ରାଜ୍ୟ

ବିଧାନସଭା ଶୀତ ଅଧିବେଶନ: ବିରୋଧୀଙ୍କ ରହୁନି ତାଳମେଳ

ଭୁବନେଶ୍ୱର,୨୪।୧୧: ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ। ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଆରମ୍ଭରୁ ହୋଇଛି ବେଶ୍‌ ସରଗରମ। ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ…

ରାଜ୍ୟରୁ ନିଶା ବନ୍ଦ ଦାବିରେ ନବୀନ ନିବାସ ଘେରାଉ ଉଦ୍ୟମ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ୩୦ ଗିରଫ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟରେ ନିଶା ବନ୍ଦ ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତା’ର ଆନ୍ଦୋଳନକୁ ଜୋର୍‌ଦାର କରିଛି। ସଙ୍ଗଠନ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଧାରଣା ଚାଲିଥିବାବେଳେ ଶନିବାର ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ସଭାପତି ପଦ୍ମଚରଣ ନାୟକଙ୍କ…

ଆରମ୍ଭ ହେଲା ଇ-ବସ୍‌ ‘ଡେମୋ ରନ୍‌’

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଭୁବନେଶ୍ୱରରେ ଶନିବାରଠାରୁ ଇ-ବସ୍‌ର ଡେମୋ ରନ୍‌ ଆରମ୍ଭ ହୋଇଛି। କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ) ଏହି ବସ୍‌ ସେବା ଯୋଗାଇବାକୁ ଥିବାବେଳେ ଏହା ପୂର୍ବରୁ ହାଇଦ୍ରାବାଦର ଜଣେ ବିଡ଼ର ଦ୍ୱାରା ପ୍ରଥମେ ଆସିଥିବା ଇ-ବସ୍‌ ଡେମୋ…

ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ୪ଜଣ ଜବାବ ଦେଇଥିଲୁ: ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପୋଲିସର ଗୁରୁଦାୟିତ୍ୱ। ବିଶେଷ କରି ମାଓବାଦୀ ଓ ଏହାର ଟୁକୁରା ସଂଗଠନ ପିଏଲ୍‌ଏଫ୍‌ଆଇ(ପିପୁଲ୍ସ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ), ସିମି ଭଳି ହିଂସା ସୃଷ୍ଟିକାରୀ ସଂଗଠନ ଏବଂ କୁଖ୍ୟାତ ଅପରାଧୀମାନଙ୍କୁ ଦମନ କାର୍ଯ୍ୟରେ…

ସମସ୍ତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ହୋଇଛି କମ୍ପ୍ୟୁଟରୀକରଣ: ମନ୍ତ୍ରୀ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟର ସମସ୍ତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟଗୁଡିକର କମ୍ପ୍ୟୁଟରୀକରଣ କରାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ସୂଚନା ଓ ପ୍ରଯୁକ୍ତି ବିଭାଗରେ ଇ-ଡିଷ୍ଟ୍ରିକ୍ଟ ଆପ୍ଲିକେଶନ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବିବିଧ ଓ ଜାତି ପ୍ରମାଣପତ୍ର ଯାଞ୍ଚ ପାଇଁ ଲାପ୍‌ଟପ୍‌ , ସ୍କାନର…

୫-ଟି’କୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟ ସରକାର ପ୍ରଶାସନକୁ ଅଧିକ ସରଳ ଏବଂ ଲୋକାଭିମୁଖୀ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଗତ ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି। ସ୍ବାସ୍ଥ୍ୟସେବା ଏବଂ ଆଇନଶୃଙ୍ଖଳାକୁ ଏଥିରେ ପ୍ରାଥମିକ ଭାବେ ସାମିଲ…

ଡିସେମ୍ବର ପହିଲାରୁ ସାରା ଦେଶରେ ଏକକ ଟୋଲ ଦେୟ ବ୍ୟବସ୍ଥା: ସାମିଲ ହେବ ଓଡ଼ିଶାର ୧୨ ଜାତୀୟ ରାଜପଥ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ଏକକ ଟୋଲ ଦେୟ ବ୍ୟବସ୍ଥା। ଓଡ଼ିଶାର ବିଭିନ୍ନ ଜାତୀୟ ରାଜପଥରେ ମଧ୍ୟ ଜାତୀୟ ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ(ଏନ୍‌ଇଟିସି) ବ୍ୟବସ୍ଥାକୁ ଲାଗୁ କରାଯିବ। ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ (ଆର୍‌ଏଫ୍‌ଆଇଡି) ଜରିଆରେ ଫାଷ୍ଟଟ୍ୟାଗ୍‌…

ମହାଭାରତ ଯୁଗରୁ ବିରଜାକ୍ଷେତ୍ର….

ବରାହମାଧବ ବା ବରାହ ବିଷ୍ଣୁଙ୍କ ଉପସ୍ଥିତି ଯୋଗୁ ଯାଜପୁରକୁ ବରାହକ୍ଷେତ୍ର ବୋଲି କୁହାଯାଏ। ବରାହମାଧବଙ୍କ ଉପତ୍ତ୍ତି ସମ୍ପର୍କରେ ବିରଜାକ୍ଷେତ୍ର ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ଆର୍ଯ୍ୟଙ୍କ ଆର୍ଯ୍ୟେତର ଜାତିମାନଙ୍କ ଉପରେ ପ୍ରଭୁତ୍ୱ ଓ ପ୍ରଭାବ ସମ୍ପର୍କରେ ଏହି ଆଖ୍ୟାୟିକାରୁ ସ୍ପଷ୍ଟ ସୂଚନା ମିଳେ।…

ରାଜକୋଷ ପାଇଁ ରହିତାଦେଶ ଅଡୁଆ: କୋର୍ଟରେ ଗଡୁଛି ୧୦ ହଜାର ୪୧୮ କୋଟିର ରାଜସ୍ବ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): କୋର୍ଟ କଚେରି ରହିତାଦେଶ ରାଜ୍ୟ ରାଜକୋଷ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ କ୍ଷେତ୍ରରୁ ଆଦାୟ ହେବାକୁ ଥିବା ଟିକସ ଅଦାଲତ ରହିତାଦେଶ ଯୋଗୁ ଦୀର୍ଘ ବର୍ଷ ହେବ ପଡ଼ି ରହିଛି। ବିଭିନ୍ନ ଶିଳ୍ପ ସଂସ୍ଥା, ସରକାରୀ…

ଆସନ୍ତା ମାର୍ଚ୍ଚ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବ ବହି: ମନ୍ତ୍ରୀ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଏଣିକି ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ। ଆସନ୍ତା ଏପ୍ରିଲରୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ। ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବ। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ…

ଆସନ୍ତା ଜାନୁୟାରୀ ୨୦ରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ଉଡିବ ବିମାନ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଆସନ୍ତା ଜାନୁୟାରୀ ୨୦ ତାରିଖରୁ ଭୁବନେଶ୍ୱର-ସୁରଟ ମଧ୍ୟରେ ବିମାନ ଚଳାଚଳ ହେବ। ଏୟାର ଇଣ୍ଡିଆ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ଛାଡ଼ିବାକୁ ଥିବା ବେଳେ ସୁରଟରୁ ଶୁକ୍ରବାର ଓ ରବିବାର ବିମାନ…

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସରଣ୍ଡା,୨୩।୧୧(ଡି.ଏନ୍‌.ଏ.): ସମ୍ବଲପୁର-ବଲାଙ୍ଗୀର ରେଳପଥର ବରଗଡ଼ ଜିଲା ଗୋଡ଼ଭାଗା ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ବଗିରେ ନିଆଁ ଲାଗିଯାଇଛି। ସମ୍ବଲପୁର ଡିଭିଜନ୍‌ରୁ ବିଜୟଓ୍ବାଡା ଯାଉଥିବା ଏହି ଟ୍ରେନ୍‌ରେ ନିଆଁ ଲାଗିଥିବା ଖବର ପାଇ ଗୋଡ଼ଭାଗା ଷ୍ଟେଶନ ମାଷ୍ଟର ଆଶିଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri