୪ ମାସ ପରେ ହୋଇଥାନ୍ତା ବାହାଘର: ପ୍ରେମିକାଙ୍କୁ ଅପହରଣ ପରେ ହତ୍ୟା କଲେ ପ୍ରେମିକ

ବ୍ରହ୍ମଗିରି,୨୫ା ୦୭(ଡି.ଏନ.ଏ): ପ୍ରଥମେ ପ୍ରେମ। ତା’ପରେ ପ୍ରତାରଣା କରି ଶେଷରେ ପ୍ରେମିକାକୁ ଅପହରଣ କରି ହତ୍ୟା କରିଛି ପ୍ରେମିକ। ସମସ୍ତ ପ୍ରମାଣକୁ ଲୁଚାଇବାକୁ ଯାଇ ଗାଁଠାରୁ ୫ କିଲୋମିଟର ଦୂର ଏକ ପୋଖରୀ ହୁଡ଼ାରେ ମୃତଦେହକୁ ପୋତିଦେଇଛି। ପୋଲିସ ଛାନ୍‌ଭିନ୍‌ କରି ମାଟି ତଳୁ ମୃତଦେହ ଉଦ୍ଧାର କରିଛି। ଏଭଳି ଏକ ସ୍ପର୍ଶକାତାର ଘଟଣା ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଶ୍ରୀକରପୁର ଗ୍ରାମରେ ଦେଖିବାକୁ ମିଳିଛି। ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୁଜିତ ସାହୁଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ସୁଜିତ ସେହି ଗ୍ରାମର ଦୀପିକା ମହାପାତ୍ର(୧୯)ଙ୍କୁ ପ୍ରେମ କରୁଥିଲେ। ଏହି କଥା ଯୁବତୀଙ୍କ ବାପା ରମେଶ ଜାଣିବା ପରେ ସୁଜିତଙ୍କ ପରିବାରଙ୍କୁ ଅବଗତ କରାଇଥିଲେ। ୪ ମାସ ପରେ ଉଭୟଙ୍କ ବିବାହ କରାଯିବ ବୋଲି ସୁଜିତଙ୍କ ପରିବାର ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ସମୟ ଅତିବାହିତ ହୋଇଥିଲେ ମଧ୍ୟ ଏମାନଙ୍କ ବିବାହ ସୁଜିତଙ୍କ ପରିବାର ଲୋକେ କରି ନ ଥିଲେ। ଏହି ଘଟଣା ତାଙ୍କ ଗ୍ରାମ ସଭାରେ ଉପସ୍ଥାପନ ହୋଇଥିଲା। ଏହାର କିଛିଦିନ ପରେ ଦୀପିକା ନିଖୋଜ ହୋଇଯାଇଥିଲେ। ପରେ ଦୀପିକାଙ୍କ ବାପା ଗତ ୧୮ତାରିଖରେ ଝିଅକୁ ସୁଜିତ ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଗ୍ରାମସଭାରେ ଜଣାଇଥିଲେ। ଗ୍ରାମର ନୀତିନିୟମ ଅନୁସାରେ ଶୁକ୍ରବାର ସଭାରେ ଉଭୟ ପରିବାରଙ୍କ କଥା ବିଚାର ହୋଇଥିଲା। ଦୀପିକା ସମ୍ପର୍କରେ ପଚାରା ଯିବା ପରେ ସୁଜିତଙ୍କ ଭାଇ ଦୀପିକାଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ଏହାଶୁଣି ଦୀପିକାଙ୍କ ପରିବାର ଲୋକେ ବିଶ୍ୱାସ କରିପାରିଲେ ନାହିଁ। ଦୀପିକାଙ୍କୁ ହତ୍ୟା କରାଯାଇଥିବା କହି ପରିବାର ଲୋକେ ଶୁକ୍ରବାର ରାତିରେ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୋଲିସ ନଂ.୧୧୭/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ସୁଜିତ୍‌ଙ୍କୁ ଧରିଥିଲା। ପଚରାଉଚରା ପରେ ଦୀପିକାଙ୍କୁ ହତ୍ୟା କରି ଗ୍ରାମ ନିକଟ ପୋଖରୀ ପାଖରେ ପୋତିଥିବା ସୁଜିତ ସ୍ବୀକାର କରିଥିଲା। ଶନିବାର ପୋଲିସ ସାଇଣ୍ଟିଫିକ ଟିମ ସହ ସୁଜିତକୁ ଧରି ଘଟଣାସ୍ଥଳକୁ ଯାଇ ପୋଖରୀ ବନ୍ଧ ନିକଟରୁ ଦୀପିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?