ଖୋଜିକରି ମାରିବୁ: ବାଇଡେନ୍‌

କାବୁଲ/ଓ୍ବାଶିଂଟନ,୨୮ା୮: କାବୁଲ ବିସ୍ଫୋରଣ ପଛରେ ଯିଏ ଥାଆନ୍ତୁ ନା କାହିଁକି ଆମେ ତାଙ୍କୁ ଖୋଜି ବାହାର କରିବୁ। ଆମେ ଭୁଲିବୁ ନାହିଁ କି କ୍ଷମା କରିବୁ ନାହିଁ। ଆକ୍ରମଣକାରୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଆତଙ୍କବାଦୀ ଆମେରିକୀୟଙ୍କୁ ଆଫଗାନିସ୍ତାନରେ ନିଜ କାମ କରିବାରେ ରୋକିପାରିବେ ନାହିଁ। କାବୁଲରେ ଶେଷ ସମୟ ପର୍ଯ୍ୟନ୍ତ ଆମେ ନିଜ ମିଶନ ଅଟକାଇବୁ ନାହିଁ। ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର ଜାରି ରହିବ। କାବୁଲ ଏୟାରପୋର୍ଟରେ ୧୮୦ ଜଣଙ୍କ ଜୀବନ ନେଇଥିବା ସିରିଜ୍‌ ବିସ୍ଫୋରଣ ପଛରେ ଥିବା ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)କୁ ଏଭଳି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌।

ଆଫଗାନିସ୍ତାନରୁ ଅଗଷ୍ଟ ୩୧ ସୁଦ୍ଧା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପ୍ରକ୍ରିୟା ଚାଲିଥିବାବେଳେ ଗୁରୁବାର ସନ୍ଧ୍ୟାରେ ରାଜଧାନୀ କାବୁଲ ସ୍ଥିତ ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିକଟରେ ଲଗାତର ଦୁଇଟି ବିସ୍ଫୋରଣ ହୋଇଥିଲା। ଏହା ପରେ ଅନେକ ସ୍ଥାନରେ ଗୁଳିଗୋଳା ଫୁଟିଥିଲା। ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ଏହି ଆକ୍ରମଣରେ ଅଦ୍ୟାବଧି ୧୮୦ ଜଣ ନିହତ ହୋଇଛନ୍ତି। ହସ୍ପିଟାଲଗୁଡ଼ିକରେ ବହୁ ଲୋକ ଜୀବନ ସହ ସଂଘର୍ଷ କରୁଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଆମେରିକୀୟ ସୈନ୍ୟ ଅଛନ୍ତି। ୨୦୧୧ ଅଗଷ୍ଟ ୬ ପରେ ଆଫଗାନିସ୍ତାନରେ ଆମେରିକୀୟଙ୍କ ଉପରେ ଏହା ହେଉଛି ସବୁଠୁ ଘାତକ ଆକ୍ରମଣ। ୨୦୨୦ ଫେବୃୟାରୀ ପରେ ସେଠାରେ କୌଣସି ସାମରିକ ଅଧିକାରୀଙ୍କ ଜୀବନ ଯିବାରେ ମଧ୍ୟ ଏହା ପ୍ରଥମ ଘଟଣା। ଇତିମଧ୍ୟରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ସହ ଅନୁବନ୍ଧିତ ଆଫଗାନିସ୍ତାନ ଶାଖା ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରାସାନ ପ୍ରୋଭିନ୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। କାବୁଲ ଏୟାରପୋର୍ଟରେ ଆମେରିକୀୟ ସୈନ୍ୟ ଓ ସେମାନଙ୍କ ଆଫଗାନ୍‌ ସହଯୋଗୀଙ୍କୁ ଆମତ୍ଘାତୀ ବିସ୍ଫୋରଣରେ ଉଡ଼ାଇଦେଇଥିବା ଆଇଏସ୍‌-କେ ଏକ ବିବୃତିରେ ସ୍ବୀକାର କରିଛି। ବିସ୍ଫୋରଣକାରୀଙ୍କ ଫଟୋ ମଧ୍ୟ ଏଥିରେ ଜାରି କରାଯାଇଛି। ଆକ୍ରମଣକାରୀ ଜଣକ ଏକ ବିସ୍ଫୋରକ ବେଲ୍ଟ ପିନ୍ଧି ଛିଡ଼ା ହୋଇଛନ୍ତି। ତାଙ୍କ ପଛରେ ଆଇଏସ୍‌ର କଳା ପତାକା ଉଡ଼ୁଛି। ସେ ନିଜ ମୁହଁକୁ ଏକ କଳାକନାରେ ଘୋଡ଼ାଇ ରଖିଛନ୍ତି। ବାହାରକୁ କେବଳ ତାଙ୍କର ଦୁଇଆଖି ଦିଶୁଛି। ଆଇଏସ୍‌ର ଅଫିସିଆଲ ଅମାକ୍‌ ନ୍ୟୁଜ୍‌ ଏଜେନ୍ସି ଏହାର ଟେଲିଗ୍ରାମ ଚ୍ୟାନେଲରେ ତାଙ୍କ ନାମ ଅବ୍‌ଦୁଲ ରହମାନ ଅଲ୍‌-ଲୋଗରି ବୋଲି ସ୍ପଷ୍ଟ କରିଛି। ଏହି ନାମରୁ ଜଣାପଡ଼ୁଛି ଯେ ଆମତ୍ଘାତୀ ବିସ୍ଫୋରଣକାରୀ ଜଣକ ଥିଲେ ଆଫଗାନିସ୍ତାନ ନାଗରିକ। ତାଲିବାନ୍‌ର ସୁରକ୍ଷା ତନଖିଫାଟକଗୁଡ଼ିକୁ ସେ କିପରି ଅତିକ୍ରମ କରି ଆମେରିକୀୟ ସୈନ୍ୟ, ଅନୁବାଦକ ଓ ଅନ୍ୟ ସହଯୋଗୀମାନେ ଥିବା ସ୍ଥାନରୁ ମାତ୍ର ୫ ମିଟର ଦୂରରେ ପହଞ୍ଚତ୍ପାରିଥିଲେ ତାହା ମଧ୍ୟ ଆଇଏସ୍‌ ଏଥିରେ ଦର୍ଶାଇଛି। ବିସ୍ଫୋରଣରେ ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ ତାଲିବାନୀ ମଧ୍ୟ ଥିଲେ ବୋଲି ଆଇଏସ୍‌ କହିଛି।
ଏହି ବିସ୍ଫୋରଣକୁ ଆମେରିକା ପାଇଁ ଆଇଏସ୍‌ ପକ୍ଷରୁ ଖୋଲା ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି। ଆକ୍ରମଣର ପ୍ରତିଶୋଧ ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ନେଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଆବେଗପୂର୍ଣ୍ଣ ଅଭିଭାଷଣରେ ବାଇଡେନ୍‌ କହିଛନ୍ତି, କାବୁଲ ଏୟାରପୋର୍ଟ ଆକ୍ରମଣ ଆଇଏସ୍‌ର ଆଫଗାନିସ୍ତାନ ଶାଖା ପକ୍ଷରୁ କରାଯାଇଛି। ବର୍ତ୍ତମାନ ଆଫଗାନିସ୍ତାନକୁ ଦଖଲରେ ରଖିଥିବା ତାଲିବାନ୍‌ ସହ ସେମାନଙ୍କ ସମ୍ପର୍କ ନେଇ କୌଣସି ପ୍ରମାଣ ନାହିଁ। ୧୩ ଆମେରିକୀୟ ସର୍ଭିସ୍‌ ମେମ୍ବରଙ୍କ ମୃତ୍ୟୁର ପ୍ରତିଶୋଧ ନିଆଯିବ। କଠୋରପନ୍ଥୀମାନଙ୍କୁ ଆମେ ଖୋଜି ବାହାର କରିବୁ ଏବଂ ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ବାଧ୍ୟ କରିବୁ। ଏହି ଅବସରରେ ବାଇଡେନ୍‌ ମୃତକଙ୍କ ସମ୍ମାନରେ କିଛି କ୍ଷଣ ପାଇଁ ମୁଣ୍ଡ ତଳକୁ କରି ନୀରବ ପ୍ରାର୍ଥନା କରିଥିଲେ। ଏହାସହ ଆମେରିକାର ଜାତୀୟ ପତାକାକୁ ଅର୍ଦ୍ଧନମିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଇଏସ୍‌ ଉପରେ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିବା ସକାଶେ ସେ ମିଲିଟାରି କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦେଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri