Posted inTrending, ଖେଳ

ଅବିଶ୍ୱସନୀୟ କ୍ୟାଚ୍‌ ଧରିଲେ ଗୁରନୁର: ବାମ ହାତରେ କଲେ କମାଲ୍‌, ସ୍ତବ୍ଧ ହୋଇଗଲେ କ୍ରିକେଟ୍‌ପ୍ରେମୀ, ଦେଖନ୍ତୁ VIDEO

ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ବୋଲର ଗୁରନୁର ବରାଡ। ନିଜ ବୋଲିଂରେ ଏକ ଅବିଶ୍ୱସନୀୟ କ୍ୟାଚ ଧରି ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତାଙ୍କ ଏହି ଚମତ୍କାର ଫିଲ୍ଡିଂର ଶିକାର ହୋଇଛନ୍ତି ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟର ଟମ ଲାଥମ।
ଇଡେନ ପାର୍କରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ୧୭ତମ ଓଭରର ଶେଷ ବଲ୍‌ରେ ଏହି ରୋମାଞ୍ଚକର ଘଟଣା ଘଟିଥିଲା। ଗୁରନୁର ଏକ ଫୁଲ ଲେନ୍ଥ ବଲ ପକାଇଥିଲେ। ବଲ୍‌ଟି ପିଚ୍‌ରେ ପଡ଼ି ଅଫ ଷ୍ଟମ୍ପ ବାହାରକୁ ଯାଉଥିଲା। ଏହାକୁ ଡ୍ରାଇଭ କରିବାକୁ ଯାଇଥିଲେ ଟମ ଲାଥମ। କିନ୍ତୁ ବ୍ୟାଟ୍‌ ଏଜ ଲାଗି ବଲ୍‌ଟି ଉପରକୁ ଉଠିଯାଇଥିଲା। ଏହି ସୁଯୋଗକୁ ହାତଛଡ଼ା ନ କରି ଗୁରନୁର ନିଜ ବାମ ହାତରେ ଏକ ଚମତ୍କାର କ୍ୟାଚ ଧରିଥିଲେ। ତାଙ୍କର ଏହି ଅସାଧାରଣ ପ୍ରଦର୍ଶନ ଦେଖି ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକଙ୍କ ସହ କ୍ରିକେଟ ପ୍ରେମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଘରୋଇ ମାଟିରେ ଖେଳୁଥିବା ନ୍ୟୁଜିଲାଣ୍ଡ ଦଳ ଟମ ଲାଥମଙ୍କଠାରୁ ଏକ ବଡ଼ ଇନିଂସର ଆଶା ରଖିଥିଲା। କିନ୍ତୁ ସେ ଏହି ଆଶା ପୂରଣ କରିପାରି ନ ଥିଲେ। ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଲାଥମ ମାତ୍ର ୧୧ଟି ବଲ୍‌ର ସମ୍ମୁଖୀନ ହୋଇ ୩ ରନ କରିଥିଲେ। ୨୭.୨୭ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରୁଥିବା ଲାଥମ ୧୭ତମ ଓଭରର ଶେଷ ବଲ୍‌ରେ ଆଉଟ ହୋଇଥିଲେ। ସେତେବେଳେ ନ୍ୟୁଜିଲାଣ୍ଡର ଦଳୀୟ ସ୍କୋର ୮୪ ରନ ଥିଲା। ଗୁରନୂରଙ୍କ ଏହି କ୍ୟାଚ ଭାରତୀୟ ଦଳକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇଥିଲା।

ନ୍ୟୁଜିଲାଣ୍ଡର ଅଭିଜ୍ଞ ବ୍ୟାଟର ଟମ ଲାଥମ ଦିନିକିଆ କ୍ରିକେଟ୍‌ରେ ଦୀର୍ଘ ଦିନ ଧରି ନିଜର ଦକ୍ଷତା ପ୍ରମାଣିତ କରିଆସିଛନ୍ତି। ସେ ଏପର୍ଯ୍ୟନ୍ତ ୧୭୨ଟି ଦିନିକିଆ ମ୍ୟାଚ ଖେଳି ୧୫୯ଟି ଇନିଂସ ମୋଟ ୪୬୬୭ ରନ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ୮ଟି ଶତକ ଓ ୨୭ଟି ଅର୍ଦ୍ଧଶତକ ରହିଛି। ଦିନିକିଆ କ୍ରିକେଟ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୪୫ ରନ। ତେବେ ପ୍ରଥମ ଦିନିକିଆରେ ଗୁରନୂର ବରାରଙ୍କ ଚମତ୍କାର କ୍ୟାଚ ଯୋଗୁ ତାଙ୍କୁ ଶୀଘ୍ର ପ୍ୟାଭିଲିୟନ ଫେରିବାକୁ ପଡ଼ିଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭୋରୁ ଭୋରୁ ସ୍କୁଟିରେ ଚାଲିଥିଲା ଗଞ୍ଜେଇ ଚାଲାଣ: ମାଡ଼ିବସିଲା ପୋଲିସ

ହାଟଡିହୀ/ଛେନାପଦି,୪।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ୩ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ…

ମହମ୍ମଦ ସିରାଜଙ୍କ ସହ ହେଲା ’ଅନ୍ୟାୟ’! ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିବା ପଛର ପ୍ରକୃତ କାରଣ ଆସିଲା ସାମ୍ନାକୁ, ଶୁଣିଲେ…

ନୂଆଦିଲ୍ଲୀ, ୪।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡରେ ଖେଳାଯାଉଛି। ନ୍ୟୁଜିଲାଣ୍ଡରେ ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ ମିଳିଥାଏ। ଏହି କାରଣରୁ ଟିମ ଇଣ୍ଡିଆ…

ରହସ୍ୟ ଉପରୁ ପରଦା ଉଠାଇଲେ ଶୁବମନ ଗିଲ: ୨୦୨୭ ବିଶ୍ୱକପ୍‌କୁ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୪।୧୧: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲା ଇଡେନ…

ଗାଁ ପାଖରେ ବାଘର ପାଦଚିହ୍ନ, ଆତଙ୍କରେ ଗ୍ରାମବାସୀ: ବନ ବିଭାଗର ତଦନ୍ତ ଜାରି

ବରଗଡ଼,୪।୧୧(ପ୍ରେମାନନ୍ଦ ଖମାରୀ): ବାରପାହାଡ ପାଦଦେଶ ନିକଟ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ କଣ୍ଡପଲା ପଞ୍ଚାୟତ ରମ୍ପେଲା ଗ୍ରାମ ପାଖରେ ଏକ ବାଘ ବୁଲୁଥିବା ନେଇ ଚର୍ଚ୍ଚା ଚାଲିଛି।…

ଧୋନୀ ନା ଗାଙ୍ଗୁଲୀ: ସଚିନ ତେନ୍ଦୁଲକରଙ୍କ ବେଷ୍ଟ ଅଧିନାୟକ କିଏ? ନିଜେ କଲେ ବଡ଼ ଖୁଲାସା!

ନୂଆଦିଲ୍ଲୀ, ୪।୧୧: ସୌରଭ ଗାଙ୍ଗୁଲୀ କି ଏମ.ଏସ. ଧୋନୀ? ସଚିନ ତେନ୍ଦୁଲକରଙ୍କୁ ଯେତେବେଳେ ପଚରାଗଲା ଯେ କେଉଁ ଖେଳାଳିଙ୍କ ଅଧିନାୟକତ୍ୱରେ ଖେଳି ତାଙ୍କୁ ସବୁଠାରୁ ଭଲ ଲାଗିଲା,…

ଆଜି ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ: ପୁରୀ ଯାଉଥିଲେ ସନ୍ଧ୍ୟା ୬ରୁ…

ପୁରୀ, ୪।୧୧: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚେତାବନୀ ଦେଲେ ସଚିନ ତେନ୍ଦୁଲକର: ଚୟନକର୍ତ୍ତାଙ୍କୁ କଲେ ଟାର୍ଗେଟ, ମାତ୍ର ୧୫ ବର୍ଷ ବୟସରୁ…

ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଟି-୨୦ ଦଳରେ ସାମିଲ ହୋଇଥିବା ବୈଭବଙ୍କୁ ମାତ୍ର ୨ଟି ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା। ଏଥିମଧ୍ୟରୁ ଗୋଟିଏ ମ୍ୟାଚ୍‌ରେ ସେ ନିଜ…

ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ: ଝୁରୁଛି କଳାହାଣ୍ଡି

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ):କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ୮୮ ବର୍ଷ ବୟସରେ ମଙ୍ଗଳବାର ବିଳମ୍ବିତ ରାତିରେ ଭବାନୀପାଟଣାସ୍ଥିତ ବାସ ଭବନରେ ପରଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?