୪ ମାସର ପୁଅକୁ ବିକି ଆତ୍ମହତ୍ୟା

ମାଲକାନଗିରି,୯ା୧ (ସ୍ବ.ପ୍ର./ଡି.ଏନ୍‌.ଏ.): ମୂଲମଜୁରି ମିଳୁ ନ ଥିଲା। ତେଣୁ ୫ ସନ୍ତାନ ସହ ପରିବାରର ୭ଜଣଙ୍କ ପେଟ ପାଇଁ ଦାନା ଯୋଗାଡ଼ କଷ୍ଟକର ହେଉଥିଲା। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନ ଥିବାବେଳେ ପିଲାଙ୍କ ପ୍ରତିପୋଷଣ ଚିନ୍ତା ଅଥୟ କରିଦେଉଥିଲା। ଶେଷରେ ଅର୍ଥାଭାବର ଶିକାର ବାପା ନିଜ ୪ ମାସର ପୁଅକୁ ଟଙ୍କା କେଇଟାରେ ଅନ୍ୟ ହାତକୁ ଟେକିଦେବାର କଠୋର ନିଷ୍ପତ୍ତି ନେଇଥିଲେ। ହେଲେ ନା ଦାରିଦ୍ର୍ୟ ଦୂର ହେଲା ନା ପୁଅକୁ ବିକିବାର ଦୁଃଖ ସମ୍ଭାଳି ହେଲା। ଏଭଳି ସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଦେଲେ ବାପା।
ଦାରିଦ୍ର୍ୟର ଦାରୁଣତାରୁ ଗୁରୁବାର ଏପରି ଘଟଣା ଘଟିଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ପଞ୍ଚାୟତର ସପ୍ତଧାରା ଗ୍ରାମରେ। ଏହି ଗ୍ରାମର ସୋମନାଥ ଖିଲ ମୂଲମଜୁରି କରନ୍ତି। ସ୍ତ୍ରୀ କୁନି ଏବଂ ୫ ସନ୍ତାନଙ୍କୁ ନେଇ ତାଙ୍କ ସଂସାର। କିନ୍ତୁ ପୂର୍ବପରି କାମ ମିଳୁ ନ ଥିବାରୁ ପରିବାର ଚଳାଇବା ସୋମନାଥଙ୍କ ପକ୍ଷେ ଆଉ ସମ୍ଭବ ହେଉ ନ ଥିଲା। ଅନେକ ସମୟରେ ପିଲାମାନେ ଭୋକ ଉପସାରେ ରହିବା ତାଙ୍କୁ ବେଶ୍‌ ବାଧୁଥିଲା। ଶେଷରେ ପରିବାର ଲାଗି କିଛି ଅର୍ଥ ଯୋଗାଡ଼ ଉଦ୍ଦେଶ୍ୟରେ ସେ ୪ ମାସର ଶିଶୁପୁତ୍ର ରାଜାକୁ ବିକ୍ରି କରିଦେଲେ। ମାତ୍ର ଏପରି କର୍ମ ତାଙ୍କୁ ଶାନ୍ତିରେ ରଖାଇଦେଲା ନାହିଁ। ନିଜ ପିତୃତ୍ୱ ଆହ୍ବାନର ସମ୍ମୁଖୀନ ହୋଇ ନ ପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୋମନାଥ। ଖବରପାଇ ଗୋବିନ୍ଦପାଲି ଫାଣ୍ଡି ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ଏଣେ ସୋମନାଥଙ୍କ ମୃତ୍ୟୁ ପରେ ସ୍ତ୍ରୀ କୁନି ୪ ପିଲାଙ୍କୁ ଧରି ବେସାହାରା ହୋଇପଡ଼ିଛନ୍ତି। କେମିତି ଘର ଚଳିବ ସେଇ ଚିନ୍ତାରେ ତାଙ୍କ ଆଖିରୁ ଲୁହ ଶୁଖୁନି।


Enter your email to get our daily news in your inbox.

All Right Reserved By Dharitri.Com

ଶୃଙ୍ଖଳାର ପରକାଷ୍ଠା ଦେଖାଇଛନ୍ତି ପୁରୀବାସୀ: ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୨।୭: କୋଭିଡ୍‌ କଟକଣା ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶାନ୍ତିସୃଙ୍ଖଳାର ସହ ସୋମବାର ଶେଷ ହୋଇଛି । ଶ୍ରୀଜିଉଙ୍କ ୩ ରଥ ଗୁଣ୍ଡିଚା...

ପୋଲିସ ଇନ୍‌ଫର୍ମର ସନ୍ଦେହ: ଜଣକୁ ହତ୍ୟାକଲେ ମାଓବାଦୀ

ଦାରିଙ୍ଗବାଡି,୩।୧(ଡି.ଏନ.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟାର ଶିକାର...

ଶିଶୁଙ୍କ ସୁରକ୍ଷା

ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର କେତେକ କ୍ଷେତ୍ରରେ ଶିଶୁମାନଙ୍କ ଭବିଷ୍ୟତ...

ସମ୍ପୂର୍ଣ୍ଣ ଓଡ଼ିଶା ଲକ୍‌ଡାଉନ୍‌; ଅପରାହ୍ନ ସାଢ଼େ ୪ଟାରେ ଗଣମାଧ୍ୟମ ଜରିଆରେ ଦିଆଯିବ ସୂଚନା

ଭୁବନେଶ୍ୱରା,୨୪।୩(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ରୋଗର ବ୍ୟାପକତାକୁ ଦେଖି ସମସ୍ତ ୩୦ ଜିଲା ଅର୍ଥାତ୍‌ ସମ୍ପୂର୍ଣ୍ଣ ଓଡ଼ିଶା ଲକ୍‌ଡାଉନ୍‌ ନେଇ...

ସଙ୍କୁଚିତ ହେବ ରୟାଲ ପଡିଆ

ସୋନପୁର,୨୫।୧୦(ନି.ପ୍ର.)-ସୁବର୍ଣ୍ଣପୁର ସହରର ବ୍ଲକ ଛକ ସ୍ଥିତ ଆଠ ଏକର ପରିମିତ ଅଞ୍ଚଳରେ ରହିଛି ରୟାଲ ପଡିଆ। ଏହି ସମତଳ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଭାଠାରୁ ଆରମ୍ଭ କରି,...

ତ୍ୟାଗ ପାଇଁ ପ୍ରସ୍ତୁତ, ପ୍ରଥମେ ଥଇଥାନ କରାଯାଉ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନ ମଙ୍ଗଳବାରଠାରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ କରିବ। ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି...

୧୪ ହଜାର ୪ ଶହ ଜରିମାନା ଦେଲେ ଆଇନ ଉଲ୍ଲଂଘନକାରୀ

ବନ୍ତ,୧୭।୪(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ ବେଳେ ଗୁରବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ଅଧୀନରେ ୯ ଜଣ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ...

ଟ୍ରକ୍‌ ପଛରେ ପିଟିଲା ଟ୍ରକ୍‌, ଖଲାସି ଗୁରୁତର

ଛେଣ୍ଡିପଦା, ୨୭।୧୦(ସ୍ବ.ପ୍ର.)- ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ୬୩ ନଂ ରାଜ୍ୟ ରାଜପଥର ରାଇଝରଣଠାରେ ରବିବାର ଏକ ଟ୍ରକ୍‌ ଆଉ ଏକ ଟ୍ରକ୍‌ ପଛରେ...

Advertisement


Archives

Model This Week