ଓଡ଼ିଶା ମୁହାଁ ବିହାରୀ ମଦ ମାଫିଆ

ଭୋଗରାଇ,୨୦।୪(ଡି.ଏନ.ଏ.)-ବିହାରର ଦାଗୀ ମଦ ବେପାରୀ ଓ ମାଫିଆମାନେ ସେଠାରେ କଳା ତାଲିକାଭୁକ୍ତ ହେବା ପରେ ଏବେ ଓଡ଼ିଶା ମୁହଁା ହୋଇଛନ୍ତି। ନିକଟରେ ଓଡ଼ିଶା ସରକାର ପ୍ରଥମଥର ପାଇଁ ମଦ ଦୋକାନ ଆବେଦନ ବେଳେ ବିନା ସର୍ଭେଲାନ୍ସରେ ଆବେଦନପତ୍ର ଗ୍ରହଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ବିହାରର ବହୁ ମଦ ବେପାରୀ ଓ ମାଫିଆ ଓଡ଼ିଶାରେ ସରକାରୀ ମଦ ଦୋକାନ ଲଟେରୀ ଉଠାଣରେ ଲାଇସେନ୍ସ ପାଇଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ଜିଲାର ସରକାରୀ ଲାଇସେନ୍ସପ୍ରାପ୍ତ ୧୦ରୁ ଊର୍ଦ୍ଧ୍ୱ ମଦ ଦୋକାନରେ ଅଣଓଡ଼ିଆ ବ୍ୟକ୍ତି ଲାଇସେନ୍ସ ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ବିହାରୀ ରହିଛନ୍ତି। ଭୋଗରାଇ ବ୍ଲକରେ ତାଳସାରୀ, ଦେଉଳାହାଟ, ଥାନାଛକ ସ୍ଥିତ ବାଟଗ୍ରାମ ଓ କମର୍ଦ୍ଦାରେ ଠିପିବନ୍ଦ ସରକାରୀ ବିଦେଶୀ ମଦ ଦୋକାନଏ ଜଳେଶ୍ୱରରେ ୭ଟି ଓ ବାଲିଆପାଳରେ ୨ଟି ବିଦେଶୀ ମଦ ଦୋକାନ ରହିଛି। ଏ ସମସ୍ତ ସ୍ଥାନରେ ଅଧିକାଂଶ ଦାଗୀ କଳାତାଲିକାଭୁକ୍ତ ମଦ ବେପାରୀ ଲାଇସେନ୍ସ ପାଇଥିବାରୁ ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଲାଇସେନ୍ସ ପାଇଥିବା ଭିନ୍ନ ରାଜ୍ୟର ମଦ ମାଫିଆମାନେ ସେଠାରେ ବହୁ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ଥିବା ବେଳେ ଅପମିଶ୍ରିତ ମଦ ବିକ୍ରି କରି ସେମାନେ କଳାତାଲିକାଭୁକ୍ତ ହୋଇଥିବା ସୂଚନା ମିଳିଛି। ଅପମିଶ୍ରିତ ମଦ୍ୟ ପାନ କରି ବିହାରରେ ବହୁ ଲୋକଙ୍କ ଜୀବନହାନୀ ଘଟିଛି। ଓଡ଼ିଶାରେ ଅନୁରୂପ ଭାବେ ଆଇନଶୃଙ୍ଖଳା ବିଗିଡ଼ିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ କଳାତାଲିକାଭୁକ୍ତ ହୋଇ ଲାଇସେନ୍ସ ପାଇଥିବା ମଦ ବେପାରୀଙ୍କ ଲାଇସେନ୍ସ ପ୍ରତ୍ୟାହାର ଲାଗି ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲା ଅବକାରୀ ଅଧୀକ୍ଷକ ଶେଖ୍‌ ଆସଫ୍‌ ଅଲ୍ଲୀ କୁହନ୍ତି, ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ପୂର୍ବରୁ କଳାତାଲିକାଭୁକ୍ତ ହୋଇଥିଲେ କିମ୍ବା କୌଣସି ଅପରାଧ ମାମଲାରେ ଛନ୍ଦି ହୋଇଥିବା ଜଣାପଡ଼ିଲେ ଅଭିଯୋଗ ଓ ପ୍ରମାଣକୁ ଭିତ୍ତି କରି ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହିତ ସେମାନେ ଦେଇଥିବା ଅର୍ଥକୁ ଫେରସ୍ତ କରାଯିବ। ସାମାଜିକ କର୍ମୀ ହର ନାରାୟଣ ରାଉତ କୁହନ୍ତି ଭାରତବର୍ଷର କୌଣସି ରାଜ୍ୟ ଲଟେରୀ ମାଧ୍ୟମରେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେଉ ନ ଥିବା ବେଳେ ଓଡ଼ିଶା ସରକାର ବ୍ୟତିକ୍ରମ କରିଛନ୍ତି। ଯାହାଦ୍ୱାରା ବିଭିନ୍ନ ରାଜ୍ୟର ଦୁର୍ଦ୍ଦାନ୍ତ ଅପରାଧୀ ଓ କଳାତାଲିକାଭୁକ୍ତ ବ୍ୟବସାୟୀଙ୍କୁ ଲାଇସେନ୍ସ ଦେବା ଦ୍ୱାରା ଭବିଷ୍ୟତରେ ମଦ ମୃତ୍ୟୁ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ନୂଆ ଆକ୍ରାନ୍ତଙ୍କ ତଥ୍ୟ: ଅଛନ୍ତି ଟାଙ୍ଗିର ୨, ବାଣପୁରର ଜଣେ; ଚିହ୍ନଟ ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ବିଶୋଧନ

ଖୋର୍ଦ୍ଧା ଅଫିସ,୧୪।୫: ରାଜ୍ୟରେ ଗୁରୁବାର ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଉପଖଣ୍ଡ ଅନ୍ତର୍ଗତ ଟାଙ୍ଗି ବ୍ଲକର ୨ଏବଂ ବାଣପୁର...

ହଟିବନି ଜଳବନ୍ଦୀ, ହଟହଟା କରିବ ବର୍ଷା

ଭୁବନେଶ୍ୱର,୩୦।୬(ବ୍ୟୁରୋ): କରୋନା ପାଇଁ ୩ ମାସ ବିଏମ୍‌ସି କର୍ମଚାରୀ ଠିକ୍‌ ଭାବେ କାମ କରିପାରିଲେ ନାହିଁ। ଠିକାଦାର ଓ ଶ୍ରମିକମାନେ ମଧ୍ୟ ହାତବାନ୍ଧି ବସିଲେ। ଫଳରେ...

ଏସ୍‌ସିବି ମେଡିକାଲରେ ପ୍ରଥମ କରୋନା ସନ୍ଦିଗ୍ଧ

କଟକ ଅଫିସ,୨।୨: ଚାଇନାର ସିଚୁଆନ ସ୍ଥିତ ସାଉଥ ୱେଷ୍ଟ ମେଡିକାଲ ବିଶ୍ୱବିଦ୍ୟାଳୟରେ ଏମ୍‌ବିବିଏସ ପଢୁଥିବା ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା...

୪ ବର୍ଷ ପରେ ଜେଲରୁ ମୁକୁଳିଲେ ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳିଛନ୍ତି। ସମସ୍ତ ୩ଟି ଯାକ ମାମଲାର ଜାମିନ୍‌ ପାଇବା ପରେ କଟକ ଚୌଦ୍ୱାର...

ଦୁର୍ଦ୍ଦିନରେ ଲଘୁ ଉଦ୍ୟୋଗ

ଭୁବନେଶ୍ୱର,୧୮ା୧(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେବ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଅତିମାତ୍ରାରେ ପ୍ରଭାବିତ ହୋଇଛି। କୋଭିଡ୍‌ କଟକଣା...

ବିଜୁ ଯୁବ ଜନତା ପକ୍ଷରୁ ମାସ୍କ, ସାନିଟାଇଜର ବଣ୍ଟନ

ରେମୁଣା, ୧୬।୪(ଡି.ଏନ୍‌.ଏ.)-ରେମୁଣା ବ୍ଲକର ନୂଆପାଢ଼ୀ, ବଡ଼ପାଳ ଓ ହରିପୁର ପଞ୍ଚାୟତର ବିଭିନ୍ନ ଗଁାରେ ବିଜୁ ଯୁବ ଜନତା ପକ୍ଷରୁ ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟନ...

ଆକ୍ରାନ୍ତ ହେଉଛନ୍ତି ପିଲା; ଆଜି ୬୮୧ ସଂକ୍ରମିତରେ ଅଛନ୍ତି ୧୧୮ଜଣ

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୧୮ ଆକ୍ରାନ୍ତ ଅଛନ୍ତି। ୬୮୧...

ଏମ୍ସର ଅବାନ୍ତର ନିଷ୍ପତ୍ତି

ଭୁବନେଶ୍ୱର, ୨୧।୨(ବ୍ୟୁରୋ):ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ସମସ୍ତ କର୍ମଚାରୀ ଓ ଫାକଲ୍ଟି ଏଣିକି ହିନ୍ଦୀ ଭାଷାରେ କାଗଜପତ୍ରରେ ଦସ୍ତଖତ କରିବା ସହ ବିଭିନ୍ନ ରେକର୍ଡ...

Advertisement
Archives

Model This Week