ପୋଲ ନ ଥିବାରୁ ପାଠ ଛାଡୁଛନ୍ତି ପିଲା

ଛେଣ୍ଡିପଦା,୨୫ା୭(ସ୍ବ.ପ୍ର.)  ଗାଁକୁ ଭଲ ରାସ୍ତାଟିଏ ନାହିଁ। ଚାରିପଟୁ ଘେରି ରହିଛି  ନୁହୁରାଣୀ ଓ ବାଇଶିନାଳିଆ ନଦୀ। ବର୍ଷ ତମାମ ସେଥିରେ ପାଣି ରହୁଥିବାରୁ ଯାତାୟାତ ବେଶ୍‌ କଷ୍ଟକର। ବର୍ଷାଦିନେ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ୁଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ। ନଦୀ ଉପରେ ପୋଲଟିଏ ନିର୍ମାଣ ହୋଇପାରୁ ନ ଥିବାରୁ ୨ କିମି ଦୂର ସ୍କୁଲ ପାଇଁ ଜଙ୍ଗଲ ରାସ୍ତାରେ ୫ କିଲୋମିଟର ଚାଲିବାକୁ ପଡ଼ୁଛି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ନୂଆଗାଁ ପଞ୍ଚାୟତ ଲୁଣମାଟି ଗ୍ରାମର ପିଲାଙ୍କୁ। ନୂଆଗାଁ ତେଲିସାହି ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଗ୍ରାମର ୩୦ ପିଲା ବର୍ଷାଦିନେ ଆଦୌ ବିଦ୍ୟାଳୟ ଯାଉନାହାନ୍ତି। ଅନେକ ପାଠପଢ଼ା ମଧ୍ୟ ଛାଡ଼ି ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଗ୍ରାମବାସୀ କହିଛନ୍ତି ଯେ, ନୂଆଗାଁ ପଞ୍ଚାୟତର ୭ନଂ ୱାର୍ଡ ହେଉଛି ଆଦିବାସୀ ବହୁଳ ଗ୍ରାମ ଲୁଣମାଟି। ପୂର୍ବରୁ ଏଠାରେ ପ୍ରାୟ ୫୦ ପରିବାର ରହୁଥିବା ବେଳେ ଅସୁବିଧା ଯୋଗୁ ୨୦ ପରିବାର ଅନ୍ୟତ୍ର ଚାଲିଗଲେଣି। ବର୍ଷାଦିନକୁ ଛାଡିଦେଲେ ସୀମନ୍ତ ସମ୍ବଲପୁର ଓ ଦେବଗଡ ଜିଲାର ଜନସାଧାରଣ ଲୁଣମାଟି ଗ୍ରାମ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଛେଣ୍ଡିପଦା ସୀମାନ୍ତକୁ ନୁହୁରାଣୀ ଓ ନାକଟିଦେଉଳ ସୀମାନ୍ତକୁ ବାଇଶିନାଳିଆ ନଦୀ ରହିଛି। ଲୁଣମାଟି ଗ୍ରାମକୁ ଲାଗିକରି ନୁହୁରାଣୀ ନଦୀ ଥିବାରୁ ତାହା ଏବେ କୂଳ ଖାଇ ଗାଁ ତଡ଼ିନେବାକୁ ବସିଲାଣି। ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ଯାଏ ପାଇବାକୁ ହେଲେ ଏହି ନଦୀ ପାର ହେବାକୁ ପଡ଼ିଥାଏ। କିନ୍ତୁ ବର୍ଷ ତମାମ ପାଣି ରହୁଥିବାରୁ ଜଙ୍ଗଲ ରାସ୍ତାରେ ବୁଲି ବୁଲି ଯିବାକୁ ପଡ଼ିଥାଏ। ଫଳରେ ଅନେକ ସମୟରେ ପିଲା ସ୍କୁଲ ଯାଇପାରୁ ନ ଥିବାବେଳେ ଗର୍ଭବତୀ ଓ ଶିଶୁମାନେ ଟିକା ନେବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଦୀ ଉପରେ ପୋଲଟିଏ ନିର୍ମାଣ ନିମନ୍ତେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ତେବେ ସାମାଜିକ କର୍ମୀ ଚିନ୍ମୟୀ ଦାସ ଓ ବୁଦ୍ଧଦେବ ବେହେରା ଆଲୋଚନା କରିବା ପରେ ଏକ କାଠ ପୋଲ ନେଇ ଉଦ୍ୟମ କରାଯାଉଥିବା ଗ୍ରାମବାସୀ କହିଛନ୍ତି। ନୂଆଗାଁ ସରପଞ୍ଚ ଝୁନୁବାଳା ନାୟକ କହିଛନ୍ତି, ନଦୀ ଉପରେ ପୋଲ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଆବଶ୍ୟକ। କିନ୍ତୁ ପ୍ରଶାସନ ପକ୍ଷରୁ ମାତ୍ର ୧୦ ଲକ୍ଷ ଟଙ୍କା ଦିଆଯାଇଛି। ସେଥିପାଇଁ ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ। ଜିଲା ପ୍ରଶାସନକୁ ଅବଗତ କରାଯାଇଛି

ନଦୀ ଉପରେ ପୋଲ ନିର୍ମାଣ ନିମନ୍ତେ ଜିଲା ଖଣିଜ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। କିନ୍ତୁ ଉକ୍ତ ଅର୍ଥ ପର୍ଯ୍ୟାପ୍ତ ହେଉ ନ ଥିବାରୁ ଏ ନେଇ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ପ୍ରଶାସନ ପକ୍ଷରୁ ଅଧିକ ଅର୍ଥ ବ୍ୟବସ୍ଥା କରାଗଲେ ପୋଲ ନିର୍ମାଣ କରାଯାଇପାରିବ।

-ସୁନୀଲ କୁମାର କେର୍କଟା, ବିଡିଓ, ଛେଣ୍ଡିପଦା

କାଠପୋଲ ବ୍ୟବସ୍ଥା ହେଉଛି

ଏହା ଗ୍ରାମବାସୀଙ୍କ ଦୀର୍ଘ ବର୍ଷର ସମସ୍ୟା। ପ୍ରତିବର୍ଷ ନଦୀ କୂଳ ଖାଉଥିବାରୁ ଗାଁ ପ୍ରତି ବିପଦ ବଢ଼ୁଛି। ଗମନାଗମନରେ ମଧ୍ୟ ଅସୁବିଧା ହେଉଛି। ପ୍ରଶାସନ ଏଯାଏ କିଛି ବ୍ୟବସ୍ଥା କରୁ ନ ଥିବାରୁ କାଠ ପୋଲଟିଏ ପାଇଁ ଯୋଜନା କରାଯାଇଛି। ଗ୍ରାମବାସୀ ଖୁସି ହୋଇଛନ୍ତି।

-ଚିନ୍ମୟୀ ଦାସ, ସାମାଜିକ କର୍ମୀ

ଗାଁ ଛାଡ଼ିବାକୁ ବାଧ୍ୟହେବୁ

ନଦୀ କୂଳ ଖାଉଥିବାରୁ ଗାଁର ଭବିଷ୍ୟତ କ’ଣ ହେବ ତାହା ଜାଣିପାରୁନୁ। ପଥର ବନ୍ଧ ଓ ପୋଲ ନିର୍ମାଣ ନ ହେଲେ ଗ୍ରାମବାସୀ ଏଠାରୁ ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହେବେ। ତେଣୁ ଜିଲା ପ୍ରଶାସନ ପୋଲ ନିର୍ମାଣ ପାଇଁ ଅଧିକ ଅର୍ଥ ବ୍ୟବସ୍ଥା କରୁ।

-ପ୍ରଦୀପ ମହାରଣା, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?