‘ପଛୁଆବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର’

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାର ପଛୁଆବର୍ଗଙ୍କୁ ଚିହ୍ନଟ କରିବେ। ଏ ସଂକ୍ରାନ୍ତୀୟ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍‌ ୨୦୨୦ ସୋମବାର ବିଧାନସଭାରେ ଅନୁମୋଦନ ଲାଭ କରିଛି। ସରକାରଙ୍କ ନିଷ୍ପତ୍ତିକ୍ରମେ ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ କମିଶନ ସର୍ଭେ କରିବେ। ପୂର୍ବାହ୍ନରେ ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବାପରେ ଉକ୍ତ ବିଲ୍‌କୁ ଅପରାହ୍ନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଗୃହରେ ଉପସ୍ଥାପନ କରିଥଲେ। ଏହି ବିଲ୍‌ ଉପରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ଆଗତ କରିଥିଲେ। ସର୍ବ ସମ୍ମତିକ୍ରମେ ଏହି ସଙ୍କଳ୍ପକୁ ପାରିତ କରାଯାଇଥିଲା।
ସଂକଳ୍ପ ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରାକ୍‌ ସ୍ବାଧୀନତା ବେଳୁ ଭାଷା ଭିତ୍ତିରେ ଗଠିତ ହୋଇଥିବା ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଭାଷାଭିତ୍ତିକ ଆଧାର ରାଜ୍ୟ ଗଠନରେ ଦିଗ୍‌ଦର୍ଶନ ଯୋଗାଇଥିଲା। ଏହି ଆଧାରରେ ରାଜ୍ୟଗୁଡ଼ିକ ଗଠିତ ହେବାପରେ ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ହୋଇଥିଲା। ଏହି ବିକାଶକୁ ଅଧିକ ଆଗକୁ ନେବା ପାଇଁ ଓଡ଼ିଶାରେ ରହିଥିବା ପଛୁଆବର୍ଗଙ୍କ ଗଣନା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ନିକଟରେ ପଛୁଆବର୍ଗଙ୍କ ସମ୍ବନ୍ଧରେ କୌଣସି ତଥ୍ୟ ନ ଥିବା ଦୁର୍ଭାଗ୍ୟଜନକ। ଶେଷଥର ଲାଗି ୧୯୩୧ରେ ଜାତିଭିତ୍ତିକ ଜନଗଣନା କରାଯାଇଥିଲା, ଯାହା ୯୦ବର୍ଷ ପୁରୁଣା। ଏହାକୁ ଆଧାର କରି ପଛୁଆବର୍ଗଙ୍କ ବିକାଶ ଲାଗି ନୂଆ ନୀତି ନିର୍ଦ୍ଧାରଣ କରିବା ସମ୍ଭବପର ନୁହେଁ। ତେଣୁ ରାଜ୍ୟ ସରକାର ପଛୁଆବର୍ଗଙ୍କ ସ୍ଥିତି ଓ ସାମାଜିକ ଅବସ୍ଥା ସମ୍ପର୍କିତ ସର୍ଭେ କରିବା ପାଇଁ ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ଜାତିଭିତ୍ତିକ ଜନଗଣନାର ୮୦ବର୍ଷ ପରେ ୨୦୧୧ରେ ଜନଗଣନା କରାଯାଇଥିଲା। ଏଥିରେ ପଛୁଆ ବର୍ଗଙ୍କ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇଥିଲେ ମଧ୍ୟ ତାହା ପ୍ରକାଶ କରାଯାଇ ନ ଥିଲା। ଯାହାଦ୍ୱାରା ଏହି ବର୍ଗର ବିକାଶ, ସଶକ୍ତୀକରଣ ପାଇଁ ବାଧା ସୃଷ୍ଟି ହୋଇଥିବା ମନେ କରାଯାଇଥିଲା। ରାଜନାଥ ସିଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଥିବା ବେଳେ ଗଣମାଧ୍ୟମରେ କୁହାଯାଇଥିଲା ଯେ, ୨୦୨୧ ଜନଗଣନା ଜାତିଭିତ୍ତିକ ହେବ। ହେଲେ ୨୦୨୧ରେ ହେବାକୁ ଥିବା ଜନଗଣନାରେ ସେପରି ବ୍ୟବସ୍ଥା ନ ଥିବା ମନେହେଉଛି। ତେଣୁ ପଛୁଆବର୍ଗଙ୍କ ବିକାଶ ଲାଗି ରାଜ୍ୟ ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୨୦ ଜାନୁୟାରୀ ୧୧ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ପକ୍ଷରୁ ୨୦୨୧ ଜନଗଣନାକୁ ଜାତିଭିତ୍ତିକ କରିବା ପାଇଁ ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଧିବଦ୍ଧ ଭାବେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖାଯାଇଥିଲା। ଅନୁରୂପଭାବେ ଚଳିତ ବର୍ଷର ପାର୍ଲାମେଣ୍ଟ ଅଧିବେଶନ ସମୟରେ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ଜାତିଭିତ୍ତିକ ଜନଗଣନା ପାଇଁ ରାଜ୍ୟ ପକ୍ଷରୁ ଦୃଢ଼ଦାବି ଉପସ୍ଥାପନ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସତ୍ତ୍ୱେ ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ। ରାଜ୍ୟ ସରକାର ଗତ ୧୨ ଫେବୃୟାରୀରେ ପଛୁଆ ବର୍ଗଙ୍କ ପାଇଁ ଏକ କମିଶନ ଗଠନ କରିଛନ୍ତି। ଏହାସହ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ଏହାର ଅଧ୍ୟକ୍ଷଭାବେ ନିଯୁକ୍ତି କରିଥିବା ମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟ ପ୍ରଶାସନରେ ସୋମବାର ଏକ ଏତିହାସିକ ଦିନ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସଂକଳ୍ପକୁ ଗୃହୀତ କରାଇବାରେ ସହଯୋଗ କରିଥିବା ପ୍ରତ୍ୟେକ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri