ରାଜ୍ୟ

ଖୋଳ ତାଳର ବାଜିଗର ନୟନ

ତେଲକୋଇ, ୧।୧୦(ଡି.ଏନ.ଏ.)-କଳା ସମର୍ପିତ ହୋଇଛନ୍ତି କଳାକାର ବାଜିଗର। ଅପହଞ୍ଚ ଅଞ୍ଚଳରେ ତାଙ୍କର ବେଶ ଆଦୃତ ତାଙ୍କ କଳାକୁ ନେଇ। ଛୋଟ ବୟସରୁ ଏହି କଳାକୁ ନେଇ ମୃଦଙ୍ଗ, ମାଦଳ, ଡୁବି ତବଲା, ଢୋଲ ଆଦି ପ୍ରସ୍ତୁତି କରିବା ସହିତ ଉକ୍ତ ବାଦ୍ୟଯନ୍ତ୍ରର…

ନିମ୍ନମାନର କାମ ଯୋଗୁ ରାସ୍ତା ଦୁଇ ଫାଳ

କେନ୍ଦୁଝର, ୧।୧୦ (ସ୍ବ.ପ୍ର.)-ନିମ୍ନମାନର କାମ ଓ ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ଜିଲାର ବିଶେଷ କରି ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକରେ ବିଭିନ୍ନ ବିଭାଗ ଦ୍ୱାରା କରାଯାଇଥିବା ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି। ନୂଆ ରାସ୍ତା କାମଗୁଡିକ ମଧ୍ୟ କମ ଦିନରେ ଭାଙ୍ଗି…

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ: ସ୍ବାମୀ ଗିରଫ

ଧାମନଗର, ୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ବିରିଗଡିଆ ଗ୍ରାମର ବିମଳା ଘଡ଼ାଇ ନାମ୍ନୀ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ମୃତା ବିମଳାଙ୍କ ବାପା ମହେଶ୍ୱର ଦାସ…

ହତ୍ୟା ମାମଲା: ୨ ଭାଇଙ୍କୁ ଆଜୀବନ ଜେଲ

ବାଲିଗୁଡା,୧ା୧୦(ଡି.ଏନ୍‌.ଏ.)-ଏକ ହତ୍ୟା ମାମଲାର ବିଚାର କରି ଶୁକ୍ରବାର ବିଚାରପତି ଅରବିନ୍ଦ ପଟ୍ଟନାୟକଙ୍କ ଖଣ୍ଡପୀଠରେ ଅଭିଯୁକ୍ତ ୨ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ହେଲେ କ୍ଷୀର ମାଝି ଓରଫ ବୀରେନ୍ଦ୍ର ଓ ତାଙ୍କ ଭାଇ ରାଜୁ…

ଅନ୍ଧାରରେ ୪୬ ଗଁ।, ହୋଇନି ବିଦ୍ୟୁତ୍‌ ସଂଯୋଗ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଦାରିଙ୍ଗବାଡ଼ି,୧ା୧୦(ଡି.ଏନ.ଏ)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସରକାର ବିଭିନ୍ନ ସୁବିଧା ସୁଯୋଗ ଦେଉଥିବା ଦୃଷ୍ଟାନ୍ତ ରହିଛି ା କିନ୍ତୁ କେତେକ ସ୍ଥାନରେ ଏହା କାର୍ଯ୍ୟକାରୀ ହେଉଥିବା ବେଳେ ଅନ୍ୟ କେତେକ ଜିଲାରେ ଲୋକେ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ଫଳରେ ଏବେବି ଅନ୍ଧାରରେ ଅଭିଶପ୍ତ…

୧୦ ବର୍ଷ ପରେ ହଜିଲା ପୁଅଙ୍କୁ ପାଇଲେ ମା’

କୋଦଳା,୩୦ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିିଗପହଣ୍ଡି ଥାନା ଅନ୍ତର୍ଗତ ତୁରୁବୁଡି ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳକ ୧୦ବର୍ଷ ତଳେ କେଉଁଆଡ଼େ ଚାଲିଯାଇଥିଲେ। ଗତ ଶୁକ୍ରବାର ହଜିଲା ପୁଅ ତାଙ୍କ ମା’ଙ୍କ ପାଖକୁ ଫେରିଛନ୍ତି। ନାବାଳକ ଜଣକ ହେଲେ ଶେଖ ବାବା ଓରଫ କାଳିଆ (୧୭)।…

ବିଲଡ଼ରଙ୍କୁ ୨୦ ଲକ୍ଷ ଦାଦାବଟି ମାଗିବା ମାମଲା :ପୂର୍ବତନ ମେୟର ପିଣ୍ଟୁ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧ା୧୦-ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ବିଏମ୍‌ସିର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ ସୋମବାର କଡା ସୁରକ୍ଷାରେ ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା। ବିଲଡ଼ର ଲଳିତ ମୋହନ ମଙ୍ଗରାଜଙ୍କୁ ପିଣ୍ଟୁ ୨୦ ଲକ୍ଷ ଟଙ୍କା ଦାଦାବଟି ମାଗିବା…

କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)- ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ। ଫଳରେ କିଛିଦିନ ହେଲା ନାଲ୍‌କୋ ନିଜସ୍ବ ବିଦ୍ୟୁତ୍‌ ପ୍ଲାଣ୍ଟ (ସିପିପି)ର ଗୋଟିଏ ପରେ ଗୋଟିଏ…

ସରଳିଆ ହୋଣ୍ଡା ଶୋ’ରୁମ ଉଦ୍‌ଘାଟିତ

ଛେଣ୍ଡିପଦା,୧।୧୦(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀନାଥପୁର ଠାରେ ଅନୁଗୋଳ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଦଶହରା ଉପଲକ୍ଷେ ସରଳିଆ ହୋଣ୍ଡା ଶୋ’ରୁମ ସୋମବାର ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କିଶୋରିଲାଲ ସରଳିଆ, ବିନୋଦ କୁମାର ସରଳିଆ, ଲକ୍ଷ୍ମୀ ହୋଣ୍ଡାର ବିକ୍ରେତା ବିକ୍ରମ ଅଗ୍ରୱାଲ…

ବାଲମୁଚ୍‌ ହତ୍ୟା ମାମଲା :ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ, ୧ା୧୦ ଢେଙ୍କାନାଳ ସହରସ୍ଥିତ ମଣ୍ଟଫୋର୍ଟ ସ୍କୁଲ ନିକଟରେ ୨୦୧୬ ମସିହାରେ ଘଟିଥିବା ସଞ୍ଜୁ ବାଲମୁଚ୍‌ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ମଳୟ ରଞ୍ଜନ ଦାଶ ମାମଲାର ଅଭିଯୁକ୍ତ ତଥା ସଞ୍ଜୁଙ୍କ ସ୍ବାମୀ ବିଜୟ…

ଏକତ୍ରିତ ହୋଇ ନିଜ ଅଧିକାର ପାଇଁ ଲଢେଇ କରିବା ଦରକାର: ଡମ, ଗଣା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ନୂଆପଡା ଅଫିସ/ତରବୋଡ,୧।୧୦(ଡି.ଏନ.ଏ.) ସମାଜରେ ଶିକ୍ଷାର ଆବଶ୍ୟକତା ରହିଛି । ଶିକ୍ଷିତ ହୋଇ ସଙ୍ଗଠିତ ହେବା। ଏକତ୍ରିତ ହୋଇ ନିଜର ସାମ୍ବିଧାନିକ ଅଧିକାର ପ୍ରତି ସଜାଗ ହୋଇ ଲଢିବା ଦରକାର ବୋଲି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡଠାରେ…

ସାଲିହାରେ କ୍ରାନ୍ତି ଦିବସ ବୀରଭୂମି ସାଲିହାର ସଂଗ୍ରାମୀ ଚିରନମସ୍ୟ

ନୂଆପଡ଼ା ଅଫିସ,୧ା୧୦ ସଦର ବ୍ଲକ ସାଲିହା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସୋମବାର ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମହାସମୁନ୍ଦ ଏମପି ଚୁନ୍ନିଲାଲ ସାହୁ ମୁଖ୍ୟଅତିଥି, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri