ନୂତନ, ସଶକ୍ତ ଓଡ଼ିଶା ଗଠନ ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଲୋକ କୈନ୍ଦ୍ରିକ ଶାସନ ହେଉଛି ଗଣତନ୍ତ୍ରର ମୁଖ୍ୟ ଆକର୍ଷଣ। ଓଡ଼ିଶାବାସୀଙ୍କ ଲଗାତର ଭରସା ମୋ ସରକାରକୁ ଭଲ କାମ କରିବାକୁ ପ୍ରେରଣା ଏବଂ ଶକ୍ତି ଯୋଗାଇଛି। ଏକଦା ଗରିବ ଓ ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ ଭାବେ ପରିଚିତ ହେଉଥିବା ଓଡ଼ିଶାର ପରିଚୟ ଆଜି ବଦଳିଛି। ସମଗ୍ର ଦେଶର ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଥିବାବେଳେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।  ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ନୂତନ ଏବଂ ସଶକ୍ତ ଓଡ଼ିଶା ଗଠନ କରିବା ସର୍ବଦା ଆମର ପ୍ରଥମ ଲକ୍ଷ୍ୟ ହୋଇ ରହିଆସିଛି। ଗତ ୨୦ବର୍ଷର ଶାସନକାଳରେ ଆମେ ରାଜ୍ୟବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଛୁ ତାହାକୁ ପୂରଣ କରିଛୁ। ଏକମାତ୍ର ରାଜ୍ୟଭାବେ କୃଷକଙ୍କ ଆୟକୁ ଦୁଇଗୁଣ କରିବାରେ ଓଡ଼ିଶା ସଫଳ ହୋଇଛି। ଗତ ଦଶନ୍ଧିରେ ୮୦ଲକ୍ଷ ଲୋକଙ୍କ ଦାରିଦ୍ର୍ୟ ଦୂରୀକରଣ କରିବାସହ ଚାଷୀ ପରିବାରର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିପାରିଛୁ। ଓଡ଼ିଶା ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ନିଜର ସ୍ବତନ୍ତ୍ରତା ଲାଗି ସମଗ୍ର ଦେଶପାଇଁ ଏକ ମଡେଲ ହୋଇପାରିଛି। ଚାଷୀମାନଙ୍କ ଆବଶ୍ୟକତାକୁ ଏହା ପୂରଣ କରିଛି। ଏହି ଯୋଜନା ମାଧ୍ୟମରେ ଆମେ ୫୦ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରକୁ ସହାୟତା ଯୋଗାଇଦେଇଥିବାବେଳେ ୨୫ଲକ୍ଷ ଭୂମିହୀନ ଚାଷୀଙ୍କୁ ସହାୟତା ଦେଇଛୁ। ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିନା କୌଣସି ପ୍ରତିବନ୍ଧକରେ ଗରିବ ଏବଂ ଧନୀ ସବୁ ବର୍ଗର ଲୋକଙ୍କୁ ସରକାରୀ ମେଡିକାଲରେ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେଇଛି। ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡ଼ିଶା ରେକର୍ଡ କରିଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓଡ଼ିଶା ମଡେଲକୁ ବିଶ୍ୱସ୍ତରରେ ପ୍ରଶଂସା କରିଛି। ମହିଳା ସଶକ୍ତୀକରଣ ସର୍ବଦା ମୋ ସରକାରର ପ୍ରାଥମିକତା ହୋଇ ରହିଆସିଛି। ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାରେ ବିଶେଷ ଉନ୍ନତି ଆସିଛି। ସେହିଭଳି ସ୍ବୟଂ ସହାୟକ ଗୋଷ୍ଠୀ ରାଜ୍ୟର ପ୍ରତିକୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାରେ ସଫଳ ହୋଇଛି। ମମତା ଯୋଜନା ମାଧ୍ୟମରେ ୪୦ଲକ୍ଷରୁ ଊର୍ଦ୍ଧ୍ୱ ମା’ ଉପକୃତ ହୋଇଛନ୍ତି। ନ୍ୟୁଟ୍ରିଶନ ଚାମ୍ପିୟନ ରାଜ୍ୟଭାବେ ଓଡ଼ିଶା ପରିଚୟ ପାଇଛି। ଜାଗା ମିଶନ, ନିରନ୍ତର ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ସହରରେ ରହୁଥିବା ଲୋକଙ୍କର ଜୀବନଜୀବିକାର ଉନ୍ନତି ହୋଇଆସିଛି। ୫ଲକ୍ଷରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରୀଛାତ୍ରଙ୍କୁ ହଷ୍ଟେଲ ଏବଂ ଶିକ୍ଷାଦାନ ସୁବିଧା ଯୋଗାଇ ଦିଆଯାଇଛି। ‘୫ଟି’ ମନ୍ତ୍ର ସମସ୍ତ ସରକାରୀ ବିଭାଗ ଏବଂ ସରକାରୀ କାର୍ଯ୍ୟାଳୟରେ ଲାଗୁ ହେବାପରେ ଶାସନ ବ୍ୟବସ୍ଥାରେ ଅନେକ ସୁଧାର ଆସିଛି। ସରକାର ଲୋକଙ୍କ ପାଖରେ ପହଞ୍ଚତ୍ବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହାମଧ୍ୟରେ ଓଡ଼ିଶା ସରକାର ଏବେ ଯୁବପିଢିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଶିଳ୍ପାୟନ, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର, ଷ୍ଟାର୍ଟଅପ୍‌ ହବ୍‌, ପର୍ଯ୍ୟଟନର ବିକାଶ ଆଦି ଏକ ନୂତନ ଏବଂ ସଶକ୍ତ ଓଡ଼ିଶା ଗଠନ ଆଡ଼କୁ ଅଗ୍ରସହ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri