କୋଇଲା ବୋଝେଇ ଟ୍ରେନ୍ରେ ଲାଗିଲା ନିଆଁ
ସରଣ୍ଡା,୨୩।୧୧(ଡି.ଏନ୍.ଏ.): ସମ୍ବଲପୁର-ବଲାଙ୍ଗୀର ରେଳପଥର ବରଗଡ଼ ଜିଲା ଗୋଡ଼ଭାଗା ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ବଗିରେ ନିଆଁ ଲାଗିଯାଇଛି। ସମ୍ବଲପୁର ଡିଭିଜନ୍ରୁ ବିଜୟଓ୍ବାଡା ଯାଉଥିବା ଏହି ଟ୍ରେନ୍ରେ ନିଆଁ ଲାଗିଥିବା ଖବର ପାଇ ଗୋଡ଼ଭାଗା ଷ୍ଟେଶନ ମାଷ୍ଟର ଆଶିଷ…
ଟ୍ରେନ୍ ଧକ୍କାରେ ମା’, ଝିଅ ମୃତ
ଯାଜପୁର ରୋଡ୍,୨୩।୧୧(ଡି.ଏନ୍.ଏ.): ଯାଜପୁର କେନ୍ଦୁଝର ରୋଡ୍ ରେଳ ଷ୍ଟେଶନ ନିକଟ ଅହମ୍ମଦନଗର ନିକଟରେ ଶନିବାର ହାଓ୍ବଡା-ପୁରୀ ପାସେଞ୍ଜର ଟ୍ରେନ୍ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ୟାସନଗର ପୌରାଞ୍ଚଳସ୍ଥିତ ଚାନ୍ଦମା ଗ୍ରାମର କାଠି ରଣା ଏବଂ ଗୁରୁବାରୀ ରଣା। ସେମାନେ…
୭୫ ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ: ପ୍ଲାଟିନମ୍ ଜୁବିଲି ଉତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ପ୍ଲାଟିନମ୍ ଜୁବିଲି ଉତ୍ସବକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଇ-ଲାଇବ୍ରେରୀର ଉଦ୍ଘାଟନ କରିବା ସହ ରୁଷା ଭବନର ଶିଳାନ୍ୟାସ କରିଛନ୍ତି। ଏହି…
‘ଟାଇମ୍ସ’ ହାୟର ଏଜୁକେଶନ ୱାର୍ଲଡ୍ ର଼୍ୟାଙ୍କିଙ୍ଗ୍ରେ ସୋଆ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ) : ‘ଟାଇମ୍ସ’ ହାୟର ଏଜୁକେଶନ ୱାର୍ଲଡ୍ ର଼୍ୟାଙ୍କିଙ୍ଗ୍ରେ ପୁଣି ସ୍ଥାନ ପାଇଛି ସୋଆ ବିଶ୍ୱବିଦ୍ୟାଳୟ। ପୂର୍ବ ଭାରତରେ ସୁଖ୍ୟାତି ଅର୍ଜନ କରିଥିବା ସୋଆ ବିଶ୍ୱବିଦ୍ୟାଳୟ ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଟାଇମ୍ସ ହାୟର ଏଜୁକେଶନ ୱାର୍ଲଡ୍ ରାଙ୍କିଙ୍ଗ୍ରେ ଭାରତରୁ ମନୋନୀତ…
ପିଆଜ ଦରରେ ନିଆଁ
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ରାଜ୍ୟରେ ପିଆଜ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ବଜାରରେ ପିଆଜ ମୂଲ୍ୟ କିଲୋ ପିଛା ୮୦ରୁ ୯୦ ଟଙ୍କାରେ ବିକ୍ରି ହୋଇଥିଲା। ପ୍ରାୟ ଦେଢ଼ମାସ ଧରି ପିଆଜର ବର୍ଦ୍ଧିତ ମୂଲ୍ୟ ଯୋଗୁ ସାଧାରଣ ଲୋକେ ଅତିଷ୍ଠ…
ଜାନୁୟାରୀ ୨୦ରୁ ଭୁବନେଶ୍ୱର-ସୁରଟ ବିମାନ ସେବା
ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ଆସନ୍ତା ବର୍ଷ ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଏୟାର ଇଣ୍ଡିଆ ନୂଆ ବିମାନ ଚଳାଚଳ କରିବ। ଏ ନେଇ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ଟୁଇଟ କରି ସୂଚନା ଦେଇଛନ୍ତି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତାଙ୍କୁ ସୂଚନା ଦେଇଥିବା…
ଓଡ଼ିଶାକୁ ସ୍ବଚ୍ଛ ରାଜ୍ୟ ପୁରସ୍କାର
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ସ୍ବଚ୍ଛତା ଲାଗି ଓଡିଶାକୁ ‘ଇଣ୍ଡିଆ ଟୁଡେ’ ଗ୍ରୁପ ପକ୍ଷରୁ ସର୍ବାଧିକ ସ୍ବଚ୍ଛ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ନୂଆଦିଲ୍ଲୀଠାରେ…
ସିଂହଦ୍ୱାର ସମ୍ମୁଖ ଭିଡିଓ ଭାଇରାଲ: ମହିଳା ଭକ୍ତ-ପୋଲିସ ଧସ୍ତାଧସ୍ତି
ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଘଟଣା। ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛିି। କେତେଜଣ ମହିଳା ଭକ୍ତ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଡ ଡେଇଁ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ସେମାନଙ୍କ…
ଲାଞ୍ଚ: ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଗିରଫ
କଟକ ଅଫିସ, ୨୩ା୧୧: ୧୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ମହାନ୍ତ। ସେ ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁଶନ ଡିଭିଜନ-୨ ଅଧୀନରେ ଥିବା ଗୋଡ଼ିସାହି ସେକ୍ସନରେ କାର୍ଯ୍ୟରତ। ଶୁକ୍ରବାର ସେ…
୪୮ ଘଣ୍ଟାରେ ୨ ବୋମାମାଡ଼
କଟକ ଅଫିସ, ୨୩ା୧୧: ଗତ ୪୮ଘଣ୍ଟା ମଧ୍ୟରେ କଟକ କମିଶନରେଟ୍ ପୋଲିସ ଅଧୀନ ଦୁଇଟି ସ୍ଥାନରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସହରବାସୀ ଆତଙ୍କିତ ହୋଇପଡ଼ିଥିବାବେଳେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ପୂର୍ବ…
ଖବରଦାତାଙ୍କୁ ୨ଲକ୍ଷ ଟଙ୍କାର ସହାୟତା
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଶୁକ୍ରବାର ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ବିଭାଗର କାର୍ଯ୍ୟାଳୟଠାରେ ଢେଙ୍କାନାଳ ଜିଲାର ଜଣେ କାର୍ଯ୍ୟରତ ଖବରଦାତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ୩୦ ବର୍ଷୀୟ ଖବରଦାତାଙ୍କ ଦୁଇଟି…
ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ବିରୋଧୀ
ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଚଳିତ ଆର୍ଥିକବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ଆଗତ ଅତିରିକ୍ତ ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି। ପ୍ରଶ୍ନୋତ୍ତର ପରେ ଶୂନ୍ୟକାଳ ହୋଇଥିଲା। ପରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖର୍ଚ୍ଚଦାବି ସମ୍ପର୍କିତ ଆଲୋଚନା ଓ…
Archives


