ରାଜ୍ୟ

ଫସଲ କ୍ଷତି ଅନୁଧ୍ୟାନ ବେଳେ ସାମାଜିକ ଦୂରତ୍ୱକୁ ବେଖାତିର

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଯେଉଁଠି ସାମାଜିକ ଦୂରତ୍ୱକୁ ବେଖାତିର କରାଯାଉଛି, ସେଠାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି। ମାତ୍ର ବୁଧବାର ବରଗଡ଼ରେ ସ୍ଥାନୀୟ ଜନ…

ଜଗତପୁରରେ ବଢ଼ୁଛି ଏଡିଶ୍‌ ମଶା ବଂଶ: ଡେଙ୍ଗୁ ଆଶଙ୍କା

କଟକ ଅଫିସ,୨୨ା୪: କରୋନା ସଂକ୍ରମଣର ଭୟ ନ କମୁଣୁ କଟକ ଜିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ଡେଙ୍ଗୁ ରୋଗ। ବୁଧବାର ଜଗତପୁର ଓ ଏହାର ଆଖପାଖ ଅଞ୍ଚଳରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଣ୍ଟୋମୋଲୋଜି (କୀଟ ବିଜ୍ଞାନ)…

ବିପଦସଙ୍କୁଳ ଅବସ୍ଥାରେ ଝୁଲୁଛି ବିଦ୍ୟୁତ ତାର

କଟକ ଅଫିସ, ୨୨।୪: ମୁଣ୍ଡକୁ ଲାଗୁଛି କୃଷ୍ଣଚୂଡ଼ା ଗଛର ଡାଳ। ଆଉ ଏହି ଗଛର ସବୁ ଡାଳ ୧୧ କେଭି ବିଦ୍ୟୁତ ତାରକୁ ଛୁଇଁଛି। ଏଭଳି ପରିସ୍ଥିତିରେ ଦୈନିକ ଶହ ଶହ ଲୋକ ଏସ୍‌ସିବି କାର୍ଡିଓଲୋଜି ବିଭାଗ ଆଗରେ ଗାଡ଼ି ପାର୍କିଂ…

ଜନ ପ୍ରତିନିଧି, ସରକାରୀ ଅଧିକାରୀ ପ୍ରସ୍ତୁତ ରହିବାକୁ ଆହ୍ବାନ

ଯାଜପୁର ଅଫିସ,୨୨ା୪: ଯେନତେନ ପ୍ରକାରେ ବାହାର ରାଜ୍ୟରୁ ବିଶେଷ କରି କୋଲକତାରୁ ଆସିଥିବା ବ୍ୟକ୍ତିମାନେ ପଞ୍ଜୀକୃତ ହୋଇ ନାହାନ୍ତି। ସେମାନେ ଦୟାକରି ତୁରନ୍ତ ପଞ୍ଜୀକରଣ କରାଇ ସରକାରୀ କ୍ବାରାଣ୍ଟାଇନରେ ରହିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି। କରୋନା ପାଇଁ…

ଭଦ୍ରକ କରୋନା ସଂକ୍ରମିତଙ୍କ ସମ୍ପର୍କୀୟ ଜିନ୍ଦଲ କାରଖାନାର ଶ୍ରମିକ: ୫ ଜଣଙ୍କୁ ସଙ୍ଗରୋଧରେ ରଖିଛି କମ୍ପାନୀ

ଯାଜପୁର ଅଫିସ,୨୨ା୪: କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ ଲିମିଟେଡ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି। ଏହା ଜଣାପଡିବା ପରେ ଜିଲା ପ୍ରଶାସନ ସହାୟତାରେ କମ୍ପାନୀ କର୍ତ୍ତୃପକ୍ଷ…

୧୩ ଆକ୍ରାନ୍ତଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ପହଞ୍ଚିଛି। ଇତିମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ୧୩ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରିର ତଥ୍ୟ ପ୍ରଦାନ…

ଲକ୍‌ଡାଉନ୍‌ ପରେ ବିନା ରେଜିଷ୍ଟ୍ରେଶନରେ ଓଡ଼ିଶା ମନା: ଫେରିବା ପାଇଁ ୨୪ରୁ କରିପାରିବେ ରେଜିଷ୍ଟ୍ରେଶନ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ଖୋଲିବା ପରେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ରାଜ୍ୟକୁ ଫେରିବେ। ଆକଳନ ଅନୁଯାୟୀ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ ଆସିବାର ସମ୍ଭାବନା ରହିଛି। ତେବେ ସେମାନେ କିଭଳି ଆସିପାରିବେ ସେନେଇ ପଞ୍ଚାୟତିରାଜ ସଚିବ ବିସ୍ତୁତ…

ଆଗକୁ ଆସୁଥିବା ଚତୁର୍ଥ ପର୍ଯ୍ୟାୟ ସରକାରଙ୍କ ପାଇଁ ଆହ୍ବାନ;ବାହାରେ ଫସିଥିବା ୫ ଲକ୍ଷ ଓଡ଼ିଆ ରାଜ୍ୟକୁ ଫେରିବେ, ଚିହ୍ନଟ କରି କ୍ୱାରାଣ୍ଟାଇନ୍‌ରେ ରଖିବାକୁ ହେବ: ବାଗ୍‌ଚୀ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଇତିମଧ୍ୟରେ ରାଜ୍ୟ ସରକାର ୩ଟି ପର୍ଯ୍ୟାୟକୁ ସଫଳତାର ସହ ସାମ୍ନା କରିପାରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବାହାରୁ ଆସୁଥିବା ଲୋକଙ୍କ ପଞ୍ଜୀକରଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଲିଙ୍କ ଏବଂ ତତ୍‌ଜନିତ ସଂକ୍ରମଣ ରହିଥିଲା। ସେହିଭଳି ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗ…

ପ୍ରଥମ ଥର ପାଇଁ ମାସ୍କ ପିନ୍ଧି ନଜର ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): କରୋନା ମୁକାବିଲା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ଭିଡିଓ ବାର୍ତ୍ତା ମାଧ୍ୟମରେ ବିଭିନ୍ନ ସୂଚନା ପ୍ରଦାନ କରୁଛନ୍ତି। ହେଲେ ଭିଡିଓରେ ତାଙ୍କୁ ମାସ୍କ ପିନ୍ଧିଥିବା ଦେଖିବାକୁ…

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି: ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପଶ୍ଚିମବଙ୍ଗରୁ ଫେରିଥିଲେ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତିଜଣଙ୍କ ଯାଜପୁରର ୩୮ବର୍ଷୀୟ ଯୁବକ। ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଛନ୍ତି। ତେବେ ଏହାକୁ ମିଶାଇ ବୁଧବାର ୪ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ…

ସରପଞ୍ଚଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ: ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ଉପରେ ପଞ୍ଚାୟତସ୍ତରରେ ରଖିବେ ନଜର; କରାଇବେ ରେଜିଷ୍ଟ୍ରେଶନ, କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୬,୭୮୯ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥପାଠ କରାଇଛନ୍ତି। ଅନ୍ୟ ରାଜ୍ୟରୁ ଗ୍ରାମକୁ ଆସୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା…

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା: ପୁଣି ସୁସ୍ଥ ହେଲେ ୨ କରୋନା ଆକ୍ରାନ୍ତ, ସମସ୍ତେ ଭୁବନେଶ୍ୱରର

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ଭୁବନେଶ୍ୱର ବୋଲି କୁହାଯାଇଛି। Happy to share that…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri