ଭୁବନେଶ୍ୱର, ୯।୧(ବ୍ୟୁରୋ): ନକଲି ଚେକ୍ରେ ବ୍ୟାଙ୍କରୁ ୨.୮୭ କୋଟି ଟଙ୍କା ଉଠାଇ ନେଇଥିବା ଜଣେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେ ହେଲେ ରାଉରକେଲାର ବିଏମ୍ପି ଆଣ୍ଡ୍ ସନ୍ସ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ ବି. ମୂର୍ତ୍ତି ପିଲାଇ। ବ୍ୟାଙ୍କ ଅଫ୍ ଇଣ୍ଡିଆ ରାଉରକେଲା ଶାଖାର ମୁଖ୍ୟ ପରିଚାଳକ ଅଞ୍ଜାନି କୁମାର ସିଂ ଆଜାଦଙ୍କ ଲିଖିତ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ପୂର୍ବରୁ ମାମଲା (ନଂ.୧/୨୦) ରୁଜୁ କରି ତଦନ୍ତ କରୁଥିଲା। ଶୁକ୍ରବାର ଅଭିଯୁକ୍ତ ବି. ମୂର୍ତ୍ତିଙ୍କୁ ଗିରଫ କରି ପଚରାଉଚରା ପରେ ରାଉରକେଲା ପାନପୋଷ ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ବି. ମୂର୍ତ୍ତିଙ୍କର ବ୍ୟାଙ୍କ ଅଫ୍ ଇଣ୍ଡିଆ ରାଉରକେଲା ଶାଖାରେ କ୍ୟାଶ୍ କ୍ରେଡିଟ୍ ଆକାଉଣ୍ଟ ରହିଛି। ସେ ନିଜର ବ୍ୟକ୍ତଗତ ଫାଇଦା ପାଇଁ କର୍ନାଟକ ରାଜ୍ୟ ସମବାୟ ମାର୍କେଟିଂ ଫେଡେରେଶନ ଲିମିଟେଡ୍ ନାମରେ ୨.୮୭ କୋଟି ଟଙ୍କାର ଏକ ନକଲି ଚେକ୍ ପ୍ରସ୍ତୁତ କରିଥିଲେ। ଗତ ନଭେମ୍ବର ୩ରେ ଉକ୍ତ ନକଲି ଚେକ୍ ନଂ.୩୮୩୦୫୪ ଜମା କରି ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୨.୮୭ କୋଟି ଟଙ୍କା ହାତେଇଥିଲେ। ଉକ୍ତଦିନ ନିଜ ନାମରେ ରହିଥିବା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ୨. ୬କୋଟି ଓ ସମ୍ପର୍କୀୟଙ୍କ ନାମରେ ଥିବା ଆକାଉଣ୍ଟକୁ ଅବଶିଷ୍ଟ ଟଙ୍କା ଟ୍ରାନ୍ସଫର କରିଥିଲେ। ମାତ୍ର ପରେ ବେଙ୍ଗାଲୁର ଏଲ୍ସିବି ଶାଖା ସୂଚିତ କରିଥିଲା ଯେ, କର୍ନାଟକ ରାଜ୍ୟ ସମବାୟ ମାର୍କେଟିଂ ଫେଡେରେଶନ ଅଧୀନରେ ଓରିଜନାଲ ଚେକ୍ ନଂ. ୩୮୩୦୫୪ ରହିଛି। ଏହାପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାଉରକେଲା ଶାଖା ପକ୍ଷରୁ ଯାଞ୍ଚପରେ ସମାନ ନମ୍ବରରେ ନକଲି ଚେକ୍ ସହ ଦସ୍ତଖତ ଜାଲିଆତି କରି ଉକ୍ତ ଟଙ୍କା ଉଠାଯାଇଥିବା ଜଣାପଡ଼ିଥିଲା। ଏହାପରେ ବ୍ୟାଙ୍କ ମୁଖ୍ୟ ପରିଚାଳକ ସିଂ କ୍ରାଇମବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏବେ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।
Posted inଆମ ଜିଲା ଖବର, ମେଟ୍ରୋ, ରାଜ୍ୟ View All

ମୋବାଇଲ ଫାଇନାନ୍ସ ଆଳରେ କୋଟିଏରୁ ଊର୍ଦ୍ଧ୍ୱ ଠକେଇ
ଖୋର୍ଦ୍ଧା ଅଫିସ,୨୯ା୭: ମୋବାଇଲ ଫୋନ ଫାଇନାନ୍ସରେ କରାଇ ଦେବାକୁ କହି କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ହୋଇଛି। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏଭଳି ଅଭିଯୋଗ...

ସମସ୍ୟା ଘେରରେ ନିମାପଡ଼ା ଏନ୍ଏସି
ନିମାପଡ଼ା,୨୪ା୨(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ା ଏନ୍ଏସି ୧୯୭୩ ମସିହାରେ ୧୧ଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି। ଏହି ଏନ୍ଏସି ପ୍ରାୟ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ,...

ଲୋକଙ୍କ ସମସ୍ୟା ବୁଝିଲେ ଗୃହ ବିଭାଗ ପ୍ରମୁଖ ସଚିବ
ଜି.ଉଦୟଗିରି,୧୧ା୧୨(ଡି.ଏନ.ଏ.)-ଗୃହ ବିଭାଗର ପ୍ରମୁଖ ସଚିବ ତଥା କନ୍ଧମାଳ ଜିଲା ନୋଡାଲ ଅଫିସର ସଞ୍ଜୀବ ଚୋପ୍ରା ମଙ୍ଗଳବାର ଜି.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତକରି ଲୋକଙ୍କ ସମସ୍ୟା...

ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ପାଟଣା ,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଜାମୁନାଳିଆ ଗ୍ରାମ ନିକଟ ଏକ ଜଙ୍ଗଲରୁ ଶନିବାର ସକାଳେ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ...

ଜଳିଗଲା କୋଇଲା ବୋଝେଇ ଟ୍ରକ
ପରଜଙ୍ଗ,୨୮।୧୨(ଡି.ଏନ.ଏ.)-ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧିନ ୫୩ନଂ. ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରକ...

ବ୍ରିଜ୍ ବାଡ଼ରେ ପିଟିହେଲା ବୁଲେଟ୍, ୨ ଗୁରୁତର
କେନ୍ଦୁଝର,୨୩ା୭(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଞ୍ଚଳ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ବାଲିଆଗୋଡ଼ା ଓଭରବ୍ରିଜ୍ରେ ଶନିବାର ସନ୍ଧ୍ୟାରେ ଏକ ବୁଲେଟ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ନାବାଳକ ପୁଅ ସମ୍ମୁଖରେ ମା’ଙ୍କୁ ଅସଦାଚରଣ : ଅଭିଯୁକ୍ତଙ୍କୁ ଛାଡ଼ି ନାବାଳକଙ୍କୁ ୩୦ ଘଣ୍ଟା ଅଟକ ରଖିଲା ପୋଲିସ
ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ନାବାଳକଙ୍କ ସମ୍ମୁଖରେ ତାଙ୍କ ମା’ଙ୍କୁ ଅସଦାଚରଣ। ପ୍ରତିରୋଧ କରିବାରୁ ନାବାଳକଙ୍କୁ ଆକ୍ରମଣ। ପରେ ଆକ୍ରଣକାରୀ ଓ ନାବାଳକଙ୍କ ମଧ୍ୟରେ ମାର୍ପିଟ୍। ହେଲେ ଅସଦାଚରଣ...

କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ ନେଇ ବିବାଦ
କେନ୍ଦୁଝର,୧୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁକୁ ନେଇ ପୁଣି ବିବାଦ ଦେଖାଦେଇଛି। ଏଥିଯୋଗୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଖବର...