ନିଶ୍ଚିନ୍ତକୋଇଲି, ୯ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକରେ ଡବଲ ମର୍ଡର ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ତୁମ୍ବିତୋଫାନ କରିଥିବାବେଳେ ଗ୍ରାମାଞ୍ଚଳ ପୋଲିସ ଅଦ୍ୟାବଧି ୭ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଘଟଣାରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଶାଇ ଆହୁରି ୬ଜଣ ଅଭିଯୁକ୍ତ ଅଛନ୍ତି। ଗୁରୁବାର ଗିରଫ ହୋଇଥିବା ଯଁକୁଟି ଗ୍ରାମର ଉମେଶ ଖଟୁଆ (୨୫) ନିଜର ରକ୍ତଭିଜା ପୋଷାକକୁ କିପରି ପୋଡ଼ି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ସେନେଇ ଶୁକ୍ରବାର ମାହାଙ୍ଗା ଥାନା ପୋଲିସକୁ ଡେମୋ ଦେଖାଇଛନ୍ତି। ପରେ ଉମେଶଙ୍କୁ ପୋଲିସ ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ହାଜର କରାଇଥିଲା। ସୂଚନାଥାଉ କି, ମାହାଙ୍ଗା ଥାନା ଅଧୀନ ନୃତ୍ତାଙ୍ଗସ୍ଥିତ ଯଁକୁଟି ନିକଟରେ ଗତ ୨ ତାରିଖ ରାତିରେ ସାଲେପୁର ଭାଜପା ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। କୁଳମଣିଙ୍କ ପୁଅ ରମାକାନ୍ତଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ୧୩ ଜଣଙ୍କ ନାମରେ ୫/୨୧ ନମ୍ବରରେ ମାମଲା ରୁଜୁ କରିଛି। ଗ୍ରାମାଞ୍ଚଳ ଏସ୍ପି ପ୍ରଦ୍ୟୁମ୍ନ କୁମାର ଜେନା କୁହନ୍ତି, ପୋଲିସ ଆକ୍ସନ ମୁଡ୍ରେ ରହି ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ୫ ସ୍ବତନ୍ତ୍ର ଟିମ୍ ମାମଲାର ପର୍ଦ୍ଦାଫାଶ ପାଇଁ ପ୍ରୟାସ ଜାରି ରଖିଛି। ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।
ମାହାଙ୍ଗାରେ ପିସିସି ସଭାପତି
ଡବଲ ମର୍ଡର ଘଟଣାରେ ଗୁରୁବାର ଭାଜପାର ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମାହାଙ୍ଗା ଆସିଥିଲେ। ଶୁକ୍ରବାର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ମାହାଙ୍ଗା ପରିଦର୍ଶନ କରିଥିଲେ। ଏହାକୁ ନେଇ ରାଜନୈତିକ ପାଣିପାଗ ବେଶ ସରଗରମ ହୋଇଛି। ମାହାଙ୍ଗାରେ ଦୁଇ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିଲେ ହେଁ କଂଗ୍ରେସ କୁଳମଣିଙ୍କ ପାଇଁ ଏହି ଘଟଣାକୁ ଗୁରୁତର ସହ ନେଇଛି। କାରଣ କୁଳମଣି ଦୀର୍ଘଦିନ କଂଗ୍ରେସର ଆଗଧାଡ଼ିର ନେତା ଥିବାବେଳେ ଏବେ ଭାଜପାର ନେତୃତ୍ୱ ନେଉଥିଲେ। ପିସିସି ସଭାପତି ପଟ୍ଟନାୟକ କୁଳମଣିଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମାହାଙ୍ଗାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଆଗାମୀ ପିଢ଼ି ପାଇଁ ଶୁଭଙ୍କର ନୁହେଁ ବୋଲି ପ୍ରକାଶ କରିଥିଲେ। ସେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ଆଗାମୀ ଦିନରେ କଂଗ୍ରେସର ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତାଙ୍କ ସହ ଜଟଣୀ ବିଧାୟକ ସୁରେଶ ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକଙ୍କ ସମେତ ବହୁ କଂଗ୍ରେସ ନେତା ମାହାଙ୍ଗା ଆସିଥିଲେ।
ଆଇନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକୁ ନିନ୍ଦା
ଡବଲ ମର୍ଡର ଘଟଣାରେ ବିରୋଧୀ ଦଳ ଶସ୍ତା ରାଜନୀତି କରୁଥିବା କୁହାଯାଉଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଓ ତାଙ୍କ ୬ ସହଯୋଗୀଙ୍କୁ ପୋଲିସ ଗିରଫ କରିସାରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଛି। ତେବେ ବିରୋଧୀ ଦଳ ତଦନ୍ତକୁ ଦିଗଭ୍ରଷ୍ଟ କରିବା ଏବଂ ଶସ୍ତା ଲୋକପ୍ରିୟତା ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହି ମାମଲାରେ ଛନ୍ଦିବାକୁ ପ୍ରୟାସ କରୁଛନ୍ତି। ମନ୍ତ୍ରୀଙ୍କ ବିରୋଧରେ ଚକ୍ରାନ୍ତକୁ ସାଲେପୁର ବାର ଆସୋସିଏଶନର ସଭାପତି ଦୀପକ ମହାନ୍ତି, ନିଶ୍ଚିନ୍ତକୋଇଲି ଆଇନଜୀବୀ ସଂଘର ଆଇନଜୀବୀ ଭିକାରୀ ସେଠୀ, ବିନୋଦ ଚୌଧୁରୀ, ଅଶୋକ ସାହୁଙ୍କ ସମେତ ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘ ସଭାପତି ପ୍ରମୋଦ ପଣ୍ଡା, ସମ୍ପାଦକ ଜୀବନାନନ୍ଦ ଦାଶ, ବରିଷ୍ଠ ନାଗରିକ ବୈଷ୍ଣବ ପରିଡ଼ା, କ୍ଷୀରୋଦ କୁମାର ପଣ୍ଡା, ପୁରୁଷୋତ୍ତମ ସାହୁ , ଦେବେନ୍ଦ୍ର ସାହୁ, ରାୟଗୁରୁ ବିଜୟ ମିଶ୍ର ପ୍ରମୁଖ ନିନ୍ଦା କରିଛନ୍ତି।
କୁଳମଣି, ତାଙ୍କ ପୁଅଙ୍କ ନଁାରେ ୧୯ ମାମଲା
କୁଳମଣିଙ୍କ ହତ୍ୟା ମାମଲାକୁ ନେଇ ମାହାଙ୍ଗାରେ କିଛିଦିନ ହେବ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ପ୍ରତିବାଦ କରୁଥିବାବେଳେ କୁଳମଣି ଓ ତାଙ୍କ ପୁଅଙ୍କ ନାମରେ ଥିବା ୧୯ଟି ମାମଲାକୁ ନେଇ ବିଜେଡି ମହଲରେ ବେଶ ଚର୍ଚ୍ଚା ହୋଇଛି। କୁଳମଣିଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଜାଲିଆତି ଓ ବିସ୍ଫୋରଣ କରିବା ଭଳି ସଙ୍ଗିନ ମାମଲା ରହିଛି। କୁଳମଣିଙ୍କ ପୁଅ ରଣଜିତ ଓ ରମାକାନ୍ତଙ୍କ ନାମରେ ସାଲେପୁର କୋର୍ଟ ଓ ମାହାଙ୍ଗା ଥାନାରେ ୯ଟି ସଙ୍ଗିନ ମାମଲା ଥିବା ଜଣାପଡ଼ିଛି।
ଦଳ ଛାଡ଼ିଲେ
କୁଳମଣିଙ୍କ ସହଯୋଗୀ
କୁଳମଣିଙ୍କ ଏକାନ୍ତ ସହଯୋଗୀ କୁହାଯାଉଥିବା ଭାଜପା ନେତା ତଥା ଆନ୍ଦପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ଦଳରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ର କଟକ ଜିଲା ଭାଜପା ସଭାପତି ପ୍ରକାଶ ବେହେରାଙ୍କୁ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦୀପ ଜଳାଇ ପ୍ରତିବାଦ କରିବା ବିରୋଧୀ ଦଳ ଭୂମିକା ନୁହେଁ। ବିଜେଡି କିମ୍ବା ଅନ୍ୟ ଦଳରେ ଯୋଗଦେବେ କି ବୋଲି ପଚରାଯିବାରୁ ରାମଚନ୍ଦ୍ର କହିଥିଲେ ଯେ, ବର୍ତ୍ତମାନ ସେ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇନାହାନ୍ତି।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ
ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…
ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!
ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…
ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ
ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…
ପିକ୍ଅପ୍ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…
ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ
ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…
ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ
କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…
କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି
ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…
ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା
ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

