ଧନତେରସରେ ସୁନା କିଣିବେ ନା ରୂପା? ଏକ୍ସପର୍ଟ କହିଲେ ସତ, ଜାଣନ୍ତୁ କେଉଁଥିରେ ମିଳିବ ଅଧିକ ଲାଭ!

ନୂଆଦିଲ୍ଲୀ,୩।୧୧: ଧନତେରସ ଏବଂ ଦୀପାବଳି ଅବସରରେ ସୁନା-ରୂପା କିଣିବା ଶୁଭ ବୋଲି ଧରାଯାଏ। ଏହି କାରଣରୁ ପର୍ୱପର୍ୱାଣି ଆସିବା କ୍ଷଣି ବଜାରରେ ଏହି ଦୁଇଟି ମୂଲ୍ୟବାନ ଧାତୁର ଚାହିଦା ବୃଦ୍ଧି ପାଇଥାଏ। ଏଥର ମଧ୍ୟ ଧନତେରସରେ ଲୋକମାନେ ସୁନା ଏବଂ ରୂପାରେ ନିବେଶ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। କିନ୍ତୁ ଏ ବର୍ଷ ନିବେଶକମାନଙ୍କ ଆଗରେ ଏକ ବଡ଼ ପ୍ରଶ୍ନ ରହିଛି ଯେ, ଶେଷରେ ଟଙ୍କା ସୁନାରେ ଲଗାଇବା ଭଲ ହେବ ନା ରୂପାରେ? ବିଶେଷ କରି ସେତେବେଳେ, ଯେତେବେଳେ ନିକଟ ଅତୀତରେ ଉଭୟ ଧାତୁର ଦରରେ ବଡ଼ ଧରଣର ଉତ୍ଥାନ-ପତନ ଦେଖିବାକୁ ମିଳିଛି।

Dhanteras 2026 ପ୍ରକୃତରେ, ସୁନା ଏବଂ ରୂପା ଉଭୟ ହିଁ ନିବେଶ ପାଇଁ ଉତ୍ତମ ବିକଳ୍ପ ଭାବେ ବିବେଚିତ ହୁଅନ୍ତି, କିନ୍ତୁ ଏଗୁଡ଼ିକର ଲାଭ ଏବଂ ବିପଦ (ରିସ୍କ) ଅଲଗା ଅଲଗା। ଏପରି ପରିସ୍ଥିତିରେ ନିବେଶ କରିବା ପୂର୍ୱରୁ ଏହା ବୁଝିବା ଜରୁରୀ ଯେ ଆପଣଙ୍କ ବଜେଟ ଏବଂ ନିବେଶର ଲକ୍ଷ୍ୟ ଅନୁଯାୟୀ କେଉଁ ବିକଳ୍ପଟି ଅଧିକ ଉପଯୁକ୍ତ ହୋଇପାରେ।

ଯଦି ଆପଣ ଦୀର୍ଘ ସମୟ ପାଇଁ ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ଏବଂ ବିପଦ କମ ରଖିବାକୁ ଚାହୁଁଛନ୍ତି, ତେବେ ସୁନା ଏକ ଭଲ ବିକଳ୍ପ ହୋଇପାରେ। ମୁଦ୍ରାସ୍ଫୀତି ଏବଂ ଆର୍ଥିକ ଅନିଶ୍ଚିତତା ସମୟରେ ସୁନାକୁ ସର୍ୱଦା ଏକ ସୁରକ୍ଷିତ ନିବେଶ ଭାବେ ଧରାଯାଇ ଆସିଛି। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ସାରା ବିଶ୍ୱରେ ଏହାର ଚାହିଦା ସବୁବେଳେ ରହିଥାଏ ଏବଂ ଆବଶ୍ୟକ ପଡ଼ିଲେ ଏହାକୁ ସହଜରେ ବିକ୍ରି ମଧ୍ୟ କରାଯାଇପାରିବ।

ଅବଶ୍ୟ, ସୁନା ଗହଣା କିଣିବା ଉପରେ ଗଢ଼ା ଖର୍ଚ୍ଚ (Making Charge) ଏବଂ GST ଦେବାକୁ ପଡ଼ିଥାଏ। ଏହାଦ୍ୱାରା ନିବେଶର ମୋଟ ଖର୍ଚ୍ଚ ବଢ଼ିଯାଏ। ତେଣୁ ଯଦି ଆପଣଙ୍କ ଉଦ୍ଦେଶ୍ୟ କେବଳ ନିବେଶ କରିବା, ତେବେ ଗୋଲ୍ଡ କଏନ (ସୁନା ମୁଦ୍ରା), ଗୋଲ୍ଡ ବାର୍‌ କିମ୍ୱା ଗୋଲ୍ଡ ଇଟିଏଫ (Gold ETF) ବିଷୟରେ ଚିନ୍ତା କରାଯାଇପାରେ।

ଯଦି ଆପଣଙ୍କର ବଜେଟ କମ ଅଛି ଏବଂ ଆପଣ କମ ଟଙ୍କାରେ ଅଧିକ ପରିମାଣର ମୂଲ୍ୟବାନ ଧାତୁ କିଣିବାକୁ ଚାହୁଁଛନ୍ତି, ତେବେ ରୂପା ଏକ ଉତ୍ତମ ବିକଳ୍ପ ହୋଇପାରେ। ସୁନା ତୁଳନାରେ ରୂପାର ମୂଲ୍ୟ କମ ଥିବାରୁ କ୍ଷୁଦ୍ର ନିବେଶକମାନେ ମଧ୍ୟ ଏଥିରେ ନିବେଶ କରିପାରିବେ।

ତଥାପି, ରୂପାରେ ବିପଦ ବା ରିସ୍କ ମଧ୍ୟ ଅଧିକ ରହିଛି। ଏହାର ମୂଲ୍ୟ ଉପରେ ଶିଳ୍ପ କ୍ଷେତ୍ରର କାର୍ଯ୍ୟକଳାପ ସହିତ ନିବେଶକମାନଙ୍କ ଚାହିଦାର ମଧ୍ୟ ପ୍ରଭାବ ପଡ଼ିଥାଏ। ଏହି କାରଣରୁ ସୁନା ତୁଳନାରେ ରୂପା ଦରରେ ଅଧିକ ଉତ୍ଥାନ-ପତନ ଦେଖିବାକୁ ମିଳେ। ଏଥିରେ ଶୀଘ୍ର ରିଟର୍ଣ୍ଣ ମିଳିବାର ସମ୍ଭାବନା ଥାଏ, କିନ୍ତୁ ମୂଲ୍ୟ ହ୍ରାସ ପାଇଲେ କ୍ଷତି ମଧ୍ୟ ଅଧିକ ହୋଇପାରେ।

ନିକଟ ଅତୀତରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ସୁନା ନିଜର ରେକର୍ଡ ସର୍ୱୋଚ୍ଚ ସ୍ତରରୁ ପ୍ରାୟ ୨୫% ତଳକୁ ଖସି ଆସିଥିବା ବେଳେ ରୂପାରେ ପ୍ରାୟ ୫୫% ପର୍ଯ୍ୟନ୍ତ ହ୍ରାସ ରେକର୍ଡ କରାଯାଇଛି। ଏହି ହ୍ରାସ ପରେ ନିବେଶକମାନଙ୍କ ମଧ୍ୟରେ ପୁଣି ଥରେ କିଣାକିଣିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତଥାପି, କେବଳ ମୂଲ୍ୟ ହ୍ରାସ ପାଇବା ଅର୍ଥ ନୁହେଁ ଯେ ବଜାରରେ ପୁଣି ଦ୍ରୁତ ବୃଦ୍ଧି ଘଟିବା ନିଶ୍ଚିତ।

ଯଦି ଆପଣ ସୁନା-ରୂପା କିଣିବାକୁ ଚାହୁଁଛନ୍ତି, କିନ୍ତୁ ସେଗୁଡ଼ିକର ଶୁଦ୍ଧତା, ସୁରକ୍ଷା ଏବଂ ସାଇତି ରଖିବାର ଚିନ୍ତା କରିବାକୁ ଚାହୁଁନାହାନ୍ତି, ତେବେ ଗୋଲ୍ଡ ETF ଏବଂ ସିଲଭର ETF ର ବିକଳ୍ପ ମଧ୍ୟ ଉପଲବ୍ଧ ଅଛି। ଏଥିରେ ନିବେଶ କରିବା ପାଇଁ ଆପଣଙ୍କୁ ପ୍ରତ୍ୟକ୍ଷ ଭାବରେ ସୁନା କିମ୍ୱା ରୂପା କିଣି ଘରେ ରଖିବା ଆବଶ୍ୟକ ହୁଏ ନାହିଁ। ଆପଣ ଷ୍ଟକ ଏକ୍ସଚେଞ୍ଜ ଜରିଆରେ ଏଥିରେ ନିବେଶ କରିପାରିବେ। ଏହାଦ୍ୱାରା ଗହଣାରେ ଲାଗୁଥିବା ଗଢ଼ା ଖର୍ଚ୍ଚ ଏବଂ ସୁରକ୍ଷିତ ରଖିବାର ଅସୁବିଧାରୁ ମଧ୍ୟ ବର୍ତ୍ତିହେବ।

ଧନତେରସରେ କେଉଁଥିରେ ଟଙ୍କା ଲଗାଇବେ?
ଧନତେରସରେ ସୁନା କିଣିବା ଭଲ ନା ରୂପା, ଏହାର ନିଷ୍ପତ୍ତି ଆପଣଙ୍କର ନିବେଶ କ୍ଷମତା ଏବଂ ବିପଦ ସହିବାର ଇଚ୍ଛା ଉପରେ ର୍ନିଭର କରେ:

କମ ବିପଦ ଏବଂ ଦୀର୍ଘ ଅବଧି: ଯଦି ଆପଣ ସୁରକ୍ଷିତ ନିବେଶ ଚାହୁଁଛନ୍ତି ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଞ୍ଜି ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ସୁନା ଏକ ଉତ୍ତମ ବିକଳ୍ପ ହୋଇପାରେ।

କମ ବଜେଟ ଏବଂ ଅଧିକ ବିପଦ ନେବାର କ୍ଷମତା: ଯଦି ଆପଣ କମ ଟଙ୍କାରେ ଅଧିକ ପରିମାଣ କିଣିବାକୁ ଚାହୁଁଛନ୍ତି ଏବଂ ଦରର ଉତ୍ଥାନ-ପତନ ସହିପାରିବେ, ତେବେ ରୂପା ବିଷୟରେ ଚିନ୍ତା କରିପାରିବେ।

କୌଣସି ଧାତୁ ନକିଣି ନିବେଶ: ଗୋଲ୍ଡ ETF ଏବଂ ସିଲଭର ETF ମଧ୍ୟ ଭଲ ବିକଳ୍ପ ହୋଇପାରେ।

ମନେରଖନ୍ତୁ: ସୁନା ଏବଂ ରୂପା ଉଭୟରେ ନିବେଶ ବଜାର ବିପଦ ଅଧୀନରେ ଥାଏ। ତେଣୁ କେବଳ ପର୍ୱପର୍ୱାଣି କିମ୍ୱା ସାମ୍ପ୍ରତିକ ବୃଦ୍ଧି-ହ୍ରାସ ଦେଖି ନିବେଶର ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜର ଆବଶ୍ୟକତା, ବଜେଟ ଏବଂ ନିବେଶର ସମୟସୀମାକୁ ଧ୍ୟାନରେ ରଖି ହିଁ ଟଙ୍କା ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶଙ୍କା: ସଜାଗ ପୁରୁଷୋତ୍ତମପୁର ଜଳସମ୍ପଦ ବିଭାଗ, ନଦୀ-ନାଳକୁ ନ ଯିବା ପାଇଁ…

ପୁରୁଷୋତ୍ତମପୁର,୧୮ା୧୧(ସବିତା ମିଶ୍ର): ସାମୁଦ୍ରିକ ଝଡ଼ ‘ଅକ୍ୱାନ’କୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବ ବନ୍ୟାର ଭୟ ମନରୁ ଲିଭି ନ ଥିବାବେଳେ ଆଉ ଏକ ସମ୍ଭାବ୍ୟ ବିପଦକୁ ନେଇ…

ଆଇପିଏଲରୁ ସନ୍ୟାସ ନେବା ପରେ ଧୋନୀଙ୍କୁ ପେନଶନ ଦେବ CSK? ଜାଣନ୍ତୁ କେତେ ଟଙ୍କା ମିଳିବ…

ନୂଆଦିଲ୍‌ଲୀ,୧୮।୧୧: କୁହାଯାଏ ଯେ ଜୀବନର ଆକାଶରେ କିଛି ଏପରି ନାମ ଲେଖାଯାଇଥାଏ, ଯାହା କେବଳ କିଛି ଅକ୍ଷର ହୋଇ ରହି ନଥାଏ, ବରଂ ଏକ ସମ୍ପୂର୍ଣ୍ଣ ଯୁଗର…

ମାଂସ କାଟୁଥିବା ବେଳେ ୩ ଅଭିଯୁକ୍ତ ଗିରଫ

ନୀଳଗିରି, ୧୮।୧୧(ପ୍ରଶାନ୍ତ ବିଶ୍ୱାଳ): କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ତେଣ୍ଡା (ହୁଡ଼ିସାହି) ଅଞ୍ଚଳରେ ବନ୍ୟପ୍ରାଣୀ ମାଂସ କାଟୁଥିବା ବେଳେ ୩ଜଣଙ୍କୁ ଗିରଫ କରିଛି ବନବିଭାଗ। ୱାଇଲ୍ଡଲାଇଫ୍‌ ବିଟ୍‌ର…

ସାକ୍ଷୀଗୋପାଳରେ ଅଁଳା ନବମୀ: ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ,୧୮ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ରାଧା ପାଦ ଦର୍ଶନ ପାଇଁ…

ଗତିପଥ ବଦଳାଇଲା ବାତ୍ୟା: ଓଡ଼ିଶାର ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ! ଆସିଲା ବଡ଼ ସୂଚନା

ଭୁବନେଶ୍ୱର, ୧୮।୧୧: ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଅକ୍ୱାନ’। ବୁଧବାର ସକାଳ ୫ଟା ୩୦ ମିନିଟରେ ପର୍ଯ୍ୟବେକ୍ଷଣ ଅନୁଯାୟୀ, ଏହା ଭୀଷଣ ବାତ୍ୟାରେ ପରିଣତ…

ଶନିଙ୍କ ମାର୍ଗୀ ଚଳନ: ୨୦୨୭ ପୂର୍ବରୁ ୪ ରାଶିଙ୍କ ଘରକୁ ଆସିବ ଧନର ସୁଅ! ଚାକିରି-ବ୍ୟବସାୟରେ…

ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳର ଦେବତା ବୋଲି ମାନାଯାଏ। ବ୍ୟକ୍ତିଙ୍କ କର୍ମ ଅନୁସାରେ ଶନିଦେବ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ ଯେତେବେଳେ…

ଟିମ ଇଣ୍ଡିଆରେ ଫେରିବେ ଦୁଇ ଷ୍ଟାର୍‌ ଖେଳାଳି, ଆସନ୍ତାକାଲି ନ୍ୟୁଜିଲାଣ୍ଡ ସହ ଲଢ଼େଇ; ୯ ନୂଆ ମୁହଁଙ୍କୁ ସୁଯୋଗ!

ନୂଆଦିଲ୍ଲୀ, ୧୮।୧୧: ଟି-୨୦ ଓ ଦିନିକିଆ ସିରିଜ ଜିତିବା ପରେ ଏବେ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର, ୧୯ ନଭେମ୍ବରରୁ…

ତାମିଲନାଡ଼ୁରେ ବନ୍ଧକ ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ସ୍ବାସ୍ଥ୍ୟମନ୍ତ୍ରୀ: ପରିବାରରେ ଖୁସିର ଲହରୀ

କେସିଙ୍ଗା,୧୮।୧୧(ତୁମେଶ୍ୱର ସାହୁ): ଦୀର୍ଘଦିନ ଧରି ତାମିଲନାଡ଼ୁର ଏକ ଡିଟରଜେଣ୍ଟ କାରଖାନାରେ ବନ୍ଧକ ଥିବା କଳାହାଣ୍ଡି ଜିଲାର ଦାଦନ ଶ୍ରମିକ ଦିନେଶ ମାଝୀ ଶେଷରେ ଉଦ୍ଧାର ହୋଇ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?