ଖୁଚୁରା ବଜାରରେ କରୋନା ପ୍ରହାର: ବ୍ୟବସାୟିକ କ୍ଷତି ୩ ହଜାର କୋଟି

ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍‌-୧୯ ଏବଂ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ରିଟେଲ ବିଜ୍‌ନେସ୍‌ ବା ଖୁଚୁରା ବ୍ୟବସାୟ ବିଶେଷମାତ୍ରାରେ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ୩ହଜାର କୋଟି ଟଙ୍କାର କ୍ଷତି ଖୁଚୁରା ବ୍ୟବସାୟକୁ ସହିବାକୁ ପଡ଼ିଛି। କେବଳ ଏତିକି ନୁହେଁ, ରାଜ୍ୟର ବ୍ୟବସାୟୀଙ୍କ ୩୦ହଜାର କୋଟିର ବ୍ୟବସାୟ ମାନ୍ଦା ହୋଇଛି। କରୋନା ମହାମାରୀ ସମୟରେ ରାଜ୍ୟର ରିଟେଲ୍‌ ବ୍ୟବସାୟ ମାସିକ ମାତ୍ର ୬,୫୦୦ କୋଟି ଟଙ୍କାରେ ସୀମିତ ରହୁଥିବା ଓଡ଼ିଶା ବ୍ୟବସାୟୀ ମହାସଂଘ ତଥ୍ୟରୁ ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଓଡ଼ିଶାରେ ୨୦ଲକ୍ଷ ରିଟେଲର୍‌ ଥିବାବେଳେ ସେମାନଙ୍କ ମଧ୍ୟରେ ୧୬ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି। ସେହିପରି ୩ ଲକ୍ଷ ୫୦ ହଜାର ମଧ୍ୟମ ବର୍ଗର ବ୍ୟବସାୟୀ ରହିଥିବା ବେଳେ ୫୦ହଜାର ହୋଲ୍‌ସେଲର ଅଛନ୍ତି। ରାଜ୍ୟର ରିଟେଲ୍‌ ମାର୍କେଟ ଭାଲ୍ୟୁ ଏହି ବ୍ୟବସାୟୀଙ୍କ ଉପରେ ନିର୍ଭର କରିଥାଏ। ହେଲେ କରୋନାଜନିତ ଲକ୍‌ଡାଉନ୍‌ ପାଇଁ ଏହି ବ୍ୟବସାୟୀମାନେ ବିପୁଳ କ୍ଷତି ସହିଥିବା ଜଣାପଡ଼ିଛି।

କରୋନା ସଂକ୍ରମଣକୁ ରୋକିବାକୁ ସରକାର ମାର୍ଚ୍ଚ ମାସରୁ ୩ମାସ ଲଗାତର ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାପରେ ଉଜୁଡ଼ିି ଯାଇଥିବା ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ଲାଗି ଅନ୍‌ଲକ୍‌ ବା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅନ୍‌ଲକ୍‌ ପରେ ସବୁକିଛି ସ୍ବାଭାବିକ ହୋଇଯିବ ବୋଲି ରାଜ୍ୟ ବ୍ୟବସାୟୀମାନେ ଆଶା କରିଥିଲେ। ହେଲେ କରୋନା ସ୍ଥିତି ଆହୁରି ଖରାପ ହେବାରୁ ରାଜ୍ୟ ସରକାର ପୁଣିଥରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଜଧାନୀ ଭୁବନେଶ୍ୱର ଓ କଟକକୁ ମିଶାଇ ୪ଟି ପ୍ରମୁଖ ଜିଲା ଏବଂ ରାଉରକେଲାକୁ ୧୪ଦିନ ପାଇଁ ଅର୍ଥାତ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ପୁଣିଥରେ ଖୁଚୁରା ବ୍ୟବସାୟୀଙ୍କ ପେଟଉପରେ ପ୍ରହାର ପଡ଼ିଛି। ସାଧାରଣ ସମୟରେ ରାଜ୍ୟର ରିଟେଲ୍‌ ମାର୍କେଟ ଭାଲ୍ୟୁ ବାର୍ଷିକ ୧.୫୦ଲକ୍ଷ କୋଟି ଟଙ୍କା ରହିଥାଏ। ୧୨,୫୦୦ କୋଟି ଟଙ୍କାର ମାସିକ ବ୍ୟବସାୟ ହେଉଥିବା ବେଳେ ଦିନକୁ ୪୧୫ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ।

ମାତ୍ର ବର୍ତ୍ତମାନର କରୋନା ପରିସ୍ଥିତିରେ ୫୦% ବ୍ୟବସାୟ ଘାଟା ହୋଇଛି। ବର୍ତ୍ତମାନ ମାସକୁ ମାତ୍ର ୬,୫୦୦ କୋଟି ଟଙ୍କାର ବେପାର ହେଉଛି। ବ୍ୟବସାୟୀମାନେ ଦିନକୁ ୨୦ କୋଟି ଟଙ୍କାର କ୍ଷତି ସହୁଥିବା ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। କରୋନା ପାଇଁ ଗତ ୪ମାସ ମଧ୍ୟରେ ୩,୦୦୦ କୋଟି ଟଙ୍କାର ବ୍ୟବସାୟିକ କ୍ଷତି ହୋଇଛି। ସେହିଭଳି ୪ମାସରେ ୩୦,୦୦୦ କୋଟି ଟଙ୍କାର ସେଲ୍‌ ଡାଉନ୍‌ ବା ବିକ୍ରି ମାନ୍ଦା ହୋଇଥିବା ମହାସଂଘ ପକ୍ଷରୁ କୁହାଯାଇଛି। ନନ୍‌-ଏସେନ୍‌ସିଆଲ ବା ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନେ ସର୍ବାଧିକ କ୍ଷତି ସହିଛନ୍ତି। ଏହି ଦୋକାନଗୁଡ଼ିକ ୪ମାସରେ ଅତିବେଶିରେ ୧ମାସ ଖୋଲାଯାଇଥିବା ବେଳେ ୩ ମାସ ସମ୍ପୂର୍ଣ୍ଣଭାବେ ବନ୍ଦ ଥିଲା। ଫଳରେ ଏହି ବର୍ଗରେ ମାତ୍ର ୩୦% ବିକ୍ରି ହୋଇଛି। ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ବର୍ଗରେ ୭୦% ବିକ୍ରି ହୋଇଥିବାବେଳେ ୩୦% ସେଲ୍‌ ଡାଉନ୍‌ ରହୁଛି। ବାହାଘର, ହୋଟେଲ, ହଷ୍ଟେଲ ଆଦି ଏବେ ବନ୍ଦ ରହିଛି। ସେମାନେ ଯେଉଁ ମୋଟା ଅଙ୍କରେ ସାମଗ୍ରୀ କିଣୁଥିଲେ ଏବେ ତାହା ହେଉନି। ଏହାବ୍ୟତୀତ ଦିନ ୧ଟା ପରେ ଦୋକାନ ବନ୍ଦ ରହିବା, ଯିବା ଆସିବାରେ ସମସ୍ୟା ଏବଂ ଜିଲା-ଜିଲା ମଧ୍ୟରେ ଗମନାଗମନରେ ପ୍ରତିବନ୍ଧକ ରହୁଥିବାରୁ ଖୁଚୁରା ବ୍ୟବସାୟୀମାନେ ବିଶେଷଭାବେ କ୍ଷତି ସହୁଛନ୍ତି। ଏଭଳିସ୍ଥଳେ ରାଜ୍ୟ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ଏହାଦ୍ୱାରା ମାତ୍ର ୫ହଜାର ବ୍ୟବସାୟୀ ଉପକୃତ ହୋଇଛନ୍ତି। ଏପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିନ୍ତୁ କୌଣସି ପ୍ରକାର ସହାୟତା ମିଳି ନ ଥିବା ଓଡ଼ିଶା ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି।

କେନ୍ଦ୍ର ସରକାରଙ୍କ ‘ପିଏମ୍‌ ସ୍ବନିଧି’ ଯୋଜନାରେ ଦେଶର ୫୦ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଥିଲେ। ଏହି ଯୋଜନା ମାଧ୍ୟମରେ ଫୁଟ୍‌ପାଥ ତଥା ଛୋଟ ଛୋଟ ବ୍ୟବସାୟୀମାନେ ୧୦ହଜାର ଟଙ୍କାର ଋଣ ନେଇ ଆଗାମୀ ବର୍ଷେ ମଧ୍ୟରେ ପରିଶୋଧ କରିବାକୁ କୁହାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ରାଜ୍ୟର କୌଣସି ବ୍ୟବସାୟୀ ଏହି ଅର୍ଥ ପାଇ ନାହାନ୍ତି, ଯାହାକି କେନ୍ଦ୍ରର ବୃହତ୍‌ ଆର୍ଥିକ ପ୍ୟାକେଜ୍‌ ଏବଂ ଏହାର ବାସ୍ତବତାକୁ ସୂଚାଉଛି। ନିଯୁକ୍ତି ହ୍ରାସ ଏବଂ ରୋଜଗାର ପନ୍ଥା ବନ୍ଦ ହୋଇଯିବା ଯୋଗୁ ଅନେକ ଲୋକ ଖର୍ଚ୍ଚକାଟ କରୁଛନ୍ତି, ଯେଉଁଥିପାଇଁ ରାଜ୍ୟରେ ଖୁଚୁରା ବ୍ୟବସାୟ ସବୁଠାରୁ ଖରାପ ସ୍ଥିତିଦେଇ ଗତିକରୁଛି। ଏଭଳିସ୍ଥଳେ ସରକାରୀ ଘରଭଡ଼ା ଓ ବିଦ୍ୟୁତ୍‌ ବିଲ୍‌ ଛାଡ଼ ସହ ଆର୍ଥିକ ପ୍ରୋତ୍ସାହନ ଦିଆ ନ ଗଲେ ବ୍ୟବସାୟୀମାନେ ପୁଣିଥରେ ଅଣ୍ଟା ସଳଖି ଛିଡ଼ା ହୋଇପାରିବେ ନାହିଁ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?