ଧନତେରସ ପୂର୍ବରୁ ଖୁସି ଖବର: ୧ଲକ୍ଷ ୬ ହଜାର ଶସ୍ତା ହେଲା ରୂପା, ବିଶେଷଜ୍ଞ କହିଲେ ଆହୁରି…

ନୂଆଦିଲ୍ଲୀ,୩।୧୧: ଦୀପାବଳିରେ ଏଥର ରୂପାର ଶୁଭ ଉପହାର କିଣିବା ପାଇଁ (ଅଳଙ୍କାର) ବଜାରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଗତ କିଛି ମାସ ମଧ୍ୟରେ ରୂପା ଦରରେ ଦେଖାଦେଇଥିବା ଉତ୍ଥାନ-ପତନ ପରେ ଏବେ ମୂଲ୍ୟରେ ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି। ୪ ଫେବୃଆରୀ ୨୦୨୬ରେ ରୂପା ଦର କିଲୋଗ୍ରାମ ପିଛା ୨,୯୫,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା।

ସେହିପରି, ୨ ନଭେମ୍ୱର ୨୦୨୬ରେ ଏହି ଦର ହ୍ରାସ ପାଇ କିଲୋଗ୍ରାମ ପିଛା ୧,୮୮,୯୦୦ ଟଙ୍କା ରହିଯାଇଛି। ଅର୍ଥାତ ଏହାର ସର୍ୱୋଚ୍ଚ ସ୍ତରରୁ ରୂପା କିଲୋଗ୍ରାମ ପିଛା ୧,୦୬,୧୦୦ ଟଙ୍କା ଶସ୍ତା ହୋଇଛି। ଦରରେ ଆସିଥିବା ଏହି ନରମତା ଯୋଗୁଁ ଗ୍ରାହକମାନଙ୍କୁ ଆଶ୍ୱସ୍ତି ମିଳିଛି ଏବଂ ଦୀପାବଳିରେ କିଣାକିଣି ବଢ଼ିବାର ଆଶା ସୃଷ୍ଟି ହୋଇଛି।

ଗତ ଏକ ବର୍ଷର ଦର ଉପରେ ନଜର ପକାଇଲେ ରୂପା ବେଶ ଉତ୍ଥାନ-ପତନ ଦେଇ ଗତି କରିଛି। ୨ ନଭେମ୍ୱର ୨୦୨୫ରେ ଏକ କିଲୋଗ୍ରାମ ରୂପା ଦର ୧,୫୩,୩୦୦ ଟଙ୍କା ଥିଲା। ୧୫ ନଭେମ୍ୱରରେ ଏହା ବୃଦ୍ଧି ପାଇ ୧,୯୦,୦୦୦ ଟଙ୍କା ଏବଂ ୧୪ ଡିସେମ୍ୱରରେ ୨,୩୮,୦୦୦ ଟଙ୍କାରେ ପହଞ୍ଚିଥିଲା।

୬ ଜାନୁଆରୀ ୨୦୨୬ରେ ଦର ୨,୪୮,୫୦୦ ଟଙ୍କା ଏବଂ ୪ ଫେବୃଆରୀରେ କିଲୋଗ୍ରାମ ପିଛା ୨,୯୫,୦୦୦ ଟଙ୍କା ହୋଇଥିଲା। ଏହା ପରେ ଜୁନ ମାସରେ ମୂଲ୍ୟ ହ୍ରାସ ପାଇ ୨,୫୮,୫୦୦ ଟଙ୍କା ରହିଥିଲା। ବର୍ତ୍ତମାନ ୨ ନଭେମ୍ୱରରେ ଦର କିଲୋଗ୍ରାମ ପିଛା ୧,୮୮,୯୦୦ ଟଙ୍କା ରହିଛି।

ଏହିପରି ଭାବେ ଫେବୃଆରୀ ମାସର ସର୍ୱୋଚ୍ଚ ଦର ତୁଳନାରେ ଏପର୍ଯ୍ୟନ୍ତ ୧,୦୬,୧୦୦ ଟଙ୍କା ହ୍ରାସ ପାଇଛି। ରୂପା ବ୍ୟବସାୟୀ ସଞ୍ଜୟ କଟ୍ଟା ଏବଂ ସରାଫ ଫୁଲ କୁମାରଙ୍କ କହିବା ଅନୁଯାୟୀ, ଦର ହ୍ରାସ ଯୋଗୁଁ ଗ୍ରାହକଙ୍କ ଆଗ୍ରହ ବଢ଼ିଛି।

ଦୀପାବଳିରେ ଶୁଭ ସଙ୍କେତ ଭାବେ ରୂପା ମୁଦ୍ରା କିଣିବାର ପରମ୍ପରା ରହିଛି। ଏଥର ମଧ୍ୟ ଏକ, ପାଞ୍ଚ ଏବଂ ଦଶ ଗ୍ରାମର ମୁଦ୍ରା ସହିତ ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି, ଛୋଟ ପାତ୍ର (ବାଟି) ଏବଂ ପୂଜାରେ ବ୍ୟବହୃତ ହେଉଥିବା ସାମଗ୍ରୀକୁ ଲୋକେ ବେଶ ପସନ୍ଦ କରୁଛନ୍ତି।

ସରାଫା ବ୍ୟବସାୟୀ ଅଭିନବ ବଂଶଲଙ୍କ କହିବା ଅନୁଯାୟୀ, ଗ୍ରାହକମାନେ ନିଜ ବଜେଟ ଅନୁସାରେ କମ ଓଜନ ବିଶିଷ୍ଟ ସାମଗ୍ରୀକୁ ପ୍ରାଥମିକତା ଦେଉଛନ୍ତି। ଡାଇ କାଷ୍ଟିଂରେ ପ୍ରସ୍ତୁତ ଆକର୍ଷଣୀୟ ଡିଜାଇନ୍ର ସାମଗ୍ରୀ ମଧ୍ୟ ପସନ୍ଦ କରାଯାଉଛି। ଏହାର ବିଶେଷତ୍ୱ ହେଉଛି କମ ଓଜନରେ ଉନ୍ନତ ଗଠନ ଏବଂ ଡିଜାଇନ। ସୁନା ତୁଳନାରେ ରୂପା ଉପହାର ବଜେଟ ମଧ୍ୟରେ ଥିବାରୁ ସମ୍ପର୍କୀୟ ଏବଂ ପରିଚିତ ଲୋକଙ୍କୁ ଶୁଭ ଉପହାର ଦେବା ପାଇଁ ଏହାର ଭଲ ଚାହିଦା ରହିଛି। ଧନତେରସରେ ମୁଦ୍ରା ଏବଂ ଛୋଟ ଛୋଟ ଉପହାରର ବିକ୍ରି ଆହୁରି ବଢ଼ିବାର ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମହିଳା ଡାକ୍ତରଙ୍କୁ ମାନସିକ ନିର୍ଯାତନା

ସମ୍ବଲପୁର,୧୮।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟରତ ୩ ମହିଳା ଡାକ୍ତର ବିଭାଗୀୟ ଇନଚାର୍ଜଙ୍କ ବିରୋଧରେ ମାନସିକ ନିର୍ଯାତନା…

ବାତ୍ୟା ଆଶଙ୍କା: ସଜାଗ ପୁରୁଷୋତ୍ତମପୁର ଜଳସମ୍ପଦ ବିଭାଗ, ନଦୀ-ନାଳକୁ ନ ଯିବା ପାଇଁ…

ପୁରୁଷୋତ୍ତମପୁର,୧୮ା୧୧(ସବିତା ମିଶ୍ର): ସାମୁଦ୍ରିକ ଝଡ଼ ‘ଅକ୍ୱାନ’କୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବ ବନ୍ୟାର ଭୟ ମନରୁ ଲିଭି ନ ଥିବାବେଳେ ଆଉ ଏକ ସମ୍ଭାବ୍ୟ ବିପଦକୁ ନେଇ…

ଆଇପିଏଲରୁ ସନ୍ୟାସ ନେବା ପରେ ଧୋନୀଙ୍କୁ ପେନଶନ ଦେବ CSK? ଜାଣନ୍ତୁ କେତେ ଟଙ୍କା ମିଳିବ…

ନୂଆଦିଲ୍‌ଲୀ,୧୮।୧୧: କୁହାଯାଏ ଯେ ଜୀବନର ଆକାଶରେ କିଛି ଏପରି ନାମ ଲେଖାଯାଇଥାଏ, ଯାହା କେବଳ କିଛି ଅକ୍ଷର ହୋଇ ରହି ନଥାଏ, ବରଂ ଏକ ସମ୍ପୂର୍ଣ୍ଣ ଯୁଗର…

ମାଂସ କାଟୁଥିବା ବେଳେ ୩ ଅଭିଯୁକ୍ତ ଗିରଫ

ନୀଳଗିରି, ୧୮।୧୧(ପ୍ରଶାନ୍ତ ବିଶ୍ୱାଳ): କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ତେଣ୍ଡା (ହୁଡ଼ିସାହି) ଅଞ୍ଚଳରେ ବନ୍ୟପ୍ରାଣୀ ମାଂସ କାଟୁଥିବା ବେଳେ ୩ଜଣଙ୍କୁ ଗିରଫ କରିଛି ବନବିଭାଗ। ୱାଇଲ୍ଡଲାଇଫ୍‌ ବିଟ୍‌ର…

ସାକ୍ଷୀଗୋପାଳରେ ଅଁଳା ନବମୀ: ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ,୧୮ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ରାଧା ପାଦ ଦର୍ଶନ ପାଇଁ…

ଗତିପଥ ବଦଳାଇଲା ବାତ୍ୟା: ଓଡ଼ିଶାର ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ! ଆସିଲା ବଡ଼ ସୂଚନା

ଭୁବନେଶ୍ୱର, ୧୮।୧୧: ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ଅକ୍ୱାନ’। ବୁଧବାର ସକାଳ ୫ଟା ୩୦ ମିନିଟରେ ପର୍ଯ୍ୟବେକ୍ଷଣ ଅନୁଯାୟୀ, ଏହା ଭୀଷଣ ବାତ୍ୟାରେ ପରିଣତ…

ଶନିଙ୍କ ମାର୍ଗୀ ଚଳନ: ୨୦୨୭ ପୂର୍ବରୁ ୪ ରାଶିଙ୍କ ଘରକୁ ଆସିବ ଧନର ସୁଅ! ଚାକିରି-ବ୍ୟବସାୟରେ…

ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳର ଦେବତା ବୋଲି ମାନାଯାଏ। ବ୍ୟକ୍ତିଙ୍କ କର୍ମ ଅନୁସାରେ ଶନିଦେବ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ ଯେତେବେଳେ…

ଟିମ ଇଣ୍ଡିଆରେ ଫେରିବେ ଦୁଇ ଷ୍ଟାର୍‌ ଖେଳାଳି, ଆସନ୍ତାକାଲି ନ୍ୟୁଜିଲାଣ୍ଡ ସହ ଲଢ଼େଇ; ୯ ନୂଆ ମୁହଁଙ୍କୁ ସୁଯୋଗ!

ନୂଆଦିଲ୍ଲୀ, ୧୮।୧୧: ଟି-୨୦ ଓ ଦିନିକିଆ ସିରିଜ ଜିତିବା ପରେ ଏବେ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର, ୧୯ ନଭେମ୍ବରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?