ବିଲ୍‌କୁ ସମର୍ଥନ, ତରବରିଆ ନିଷ୍ପତ୍ତିକୁ ନାପସନ୍ଦ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟ ସରକାର ସ୍ବତନ୍ତ୍ରଭାବେ ଓଡ଼ିଶାର ପଛୁଆ ବର୍ଗଙ୍କୁ ଚିହ୍ନଟ କରିବେ। ଏ ସଂକ୍ରାନ୍ତୀୟ ବିଲ୍‌ ସୋମବାର ବିଧାନସଭାରେ ପାରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏ ସମ୍ପର୍କିତ ବିଲ୍‌ ବିଧାନସଭାରେ ଆଗତ କରିବାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉପଦେଷ୍ଟା କମିଟି ବୈଠକ ଡାକିଥିଲେ। ଏଥିଲାଗି ବାଚସ୍ପତି ଗୃହର କାର୍ଯ୍ୟକାଳ ୬ଟା ୩୬ରୁ ୬ଟା ୫୯ ମିନିଟ ପର୍ଯ୍ୟନ୍ତ ମୁଲତବି ରଖିଥିଲେ। କମିଟିର ବୈଠକ ଶେଷ ହେବାପରେ ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ପଏଣ୍ଟ ଅଫ୍‌ ଅର୍ଡର ଆଣି ସରକାରଙ୍କୁ ଟାର୍ଗେଟ କରିଥିଲେ। ସାଲୁଜା କହିଥିଲେ ଯେ, ସକାଳେ କ୍ୟାବିନେଟ୍‌ ବୈଠକରେ ଯେଉଁ ପ୍ରସ୍ତାବ ମଞ୍ଜୁର ହେଲା ତାହା ସାରେ ବିଧାନସଭାରେ ପାସ୍‌ କରିବାକୁ ବିଲ୍‌ ଅଣାଗଲା। ଗୃହକୁ ଗୋଟିଏ ବିଲ୍‌ ଆସିଲେ ସେନେଇ ସମସ୍ତ ସଦସ୍ୟଙ୍କ ଜାଣିବାର ଆବଶ୍ୟକତା ରହିଛି। ହେଲେ ହଠାତ୍‌ ବିଲ୍‌ ଆଣି ପାସ୍‌ କରାଇବାର ମାନେ କ’ଣ ବୋଲି କହି ପ୍ରଶ୍ନ ଉଠାଇଥିଲେ। ସେ ଆହୁରି କହିଥିଲେ ଯେ, ଏକ ବିଲ୍‌ ଆଣିବାକୁ ୧୦ମିନିଟ୍‌ ଗୃହ ବନ୍ଦ ମଧ୍ୟ ରଖାଯାଉଛି। ଏଭଳି ଦୃଷ୍ଟାନ୍ତ ସରକାର ଆରମ୍ଭ ନ କରନ୍ତୁ। ପୂର୍ବରୁ ଏଭଳି ଅନେକ ପ୍ରସ୍ତାବ ହଠାତ୍‌ ଅଣାଯାଇ ପାସ୍‌ କରାଯାଇଛି, ଯାହାକୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ ହୋଇଛି। ଯେଉଁ ବିଲ୍‌ ଅଣାଯାଉଛି ବିଭାଗୀୟ ମନ୍ତ୍ରୀ ମଧ୍ୟ କିଛି ଜାଣିପାରୁ ନାହାନ୍ତି। ସରକାର ଚାହିଁଥିଲେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଚାଲିଥିବା ଆଲୋଚନା ପୂର୍ବରୁ ବିଲ୍‌ ଆଣିପାରି ଥାଆନ୍ତେ ବୋଲି ସାଲୁଜା କହିଥିଲେ। ଏହାପରେ ଗୃହର କାର୍ଯ୍ୟକୁ ୭ଟାରୁ ୭ଟା ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ଏହି ବିଲ୍‌ ଉପରେ ଆଲୋଚନା ହୋଇଥିଲା। ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଏ ବିଲ୍‌କୁ ବିରୋଧ କରୁନାହୁଁ, ବରଂ ଯେଉଁଭଳି ଢଙ୍ଗରେ ଅଣାଯାଉଛି ତାକୁ ନାପସନ୍ଦ କରୁଛୁ। ଭି.ପି ସିଂଙ୍କ ସମୟରେ ଗୋଟିଏ ବିଲ୍‌ ଆସିଥିଲା, ଯାହାକୁ ନେଇ ଚାରିଆଡ଼େ ଗୁଳି ଫୁଟିବାରେ ଲାଗିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାକୁ ସମର୍ଥନ କରି ନ ଥିଲେ। ଏହାଦ୍ୱାରା ଖରାପ ପରମ୍ପରା ସୃଷ୍ଟି ହେଉଥିବା ସେ କହିଛନ୍ତି। କେନ୍ଦ୍ରରେ ଭାଜପା ଶାସନାଧୀନ ଏନ୍‌ଡିଏ ସରକାର ମଧ୍ୟ ଗୋଟିଏ ଦିନରେ ରାଜ୍ୟ ସଭା ଏବଂ ଲୋକ ସଭାରେ ବିଲ୍‌ ପାସ୍‌ କରାଇବାର ନଜିର ସୃଷ୍ଟି କରିଛନ୍ତି ବୋଲି ତାରା କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ଯେଉଁ ବିଲ୍‌ ଅଣାଯାଉଛି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ଦଳମତ ନିର୍ବିଶେଷରେ ସମସ୍ତେ ମିଶି ଏହାକୁ ପାରିତ କରିବା ଜରୁରୀ। ଏ ବିଲ୍‌ ବାବଦରେ ଅଧିକ ଆଲୋଚନା ହେବା ଆବଶ୍ୟକ ବୋଲି କହିଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏହି ବିଲ୍‌କୁ ପ୍ରଶଂସା କରିବା ସହ ଅଧିକ ସମୟ ଦେବାକୁ ଦାବି କଲେ। ମାତ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କିନ୍ତୁ ବିଗତ ଦିନରେ କମ୍‌ ସମୟ ମଧ୍ୟରେ ପାସ୍‌ କରାଯାଇଥିବା ଅନେକ ଗୁଡିଏ ବିଲ୍‌ର ଉଦାହରଣ ଦେଇଥିଲେ। ଏହାପରେ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଉଦାହରଣକୁ ନେଇ ବିଲ୍‌ ପାରିତ କରାଇବାରେ କୌଣସି ଅସୁବିଧା ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri