ସମୟସୀମା ସ୍ପଷ୍ଟ କରନ୍ତୁ ସରକାର
କଟକ ଅଫିସ,୨୫।୮: କରୋନା ମହାମାରୀ ଯୋଗୁ ଦୀର୍ଘ ୫ ମାସ ଧରି ବନ୍ଦ ପଡ଼ିଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ୨ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହାର ଶୁଣାଣି କରି ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ…
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷାଫଳ: ଜାଣନ୍ତୁ କାହିଁକି ହେଲା ବିଳମ୍ବ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ପରୀକ୍ଷାଫଳ ପ୍ରକାଶ ପାଇବ। ଏହା ସହ ଯୁକ୍ତ ଦୁଇ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ସେହିଦିନ ପ୍ରକାଶ ପାଇବ। ଏ ନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ…
ଆନ୍ଥ୍ରାକ୍ସ ଆଳରେ ଚାପି ଦିଆଯାଉଛି ହାତୀ ମୃତ୍ୟୁ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ଗତ ଦଶବର୍ଷ ମଧ୍ୟରେ ରାଜ୍ୟରେ ୭୮୪ ହାତୀ ମରିଛନ୍ତି। କେବଳ ଚଳିତବର୍ଷ ଅଗଷ୍ଟ ୨୩ ସୁଦ୍ଧା ୩୬ ହାତୀର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ଆଘାତ, ଟ୍ରେନ୍ ଦୁର୍ଘଟଣା, ଶିକାର ଓ ରୋଗ ଆଦି ହାତୀ ମୃତ୍ୟୁର କାରଣ ବୋଲି ଅଧିକାଂଶ…
ଡିସେମ୍ବର ୩୧ ଯାଏ ଗାଡ଼ି କାଗଜପତ୍ର ଅବଧି ବୃଦ୍ଧି
କଟକ ଅଫିସ,୨୫।୮: ସମସ୍ତ ପ୍ରକାର ଯାନବାହନ କାଗଜପତ୍ରର ବୈଧତାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏନେଇ ଘୋଷଣା କରିବା ପରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ…
ଲଘୁଚାପ: ୨୭ ଯାଏ ପ୍ରବଳ ବର୍ଷା: ସ୍ଥିତି ଉପରେ ନଜର ରଖିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୋମବାର ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ସତର୍କ ରହିବା ପାଇଁ…
ପୁଣି ୧୩ ପଇସା ବଢ଼ିଲା ପେଟ୍ରୋଲ ୯ ଦିନରେ ୮ ଥର ବୃଦ୍ଧି
ଭୁବନେଶ୍ୱର,୨୫।୮: ପେଟ୍ରୋଲ ଦର ବୃଦ୍ଧିରେ ବର୍ତ୍ତମାନ ବିରତି ଲାଗି ପାରୁନାହିଁ। ଗତ ୯ ଦିନ ମଧ୍ୟରେ ପେଟ୍ରୋଲ ଦର ୮ଥର ବଢିଥିବା ଜଣାପଡିଛି। ବର୍ତ୍ତମାନ କରୋନା ସଂକ୍ରମଣ ଲୋକଙ୍କ ଚିନ୍ତା ବଢାଇଥିବା ବେଳେ ତେଲ ଦର ବୃଦ୍ଧି ସମସ୍ୟାକୁ ଜଟିଳ କରୁଛି।…
ଅର୍ଥ ଅଛି, ଅନୁମତି ନାହିଁ
ବଇଣ୍ଡା, ୨୫ା୮(ଡି.ଏନ୍.ଏ.)ବହୁ ଆପତ୍ତି ଅଭିଯୋଗ ପରେ ୨ ବ୍ଲକକୁ ଯୋଡ଼ୁଥିବା ୯.୪ କିଲୋମିଟର ସଡ଼କକୁ ପକ୍କା କରିବା ପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଟେଣ୍ଡର ମଧ୍ୟ କରାଯାଇଛି। ହେଲେ କୋଭିଡ୍ କଟକଣା ପାଇଁ…
କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ : ୨ ଗିରଫ
ବାଙ୍ଗିରିପୋଷି,୨୫ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ଅଗ୍ନିଶମ ବିଭାଗ ରାସ୍ତାରୁ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍କୁ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ଟ୍ରକର ଚାଳକ ଝାଡ଼ଖଣ୍ଡ ରାଜ୍ୟ ଗିରିଡ଼ିହି ଜିଲା ଅନ୍ତର୍ଗତ ଗୌରାହଣ୍ଡ ଗ୍ରାମର ନରେଶ କୁମାର…
ଗ୍ରାମଦେବୀଙ୍କ ପାଇଁ ବାଦୁଡ଼ି ସୁରକ୍ଷା
କେନ୍ଦୁଝର, ୨୫ା୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଣପାହାଡରେ ଏକଦା ବହୁ ଜାତିପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଥିଲେ ା ଜଙ୍ଗଲ କ୍ଷୟ, ପ୍ରଦୂଷଣ ଓ ଶିକାର ଯୋଗୁ ବହୁ ପକ୍ଷୀଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ପକ୍ଷୀମାନଙ୍କ ସୁରକ୍ଷା…
ରୋଜଗାର ଚିନ୍ତାରେ ମାଛଧରାଳୀ
ଭଦ୍ରକ ଅଫିସ, ୨୫ା୮- କରୋନା ପ୍ରଭାବରେ ଦେଶରେ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଥିବା ବେଳେ ମାଛଧରାଳୀ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ସବୁ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ହେଲେ ମତ୍ସ୍ୟଜୀବୀଙ୍କ ପାଇଁ ସରକାରୀ ସହାୟତା…
ହାତୀପଲଙ୍କ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ
ପାଟଣା,୨୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ୍ରେ ୨୩ ଟିକିଆ ହାତୀ ପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀପଲ ଦିନବେଳେ ଜଙ୍ଗଲ ଭିତରେ ରହୁଥିବାବେଳେ ସାହେଲେ ଗାଁଭିତରକୁ ପଶି ଆଶି ଆତଙ୍କ ଖେଳାଉଛନ୍ତି। ଏହି ହାତୀପଲ ରବିବାର ପୁଣି କରଞ୍ଜିଆ ରେଞ୍ଜରୁ…
ବାଲି ମାଫିଆଙ୍କ ସହ ବାର୍ତ୍ତାଳାପର ଅଡିଓ ଭାଇରାଲ:ବଦଳିଲେ ଭଣ୍ଡାରିପୋଖରୀ ଥାନାଧିକାରୀ
ଭଦ୍ରକ ଅଫିସ, ୨୫ା୮- ବାଲି ମାଫିଆଙ୍କୁ ସୁହାଇଲା ଭଳି ଥାନାଧିକାରୀଙ୍କ କଥାବାର୍ତ୍ତାର ଅଡିଓ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ବିବାଦୀୟ ହୋଇପଡ଼ିଛନ୍ତି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏସ୍ପି…
Archives


