ମାଣତ୍ରୀରେ ୧୪୦ ଫୁଟ୍ ଲମ୍ବର ଡଙ୍ଗା
ସୋର, ୧୩।୧୧(ଡି.ଏନ.ଏ.)-କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସୋର ବ୍ଲକ ମାଣତ୍ରୀ ଗ୍ରାମରେ ଯୁବକମାନେ ୧୪୦ ଫୁଟ୍ ଲମ୍ବର ଡଙ୍ଗା ପ୍ରସ୍ତୁତ କରି ଗ୍ରାମ ପୋଖରୀରେ ଭସାଇଛନ୍ତି। ଗ୍ରାମର କେତେକ ଯୁବକଙ୍କ ଉଦ୍ୟମରେ ଏହା ସଫଳ ହୋଇଛି। ଏହି ଅବସରରେ ମଙ୍ଗଳବାର ଭୋର୍ ସମୟରେ…
ରେଳ ଧାରଣାରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ବଇଣ୍ଡା,୧୨।୧୧(ଡି.ଏନ.ଏ.)-ତାଳଚେର-ସମ୍ବଲପୁର ରେଳପଥର କିଶୋରନଗର ଥାନା ଖଇରମୁଣ୍ଡା ନିକଟସ୍ଥ ରେଳଧାରଣା ପରିସରରୁ ମଙ୍ଗଳବାର ହଣ୍ଡପା ଥାନା ଠେଲକନାଳୀ ଗ୍ରାମର ସୁଲୁ ପ୍ରଧାନ(୧୮) ଜଣେ ଯୁବକଙ୍କ ମୃତଦେହକୁ କିଶୋରନଗର ପୋଲିସ ଉଦ୍ଧାର କରିଛି। ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ…
ଯୁବକଙ୍କ ସହ ବଟି ମୂଲଚାଲର ଭିଡିଓ ଭାଇରାଲ: ରାତାରାତି ବଦଳିଲେ ବଡ଼ସାହି ଥାନା ଅଧିକାରୀ
ବାରିପଦା ଅଫିସ/ବଡ଼ସାହି,୧୨ା୧୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ବଦଳି କରାଯାଇଛି। ତାଙ୍କୁ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ସବ-ଇନ୍ସପେକ୍ଟର ମଞ୍ଜୁଲତା ଧଡ଼ାଙ୍କୁ ଥାନା ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ…
ଗୁରୁନାନକ ଜୟନ୍ତୀରେ ଯୋଗଦେଲେ ବାଚସ୍ପତି
ଭୁବନେଶ୍ୱର,୧୨।୧୧(ବ୍ୟୁରୋ)- ଓଡ଼ିିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ପଞ୍ଜାବର ସୁଲତାନପୁର ଲୋଧିଠାରେ ଗୁରୁନାନକଙ୍କ ୫୫୦ତମ ଜୟନ୍ତୀ (ପ୍ରକାଶ ପର୍ବ)ରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଏହି ଉପଲକ୍ଷେ ଐତିହାସିକ ବେର୍ସାହିବ୍ ଗୁରୁଦ୍ୱାରଠାରେ ଆୟୋଜିତ ସଭାରେ ଯୋଗଦେଇ ଡ.…
ବୁଧବାର ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ
ଭୁବନେଶ୍ୱର,୧୨।୧୧(ବ୍ୟୁରୋ)- ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଚଳିତ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ଏହି ବଜେଟର ଆକାର ପ୍ରାୟ ୮୩୦୦ କୋଟି ଟଙ୍କା ରହିଥିବା ଜଣାପଡ଼ିଛି। ସାଧାରଣ ନିର୍ବାଚନ ପରେ…
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଗାଇଲେ ନିଆଁ: ମାଛପଡ଼ା ଗ୍ରାମରେ ୨୧ ବଖରା ଭସ୍ମ; ୨ ଅଟକ, ପୋଲିସ ଆହତ
ଡେଲାଙ୍ଗ,୧୨ା୧୧(ଡି.ଏନ.ଏ.)- ଡେଲାଙ୍ଗ ଥାନା ଅଧୀନସ୍ଥ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ପରିବାର ବାସହରା ହେବା ସହ ୨୧ବଖରା ପୋଡି ପାଉଁଶ ହୋଇଯାଇଛି। ଖବରପାଇ ଡେଲାଙ୍ଗ ଅଗ୍ନିଶମ…
ବୁଧବାର ବନକଲାଗି: ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ ଅଫିସ,୧୨ା୧୧: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।…
ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ଶୃଙ୍ଖଳିତ ଦର୍ଶନ
ପୁରୀ ଅଫିସ,୧୨ା୧୧: ଶ୍ରୀମନ୍ଦିରରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଛି। ସଅଳ ନୀତିକାନ୍ତି ଯୋଗୁ ଦର୍ଶନ ଶୃଙ୍ଖଳିତ ହୋଇଛି। ପ୍ରବଳ ଗହଳି ସତ୍ତ୍ବେ ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଛନ୍ତି। ସୋମବାର ରାତ୍ର ୧୨ଟାରେ ପହୁଡ଼…
କଦଳୀ ପଟୁଆ ଓ ସୋଲ ଡଙ୍ଗାରେ ଉଚ୍ଛୁଳିଲା ବେଳାଭୂମି, ପୁଷ୍କରିଣୀ
ପୁରୀ ଅଫିସ, ୧୨ା୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମଙ୍ଗଳବାର ଡଙ୍ଗା ଭସା ଏବଂ ଠାକୁରଙ୍କ ଦର୍ଶନ ସହ କାର୍ତ୍ତିକ ବ୍ରତ ଶେଷ କରିଛନ୍ତି ବ୍ରତଧାରୀ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଶ୍ରୀକ୍ଷେତ୍ରର ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ଲୋକେ। ବିଶେଷକରି…
ସ୍ନେହର ଲୁହରେ ଭିଜିଲା ହବିଷିଆଳି ଆଶ୍ରୟସ୍ଥଳୀ
ପୁରୀ ଅଫିସ,୧୨ା୧୧: ସରିଯାଇଛି ଧର୍ମ ମାସ କାର୍ତ୍ତିକ। ଏହି ପୁଣ୍ୟ ମାସର ପୂର୍ଣ୍ଣମୀ ତିଥିରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ପବିତ୍ର ମହୋଦଧିରେ ଡଙ୍ଗା ଭସାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଏମାନଙ୍କ ମଧ୍ୟରେ ରହିଥିଲେ ହଜାର ହଜାର ହବିଷିଆଳି, ଯେଉଁମାନେ ମହାପ୍ରଭୁଙ୍କୁ…
ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଡିଜିପି
ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖ ଅର୍ଥାତ୍ ବୁଧବାରରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏ ନେଇ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ବି.କେ. ଶର୍ମା। ଏହା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା…
ଗାଁରେ ଉଚ୍ଚା ଘର ପାଇଁ ନେବାକୁ ପଡ଼ିବ ଅନୁମତି
ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଏଣିକି ସହରପରି ଗାଁରେ ମନଇଚ୍ଛା ଘର କରିହେବ ନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଙ୍ଗଳବାର ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା…
Archives


