କଳାବଜାର ବିରୋଧରେ ୨୨ ସ୍କ୍ବାଡ୍‌

ଭୁବନେଶ୍ୱର,୨୦।୪(ବ୍ୟୁରୋ): ସାରା ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ରୂପ ନେଇଛି। ଏପରି ଘଡିସନ୍ଧି ମୁହୂର୍ତ୍ତରେ କୋଭିଡ୍‌ ଔଷଧ ଓ ଚିକିତ୍ସା ଉପକରଣର ବେଆଇନ୍‌ ଗଚ୍ଛିତ ସହ କଳାବଜାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ରାଜ୍ୟ ପୋଲିସ। ସୋମବାର ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଡିଜି) ଯଶୋବନ୍ତ ଜେଠୱାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ସମେତ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍‌, ଏସ୍‌ଟିଏଫ୍‌ ଓ କ୍ରାଇମ୍‌ବ୍ରାଞ୍ଚର ଅଧିକାରୀ ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ସହ କୋଭିଡ୍‌ ସାମଗ୍ରୀ କଳାବଜାର ସଂକ୍ରାନ୍ତରେ ଜେଠ୍‌ୱା ଆଲୋଚନା କରିଥିଲେ। ସଂକ୍ରମଣ ବୃଦ୍ଧି ପାଉଥିବାରୁ ବ୍ୟବସାୟୀମାନେ କଳାବଜାର କରିବା ଆଶଙ୍କା ରହିଛି। ଏପରି ବେଆଇନ କାର୍ଯ୍ୟରେ ଲିପ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଡିଜି ଜେଠୱା ଚେତାବନୀ ଦେଇଛନ୍ତି। ଏଥିସହ କଳାବଜାର ରୋକିବାକୁ ଡ୍ରଗ୍ସ ଇନ୍ସପେକ୍ଟର, କ୍ରାଇମବ୍ରାଞ୍ଚ ଓ ସ୍ଥାନୀୟ ପୋଲିସକୁ ନେଇ ୨୨ଟି ସ୍ପେଶାଲ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ଗଠନ କରାଯାଇଛି। କଟକ ଓ ଭୁବନେଶ୍ୱରରେ ୭ଟି ସ୍କ୍ବାଡ୍‌ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ଟି ସ୍କ୍ବାଡ୍‌ କାର୍ଯ୍ୟ କରିବ
କଳାବଜାର ବିରୋଧରେ…
ବୋଲି ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ କୋଭିଡ୍‌ ଔଷଧ ଓ ଇଞ୍ଜେକ୍ସନ ପ୍ରସ୍ତୁତକାରୀ କମ୍ପାନୀଠାରୁ ଆରମ୍ଭ କରି ଷ୍ଟକିଷ୍ଟ, ସପ୍ଲାୟର୍‌, ବିକ୍ରେତାଙ୍କ ସମସ୍ତ ତଥ୍ୟ ଯାଞ୍ଚ ଚାଲିଛି। ସେମାନଙ୍କ କାର୍ଯ୍ୟକଳାପ ସଂକ୍ରାନ୍ତରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଗୋଇନ୍ଦା ସୂଚନାକୁ ଅଧିକ କ୍ରିୟାଶୀଳ କରାଯାଇଛି। କୌଣସି ସ୍ଥାନରେ କଳାବଜାର ହେଉଥିବା ଖବର ମିଳିଲେ ତତ୍‌କ୍ଷଣାତ ଚଢ଼ାଉ କରାଯିବ। ଏ ସମ୍ପର୍କିତ କୌଣସି ଖବର ନଜରକୁ ଆସିଲେ ଜନସାଧାରଣ ପୋଲିସକୁ ତୁରନ୍ତ ଖବର ଦେବାକୁ କ୍ରାଇମବ୍ରାଞ୍ଚ ଏଡିଜି ଜେଠଓ୍ବା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭିସ୍‌ ଓ ଫିଡ୍‌ବ୍ୟାକ୍‌ ପରିପୂରକ: ‘ସ୍କୁଲ ବ୍ୟାଗ୍‌ ନେଇଥିବା ପିଲା ବାହାଘର ବେଳେ ପୁଣି କିଣାକିଣି କରିବାକୁ ଆସନ୍ତି।’

ସମୟ ଗଡ଼ିଯାଏ ଜୁଆର ଫେରିଯାଏ, ରହିଯାଏ ଅଲିଭା ସନ୍ତକ। ୧୯୭୬ରେ ଭୁବନେଶ୍ୱର ପୁରୁଣା ବସ୍‌ଷ୍ଟାଣ୍ଡରେ ଗଢ଼ିଉଠିଥିବା ‘ପଣ୍ଡା ଏଣ୍ଟରପ୍ରାଇଜେସ୍‌’ର ପରିବର୍ତ୍ତିତ ସଂସ୍କରଣ ‘ପଣ୍ଡା ଟ୍ରାଭେଲ ମାର୍ଟ’...

ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ ବିକ୍ଷୋଭ: ୟୁପି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

କଟକ ଅଫିସ,୨୧।୭: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତର ପ୍ରଦେଶ (ୟୁପି) ପୋଲିସ ଅଟକ ରଖିବା ପ୍ରତିବାଦରେ କଟକ ଜିଲା କଂଗ୍ରେସ କମିଟି...

ଆଜିଠାରୁ ବିଧାନସଭା: ୨୨ରେ ବଜେଟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଗୁରୁବାରଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖ ଯାଏ ଚାଲିବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ...

ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୫୦୭କୁ ବୃଦ୍ଧି

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ଆଜି ଆଉ ୬ ଜଣଙ୍କ ଜୀବନ ନେଇଛି...

ମଦ ପାଣିରେ ଭାସୁଛି ଗାଁ ଗଣ୍ଡା : ୩.୮୩ ଲକ୍ଷ ଲିଟର ମଦ ଜବତ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳ ଉଠୁଛି ପଡୁଛି। ପ୍ରାର୍ଥୀମାନେ ଘର ଘର ବୁଲି ମତଦାତାଙ୍କୁ ମନାଇବାରେ ଲାଗିଛନ୍ତି। ଦଳୀୟ ନେତା, କର୍ମୀମାନେ ନିଜ ଦଳର...

ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଲାଗି ଆପ୍ଟିପ୍ଲସ୍‌ର ସେମିନାର

ଭୁବନେଶ୍ୱର,୨୧।୬ : ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଆପ୍ଟିପ୍ଲସ୍‌ ଏକାଡେମୀ ପକ୍ଷରୁ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଲାଗି ଏକ ନିଶୁଳ୍କ ସେମିନାର ୨୩ ଜୁନ(ରବିବାର) ଦିନ...

ସ୍ବାୟତ୍ତ ଶାସନ ଦିବସ ନିରାଡମ୍ବରରେ ପାଳିବ ବିଏମ୍‌ସି

ଭୁବନେଶ୍ୱର,୩୦।୮ (ବ୍ୟୁରୋ): ମଙ୍ଗଳବାର ସ୍ବାୟତ୍ତ ଶାସନ ଦିବସ। କରୋନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ଗତବର୍ଷ ଭଳି ଏ ବର୍ଷ ମଧ୍ୟ ନିରାଡମ୍ବର...

ଆଇନ ଉଲ୍ଲଂଘନକାରୀଙ୍କୁ ଜଗୁଛି କ୍ୟାମେରା

କଟକ ଅଫିସ,୧୮ା୩: କଟକ ସହରର କୌଣସି ଛକରେ ଏବେ ଟ୍ରାଫିକ ପୋଲିସ ଗାଡି ଚାଳକଙ୍କୁ ଅଟକାଉନି। ଆଇନ ଉଲ୍ଲଂଘନକାରୀମାନେ ବେଧଡକ ଭାବେ ଗାଡି ଚାଳନା କରୁଛନ୍ତି।...

Advertisement
Archives

Model This Week