ଖୋଜିକରି ମାରିବୁ: ବାଇଡେନ୍‌

କାବୁଲ/ଓ୍ବାଶିଂଟନ,୨୮ା୮: କାବୁଲ ବିସ୍ଫୋରଣ ପଛରେ ଯିଏ ଥାଆନ୍ତୁ ନା କାହିଁକି ଆମେ ତାଙ୍କୁ ଖୋଜି ବାହାର କରିବୁ। ଆମେ ଭୁଲିବୁ ନାହିଁ କି କ୍ଷମା କରିବୁ ନାହିଁ। ଆକ୍ରମଣକାରୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଆତଙ୍କବାଦୀ ଆମେରିକୀୟଙ୍କୁ ଆଫଗାନିସ୍ତାନରେ ନିଜ କାମ କରିବାରେ ରୋକିପାରିବେ ନାହିଁ। କାବୁଲରେ ଶେଷ ସମୟ ପର୍ଯ୍ୟନ୍ତ ଆମେ ନିଜ ମିଶନ ଅଟକାଇବୁ ନାହିଁ। ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ଜାରି ରହିବ। କାବୁଲ ଏୟାରପୋର୍ଟରେ ୧୮୦ ଜଣଙ୍କ ଜୀବନ ନେଇଥିବା ସିରିଜ୍‌ ବିସ୍ଫୋରଣ ପଛରେ ଥିବା ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)କୁ ଏଭଳି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌।

ଆଫଗାନିସ୍ତାନରୁ ଅଗଷ୍ଟ ୩୧ ସୁଦ୍ଧା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପ୍ରକ୍ରିୟା ଚାଲିଥିବାବେଳେ ଗୁରୁବାର ସନ୍ଧ୍ୟାରେ ରାଜଧାନୀ କାବୁଲ ସ୍ଥିତ ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିକଟରେ ଲଗାତର ଦୁଇଟି ବିସ୍ଫୋରଣ ହୋଇଥିଲା। ଏହା ପରେ ଅନେକ ସ୍ଥାନରେ ଗୁଳିଗୋଳା ଫୁଟିଥିଲା। ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ଏହି ଆକ୍ରମଣରେ ଅଦ୍ୟାବଧି ୧୮୦ ଜଣ ନିହତ ହୋଇଛନ୍ତି। ହସ୍ପିଟାଲଗୁଡ଼ିକରେ ବହୁ ଲୋକ ଜୀବନ ସହ ସଂଘର୍ଷ କରୁଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଆମେରିକୀୟ ସୈନ୍ୟ ଅଛନ୍ତି। ୨୦୧୧ ଅଗଷ୍ଟ ୬ ପରେ ଆଫଗାନିସ୍ତାନରେ ଆମେରିକୀୟଙ୍କ ଉପରେ ଏହା ହେଉଛି ସବୁଠୁ ଘାତକ ଆକ୍ରମଣ। ୨୦୨୦ ଫେବୃୟାରୀ ପରେ ସେଠାରେ କୌଣସି ସାମରିକ ଅଧିକାରୀଙ୍କ ଜୀବନ ଯିବାରେ ମଧ୍ୟ ଏହା ପ୍ରଥମ ଘଟଣା। ଇତିମଧ୍ୟରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ସହ ଅନୁବନ୍ଧିତ ଆଫଗାନିସ୍ତାନ ଶାଖା ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରାସାନ ପ୍ରୋଭିନ୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। କାବୁଲ ଏୟାରପୋର୍ଟରେ ଆମେରିକୀୟ ସୈନ୍ୟ ଓ ସେମାନଙ୍କ ଆଫଗାନ୍‌ ସହଯୋଗୀଙ୍କୁ ଆମତ୍ଘାତୀ ବିସ୍ଫୋରଣରେ ଉଡ଼ାଇଦେଇଥିବା ଆଇଏସ୍‌-କେ ଏକ ବିବୃତିରେ ସ୍ବୀକାର କରିଛି। ବିସ୍ଫୋରଣକାରୀଙ୍କ ଫଟୋ ମଧ୍ୟ ଏଥିରେ ଜାରି କରାଯାଇଛି। ଆକ୍ରମଣକାରୀ ଜଣକ ଏକ ବିସ୍ଫୋରକ ବେଲ୍ଟ ପିନ୍ଧି ଛିଡ଼ା ହୋଇଛନ୍ତି। ତାଙ୍କ ପଛରେ ଆଇଏସ୍‌ର କଳା ପତାକା ଉଡ଼ୁଛି। ସେ ନିଜ ମୁହଁକୁ ଏକ କଳାକନାରେ ଘୋଡ଼ାଇ ରଖିଛନ୍ତି। ବାହାରକୁ କେବଳ ତାଙ୍କର ଦୁଇଆଖି ଦିଶୁଛି। ଆଇଏସ୍‌ର ଅଫିସିଆଲ ଅମାକ୍‌ ନ୍ୟୁଜ୍‌ ଏଜେନ୍ସି ଏହାର ଟେଲିଗ୍ରାମ ଚ୍ୟାନେଲରେ ତାଙ୍କ ନାମ ଅବ୍‌ଦୁଲ ରହମାନ ଅଲ୍‌-ଲୋଗରି ବୋଲି ସ୍ପଷ୍ଟ କରିଛି। ଏହି ନାମରୁ ଜଣାପଡ଼ୁଛି ଯେ ଆମତ୍ଘାତୀ ବିସ୍ଫୋରଣକାରୀ ଜଣକ ଥିଲେ ଆଫଗାନିସ୍ତାନ ନାଗରିକ। ତାଲିବାନ୍‌ର ସୁରକ୍ଷା ତନଖିଫାଟକଗୁଡ଼ିକୁ ସେ କିପରି ଅତିକ୍ରମ କରି ଆମେରିକୀୟ ସୈନ୍ୟ, ଅନୁବାଦକ ଓ ଅନ୍ୟ ସହଯୋଗୀମାନେ ଥିବା ସ୍ଥାନରୁ ମାତ୍ର ୫ ମିଟର ଦୂରରେ ପହଞ୍ଚତ୍ପାରିଥିଲେ ତାହା ମଧ୍ୟ ଆଇଏସ୍‌ ଏଥିରେ ଦର୍ଶାଇଛି। ବିସ୍ଫୋରଣରେ ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ ତାଲିବାନୀ ମଧ୍ୟ ଥିଲେ ବୋଲି ଆଇଏସ୍‌ କହିଛି।
ଏହି ବିସ୍ଫୋରଣକୁ ଆମେରିକା ପାଇଁ ଆଇଏସ୍‌ ପକ୍ଷରୁ ଖୋଲା ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି। ଆକ୍ରମଣର ପ୍ରତିଶୋଧ ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ନେଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଆବେଗପୂର୍ଣ୍ଣ ଅଭିଭାଷଣରେ ବାଇଡେନ୍‌ କହିଛନ୍ତି, କାବୁଲ ଏୟାରପୋର୍ଟ ଆକ୍ରମଣ ଆଇଏସ୍‌ର ଆଫଗାନିସ୍ତାନ ଶାଖା ପକ୍ଷରୁ କରାଯାଇଛି। ବର୍ତ୍ତମାନ ଆଫଗାନିସ୍ତାନକୁ ଦଖଲରେ ରଖିଥିବା ତାଲିବାନ୍‌ ସହ ସେମାନଙ୍କ ସମ୍ପର୍କ ନେଇ କୌଣସି ପ୍ରମାଣ ନାହିଁ। ୧୩ ଆମେରିକୀୟ ସର୍ଭିସ୍‌ ମେମ୍ବରଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ। କଠୋରପନ୍ଥୀମାନଙ୍କୁ ଆମେ ଖୋଜି ବାହାର କରିବୁ ଏବଂ ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ବାଧ୍ୟ କରିବୁ। ଏହି ଅବସରରେ ବାଇଡେନ୍‌ ମୃତକଙ୍କ ସମ୍ମାନରେ କିଛି କ୍ଷଣ ପାଇଁ ମୁଣ୍ଡ ତଳକୁ କରି ନୀରବ ପ୍ରାର୍ଥନା କରିଥିଲେ। ଏହାସହ ଆମେରିକାର ଜାତୀୟ ପତାକାକୁ ଅର୍ଦ୍ଧନମିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଇଏସ୍‌ ଉପରେ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିବା ସକାଶେ ସେ ମିଲିଟାରି କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?