୧୧ ଜିଲାରେ ଝଡ଼ବର୍ଷା ସମ୍ଭାବନା
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ରାଜ୍ୟରେ ଆଉ ଗ୍ରୀଷ୍ମର ପ୍ରକୋପ ବଢ଼ିବ ନାହିଁ। ପାରଦ ୪୦ ଡିଗ୍ରୀ ସେଲସିୟସ ତଳେ ରହିବ। ଉପକୂଳରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଏବଂ ଆଭ୍ୟରୀଣ ଓଡ଼ିଶାରେ ୪୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଆସନ୍ତା ୩ତାରିଖ ଯାଏ ତାତି…
‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଭାରତ ସରକାର ଓଡ଼ିଶାର ୩ ସାଂସ୍କୃତିକ ପରମ୍ପରାକୁ ସାମିଲ କରିଛନ୍ତି। ସେଗୁଡିକ ହେଲୋ ମାଣବସା ଗୁରୁବାର, ଛଉନୃତ୍ୟ ଏବଂ ରାବଣଛାୟାକୁ ଏହି ତାଲିକାରେ ସ୍ଥାନିତ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରିଛନ୍ତି।…
ବେସରକାରୀ ଡାକ୍ତରଖାନା କର୍ମଚାରୀ ପାଇବେ ବୀମା ସୁବିଧା
ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ରୋକିବା ପାଇଁ ଆଗଧାଡିରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟ, କର୍ମୀ ଓ ପାରାମେଡିକାଲ କର୍ମଚାରୀଙ୍କ ସକାଶେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି। କର୍ତ୍ତବ୍ୟ ସମ୍ପାଦନ ବେଳେ ଯଦି କାହାର ମୃତ୍ୟୁ ହୁଏ…
ପଞ୍ଚାୟତରେ ହେବ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର
ଭୁବନେଶ୍ୱର,୨୩ା୪(ବ୍ୟୁରୋ): ପଞ୍ଚାୟତସ୍ତରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି। ପଞ୍ଚାୟତୱାରୀ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି। ଇତି ମଧ୍ୟରେ ରାଜ୍ୟର ୬୭୯୮ ପଞ୍ଚାୟତରେ ୨,୨୨,୯୬୩ ଶଯ୍ୟା ପ୍ରସ୍ତୁତ କରାଯାଇଛି। ରାଜ୍ୟ ବାହାରେ ଶ୍ରମିକ, କର୍ମଚାରୀ, ଛାତ୍ରୀଛାତ୍ର ମଧ୍ୟ…
ବିଧାନସଭାରେ ଖୋଲିଲା ନିୟନ୍ତ୍ରଣ କକ୍ଷ
ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିିବା ପାଇଁ ଲକ୍ଡାଉନ ଜାରି ରହିଛି। ଓଡ଼ିଆ ଶ୍ରମିକ, କର୍ମଚାରୀ ଏବଂ ଛାତ୍ରୀଛାତ୍ରମାନେ ଭାରତର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନେ ଫେରିବା ସମ୍ଭବ ହେଉନାହିଁ। ସେମାନଙ୍କୁ ଯୋଗାଯୋଗ କରି ଯଥାସମ୍ଭବ ସହଯୋଗ କରିବା ପାଇଁ ଓଡ଼ିଶା…
ଔଷଧ କିଣିଥିବା ଲୋକଙ୍କ ତଥ୍ୟ ଦେବେ ଦୋକାନୀ ଗଞ୍ଜାମ ଜିଲାପାଳଙ୍କ ନୂଆ ନିର୍ଦ୍ଦେଶନାମା
ଛତ୍ରପୁର,୨୩ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପୁଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଣିକି ଜିଲାର ସମସ୍ତ ଘରୋଇ ଔଷଧ ଦୋକାନୀ ସେମାନଙ୍କ ଦୋକାନରୁ ଔଷଧ କିଣିଥିବା ଲୋକଙ୍କ ତଥ୍ୟ…
ଭିଡିଓ କନଫେରେନ୍ସିଂରେ ସରପଞ୍ଚଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ବନ୍ତ, ୨୨।୪(ଡି.ଏନ୍.ଏ.): ରାଜ୍ୟରେ କରୋନା ମୁକାବିଲା ପାଇଁ ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଅର୍ପଣ କରିଛନ୍ତି। ନିଜ ନିଜ ପଞ୍ଚାୟତରେ କରୋନା ମୁକାବିଲା କିପରି କରାଯାଇପାରିବ ସେନେଇ ସମସ୍ତ ସରପଞ୍ଚଙ୍କୁ ବୁଧବାର…
୩୩୧ ରିପୋର୍ଟକୁ ଅପେକ୍ଷା
ବାରିପଦା ଅଫିସ, ୨୨ା୪: ଓଡ଼ିଶାରେ ଚିହ୍ନଟ ହୋଇଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ଜଣାପଡ଼ିବା ପରେ ମୟୂରଭଞ୍ଜ ଜିଲାର ବିଭିନ୍ନ ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ବାଲେଶ୍ୱରରୁ ପଜିଟିଭି ବାହାରିବା ପରେ ପଡ଼ୋଶୀ ଜିଲା ମୟୂରଭବାସୀ…
କାଳ ବୈଶାଖୀ ପ୍ରଭାବରେ କୁଆପଥର ମାଡ: ପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା
କେନ୍ଦୁଝର, ୨୨ା୪(ସ୍ବ.ପ୍ର.): ମହାମାରୀ କରୋନା ନେଇ କେନ୍ଦୁଝର ଜିଲାର ପରିବା ଚାଷୀମାନେ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହେବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଅନେକ ଅଞ୍ଚଳରେ ଗଛ ଉପୁଡି ପଡିଥିବା ବେଳେ ଆମ୍ବ…
ସାନିଟାଇଜ୍ ହେଲା ଡାକ୍ତରଖାନା
ବାହାନଗା, ୨୨ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କିଛି ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜ୍ କରାଯାଇଛି। ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଚାଲିଆସୁଥିବାରୁ ଏହାକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ…
ମୋବାଇଲ ଚୋରି, ଲୁଟ୍ ଘଟଣାରେ ୯ ଗିରଫ
ସୋନପୁର/ଉଲୁଣ୍ଡା,୨୨।୪(ନି.ପ୍ର./ଡି.ଏନ.ଏ.): ସୋନପୁର ଟାଉନ ଥାନା ପୋଲିସ ମୋବାଇଲ ଚୋରି ଓ ଉଲୁଣ୍ଡା ପୋଲିସ ମୋବାଇଲ ଲୁଟ୍ ଘଟଣାରେ ସମ୍ପୃକ୍ତ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ବୁଧବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଲକ୍ଡାଉନ୍ ସମୟରେ ସୁବର୍ଣ୍ଣପୁର ସହର ଜୟ ଗୁରୁ ମାର୍କେଟ୍…
ଭୁବନେଶ୍ୱରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା
ଭୁବନେଶ୍ୱର, ୨୨ା୪(ବ୍ୟୁରୋ): ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୩୮ରେ ଏହା ସ୍ପଷ୍ଟ କରାଯାଇଛି। ଆଗାମୀ ୭…
Archives


