ରାଜ୍ୟ

ରାଜଧାନୀରେ ବିଗୁଡୁଛି କରୋନା ସ୍ଥିତି: ଆଜି ଚିହ୍ନଟ ହେଲେ ୩୩୨ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ସଙ୍ଗୀନ ହେଉଛି କରୋନା ସ୍ଥିତି। ମଙ୍ଗଳବାର ଭୁବନେଶ୍ୱରରୁ ପୁଣି ୩୩୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୩ଜଣ କ୍ୱାରାଣ୍ଟାଇନ୍‌ କେସ୍‌ ଥିବା ବେଳେ ୧୫୯ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜଧାନୀରେ ମୋଟ…

ଏଣିକି ୨୨ଶହ ନୁହେଁ ୧୨ଶହ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଶସ୍ତା ହେଲା କୋଭିଡ ଟେଷ୍ଟ। ଏଣିକି ଘରୋଇ ସଂସ୍ଥାରେ କୋଭିଡ୍‌ ଟେଷ୍ଟ ପୂର୍ବଠାରୁ ଶସ୍ତା ହେବ। ଆର୍‌ଟି ପିସିଆର୍‌ ଟେଷ୍ଟ ୧୨ଶହ ଟଙ୍କାରେ ହେବ। ପୂର୍ବରୁ ଏହା ୨୨ଶହ ଟଙ୍କା ଥିଲା। ଏନେଇ ମଙ୍ଗଳବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ…

ସିଏମ୍‌ସି ଅଞ୍ଚଳରୁ ଆଉ ୧୨୫

କଟକ ଅଫିସ,୨୫।୮: କଟକ ମହାନଗର ନିଗମରୁ ମଙ୍ଗଳବାର ୧୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୪ କୁମ୍ଭାରସାହି କଣ୍ଟେନ୍‌ମେଣ୍ଟ ଅଞ୍ଚଳର ଥିବା ବେଳେ ୨୪ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌, ୩୩ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ୩୪ଜଣ ଲୋକାଲ କେସ୍‌ ରହିଛି।…

କୋଭିଡ୍‌-୧୯ ସହାୟତା: ଗ୍ରାମାଞ୍ଚଳର ଗରିବ, ଅତିଗରିବଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌

ଭୁବନେଶ୍ୱର, ୨୫।୮(ବ୍ୟୁରୋ): କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କୋଭିଡ୍‌-୧୯ ସହାୟତା ପ୍ୟାକେଜ୍‌କୁ ଅନୁମୋଦନ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା…

ଝାରସୁଗୁଡା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ

ଝାରସୁଗୁଡା ଅଫିସ,୨୫।୮: ଝାରସୁଗୁଡା ଜିଲା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଜରିଆରେ ଚିକିତ୍ସା ଆରମ୍ଭ କରାଯାଇଛି। ସୋମବାର ଏହି ହସ୍ପିଟାଲରେ ଦୁଇ ଜଣ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା କରାଯାଇଥିଲା। ଏ ନେଇ ଜିଲାପାଳ ସରୋଜ କୁମାର ସାମଲ ଟୁଇଟ୍‌କରି ସୂଚନା…

ଏନ୍‌ଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ନବୀନଙ୍କ ଦାବି: କେନ୍ଦ୍ରକୁ ଲେଖିଲେ ଚିଠି

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଏନ୍‌ଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। କରୋନା…

ଓଡ଼ିଶାରୁ ଦୁଇଜଣ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାରୁ ଦୁଇଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବୌଦ୍ଧ ଜିଲାର ହାଡ଼ଭଙ୍ଗା ଅନ୍ତର୍ଗତ ସରସରାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ସାହୁ ଓ ଖୋର୍ଦ୍ଧା ଜିଲା…

ବଗଲାକୁ ନେଇ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ପୂରୀ ଅଫିସ, ୨୫।୮: ବଗଲା ଧର୍ମଶାଳା ଜମି ବିବାଦ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରୁଛନ୍ତି। ୪ ଦିନ ହେଲା ଭାଜପା ପକ୍ଷରୁ ଧର୍ମଶାଳା ସମ୍ମୁଖରେ ଧାରଣା ଦିଆଯାଉଥିବା ବେଳେ…

ଖାଦ୍ୟ ଚାହିଦା ପୂରଣ କରିବ ନୂଆ ଚାଷ ପ୍ରଣାଳୀ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଖାଦ୍ୟ ଚାହିଦା ପୂରଣ କରିବାକୁ ହେଲେ କୃଷିକ୍ଷେତ୍ରରେ ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ। ସୀମିତ ଚାଷ ଜମିରୁ ଅଧିକ ଖାଦ୍ୟ ସାମଗ୍ରୀ ଉପତ୍ାଦନ ଏବଂ ଓଡ଼ିଶା ପରି ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟରେ ପରିବେଶ…

୧୪ ମାସ ପରେ ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୫।୮(ବ୍ୟୁରୋ):,ନୟାପଲୀ ଥାନା ଅନ୍ତର୍ଗତ ସାଲିଆସାହିର ରିଙ୍କୁ ସ୍ବାଇଁ ହତ୍ୟା ଘଟଣାର ୧୪ ମାସ ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ବାଲେଶ୍ୱର ଓ ଖୋର୍ଦ୍ଧାରୁ ଗିରଫ କରିଛି। ସେମାନେ ହେଲେ କଟକ ବାଙ୍କୀର ସୌମ୍ୟରଞ୍ଜନ ମହାପାତ୍ର(୨୩), ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ବଳରାମ ବାରିକ(୨୪),…

ପୁଣି ଘାରିଲା ଦାଦାବଟି ଡର

କଟକ ଅଫିସ,୨୫।୮: କଟକ ସହରର ବ୍ୟବସାୟୀଙ୍କୁ ଏବେ ପୁଣି ଘାରିଛି ଦାଦାବଟି ଡର। ଗତ କିଛି ଦିନ ଭିତରେ ଦାଦାବଟି ଆଦାୟ ନେଇ ଅଭିଯୋଗର ତାଲିକା ବଢ଼ିବାରେ ଲାଗିଛି। ସୋମବାର ସମାନ ଅଭିଯୋଗରେ ବାଦାମବାଡ଼ି ଥାନା ପୋଲିସ ୩ ଜଣଙ୍କୁ ଗିରଫ…

ଏସ୍‌ଆଇଙ୍କ ବିରୋଧରେ ମହିଳାଙ୍କ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର,୨୫।୮(ବ୍ୟୁରୋ): କନ୍ଧମାଳ ଜିଲାରେ କାର୍ଯ୍ୟରତ ଜଣେ ମହିଳା ଏସ୍‌ଆଇ ବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ନ୍ୟାୟ ନ ମିଳିବାରୁ ପୀଡିତା ଜଣକ ସୋମବାର ଭୁବନେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri