ବେପାର ଚିନ୍ତାରେ ବ୍ୟବସାୟୀ

ବଇଣ୍ଡା,୨୦।୪ ଲକ୍‌ଡାଉନ୍‌ ଯୋଗୁ ବନ୍ଦ ହୋଇଯାଇଥିବା ବଜାର ମାତ୍ର କେଇମାସ ହେଲା ଖୋଲିଥିଲା। ବ୍ୟବସାୟ ହରାଇ ଦୁର୍ଦ୍ଦିନରେ ଥିବା ବ୍ୟବସାୟୀମାନେ ନୂଆ ଉତ୍ସାହର ସହ ଆରମ୍ଭ କରିଥିଲେ କାରବାର। ଜୀବନରେ ଏପରି ଦୁଃସମୟର ସମ୍ମୁଖୀନ ଆଉ ହେବେ ବୋଲି ସେମାନେ ଭାବି ନ ଥିଲେ ମଧ୍ୟ କୋଭିଡ୍‌ର ଦ୍ୱିତୀୟ ଲହର ହଠାତ୍‌ ସବୁକିଛି ଓଲଟପାଲଟ କରିଦେଇଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ନାଇଟ୍‌ କର୍ଫୁ ବ୍ୟବସାୟରେ ବାଧା ପହଞ୍ଚାଇଥିବା ବେଳେ ଆସନ୍ତା ୨୪ ତାରିଖରୁ ହେବାକୁ ଥିବା ସପ୍ତାହାନ୍ତ ୨ ଦିନିଆ ଶଟ୍‌ଡାଉନ୍‌ ବଜାର ସମୟକୁ ଆହୁରି ହ୍ରାସ କରିଦେଇଛି। ଫଳରେ ବେପାରକୁ ନେଇ ଅନୁଗୋଳ ଜିଲା ବଇଣ୍ଡା ଅଞ୍ଚଳର ବ୍ୟବସାୟୀଙ୍କ ଚିନ୍ତା ବଢ଼ିଯାଇଛି।
୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବଇଣ୍ଡା ବଜାର କେବଳ କିଶୋରନଗର ବ୍ଲକ ନୁହେଁ, ବରଂ ଆଠମଲ୍ଲିକ ଉପଖଣ୍ଡର ଏକ ବୃହତ୍‌ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହା ଉପରେ କିଶୋରନଗର, ଆଠମଲ୍ଲିକ ଓ ଛେଣ୍ଡିପଦାର ୨୩ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। କିନ୍ତୁ ରାଜପଥ ସମ୍ପ୍ରସାରଣ ନିମନ୍ତେ ୨୦୧୮ ମେ ୧୭ରେ ବଜାରରୁ ବହୁ ଦୋକାନ ଉଚ୍ଛେଦ କରାଯାଇଥିଲା। ପ୍ରଶାସନ କୌଣସି କ୍ଷତିପୂରଣ ଦେଇ ନ ଥିବାବେଳେ ପରବର୍ତ୍ତୀ ସମୟରେ କୋଭିଡ୍‌-୧୯ ଜନିତ ଲକ୍‌ଡାଉନ୍‌ ସମ୍ପୃକ୍ତ ବ୍ୟବସାୟୀଙ୍କ ପାଇଁ ଆଉ ଏକ ଶକ୍ତ ଆଘାତ ଥିଲା। ତେବେ ଦୀର୍ଘଦିନର ଲକ୍‌ଡାଉନ୍‌ ହଟିବା ପରେ ବେପାର ଫେରି ପାଇବାକୁ ବଇଣ୍ଡାର ବ୍ୟବସାୟୀମାନେ ଉଦ୍ୟମ ଚଳାଇଥିଲେ। ମାତ୍ର କୋଭିଡ୍‌ର ଦ୍ୱିତୀୟ ଲହର ଏବେ ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଦ୍ରୂତ ଗତିରେ ବଢ଼ୁଥିବା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ନାଇଟ୍‌ କର୍ଫ୍ୟୁ ଲଗାଯାଇଥିଲା। ଏହାକୁ ୩ ଦିନ ନ ପୂରୁଣୁ ଆସନ୍ତା ୨୪ ତାରିଖଠାରୁ ପ୍ରତ୍ୟକ ସପ୍ତାହର ଶନିବାର ଓ ରବିବାର ଶଟ୍‌ଡାଉନ୍‌ କରାଯିବ ବୋଲି ଘୋଷଣା କରାଯାଇଛି। ଗ୍ରୀଷ୍ମ ପ୍ରବାହ ଓ ଭୂତାଣୁ ଭୟ ଯୋଗୁ ଲୋକେ ବଜାର ଆସିବାକୁ ଭୟ କରୁଥିବାବେଳେ ଏହି ନୂଆ କଟକଣା ବେପାର ସମୟକୁ ଆହୁରି କମାଇ ଦେଇଛି। ସେହିପରି ବଇଣ୍ଡା ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟକୁ ବଇଣ୍ଡା ଫାଣ୍ଡି ପୋଲିସ ବନ୍ଦ କରି ଦେଇଛି। ଫଳରେ ପରିବା ବ୍ୟବସାୟୀ, ଚାଷୀଙ୍କ ସହ ବଇଣ୍ଡାର ବିଭିନ୍ନ ବ୍ୟବସାୟୀଙ୍କ ପାଇଁ ଏହା ବେଡି ଉପରେ କୋରଡା ମାଡ଼ ପରି ହୋଇଛି।

ପରିବାର କେମିତି ଚଳାଇବୁ
ଗତବର୍ଷ ଦୀର୍ଘ ଲକ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ରହିଥିଲା। ଏବେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଭୂତାଣୁ ଭୟରେ ଲୋକେ ପୂର୍ବପରି ବଜାର ଆସୁ ନ ଥିବାବେଳେ ରାତି ୮ରୁ ଦୋକାନ ବନ୍ଦ କରି ୯ଟା ସୁଦ୍ଧା ଘରେ ପହଞ୍ଚିବାକୁ ପଡ଼ୁଛି। ଏପରି ହେଲେ ପରିବାର କେମିତି ଚଳାଇବୁ।
-ମିଟୁ ଚରଣ ସାହୁ, ବ୍ୟବସାୟୀ, ବଇଣ୍ଡା
ବ୍ୟବସାୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ
କରୋନା କାରଣରୁ ବ୍ୟବସାୟୀମାନେ ବଡ଼ ସଙ୍କଟ ଦେଇ ଗତି କରୁଛନ୍ତି। ପୂର୍ବରୁ ମାସ ମାସ ଧରି କାରବାର ବନ୍ଦ ରହିଥିଲା। ଗତ ଶନିବାର ରାତିରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଆଗାମୀ ୨୪ ତାରିଖଠାରୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ନେଇ ଘୋଷଣା ବ୍ୟବସାୟଙ୍କୁ ଅଧିକ କ୍ଷତିଗ୍ରସ୍ତ କରିବ।
-ଅକ୍ଷୟ ନାୟକ, ବ୍ୟବସାୟୀ, ବଇଣ୍ଡା
ବାଧକ ସାଜିଛି କରୋନା ନିୟମ
୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ବଇଣ୍ଡା ବଜାର ରହିଛି। ଦୀର୍ଘଦିନ ହେଲା ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ବହୁ ଦୋକାନ ଉଚ୍ଛେଦ କରାଯାଇଛି। ବ୍ୟବସାୟୀମାନେ ଏବେ ପୁଣି ଦୋକାନ ଦେବାକୁ ଉଦ୍ୟମ କରୁଥିବାବେଳେ କରୋନା କଟକଣା ସେମାନଙ୍କ ପାଇଁ ବାଧକ ସାଜିଛି।
-ସନାତନ ସାହୁ, ବ୍ୟବସାୟୀ, ବଇଣ୍ଡା
ବେପାର ବନ୍ଦ ହୋଇଯିବ
କରୋନା ଭୟ ସହ ଚଳିତବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଦୀର୍ଘଦିନ ହେଲା ଦିନବେଳା ବଜାରକୁ ଗ୍ରାହକ ଆସୁନାହାନ୍ତି। ଅପରାହ୍ନରେ ଲୋକେ ଘରୁ ବାହାରୁଥିବାରୁ ରାତିରେ ଯାହା ଯେମିତି ବ୍ୟବସାୟ ହେଉଥିଲା। କିନ୍ତୁ ରାତି କର୍ଫ୍ୟୁ ଯୋଗୁ ସେତକ ମଧ୍ୟ ହୋଇପାରୁ ନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଛୁ।
-ପାପୁନା ମହାପାତ୍ର, ବ୍ୟବସାୟୀ, ବଇଣ୍ଡା
କଟକଣା ମାନିଲେ ମୁକ୍ତି ସହଜ
କରୋନାର ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ମାସ୍କ ଓ ସାମାଜିକ ଦୂରତ୍ୱ ରକ୍ଷା ନିୟମ ସମସ୍ତଙ୍କୁ ମାନିବାକୁ ପଡ଼ିବ। ଏହା ବ୍ୟବସାୟୀ ଓ ଗ୍ରାହକମାନେ କରିପାରିଲେ କରୋନାରୁ ମୁକ୍ତି ମିଳିବା ସହଜ ହୋଇଯିବ। ନିୟମ ପାଳନ କରା ନ ଗଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
– ଡ. ଲକ୍ଷ୍ମୀପ୍ରସାଦ ସାହୁ, ତହସିଲଦାର, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri