ଜାଗରରେ ଝଲସିବ ଶ୍ରୀଲିଙ୍ଗରାଜ କ୍ଷେତ୍ର: ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.): ଆସନ୍ତା ୨୧ତାରିଖ ତଥା ଶୁକ୍ରବାର ମହାଶିବରାତ୍ରି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ତଥା ମହାଶିବରାତ୍ରି ଉପଲକ୍ଷେ ସୋମବାର ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣେଶ୍ୱରୀ ମଣ୍ଡପଠାରେ ଥିବା ଶ୍ରୀ ଲିଙ୍ଗରାଜ ଥାନାର ନୂତନ ପ୍ରେକ୍ଷାଳୟଠାରେ ଆୟୋଜିତ ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପ୍ରମୁଖ ନିଯୋଗ କର୍ମକର୍ତ୍ତା, ସାମାଜିକ କର୍ମୀ, ବୁଦ୍ଧିଜୀବୀମାନେ ଯୋଗଦେଇ ମତ ରଖିଥିଲେ। ପୁରୀ ଶ୍ରୀମନ୍ଦିର ଭଳି ଜାଗରରେ ଶ୍ରୀଲିଙ୍ଗରାଜ କ୍ଷେତ୍ର ଆଲୋକୀକରଣ କରାଯିବା ସହ ଝଲସିବ। ରାତି ୧୦ଟାରେ ମହାଦୀପ ଉଠିବ। ଏହା ସହ ୨୪ଘଣ୍ଟିଆ ପୋଲିସ ଫୋର୍ସ ମୁତୟନ ଏବଂ ପୋଲିସ ନିୟନ୍ତ୍ରଣ କକ୍ଷ ରହିବ। ମନ୍ଦିର ବାହାରେ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସିସି କ୍ୟାମେରା ଲଗାଯିବ ବୋଲି କମିଶନର ଷଡ଼ଙ୍ଗୀ କହିଥିଲେ। ଭିଡ଼ରେ ଲୁଟେରାଙ୍କ ପ୍ରତି ଶ୍ରଦ୍ଧାଳୁମାନେ ଅନାବଶ୍ୟକ ଅଳଙ୍କାର ପରିଧାନ ନ କରିବାକୁ ଅନୁରୋଧ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ଏ.ଡି.ଏମ. ପ୍ରଫୁଲ ସ୍ବାଇଁ, ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, ରଜେନ୍ଦ୍ର ସମର୍ଥା, ବିରଞ୍ଚି ନାରାୟଣ ମହାସୁପକାର, କମଳାକାନ୍ତ ବଡୁ, ନାରୀ ନେତ୍ରୀ ରଶ୍ମି ମହାପାତ୍ର ଏବଂ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

୩ ଥାକିଆ ୧୪ ପାର୍କିଂ ସ୍ଥଳ

ଟ୍ରାଫିକ୍‌ ନୟନ୍ତ୍ରଣ ନେଇ ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି ଯେ, ଜାଗରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ଟ୍ରାଫିକ୍‌ ନକ୍ସା ପ୍ରସ୍ତୁତ କରାଯାଇଛି। ନୂତନ ଭାବେ ମନ୍ଦିର ସମ୍ମୁଖ ଉଚ୍ଛେଦ ସହ ନିର୍ମାଣ ହୋଇଥିବା ୩ ଥାକିଆ ବିଶିଷ୍ଟ ପାର୍କିଂ ସ୍ଥଳକୁ ନେଇ ପ୍ରାୟ ୧୪ଟି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ଏଥିରେ ୩, ୪ଚକିଆ ଯାନ ସହ ବାଇକ୍‌ଗୁଡ଼ିକ ପାର୍କିଂ ହୋଇପାରିବ। ଗ୍ୟାରେଜ ଛକ, ମାଉସୀମା’ ଛକ, ସାମନ୍ତରାପୁର, କେଦାରଗୌରୀ ଛକରୁ ନୋ ଏଣ୍ଟ୍ରିଜୋନ ହେବା ସହ ମନ୍ଦିର ରାସ୍ତାରେ ଭାରିଯାନ ନିଷେଧ କରାଯିବ। ଲୋକମାନଙ୍କୁ ସୂଚନା ଦେବାପାଇଁ ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ପୋଲିସ ମୁତୟନ କରାଯିବ।

ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଶିବରାତ୍ରିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନରେ ଶ୍ରୀଜୀଉଙ୍କ ଦର୍ଶନପାଇଁ ଭିଡ଼ ଉପୁଜିବା ସ୍ବଭାବିକ। ଭକ୍ତ ଏବଂ ବିଭିନ୍ନ ଅଧିକାରୀଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଉତ୍ତରଦ୍ୱାର ଦେଇ ସେବାୟତ, ସେବାୟତଙ୍କ ସମ୍ପକୀୟ, ଦକ୍ଷିଣ ଦ୍ୱାର ଦେଇ ଭି.ଆଇ.ପି ଏବଂ ଭି.ଭି.ଆଇ.ପି., ଅନ୍ୟ ଅଧିକାରୀମାନେ ଏବଂ ସିଂହଦ୍ୱାର ଦେଇ ସର୍ବସାଧାରଣ ଭକ୍ତଙ୍କପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି ବୋଲି ଡିସିପି. ଅନୁପ ସାହୁ ସୂଚନା ଦେଇଛନ୍ତି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବୈଠକରେ ଯୋଗଦେଇ ମତ ରଖିବା ସହ ଗହଳିରେ ଷଣ୍ଢଙ୍କ ପ୍ରବେଶ ପଥରେ ରୋକ ଲଗାଇବାପାଇଁ ବିଏମ୍‌ସି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri