଅଧିକାରୀ ସହରରେ ଖାଦ୍ୟ ଯାଞ୍ଚ କରୁ ନାହାନ୍ତି। ସହରର ଛତୁ ଫୁଟିଲା ଭଳି ଫାଷ୍ଟ ଫୁଡ ଗଢି ଉଠିଥିବା ଅଭିଯୋଗ ହୋଇଛି। ଏ ନେଇ ବିଏମସି ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ବେହେରାଙ୍କ ସହ ଯୋଗାଯୋଗ ବେଳେ, ଆଗାମୀ ଦିନରେ ଫାଷ୍ଟ ଫୁଡ ଗୁଡିକରେ ଖାଦ୍ୟ ଯାଞ୍ଚ ହେବା ନେଇ ଯୋଜନା ରହିଛି। ଖୁବ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ଏବେ ଜହର, କ୍ଷେତକୁ ଯାଉନି ପାଣି

କେନ୍ଦ୍ରାପଡ଼ା ଅଫିସ, ୧୩ା୧୨:ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର ପାଲଟିଛି।...

ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାରିପଦା ଅଫିସ,୩୦ା୫- ମୟୂରଭଞ୍ଜ ଜିଲା ନିର୍ମାଣ ଶ୍ରମିକ ସମନ୍ବୟ ସମିତି ପକ୍ଷରୁ ଶନିବାର ୯ ଦଫା ଦାବିରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ...

ବୋଲେରୋ ଲୁଟି ନେବାବେଳେ ଦୁର୍ଘଟଣା: ପଥଚାରୀ ବାପା, ଝିଅ, ପୁଅଙ୍କ ଜୀବନ ଗଲା

ଯୋଡା, ୨୮।୧୦(ଡି.ଏନ.ଏ.)-ଏକ ବୋଲେରୋ ଲୁଟ୍‌ କରି ଫେରାର ହୋଇଯିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଏହା ମାଡ଼ି ଯାଇଥିଲା। ଫଳରେ...

ସମୁଦ୍ର ଜୁଆର ମାଡ଼ରେ ଲୁଣା ନଦୀବନ୍ଧରେ ଘାଇ

ମହାକାଳପଡ଼ା, ୨୨ା୧୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଖରିନାସୀ ପଞ୍ଚାୟତ ଲୁଣା ନଦୀ ବନ୍ଧର ଏକ ନମ୍ବର କ୍ରିକ୍‌ ନିକଟରେ କେତେଜଣ ଲୋକ ଜାଲ...

ବ୍ୟବସାୟୀ ବଢ଼ାଉଛନ୍ତି ଖାଉଟି ସାମଗ୍ରୀ ଦର: ସାଧାରଣରେ ଅସନ୍ତୋଷ

ଗୁଡଭେଲା,୨୭।୩(ଡି.ଏନ୍‌.ଏ.): କରୋନା ପାଇଁ ବଲାଙ୍ଗୀର ଜିଲା ତୁଷୁରା ସହରରେ ମାନ୍ଦା ଅବସ୍ଥା ଦେଖିବାକୁ ମିଳୁଛି। ଖାଉଟି ସାମଗ୍ରୀ, ଔଷଧ, ପନିପରିବା ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ...

ହଟିଲା ରହିତାଦେଶ: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଲା

କଟକ ଅଫିସ,୨୨।୭: ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଛି। ୨୦୨୧ ମସିହାରେ ଜାରି ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତିକୁ ବିରୋଧ କରି...

କାଠଗାଡି ଜବତ, ଗାର୍ଡକୁ ଧକ୍କା ମାରି ଚାଳକ ଛୁ

ପାତ୍ରପୁର,୨୬ା୪(ଡି.ଏନ୍‌.ଏ.)- ଶାଗୁଆନ କାଠ ନେଉଥିବା ଏକ ଟାଟା ମ୍ୟାଜିକ ଗାଡି (ଏପି୩୦ୟୁ-୮୦୧୭)କୁ ବ୍ରହ୍ମପୁର ମୋବାଇଲ ଡିଭିଜନ ଫରେଷ୍ଟର ଏନ୍‌. ବାଲାଜୀ ରେଡ୍ଡୀ ଓ ତାଙ୍କ ଟିମ...

ରେଞ୍ଜ୍‌ ଦାୟିତ୍ୱରେ ତଳିଆ କର୍ମଚାରୀ

ବାରିପଦା ଅଫିସ,୨୦।୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ରେଞ୍ଜ କାର୍ଯ୍ୟାଳୟ ଦାୟିତ୍ୱରେ ରହୁଛନ୍ତି ତଳିଆ କର୍ମଚାରୀ। ଦୀର୍ଘଦିନ ଛୁଟି ଦର୍ଶାଇ...

Advertisement
Archives

Model This Week