ରାଜ୍ୟରେ ପୁଣି ୩୮୬ କରୋନା ପଜିଟିଭ ଚିହ୍ନଟ: ୫ ମୃତ
ଭୁବନେଶ୍ୱର, ୯।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୩୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୯୯ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ପଦ୍ମପୁର,୯।୧୨(ଡି.ଏନ୍.ଏ.): ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ପୁରନ୍ଦର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦହିତା ପଞ୍ଚାୟତ ଅଫିସ ଏବଂ ଇଓ ସାହୁଙ୍କ ପଦ୍ମପୁରସ୍ଥିତ ବାସଭବନରେ ବରଗଡ଼…
ଓ୍ବେବ୍ସାଇଟ୍ରେ ଶ୍ରୀମନ୍ଦିରର ଭୁଲ୍ ଚିତ୍ର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ବିରୋଧରେ ଏତଲା
ପୁରୀ ଅଫିସ,୯ା୧୨: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ୱେବ୍ସାଇଟ୍ରେ ଶ୍ରୀମନ୍ଦିର ସମ୍ପର୍କରେ ଭୁଲ୍ ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରକୁ ଏଥିରେ ଭୁଲ୍ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଚିତ୍ର ପରିବର୍ତ୍ତେ ଏଥିରେ ବାଲେଶ୍ୱରର ଇମାମୀ ଜଗନ୍ନାଥ ମନ୍ଦିରର ଫଟୋ ଦିଆଯାଇଛି। ଏ…
ବିଜେଡିର ସମ୍ପୃକ୍ତି ଅଭିଯୋଗ ଆଣିଲା କଂଗ୍ରେସ
ରାୟଗଡ଼ା ଅଫିସ,୯ା୧୨: ରାୟଗଡ଼ା ସହରରୁ ସୋମବାର କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ ଘଟଣା ଭିନ୍ନମୋଡ଼ ନେଉଛି। ଚୋରାଚାଲାଣ ଘଟଣାରେ ବିଜେଡିର ଲିଙ୍କ୍ ରହିଥିବା ମଙ୍ଗଳବାର ରାୟଗଡ଼ା ଜିଲା କଂଗ୍ରେସ ଅଭିଯୋଗ କରିଛି। ଏହି ଘଟଣାର ତଦନ୍ତ କରି…
କଟ୍ନୀ ଆଳରେ ଚାଷୀଙ୍କୁ ଲୁଟ୍
ବରଗଡ଼ ଅଫିସ୍,୯।୧୨: ଚିରାଚରିତ ଢଙ୍ଗରେ ଚାଲିଥିବା ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ପେଷି ହୋଇ ଗଲେଣି। ଧାନ କିଣାବିକା ସମୟରେ ଗୁଣବତ୍ତାକୁ ନେଇ କଟ୍ନୀଛଟ୍ନୀ ଆଳ ଅଭାବୀ ବିକ୍ରିର ମୁଖ୍ୟ କାରଣ ପାଲଟିଛି। ଧାନ କିଣାବିକାରେ ରହିଥିବା ଅବ୍ୟବସ୍ଥାକୁ ସୁଧାରିବା ବଦଳରେ…
ଆଜି କ୍ୟାବିନେଟ
ଭୁବନେଶ୍ୱର,୯।୧୨(ବ୍ୟୁରୋ): ବୁଧବାର ଅପରାହ୍ନ ୬ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିବ। ତେବେ ବୈଠକର ଏଜେଣ୍ଡାକୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି।…
ଚାଷୀଙ୍କୁ ବିପୁଳ ସମର୍ଥନ
ଭୁବନେଶ୍ୱର,୯ା୧୨(ବ୍ୟୁରୋ): କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ଏବଂ ରାଜନୈତିକ ଦଳ ତରଫରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ଦେଶବ୍ୟାପୀ ବିପୁଳ ସମର୍ଥନ ମିଳିଛି। ଓଡ଼ିଶାରେ ମଧ୍ୟ…
ଆସନ୍ତା କାଲି ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର, ୮ା୧୨(ବ୍ୟୁରୋ)- ବୁଧବାର ଅପରାହ୍ନ ୫ଟା ୪୫ ମିନିଟ୍ରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଲାଗିବ ମୋହର। ତେବେ ବୈଠକର…
ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ
ଭୁବନେଶ୍ୱର, ୮।୧୨(ବ୍ୟୁରୋ): ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ତାଙ୍କ ଦସ୍ତଖତ ନମୁନାକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ। ଆପଏଣ୍ଟମେଣ୍ଟ ଲେଟରରେ ଥିବା ଆକାଶଙ୍କ ଦସ୍ତଖତକୁ ମେଳକ କରାଯିବ। ଟାଟା ନାଁରେ ଆକାଶ ବାଣ୍ଟିଥିବା…
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ : ଆଜି ୩୪୯ ପଜିଟିଭ୍ ଚିହ୍ନଟ , ୬ ମୃତ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ୍ ସଂଖ୍ୟା କମିବାର ଲାଗିଛି। ମଙ୍ଗଳବାର ରାଜ୍ୟରେ ୩୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୮ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୫୧ ଜଣ ଲୋକାଲ କେସ୍…
କୃଷି ଆଇନକୁ ବରଗଡ଼ରେ ବିରୋଧ: ରାଜରାସ୍ତାରେ ଜଳିଲା ନିଆଁ
ବରଗଡ଼ ଅଫିସ,୮।୧୨: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ…
୪୦ ଦେଶରୁ ଆସିଛି ୭୦୦ ଫିଲ୍ମ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ଓଡ଼ିଶାର ନିଜସ୍ବ ଓଟିଟି ପ୍ଲାଟ୍ଫର୍ମ ଆଓ ଟିଭି ପକ୍ଷରୁ ‘ଆଓ କ୍ରିଏଟିଭ୍ କଲେକ୍ଟିଭ୍ ଶର୍ଟ ଫିଲ୍ମ ଫେଷ୍ଟିଭାଲ ୨୦୨୦ ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ। ଦେଶ ବିଦେଶର ଶ୍ରେଷ୍ଠ ଓ ମନଛୁଆଁ ଫିଲ୍ମକୁ ନେଇ ଏହି ଅନ୍ଲାଇନ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର…
Archives


