ବେପାର ଚିନ୍ତାରେ ବ୍ୟବସାୟୀ

ବଇଣ୍ଡା,୨୦।୪ ଲକ୍‌ଡାଉନ୍‌ ଯୋଗୁ ବନ୍ଦ ହୋଇଯାଇଥିବା ବଜାର ମାତ୍ର କେଇମାସ ହେଲା ଖୋଲିଥିଲା। ବ୍ୟବସାୟ ହରାଇ ଦୁର୍ଦ୍ଦିନରେ ଥିବା ବ୍ୟବସାୟୀମାନେ ନୂଆ ଉତ୍ସାହର ସହ ଆରମ୍ଭ କରିଥିଲେ କାରବାର। ଜୀବନରେ ଏପରି ଦୁଃସମୟର ସମ୍ମୁଖୀନ ଆଉ ହେବେ ବୋଲି ସେମାନେ ଭାବି ନ ଥିଲେ ମଧ୍ୟ କୋଭିଡ୍‌ର ଦ୍ୱିତୀୟ ଲହର ହଠାତ୍‌ ସବୁକିଛି ଓଲଟପାଲଟ କରିଦେଇଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ନାଇଟ୍‌ କର୍ଫୁ ବ୍ୟବସାୟରେ ବାଧା ପହଞ୍ଚାଇଥିବା ବେଳେ ଆସନ୍ତା ୨୪ ତାରିଖରୁ ହେବାକୁ ଥିବା ସପ୍ତାହାନ୍ତ ୨ ଦିନିଆ ଶଟ୍‌ଡାଉନ୍‌ ବଜାର ସମୟକୁ ଆହୁରି ହ୍ରାସ କରିଦେଇଛି। ଫଳରେ ବେପାରକୁ ନେଇ ଅନୁଗୋଳ ଜିଲା ବଇଣ୍ଡା ଅଞ୍ଚଳର ବ୍ୟବସାୟୀଙ୍କ ଚିନ୍ତା ବଢ଼ିଯାଇଛି।
୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବଇଣ୍ଡା ବଜାର କେବଳ କିଶୋରନଗର ବ୍ଲକ ନୁହେଁ, ବରଂ ଆଠମଲ୍ଲିକ ଉପଖଣ୍ଡର ଏକ ବୃହତ୍‌ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହା ଉପରେ କିଶୋରନଗର, ଆଠମଲ୍ଲିକ ଓ ଛେଣ୍ଡିପଦାର ୨୩ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। କିନ୍ତୁ ରାଜପଥ ସମ୍ପ୍ରସାରଣ ନିମନ୍ତେ ୨୦୧୮ ମେ ୧୭ରେ ବଜାରରୁ ବହୁ ଦୋକାନ ଉଚ୍ଛେଦ କରାଯାଇଥିଲା। ପ୍ରଶାସନ କୌଣସି କ୍ଷତିପୂରଣ ଦେଇ ନ ଥିବାବେଳେ ପରବର୍ତ୍ତୀ ସମୟରେ କୋଭିଡ୍‌-୧୯ ଜନିତ ଲକ୍‌ଡାଉନ୍‌ ସମ୍ପୃକ୍ତ ବ୍ୟବସାୟୀଙ୍କ ପାଇଁ ଆଉ ଏକ ଶକ୍ତ ଆଘାତ ଥିଲା। ତେବେ ଦୀର୍ଘଦିନର ଲକ୍‌ଡାଉନ୍‌ ହଟିବା ପରେ ବେପାର ଫେରି ପାଇବାକୁ ବଇଣ୍ଡାର ବ୍ୟବସାୟୀମାନେ ଉଦ୍ୟମ ଚଳାଇଥିଲେ। ମାତ୍ର କୋଭିଡ୍‌ର ଦ୍ୱିତୀୟ ଲହର ଏବେ ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଦ୍ରୂତ ଗତିରେ ବଢ଼ୁଥିବା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ନାଇଟ୍‌ କର୍ଫ୍ୟୁ ଲଗାଯାଇଥିଲା। ଏହାକୁ ୩ ଦିନ ନ ପୂରୁଣୁ ଆସନ୍ତା ୨୪ ତାରିଖଠାରୁ ପ୍ରତ୍ୟକ ସପ୍ତାହର ଶନିବାର ଓ ରବିବାର ଶଟ୍‌ଡାଉନ୍‌ କରାଯିବ ବୋଲି ଘୋଷଣା କରାଯାଇଛି। ଗ୍ରୀଷ୍ମ ପ୍ରବାହ ଓ ଭୂତାଣୁ ଭୟ ଯୋଗୁ ଲୋକେ ବଜାର ଆସିବାକୁ ଭୟ କରୁଥିବାବେଳେ ଏହି ନୂଆ କଟକଣା ବେପାର ସମୟକୁ ଆହୁରି କମାଇ ଦେଇଛି। ସେହିପରି ବଇଣ୍ଡା ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟକୁ ବଇଣ୍ଡା ଫାଣ୍ଡି ପୋଲିସ ବନ୍ଦ କରି ଦେଇଛି। ଫଳରେ ପରିବା ବ୍ୟବସାୟୀ, ଚାଷୀଙ୍କ ସହ ବଇଣ୍ଡାର ବିଭିନ୍ନ ବ୍ୟବସାୟୀଙ୍କ ପାଇଁ ଏହା ବେଡି ଉପରେ କୋରଡା ମାଡ଼ ପରି ହୋଇଛି।

ପରିବାର କେମିତି ଚଳାଇବୁ
ଗତବର୍ଷ ଦୀର୍ଘ ଲକ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ରହିଥିଲା। ଏବେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଭୂତାଣୁ ଭୟରେ ଲୋକେ ପୂର୍ବପରି ବଜାର ଆସୁ ନ ଥିବାବେଳେ ରାତି ୮ରୁ ଦୋକାନ ବନ୍ଦ କରି ୯ଟା ସୁଦ୍ଧା ଘରେ ପହଞ୍ଚିବାକୁ ପଡ଼ୁଛି। ଏପରି ହେଲେ ପରିବାର କେମିତି ଚଳାଇବୁ।
-ମିଟୁ ଚରଣ ସାହୁ, ବ୍ୟବସାୟୀ, ବଇଣ୍ଡା
ବ୍ୟବସାୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ
କରୋନା କାରଣରୁ ବ୍ୟବସାୟୀମାନେ ବଡ଼ ସଙ୍କଟ ଦେଇ ଗତି କରୁଛନ୍ତି। ପୂର୍ବରୁ ମାସ ମାସ ଧରି କାରବାର ବନ୍ଦ ରହିଥିଲା। ଗତ ଶନିବାର ରାତିରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଆଗାମୀ ୨୪ ତାରିଖଠାରୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ନେଇ ଘୋଷଣା ବ୍ୟବସାୟଙ୍କୁ ଅଧିକ କ୍ଷତିଗ୍ରସ୍ତ କରିବ।
-ଅକ୍ଷୟ ନାୟକ, ବ୍ୟବସାୟୀ, ବଇଣ୍ଡା
ବାଧକ ସାଜିଛି କରୋନା ନିୟମ
୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ବଇଣ୍ଡା ବଜାର ରହିଛି। ଦୀର୍ଘଦିନ ହେଲା ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାରୁ ବହୁ ଦୋକାନ ଉଚ୍ଛେଦ କରାଯାଇଛି। ବ୍ୟବସାୟୀମାନେ ଏବେ ପୁଣି ଦୋକାନ ଦେବାକୁ ଉଦ୍ୟମ କରୁଥିବାବେଳେ କରୋନା କଟକଣା ସେମାନଙ୍କ ପାଇଁ ବାଧକ ସାଜିଛି।
-ସନାତନ ସାହୁ, ବ୍ୟବସାୟୀ, ବଇଣ୍ଡା
ବେପାର ବନ୍ଦ ହୋଇଯିବ
କରୋନା ଭୟ ସହ ଚଳିତବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଦୀର୍ଘଦିନ ହେଲା ଦିନବେଳା ବଜାରକୁ ଗ୍ରାହକ ଆସୁନାହାନ୍ତି। ଅପରାହ୍ନରେ ଲୋକେ ଘରୁ ବାହାରୁଥିବାରୁ ରାତିରେ ଯାହା ଯେମିତି ବ୍ୟବସାୟ ହେଉଥିଲା। କିନ୍ତୁ ରାତି କର୍ଫ୍ୟୁ ଯୋଗୁ ସେତକ ମଧ୍ୟ ହୋଇପାରୁ ନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଛୁ।
-ପାପୁନା ମହାପାତ୍ର, ବ୍ୟବସାୟୀ, ବଇଣ୍ଡା
କଟକଣା ମାନିଲେ ମୁକ୍ତି ସହଜ
କରୋନାର ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ମାସ୍କ ଓ ସାମାଜିକ ଦୂରତ୍ୱ ରକ୍ଷା ନିୟମ ସମସ୍ତଙ୍କୁ ମାନିବାକୁ ପଡ଼ିବ। ଏହା ବ୍ୟବସାୟୀ ଓ ଗ୍ରାହକମାନେ କରିପାରିଲେ କରୋନାରୁ ମୁକ୍ତି ମିଳିବା ସହଜ ହୋଇଯିବ। ନିୟମ ପାଳନ କରା ନ ଗଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
– ଡ. ଲକ୍ଷ୍ମୀପ୍ରସାଦ ସାହୁ, ତହସିଲଦାର, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri