ଅବହେଳାରୁ ଅବ୍ୟବହୃତ

ଭୁବନ, ୯।୧(ଡି.ଏନ.ଏ.) ନୂଆ ରଙ୍ଗରେ ଝଲସୁଛି। ବାହାରୁ ଦେଖିଲେ ଯେ କେହି ଖୁସି ହୋଇଯିବ। ହେଲେ ପାଖକୁ ଆସି ଦେଖିଲେ ସବୁ ଓଲଟା। ଚିକିମିକିଆ ଚୂନ ଧଉଳା ହୋଇଥିବା କମ୍ୟୁନିଟି ଶୌଚାଳୟରେ ଝୁଲୁଛି ତାଲା। ନା ଅଛି ପାଣି ସୁବିଧା ନା ଜଳୁଛି ବିଜୁଳିବତି। ଉଦ୍‌ଘାଟନର ଦୀର୍ଘ ୪ବର୍ଷ ବିତିଯାଇଥିଲେ ବି ପରିସ୍ଥିତି ବଦଳୁନି। ପ୍ରଶାସନିକ ଅବହେଳାରୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ଶୌଚାଳୟ ଅବ୍ୟବହୃତ ହୋଇ ପଡ଼ିଥିବାବେଳେ ଢେଙ୍କାନାଳ ଜିଲାର ଐତିହାସିକ ସହର ଭୁବନ ଏନ୍‌ଏସିବାସୀଙ୍କ ପାଇଁ ବାହ୍ୟ ମଳମୁକ୍ତ ସହର ସ୍ବପ୍ନ ପାଲଟିଛି। ଏନ୍‌ଏସି ମାନ୍ୟତା ପାଇବାର ୨୯ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଗୋଷ୍ଠୀ ଶୌଚାଳୟଟିଏ କାର୍ଯ୍ୟକ୍ଷମ ହୋଇ ନ ପାରିବା ପ୍ରଶାସନର ଅପାରଗତା ବୋଲି ବୁଦ୍ଧିଜୀବୀମାନେ କ୍ଷୋଭର ସହ କହିଛନ୍ତି।
ଏସିଆ ମହାଦେଶର ସର୍ବବୃହତ ଗ୍ରାମ ଭୁବନ। ୧୯୭୧ରୁ ଏହି ବୃହତ୍‌ ଅଞ୍ଚଳକୁ ମିଳିଛି ଏନ୍‌ଏସି ମାନ୍ୟତା। ୧୫ ଓ୍ବାର୍ଡକୁ ନେଇ ଗଠିତ ବିଜ୍ଞପିତ ଅଞ୍ଚଳ ପରିଷଦରେ ବାସ କରୁଛନ୍ତି ୨୭ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ। ଶହୀଦ ବୀର ବାଜି ରାଉତ, କଂସାବାସନ କାରିଗରି ଏବଂ ପର୍ଯ୍ୟଟନ ସମ୍ଭାରରେ ଭରପୂର ଏହି ଅଞ୍ଚଳକୁ ଦୈନିକ କୋଲକାତା, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଅନୁଗୋଳ, ରାଉରକେଲାରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀ, ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଆସିଥାନ୍ତି। ହେଲେ ଗୋଷ୍ଠୀ ଶୌଚାଳୟ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ସେମାନେ ଅନେକାଂଶରେ ସମସ୍ୟାରେ ପଡୁଛନ୍ତି।
ଭୁବନ ସହରରେ ବଢୁଥିବା ଜନସଂଖ୍ୟା ଏବଂ ଆଗନ୍ତୁକଙ୍କ ସୁବିଧା ଦୃଷ୍ଟିରୁ ୨୦୧୬ ନଭେମ୍ବର ୨୫ରେ ଲୋକାର୍ପିତ ହୋଇଥିଲା ୬ ଗୋଷ୍ଠୀ ଶୌଚାଳୟ। ଗୋଡ଼ିପୋଖରୀ, କୋହ୍ଲସାହି, ପୃଷ୍ଟିପୋଖରୀ, ନୂଆପୋଖରୀ, ଏନ୍‌ଏସି ଅନ୍ତର୍ଗତ ୩ନଂ. ଏବଂ ୧୪ନଂ. ଓ୍ବାର୍ଡରେ ଏଗୁଡ଼ିକ ନିର୍ମାଣ କରାଯାଇଥିଲା। ପ୍ରତିଟିରେ ଖର୍ଚ୍ଚ ହୋଇଥିଲା ୯ ଲକ୍ଷ ୬୦ ହଜାର ଟଙ୍କା। ତେବେ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିବା ଏହି ଶୌଚାଳୟରେ ଆବଶ୍ୟକ ସୁବିଧା ନାହିଁ। କେଉଁଠି ବିଜୁଳି ନ ଥିବାରୁ ଟାଙ୍କିକୁ ପାଣି ଉଠିପାରୁନି ତ ଅନ୍ୟ କେଉଁଠି ତଦାରଖ କରିବାକୁ କେହି ନାହିଁ। ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ିରହିବା ପରେ ସେଗୁଡ଼ିକ ପରିତ୍ୟକ୍ତ ହୋଇପଡ଼ିଥିଲା। ଦିନଟିଏ କାମରେ ଲାଗି ନ ଥିବା ଏହି ଶୌଚାଳୟଗୁଡ଼ିକୁ ପୁନର୍ବାର ଅଜସ୍ର ଟଙ୍କା ଖର୍ଚ୍ଚ କରି ନୂଆ ରୂପ ଦିଆଯାଉଛି। ପୁରୁଣା କାମରେ ଲାଗୁ ନ ଥିବାବେଳେ ଏନ୍‌ଏସି କର୍ତ୍ତୃପକ୍ଷ ଆହୁରି ୯ କମ୍ୟୁନିଟି ଶୌଚାଳୟ ନିର୍ମାଣ କରୁଛନ୍ତି। ଗୋଡ଼ିପୋଖରୀ, ହିଙ୍ଗୁଳା ପୀଠ, ପୃଷ୍ଟି ପୋଖରୀ, ଆହାରକେନ୍ଦ୍ର, ବାଟତାରିଣୀ, କୋହ୍ଲସାହି, ଟୋଲଙ୍କବେରେଣି, ଟ୍ୟାକ୍ସିଷ୍ଟାଣ୍ଡ, ତହସିଲ କାର୍ଯ୍ୟାଳୟ
ଏହାର ନିର୍ମାଣାଧୀନ ଏସବୁ ଶୌଚାଳୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟ ଦୂରଦୃଷ୍ଟିହୀନ ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଉନ୍ନୟନ ନାମରେ ଏହା ପ୍ରହସନ ବୋଲି ସେମାନେ କ୍ଷୋଭବ୍ୟକ୍ତ କରିଛନ୍ତି।
ଏ ସଂକ୍ରାନ୍ତରେ ଏନଏସି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ପ୍ରଭାସ ରଞ୍ଜନ ବେହୁରିଆ କୁହନ୍ତି, ବିଜ୍ଞପିତ ଅଞ୍ଚଳ ପରିଷଦରେ ଅନେକ ସମସ୍ୟା ରହିଛି। କିଛିଦିନ ହେଲା ତାଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ଦିଆଯାଇଛି। କେତେକ ସମସ୍ୟାର ସମାଧାନ ହେଲାଣି। ନିର୍ମାଣ ସରିଥିବା ଏବଂ ନିର୍ମାଣ ହେଉଥିବା ଶୌଚାଳୟଗୁଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ଗୁରୁତ୍ୱ ଦିଆଯିବ।

ସବୁ ଯୋଜନା ଦିଗହରା
ଦୀର୍ଘଦିନ ଧରି ଦେଶ ସେବାରେ ନିୟୋଜିତ ରହି ଅବସର ନେବାପରେ ଜନ୍ମମାଟିକୁ ଫେରିଛି। ଏଠି ସବୁ ଯୋଜନା ଦିଗହରା। ଭୁବନବାସୀଙ୍କ ପାଇଁ ଏହା ସ୍ବଚ୍ଛ ସହର ସ୍ବପ୍ନ ପାଲଟିଛି। ପ୍ରଶାସନିକ ଅଧିକାରୀ ଗୁରୁତ୍ୱ ଦେଲେ ସମସ୍ୟାର ସମାଧାନ ହୋଇପାରିବ ।
-ସନ୍ତୋଷ ପଟ୍ଟନାୟକ, ଅବସରପ୍ରାପ୍ତ ନୌସେନା କର୍ମଚାରୀ
ଯାତ୍ରୀ ସମସ୍ୟା ଭୋଗୁଛନ୍ତି
ଭୁବନ କାଳୀବଜାର ଏବଂ ନୂଆବଜାର ଜିଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ। ଏହି ଦୁଇ ସ୍ଥାନରେ ଦୈନିକ ହଜାର ହଜାର ଯାତ୍ରୀ ଆସିଥାନ୍ତି। ଶୌଚାଳୟ ନ ଥିବାରୁ ସେମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଜିଲାପାଳ ଗୁରୁତ୍ୱ ଦେବା ଆବଶ୍ୟକ।
-ସମୀର ସାହୁ, କାଳୀବଜାର ବଣିକ ସଂଘ ସଭାପତି
ବହୁତ ପଛରେ ପଡ଼ିଛି
ଦିନକୁ ଦିନ ଭୁବନ ସହରର କଳେବର ବଢ଼ିବାରେ ଲାଗିଛି। ଐତିହାସିକ ଦୃଷ୍ଟିକୋଣରୁ ଅଞ୍ଚଳର ଗୁରୁତ୍ୱ ରହିଛି। ଦୀର୍ଘଦିନରୁ ଏନ୍‌ଏସି ମାନ୍ୟତା ପାଇଥିଲେ ମଧ୍ୟ ଉନ୍ନୟନମୂଳକ କାର୍ଯ୍ୟରେ ସହର ବହୁ ପଛରେ। ଏକାଠି ହୋଇ ସ୍ବର ଉଠାଇଲେ ସମସ୍ୟା ଦୂରହେବ।
-ଗିରିଧାରୀ ସାହୁ, ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ
ସରକାରୀ ଅର୍ଥ ବାଟବାରଣା ହେଉଛି
ଭୁବନ ଅଞ୍ଚଳର ବିକାଶ ପାଇଁ କାହାରି ଦରଦ ନାହିଁ। ଏଠି ସମସ୍ତେ ନିଜ ନିଜ ସ୍ବାର୍ଥରେ ବ୍ୟସ୍ତ। ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ସରକାରୀ ଅର୍ଥ ବାଟମାରଣା ହେଉଛି। ପ୍ରଶାସନିକ ଅଧିକାରୀ ଏହା ଦେଖି ନୀରବଦ୍ରଷ୍ଟା ସାଜିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉ।
-ସନାତନ ପାତ୍ର, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶ୍ନପତ୍ର ଲିକ୍‌: ଆସନ୍ତା ୧୯ରେ ହେବ ବାତିଲ ହୋଇଥିବା ପରୀକ୍ଷା

ସମ୍ବଲପୁର,୧୫।୭(ବ୍ୟୁରୋ): ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଗୁରୁବାର ଏଜୁକେଶନ ଅନର୍ସ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପରେ ବାତିଲ ହୋଇଥିବା ପରୀକ୍ଷା ଆସନ୍ତା ୧୯ରେ କରାଯିବ । ଏ ନେଇ...

ଅନ୍‌ଲାଇନ୍‌ରେ ମାଟ୍ରିକ ସାର୍ଟିଫିକେଟ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ରେ ସରିବ। ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ମାଟ୍ରିକ ସାର୍ଟିଫିକେଟ୍‌ ମିଳିବ। ସାର୍ଟିଫିକେଟ୍‌ ସହ ସମସ୍ତ...

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଜାର ଅଧିନସ୍ତ ବଜାର ରାନ୍ଦିଆ ବଜାରରେ ଥିବା ଏସବିଆଇ ଏଟିଏମରୁ ଲୁଟ ଉଦ୍ୟମ। କେହି ଦୁର୍ବୃତ୍ତ ଏଟିଏମ୍‌ର ସମ୍ମୁଖ...

ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇଲେ ନରସିଂହ: କହିବାକୁ ନ ଦେବାରୁ ବିରୋଧୀଙ୍କ ହଟ୍ଟଗୋଳ, ବୁଧବାର ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ମହାନଦୀ ଜଳବିବାଦ ପ୍ରସଙ୍ଗ ଶାନ୍ତ ପଡ଼ିବା ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମଙ୍ଗଳବାର ବିଧାନସଭା...

ତୁଟୁନି ବିଜେଡି-ଭାଜପା କଳି

ଭୁବନେଶ୍ବର,୨୫ା୧(ବ୍ୟୁରୋ): ବିଜେଡି ଏବଂ ଭାଜପା ମଧ୍ୟରେ ଆବାସ ତାଲିକା ପ୍ରସ୍ତୁତି ଏବଂ ଘର ବଣ୍ଟନକୁ ନେଇ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି। ମଙ୍ଗଳବାର ରାଜ୍ୟର କେତୋଟି...

କରୋନା ବିଫଳତା ନେଇ ୧୩ ଦଳର ପ୍ରତିବାଦ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ଶୁକ୍ରବାର କଂଗ୍ରେସ ସମେତ ରାଜ୍ୟର ୧୩ ରାଜନୈତିକ ଦଳ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ...

ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୪।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଓଡ଼ିଶା ଭବନରେ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ ଷ୍ଟିଲ ସେକ୍ଟର, ପେଟ୍ରୋକେମିକାଲ୍ସକୁ...

ପଦୋନ୍ନତି ପରେ ବଦଳିଲେ ୨୨ ଏଏସ୍‌ପି

କଟକ ଅଫିସ,୩୦।୭: ରାଜ୍ୟ ଗୃହ ବିଭାଗ ସୋମବାର ୨୨ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛି। ପଦୋନ୍ନତି ପରେ ଏହି ୨୨ଜଣ ଏଏସ୍‌ପିଙ୍କୁ ବଦଳି...

Advertisement
Archives

Model This Week