କରୋନାରେ ମୃତକଙ୍କ ସତ୍କାର ନେଇ ଗାଇଡଲାଇନ ଜାରି କଲେ ସରକାର

ଭୁବନେଶ୍ୱର,୨୫।୭(ବ୍ୟୁରୋ)-କୋଭିଡ-୧୯ ମୃତକଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସତ୍କାର ନ ହୋଇ ଶବ ବହୁ ସମୟ ଧରି ପଡି ରହୁଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। କରେନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବ ସତ୍କାରକୁ ନେଇ ଶନିବାର ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି । ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲାପାଳ ଓ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଗାଇଡଲାଇନ ପାଳନ କରିବା ନେଇ ଜଣାଇ ଦିଆଯାଇଛି। ନୂତନ ଗାଇଡଲାଇନରେ କରୋନା ମୃତ ବ୍ୟକ୍ତି ଆଇସୋଲେଶନ ଓ୍ବାର୍ଡରୁ ବାହାରିବା ବେଳେ ଯଦି ସମ୍ପର୍କିତ ମୃତ ଶରୀରକୁ ଦେଖିବାକୁ ଚାହିଁବେ ତେବେ ସେମାନଙ୍କୁ ଆବଶ୍ୟକ ସତର୍କତାକ ଅବଲମ୍ବନ କରି ଦେଖିବାକୁ ସୁଯୋଗ ଦିଆଯିବ। ଶବ ସଂସ୍କାର ବେଳେ ପରିବାର ସଦସ୍ୟମାନେ ମୃତ ଶରୀରକୁ ନ ଛୁଇଁ ନିଜ ଧର୍ମ ଅନୁସାରେ ରୀତିନୀତି କରି ପାରିବେ। ସର୍ବନିମ୍ନ ଦୂରତା ରକ୍ଷା କରିବା ସହିତ ସ୍ବାସ୍ଥ୍ୟଗତ ପୂର୍ବସତର୍କତା ଅବଲମ୍ବନ କରିବେ। ହାତରେ ଗ୍ଲୋବସ ପିନ୍ଧିବା ସହିତ ସର୍ବସାଧାରଣ ସ୍ଥାନରେ ଛେପ ପକାଇ ପାରିବେ ନାହିଁ। ଶବକୁ ଛଇଁବା, ଗାଧୋଇ ଦେବା, ଚୁମା ଦେବା କିମ୍ବା କୁଣ୍ଢାଇବାକୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମ୍ପତିଙ୍କଠାରୁ ଝାମ୍ପିନେଲେ ୩.୫୦ ଲକ୍ଷ

ବାରିପଦା ଅଫିସ/ଉଦଳା,୨୩।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ବିସିପୁର-ଧାନଘେରା ରାସ୍ତାରେ ଏକ ଦମ୍ପତିଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍‌ ଦୁର୍ବୃତ୍ତମାନେ ଝାମ୍ପି...

ଆରମ୍ଭ ହେଲା ଶ୍ରମିକଙ୍କ ଘରବାହୁଡା: ତେଲେଙ୍ଗାନାରୁ ଝାଡ଼ଖଣ୍ଡ ଅଭିମୁଖେ ବାହାରିଲା ୨୪କୋଚ ଥିବା ସ୍ବତନ୍ତ୍ର ଟ୍ରେନ୍‌

ହାଇଦ୍ରାବାଦ,୧।୫: ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବା କାର୍ଯ୍ୟ ଆରମ୍ଭ ହୋଇଛି। ସ୍ବରାଷ୍ଟ୍ର...

ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ ଛୁଇଁଲା

ବରଗଡ଼ ଅଫିସ,୨୩ା୭: ଜିଲାରେ ଗୁରୁବାର ପୁଣି ୨୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୨୪ ଜଣ ରହିଥିବାବେଳେ...

ଗେମ୍‌ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର

ବାହାନଗା,୧୯ା୬: ମୋବାଇଲରେ ଗେମ୍‌ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...

ତାଲିକାରୁ କାଟିଦେଲେ ବୃଦ୍ଧଙ୍କ ଗାଁ

କାମାକ୍ଷାନଗର, ୨ ।୪ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଯୋଜନାରେ ତାଲିକାଭୁକ୍ତ...

ଲକ୍‌ଡାଉନ୍‌ ସଙ୍କଟରୁ ବ୍ୟାପକ ଜଙ୍ଗଲ କ୍ଷୟ

ନୂଆଦିଲ୍ଲୀ,୨୭ା୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକ୍‌ଡାଉନ ଦ୍ୱାରା ପରିବେଶ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥିବା ଖବର ମିଳୁଛି। କୁହାଯାଉଛି ଯେ,...

୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୋମବାର ରାଜ୍ୟର ୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି। ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଥିବା...

ସରୋଜଙ୍କ ଲାଏ ଡିଟେକ୍‌ଶନ ଟେଷ୍ଟ କଲା ଏସ୍‌ଆଇଟି: ମା’ ଓ ଭଉଣୀଙ୍କୁ ଛାଡ଼ିଲା

ନୟାଗଡ଼ ଅଫିସ,୨୦ା୧୨: ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଯଦୁପୁର ଗାଁର...

Advertisement
Archives

Model This Week