ରାଜ୍ୟ

ମାଲେସିଆ ଜାହାଜ ଅଟକିବା ପ୍ରସଙ୍ଗ:ଜିଲାପାଳ, ଏସ୍‌ପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ

ପୁରୀ ଅଫିସ, ୧।୧୦: ମାଲେସିଆର ଏକ ପଣ୍ୟବାହୀ ଜାହାଜ ଅଚଳ ହୋଇପଡ଼ିିବାରୁ ଚିଲିକା ମୁହାଣ ନିକଟରେ ଅଟକି ରହିଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ପୁରୀ ଜିଲାପାଳ, ଏସ୍‌ପି ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ନୋଟିସ୍‌ କରିଛନ୍ତି।…

ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା: ନାରାୟଣୀ ମନ୍ଦିରକୁ ବିଜେ ହେଲେ ଦୁର୍ଗାମାଧବ

ପୁରୀ ଅଫିସ, ୧।୧୦: ଶ୍ରୀମନ୍ଦିରରେ ଚାଲିଛି ଦୁର୍ଗାମାଧବ ଉପାସନା। ସୋମବାର ମା’ ବିମଳାଙ୍କ ପୀଠରୁ ଦୁର୍ଗାମାଧବ ରଥାକୃତି ବିମାନରେ ବିଜେ ହୋଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ନୀତି ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିରରେ ରାତ୍ର ଚନ୍ଦନ ଲାଗି…

ଦୋଷ ମାନିଲେ ଅଧିକାରୀ: ନାମ ଲେଖାଇଥିବା ପିଲାଙ୍କର ଅସୁବିଧା ହେବନି: ନିର୍ଦ୍ଦେଶକ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ୨ ନାମଲେଖା କ୍ଷେତ୍ରରେ ବଡ଼ଧରଣର ତ୍ରୁଟି ଧରିତ୍ରୀ ଦୃଷ୍ଟିକୁ ଆସିବାପରେ ଏନେଇ ‘ପିଲା ଯିବେ କୁଆଡ଼େ’ ଶୀର୍ଷକ ଖବର ସୋମବାର ପ୍ରକାଶ ପାଇଥିଲା। ଖବର ଏହା ଥିଲା ଯେ, ଗତ ୧୯ତାରିଖରେ ରାଜ୍ୟର…

ରେଳ ଆବର୍ଜନାରୁ ବାହାରିବ ଇନ୍ଧନ: ଭୁବନେଶ୍ୱରରେ ହେବ ପ୍ରଥମ ‘ସ୍କ୍ରାପ୍‌ ଟୁ ଏନର୍ଜି ପ୍ଲାଣ୍ଟ’

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ରେଳ ଆବର୍ଜନାରୁ ବାହାରିବ ଇନ୍ଧନ (ଲାଇଟ୍‌ ଡିଜେଲ ଅଏଲ୍‌)। ଭାରତୀୟ ରେଳପଥ ପକ୍ଷରୁ ଭୁବନେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ପ୍ରଥମ ପ୍ଲାଣ୍ଟ୍‌। ସୋମବାର ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ପରିସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ‘ସ୍କ୍ରାପ୍‌…

ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ: ସପ୍ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ଦେଶରେ ପ୍ରାଥମିକ ଶିକ୍ଷାର ସ୍ଥିତି ଏବଂ ମାନକୁ ନେଇ ସୋମବାର ନୀତି ଆୟୋଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଗୁଣବତ୍ତା ସୂଚକାଙ୍କ ବା ସ୍କୁଲ ଏଜୁକେଶନ କ୍ୱାଲିଟି ଇଣ୍ଡେକ୍ସ ୨୦୧୬-୧୭ର ବୃହତ୍‌ ରାଜ୍ୟ ବର୍ଗରେ ଥିବା…

ଆଉ ନୁହେଁ ପଲିଥିନ: ୨ରୁ ସବୁ ସହରରେ ନିଷେଧ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ପଲିଥିନ ଓ ପ୍ଲାଷ୍ଟିକ ତିଆରି ଜିନିଷ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ପ୍ଲାଷ୍ଟିକ ୫୦୦ ବର୍ଷ ଧରି ନଷ୍ଟ ହେଉ ନାହିଁ। ଏହା ମାଟିର ଉର୍ବରତାକୁ ନଷ୍ଟ କରିବା ସହ ଡ୍ରେନ ଅବରୋଧ, ବର୍ଷା ପାଣି ଅବରୋଧ ଓ…

ଖଣି ଖାଦାନରେ ୧୪୪ ଧାରା ଜାରିକୁ ବିରୋଧ: ରେଞ୍ଜ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଖୁଣ୍ଟା,୧ା୧୦(ଡି.ଏନ୍‌.ଏ.)-ଖୁଣ୍ଟା ତହସିଲ ଅଧିନ ତଥା ଶିମିଳିପାଳ ପାଦଦେଶରେ ଥିବା ବିଭିନ୍ନ ବେଆଇନ ଖଣି ଖାଦାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୋମବାର ଏହାକୁ ବିରୋଧ କରି ଶିମିଳିପାଳ ପାଦଦେଶରେ ଥିବା ଗ୍ରାମବାସୀମାନେ ଡୁକୁରା ରେଞ୍ଜ କାର୍ଯ୍ୟାଳୟକୁ ଘେରାଉ କରିଥିଲେ।…

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପାଇଁ ଦାବିପତ୍ର

କପ୍ତିପଦା,୧ା୧୦(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ ଅଧୀନ ବଡ଼ ଗୁଡୁଗୁଡ଼ିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ହାଁସଦା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି ହୋଇଛି। ସୋମବାର ଉକ୍ତ ପଞ୍ଚାୟତର ୧୧ଟି ୱାର୍ଡରୁ ୯ ଜଣ ୱାର୍ଡ ମେମ୍ବର କପ୍ତିପଦା ଉପଜିଲାପାଳଙ୍କ ନିକଟରେ ଲିଖିତ…

ଶିକ୍ଷକ ନିଯୁକ୍ତି ନେଇ ସ୍କୁଲରେ ପଡ଼ିଲା ତାଲା

ବଡ଼ସାହି,୧ା୧୦ (ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୋରିଷକୋଠା ଗ୍ରାମ ଉ.ପ୍ରା ବିଦ୍ୟାଳୟରେ ସୋମବାର ଗ୍ରାମବାସୀ ତାଲା ପକାଇଛନ୍ତି। ୮ଟି ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ନ ଥିବାରୁ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟବୃନ୍ଦ ପୂର୍ବାହ୍ନ ୧୦ଟାରେ ସ୍କୁଲରେ ତାଲା ପକାଇ…

‘କ୍ଷେତ୍ର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କର’

ବାଲେଶ୍ୱର ଅଫିସ, ୧।୧୦-ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର ବାଲେଶ୍ୱର ଗସ୍ତରେ ଆସି ବାଲେଶ୍ୱର ଓ ଭଦ୍ରକ ଜିଲାର ସମବାୟ ବିଭାଗର କାର୍ଯ୍ୟାବଳୀ ଏବଂ ୫-ଟି କାର୍ଯ୍ୟାନ୍ବୟନ ସମ୍ପର୍କରେ ସମୀକ୍ଷା କରିଛନ୍ତି।…

ରଖେ ହରି ତ ମାରେ କିଏ: ନଦୀରେ ୩ କି.ମି. ଭାସି ଯାଇ ବି ବଞ୍ଚିଗଲେ ବୃଦ୍ଧା

ବସ୍ତା, ୧।୧୦(ସ୍ବ.ପ୍ର.)-କଥାରେ ଅଛି ରଖେ ହରି ତ ମାରେ କିଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ବାହାର୍ଦ୍ଦା ଗ୍ରାମରେ। ଜଣେ ବୃଦ୍ଧା ନଦୀର ପ୍ରଖରସ୍ରୋତରେ ୩ କି.ମି. ପର୍ଯ୍ୟନ୍ତ ଭାସିଯାଇ ବଞ୍ଚିଯିବା ଘଟଣା…

ଛାତ୍ରାବାସ ଛାତରୁ ଖସିଲା କଂକ୍ରିଟ

ବାଲେଶ୍ୱର ଅଫିସ, ୧।୧୦-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରାବାସ କୋଠାରୁ ସୋମବାର ମଧ୍ୟାହ୍ନରେ କଂକ୍ରିଟ୍‌ ଖଣ୍ଡ ଖସି ପଡିଥିଲା। ଏଥିରେ ଜଣେ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହାର ପ୍ରତିବାଦ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri