ଯବାନଙ୍କ ଉପରକୁ ଫିଙ୍ଗିଲେ ଗ୍ରେନେଡ

ଫୁଲବାଣୀ ଅଫିସ,୮।୧: କନ୍ଧମାଳ ଜିଲାର ବିଭିନ୍ନ ଜଙ୍ଗଲରେ ମାଓବାଦୀମାନେ ନିଜ ଗତିବିଧି ଜାରି ରଖିଛନ୍ତି। ବିଭିନ୍ନ ସମୟରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହେଉଛନ୍ତି। ଗୁରୁବାର ଚକାପାଦ ଥାନା ଲେଙ୍ଗେରିମୁଣ୍ଡା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏପରି କି ମାଓବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ ମାଡ଼ କରିଥିଲେ। ହେଲେ ଯବାନ ଏହାର ଉଚିତ ଜବାବ ଦେଇଥିଲେ। ଏହାର ମୁକାବିଳା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ବୋଲି ଏସ୍‌ପି ଭିନୀତ ଅଗ୍ରୱାଲ ଶୁକ୍ରବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗୁଳି ବିନିମୟ ପରେ ଜବାନଙ୍କ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଯବାନମାନେ ଏକ ମାଓବାଦୀ କ୍ୟାମ୍ପ ଠାବ କରିଥିଲେ। ସେଠାରୁ ଡିଟୋନେଟର, ହ୍ୟାଣ୍ଡ ଗ୍ରେନେଡ, ବିସ୍ଫୋରକ ସାମଗ୍ରୀ, ବିଦ୍ୟୁତ୍‌ ସରଞ୍ଜାମ, ଔଷଧ, ବ୍ୟାଟେରି, ଲିଫ୍‌ଲେଟ ଆଦି ଜବତ କରାଯାଇଥିବା ସେ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ୧୫ରୁ ୨୦ ମାଓବାଦୀ ଥିବା ଅନୁମାନ କରାଯାଉଛି। ମାଓବାଦୀମାନେ ଓଡ଼ିଶା ଷ୍ଟେଟ କ୍ୟାଡରର ଥିଲେ। ବର୍ତ୍ତମାନ ସୁଦ୍ଧା ସେମାନେ କେଉଁ ଗ୍ରୁପ୍‌ର ତାହା ଚିହ୍ନଟ କରଯାଇ ନାହିଁ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି...

ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri