ରାସ୍ତାଘାଟରେ ଗୋରୁଗୁହାଳ

ପ୍ରଫେସର ଡା. ଗୁଣସାଗର ଦାଶ

ବିଦେଶର କେଉଁଠି କେଉଁଠି ସହର ନଗର ରାଜରାସ୍ତାରେ ବଣଜଙ୍ଗଲର ପଶୁପକ୍ଷୀମାନେ ନିର୍ଭୟରେ ବିଚରଣ କରୁଥିବାର ଦେଖାଯାଉଛି। ହେଲେ ଆମ ଦେଶର ରାଜରାସ୍ତାରେ ଓ ସହରର ଗଳିକନ୍ଦିରେ ଗୋରୁ କିମ୍ବା ବୁଲା କୁକୁରମାନଙ୍କର ଅବାଧ କବ୍‌ଜା। ସେମାନଙ୍କ ମଳମୂତ୍ରରେ ପରିବେଶ ପ୍ରଦୂଷିତ। ସତେ ଯେପରି ସେମାନେ ଟ୍ରାଫିକ୍‌ ପୋଲିସ। ଗାଡ଼ି ଚାଳକଟି ବାଧ୍ୟହୋଇ ବେଗ କମାଇ ଷ୍ଟିୟରିଂକୁ ଅଙ୍କାବଙ୍କା ବୁଲାଇ ଯିବାକୁ ବାଧ୍ୟ ହେଉଅଛି। ତଦ୍ଦ୍ବାରା ବେଳେ ବେଳେ ଦୁର୍ଘଟଣାମାନ ବି ଘଟୁଛି। ଦୁଇଚକିଆ ଯାନ ଆରୋହୀମାନଙ୍କ ଜୀବନ ବି ଯାଉଛି। ଖାଲି ସେତିକି ନୁହେଁ, ବୁଲା ଷଣ୍ଢ, ଗୋରୁ ମଧ୍ୟ ପ୍ରାଣବଳି ଦେଉଛନ୍ତି। ସେମାନେ ହେଲେ ପଶୁ; ଟ୍ରାଫିକ୍‌ ନିୟମ କି ପରିବେଶ ପ୍ରଦୂଷଣର ଆଇନ କାହୁଁ ଜାଣିବେ। ଏସବୁ ଦେଖି ଦେଖି ଯିବା ଆସିବା ଲୋକର ଦେହ ମନ ହୃଦୟରେ ଡରଭୟ, କ୍ରୋଧ ଓ ବିଷାଦ ଜାତ ହେଉଅଛି। କ’ଣ କରାଯିବ! କିଏ ଆମ କଥା ବା ଶୁଣିବ !
ସେ ଦିନ ଲେଖକ ଜର୍ମାନୀରେ ଅତିଥି ସଜ୍ଜନ ଭାବରେ ଯାଇଥିଲା ବେଳେ ଇଟାଲୀର ଜଣେ ଡାକ୍ତର ବନ୍ଧୁ ଭାରତ ବିଷୟରେ କୌତୂହଳୀ ହୋଇ ପଚାରିଲେ- ଏକଥା କ’ଣ ସତ ଯେ ତୁମ ଦେଶର ରାସ୍ତାଘାଟରେ ଗୋରୁ ବିନା ବାଧାରେ ବୁଲୁଥାଆନ୍ତି। କହିଲି- ସତ କଥା।
ସେ ପୁନର୍ବାର ପଚାରିଲେ କେହି ସେମାନଙ୍କୁ ମାରି ଖାଇ ଦିଅନ୍ତି ନାହିଁ ? ଉତ୍ତର ଦେଲି- ନା, ଆମ ଦେଶରେ ଗାଈକୁ ଗୋମାତା ଭାବରେ ପୂଜା ଅର୍ଚ୍ଚନା କରାଯାଉଥିବାରୁ ତାକୁ ମାରି ଖାଇବାଟା ପାପ ବୋଲି ବିବେଚନା କରାଯାଏ।
ଗାଁ ଗହଳିର ଗୋରୁ ହାଟରୁ ଚଲାଇ ଚଲାଇ ହେଉ କି ଗାଡ଼ିମୋଟରରେ ବୋଝେଇ ହେଉ, ଗୋଚାଲାଣ କଲେ ଆମ୍ଭମାନଙ୍କ ମନଟା ଦୁଃଖ ଦରଦରେ ଭରିଯାଏ। ବେଳେ ବେଳେ କେଉଁଠି କେମିତି ଗଣ୍ଡଗୋଳ ବି ହୋଇଥାଏ। ତେବେ ଆଜି ସହରର ଗଳିକନ୍ଦିରେ କି ରାଜରାସ୍ତାରେ ହେଉଛି କ’ଣ ? ଅକାଳରେ ଗୋରୁଙ୍କ ଅଲୋଡ଼ା ଜୀବନ ଟ୍ରକ୍‌ ତଳେ ଚାଲିଯାଉଅଛି। ଏଥିପାଇଁ ଦାୟୀ କିଏ ? ଏଥିପ୍ରତି ଜନସାଧାରଣ, ଜନ ପ୍ରତିନିଧି, ମ୍ୟୁନିସିପାଲିଟି ଅଥବା ରାଜ୍ୟ ସରକାରଙ୍କ କିଛି ଦାୟିତ୍ୱ ଥିଲା ବୋଲି ମନେହୁଏ ନାହିଁ।
ପ୍ରତ୍ୟେକ ସମସ୍ୟାର ସମାଧାନ ଅବଶ୍ୟ ରହିଛି। କେବଳ ଚିନ୍ତା କରି ପଦକ୍ଷେପ ନେଲେ ଏହାର ପ୍ରତିକାର ହୋଇପାରିବ। ବୁଲା ଗୋରୁଙ୍କୁ ବାଜ୍ୟାପ୍ତ କରି ସରକାରଙ୍କ ସମ୍ପତ୍ତି ବୋଲି ଘୋଷଣା କରାଯାଉ। ସେମାନଙ୍କୁ ରଖିବା ପାଇଁ ଗୋଶାଳାମାନ ପ୍ରତିଷ୍ଠା କରାଯାଉ। ଆଜିକାଲି ଗାଁଗଣ୍ଡାରେ ଗୋରୁ ଚରାଳି ମିଳୁନାହାନ୍ତି। ଏଣୁ ପ୍ରତ୍ୟେକ ଗ୍ରାମ କି ପଞ୍ଚାୟତରେ ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରଶିପ୍‌ ବା ସରକାର ଓ ଜନ ସହଯୋଗ ମାଧ୍ୟମରେ ଗୋଶାଳାମାନ ପ୍ରତିଷ୍ଠା କରାଗଲେ ଗୋରୁଙ୍କ ସେବାଯତ୍ନ କରି ବେକାର ଯୁବତୀଯୁବକମାନେ ମଧ୍ୟ ନିଜର ଅନ୍ନ ସଂସ୍ଥାନ କରିପାରିବେ। ଗୋସମ୍ପଦର ସୁରକ୍ଷା ବି ହୋଇପାରିବ। ଏଥିପ୍ରତି ସରକାରଙ୍କ ସାହାଯ୍ୟ ସହଯୋଗ ଓ ପ୍ରେରଣା ରହିବା ଏକାନ୍ତ ଆବଶ୍ୟକ। ସହରରେ ଗୋରୁ ମାଲିକମାନେ ଗାଈ ରଖନ୍ତି। ଦୁଗ୍ଧବତୀ ହେଲେ ଘରକୁ ଆଣି କ୍ଷୀର ସଂଗ୍ରହ କରନ୍ତି; ବାକି ସମୟରେ ସହରରେ ଖୋଲା ଛାଡ଼ି ଦିଅନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରାଯାଉ। ଅନ୍ୟଥା ବୁଲା ଗୋରୁଙ୍କୁ ବାଜ୍ୟାପ୍ତ କରି ଗୋଶାଳାରେ ରଖାଯାଉ। ଏପରି ହେଲେ ଜନସାଧାରଣ ମଧ୍ୟ ସୁବିଧାରେ କ୍ଷୀର, ଦହି, ଛେନା, ଘିଅ ଆଦି ଦୁଗ୍ଧଜାତ ପଦାର୍ଥ ପାଇପାରିବେ। ଗୋରୁ ହାଟଗୁଡ଼ିକରେ କେବଳ ଚାଷକାର୍ଯ୍ୟ ପାଇଁ ଗୋରୁ କିଣାବିକା କରାଯାଉ। କେହି ହଡ଼ା କି ରୁଗ୍‌ଣ ଗୋରୁ ବିକ୍ରି କଲେ ସେମାନଙ୍କୁ ଦଣ୍ଡ ଦିଆଯାଉ। ସେମାନଙ୍କ ସେବା କରି ନ ପାରିଲେ ଗୋଶାଳାରେ ରଖାଯାଇ ସେବାଯତ୍ନ କରାଯାଉ। ପରିଣତ ବୟସରେ ସେମାନେ କ୍ଷୀର ଦେଇ ନ ପାରିଲେ ବି ଗୋବର ଖତ ଓ ଗୋମୂତ୍ର ତ ଅବଶ୍ୟ ମିଳିପାରିବ। ତା’ର ଉପଯୁକ୍ତ ବିନିଯୋଗ କରାଯାଇ ଅର୍ଗାନିକ୍‌ ଚାଷ କରାଯାଇ ପାରିବ। ଜନସାଧାରଣ, ସୁନାଗରିକ, ଜନ ପ୍ରତିନିଧି, ପଞ୍ଚାୟତ, ମ୍ୟୁନିସିପାଲିଟି ଓ ସରକାରଙ୍କୁ ଅନୁରୋଧ ଏଥିପ୍ରତି ସକ୍ରିୟ ଦୃଷ୍ଟି ଦେଇ ସମସ୍ତଙ୍କୁ ଏ ଅରାଜକତାରୁ ରକ୍ଷା କରନ୍ତୁ। ଆଶା ଏ ଦିଗରେ ସମସ୍ତେ ଚିନ୍ତାକରି ପଦକ୍ଷେପ ନେବେ।
ମୁକ୍ତିବିହାର, ଅଇଁଠାପାଲି, ସମ୍ବଲପୁର
ମୋ: ୯୪୩୭୦୫୮୫୨୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?